Advertisment

ସୁରସାମ୍ରାଜ୍ଞୀ ଲତା ମଙ୍ଗେସକର ହସ୍ପିଟାଲ୍‌ରେ ଭର୍ତ୍ତି

ସୁରସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକର ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ସେ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ICUରେ ତାଙ୍କର ଚିକିତ୍ସା ଚାଲିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Lata Mangeshkar Hospitalised

Lata Mangeshkar Hospitalised

ମୁମ୍ବାଇ: ସୁରସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକର ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ସେ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଅସୁସ୍ଥ ଅନୁଭବ କରିବା ପରେ ୯୨ ବର୍ଷୀୟ ବର୍ଷୀୟାନ୍‌ ଗାୟିକା ଲତା ମଙ୍ଗେସକରଙ୍କୁ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌(Breach Candy Hospital)ରେ ଭର୍ତ୍ତି କରାଯାଇଛି। 

Advertisment

ବର୍ତ୍ତମାନ ICUରେ ତାଙ୍କର ଚିକିତ୍ସା ଚାଲିଛି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଲତା ମଙ୍ଗେସକରଙ୍କ ଭାଣିଜୀ ରଚନା ସୂଚନା ଦେଇଛନ୍ତି।

ସୂଚନାଥାଉ କି, ୨୦୧୯ ନଭେମ୍ବରରେ ଭାଇରାଲ୍‌ ଚେଷ୍ଟ୍‌ congestion ଯୋଗୁ ସେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ପରେ ଲତା ମଙ୍ଗେସକରଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଥିଲେ। 

Advertisment

ସୂଚନାଥାଉ କି, ୨୦୨୦ରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ପ୍ରଭୁକୁଞ୍ଜ ବିଲ୍ଡିଂକୁ  Brihanmumbai Municipal Corporation (BMC) ପକ୍ଷରୁ ସିଲ୍‌ କରାଯାଇଥିଲା। କରୋନା ମହାମାରୀ ସମୟରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିଲ୍ଡିଂକୁ ସିଲ୍‌ କରାଯାଇଥିବା ସୂଚନା ମିଳିଥିଲା।

ଖୁବ୍ କମ୍ ବୟସରୁ ଲତା ମଙ୍ଗେସକର ଗୀତ ଗାଇବା ଆରମ୍ଭ କରିଥିଲେ। ତେଣୁ ତାଙ୍କ ଗାୟନ ସମୟ ଖୁବ୍ ଲମ୍ବା। ଅର୍ଥାତ ପ୍ରାୟ ୮ ଦଶକ ବା ଅଶୀବର୍ଷ ଧରି ସେ ଗୀତ ଗାଇ ଚାଲିଛନ୍ତି। ଲତା ମଙ୍ଗେସକର ୩୦ରୁ ଅଧିକ ଭାଷାରେ ହଜାରେରୁ ଅଧିକ ଫିଲ୍ମରେ କଣ୍ଠଦାନ କରିଛନ୍ତି। ୨୦୦୧ରେ ତାଙ୍କୁ ଭାରତ ରତ୍ନ ଆୱାର୍ଡରେ ସମ୍ମାନିତ କରାଯାଇଥିଲା। ଖାଲି ଭାରତ ରତ୍ନ ନୁହେଁ ସୁରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ପଦ୍ମ ଭୂଷଣ, ପଦ୍ମ ବିଭୂଷଣ, ଦାଦା ସାହେବ ଫାଲ୍‌କେ ଆୱାର୍ଡ ଓ ଅନେକ ଜାତୀୟ ଫିଲ୍ମ ଆୱାର୍ଡରେ ସମ୍ମାନିତ କରାଯାଇଛି। 

Lata Mangeshkar
Advertisment
Advertisment