• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚଳିତ ବର୍ଷର ପ୍ରଥମ ମନ୍ କି ବାତ୍ । କରୋନାର ନୂଆ ଭ୍ୟାରିଏଣ୍ଟ ବିରୋଧରେ ସଫଳତା ପୂର୍ବକ ଲଢ଼େଇ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ସାଢ଼େ ୪ କୋଟି କିଶୋର ଟିକା ନେଇ ସାରିଲେଣି । ୩ରୁ ୪ ସପ୍ତାହ ଭିତରେ ୬୦% କିଶୋର ଟିକା ନେଲେଣି । ଏହା ପିଲାଙ୍କୁ ସୁରକ୍ଷା ଦେବା ସହ ପାଠ ପଢ଼ା ଜାରି ରଖିବାରେ ସହାୟକ ହେବ । ୨୦ ଦିନରେ ୧ କୋଟି ଲୋକ ବୁଷ୍ଟର ଡୋଜ୍ ନେଇଛନ୍ତି । ଦେଶରେ କରୋନା ସଂକ୍ରମଣ କମୁଛି, ଏହା ସକରାତ୍ମକ ସଙ୍କେତ । ସମସ୍ତେ ସୁରକ୍ଷିତ ରହୁନ୍ତୁ, ଆର୍ଥିକ ଗତିବିଧି ଜାରି ରହୁ । 

ସେପଟେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ ମଧ୍ୟ କରୋନାକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ମହାମାରୀ କରୋନା ବିରୋଧରେ ଆରମ୍ଭ ହୋଇଥିବା ଟିକାକରଣ ଆଜି ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିଛି । ଆଜି ଦେଶରେ ଡବଲ ଡୋଜ୍‌ ଟିକାକରଣ ୭୫% ଟପିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ୱିଟ କରି ସୂଚନା ଦେଇଛନ୍ତି । ଗୋଟିଏ ବର୍ଷ ଆଉ ୧୪ ଦିନରେ ଦେଶର ୭୫% ପ୍ରାପ୍ତ ବୟସ୍କଙ୍କୁ କରୋନା ଟିକାର ଦୁଇଟି ଯାକ ଡୋଜ୍‌ ଦିଆଯାଇ ପାରିଛି।

ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧ ବୋଲି କହିଛନ୍ତି । ଏଥିସହ ସେ ସମସ୍ତଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ରବିବାର ସକାଳ ୯.୪୭ରେ ମାଣ୍ତଭିୟ ଟ୍ୱିଟ କରି ପ୍ରାପ୍ତ ବୟସ୍କ ହିତାଧିକାରୀଙ୍କ ମଧ୍ୟରୁ ୭୫% ଲୋକଙ୍କୁ କରୋନା ଟିକାର ଦୁଇଟି ଯାକ ଡୋଜ୍‌ ଦିଆଯାଇ ସାରିଥିବା ସୂଚନା ଦେଇଥିଲେ।

ସେ କହିଛନ୍ତି, “ସବକା ସାଥ, ସବକା ପ୍ରୟାସ ମନ୍ତ୍ରରେ ଭାରତ ୭୫% ପ୍ରାପ୍ତ ବୟସ୍କଙ୍କୁ ଟିକାର ଦୁଇଟି ଯାକ ଡୋଜ୍‌ ଦେବାର ଲକ୍ଷ୍ୟ ହାସଲ କରିପାରିଛି । କରୋନା ଲଢ଼େଇରେ ଆମେ ନିରନ୍ତର ଶକ୍ତିଶାଳୀ ହେଉଛେ। ଆମ ସମସ୍ତଙ୍କୁ କରୋନା ସଂକ୍ରମଣ ରୋକିବା ପାଇଁ କଟକଣା ମାନି ଚଳିବାକୁ ପଡ଼ିବ ଓ ଯଥାଶୀଘ୍ର ଟିକା ନେବାକୁ ହେବ।”