• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସଂକ୍ରମଣ ପାଇଁ ପ୍ରଚାର ବନ୍ଦ । ଲୋକଙ୍କ ଜୀବନକୁ ବିପଦରେ ପକାଇବାକୁ ଚାହୁଁନାହାନ୍ତି ଗୃହମନ୍ତ୍ରୀ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ ଅମିତ ଶାହା ଡୋର୍‌ ଟୁ ଡୋର କ୍ୟାମ୍ପେନ୍ ବନ୍ଦ କରି ଦେଇଛନ୍ତି । ଏହା ସହିତ ୨୫ ମିନିଟର କାର୍ଯ୍ୟକ୍ରମର ଅବଧି ମାତ୍ର ୫ ମିନିଟକୁ ହ୍ରାସ କରିଛନ୍ତି । ପ୍ରଚାର ସମୟରେ ଭିଡ଼ ବୃଦ୍ଧି ଯୋଗୁଁ କୋଭିଡ ନିର୍ଦ୍ଦେଶାବଳୀ ଉଲ୍ଲଂଘନ ହେଉଛି, ଆଉ ଏଥିପାଇଁ ସେ ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।

ନିକଟରେ ଅମିତ ଶାହ ଉତ୍ତରପ୍ରଦେଶର କେରାନାରେ ଘର ଘର ଯାଇ ନିର୍ବାଚନ ପ୍ରଚାର କରିଥିଲେ । ଏହାପରେ ଶନିବାର ଦିନ ନିର୍ବାଚନ ପ୍ରଚାର ପାଇଁ ଦେବବନ୍ଦ ପହଞ୍ଚିଥିଲେ । କେରାନାରେ ଚାଲିଥିବା ପ୍ରଚାର ଅଭିଯାନକୁ ନେଇ ବିରୋଧୀଙ୍କ ବିଜେପି ତଥା ଅମିତ୍ ଶାହଙ୍କୁ ସମାଲୋଚନା କରିଥିଲେ । ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଥିଲେ । ବିଜେପି ନେତା ଓ କର୍ମୀମାନେ ଲୋକଙ୍କୁ ପାମ୍ପଲେଟ ଧରାଇ କରୋନା ବାଣ୍ଟୁଛନ୍ତି ବୋଲି ଅଭିଯୋଗ କରିଥିଲେ । ଏହା ସହିତ ଲୋକମାନେ ମଧ୍ୟ ଏନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ।

ନିକଟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗରରେ ଡୋର ଟୁ ଡୋର ପ୍ରଚାର କରିଥିଲେ । ସେ ଲୋକଙ୍କ ଘରକୁ ଯାଇ ସେମାନଙ୍କୁ ଦଳୀୟ ପାମ୍ପଲେଟ ଦେଇଥିଲେ । ତେବେ ଏହି ସମୟରେ ସେ ପାମ୍ପଲେଟ ରେ ଛେପ ମାରୁଥିବା ଭିଡିଓ ସାମ୍ନାକୁ ଆସିଥିଲା । ଏହାକୁ ଆଧାର କରି ଅଖିଲେଶ ବିଜେପିକୁ ଟାର୍ଗେଟ କରିଥିଲେ ।

ଆଜି ଗୃହମନ୍ତ୍ରୀ ଅମିତ ଶାହା ପ୍ରଚାର ପାଇଁ ୟୁପିରେ ଦେଓବନ୍ଦରେ ପହଞ୍ଚିଛନ୍ତି । ପ୍ରଚାର ପାଇଁ ଅମିତ ଶାହା ଦେବବନ୍ଦରେ ଏମବିଡି ଛକରେ ପହଞ୍ଚିଥିଲେ । ଆଉ ତା’ପରେ ଘର ଘରକୁ ଯାଇ ଲୋକଙ୍କୁ ଭୋଟ୍ ଦେବାକୁ ନିବେଦନ କରିଥିଲେ । ହେଲେ ଧୀରେ ଧୀରେ ଭିଡ଼ି ବୃଦ୍ଧି ପାଇବା ପରେ ଅମିତ ଶାହା ସତର୍କତା ଅବଲମ୍ବନ କରିଛନ୍ତି ଏବଂ ନିର୍ବାଚନ ପ୍ରଚାର ପାଇଁ ସେ ଡୋର ଟୁ ଡୋର ପ୍ରଚାର କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ।