Advertisment

ପୁଅ ଉପରେ ଶୁଝାଇଲେ ବାପାର ରାଗ, ଡାକ୍ତରଙ୍କ ପୁଅକୁ କିଡ୍‌ନାପ୍‌ ପରେ ମର୍ଡର

ଚାକିରିରୁ ବାହାର କରି ଦେଲେ ବୋଲି ରାଗ ଶୁଝାଇଲେ, ଡାକ୍ତରଙ୍କ ପୁଅକୁ ଅପହରଣ ପରେ ହତ୍ୟା

author-image
Rajalaxmi Sahoo
Doctor's Son Kidnapped, Killed

Doctor's Son Kidnapped, Killed

ଦୁଇ ଦିନ ପୂର୍ବେ ନିଖୋଜ ଜଣେ ଡାକ୍ତରଙ୍କ ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି। ଉତ୍ତର ପ୍ରଦେଶ ବୁଲନ୍ଦଶର ପୋଲିସ୍‌ ଛତ୍ରି ଥାନା ଅଞ୍ଚଳରୁ ୮ ବର୍ଷୀୟ ନାବାଳକର ମୃତଦେହ ଉଦ୍ଧାର କରିଛି। ପ୍ରଥମେ ନାବାଳକକୁ ଅପହରଣ କରାଯାଇ ପରେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଅପହରଣ ଓ ହତ୍ୟା ଅଭିଯୋଗରେ ୨ ଜଣ ବ୍ୟକ୍ତି ନିଜାମ ଓ ସାହିଦଙ୍କୁ ଗିରଫ କରାଯାଇଛି। ଏମାନେ ଡାକ୍ତରଙ୍କ ୨ଜଣ ପୂର୍ବତନ କର୍ମଚାରୀ ବୋଲି ଜଣାପଡ଼ିଛି। କାର୍ଯ୍ୟରେ ଭୁଲ୍‌ ଯୋଗୁ ଡାକ୍ତର ସେମାନଙ୍କୁ ଚାକିରିରୁ ବରଖାସ୍ତ କରିଥିଲେ।

Advertisment

ସୂଚନା ଅନୁସାରେ, ପୁଅ ନିଖୋଜ ହେବା ପରେ ସମ୍ପୃକ୍ତ ଡାକ୍ତର ଶୁକ୍ରବାର ସନ୍ଧ୍ୟାରେ ପୋଲିସ୍‌ରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ୍‌ ତୁରନ୍ତ ଘଟଣାର ଛାନ୍‌ଭିନ୍‌ କରିଥିଲା। ପ୍ରାଥମିକ ତଦନ୍ତରେ ଜଣାପଡ଼ି ଥିଲା ଘଟଣା ପଛରେ ଡାକ୍ତରଙ୍କ ୨ଜଣ ପୂର୍ବତନ କର୍ମଚାରୀ ନିଜାମ ଓ ସାହିଦଙ୍କ ହାତ ରହିଛି। ଏହାପରେ ସେମାନଙ୍କୁ ଅଟକ ରଖି ପୋଲିସ୍‌ ପଚରାଉଚରା କରିଥିଲା। 

ଡାକ୍ତରଙ୍କ ପାଖରେ ପୂର୍ବରୁ କମ୍ପାଉଣ୍ଡର ଭାବେ ନିଜାମ ଓ ସାହିଦ କାର୍ଯ୍ୟ କରୁଥିଲେ। ନାବାଳକର ଅପହରଣ ଏବଂ ହତ୍ୟା ପଛରେ ସମ୍ପୃକ୍ତି ନେଇ ଉଭୟ ପୋଲିସ୍‌ ଆଗରେ ସ୍ୱୀକାର କରିଛନ୍ତି। କାମରେ ଭୁଲ୍‌ ହେବାରୁ ସେମାନଙ୍କୁ ୨ ବର୍ଷ ପୂର୍ବେ ଡାକ୍ତର ଚାକିରିରୁ ବାହାର କରି ଦେଇଥିଲେ। ଫଳରେ ଡାକ୍ତରଙ୍କ ସହ ସେମାନଙ୍କର ଶତ୍ରୁତା ସୃଷ୍ଟି ହୋଇଥିଲା। ତେଣୁ ସେମାନେ ଡାକ୍ତରଙ୍କ ନାବାଳକଙ୍କ ପୁଅଙ୍କୁ ଅପହରଣ କରି ହତ୍ୟା କରିଥିଲେ।

Advertisment

ପୋଲିସ୍‌ ନାବାଳକର ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି। 

Uttar Pradesh Doctor Son Murder
Advertisment
Advertisment