Advertisment

‘୨୦୨୪ ସୁଦ୍ଧା ଭାରତରେ ମିଶିବ POK’

ଆଗାମୀ ୨ ବର୍ଷ ମଧ୍ୟରେ ପାକିସ୍ତାନ ଅଧିକୃତ କାଶ୍ମୀର ଭାରତର ଏକ ଅଂଶ ହୋଇଯିବ । କେନ୍ଦ୍ରମନ୍ତ୍ରୀ କପିଲ୍‌ ପାଟିଲ ଏହି ମନ୍ତବ୍ୟ ଦେଇଛନ୍ତି ।

author-image
Otv Khabar Bureau
Pakistan occupied Kashmir will become part of india by 2024 union minister kapil patil hope

Pakistan occupied Kashmir will become part of india by 2024 union minister kapil patil hope

ଆଗାମୀ ୨ ବର୍ଷ ମଧ୍ୟରେ ପାକିସ୍ତାନ ଅଧିକୃତ କାଶ୍ମୀର ଭାରତର ଏକ ଅଂଶ ହୋଇଯିବ । କେନ୍ଦ୍ରମନ୍ତ୍ରୀ କପିଲ୍‌ ପାଟିଲ ଏହି ମନ୍ତବ୍ୟ ଦେଇଛନ୍ତି । ଏହାସହ ସେ ଦେଶର ବିକାଶ ପାଇଁ ଉଚିତ୍‌ ପଦକ୍ଷେପ ନେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରଶଂସା ମଧ୍ୟ କରିଛନ୍ତି ।

Advertisment

ସୂଚନା ଅନୁସାରେ, କେନ୍ଦ୍ରମନ୍ତ୍ରୀ କପିଲ୍‌ ପାଟିଲ ମହାରାଷ୍ଟ୍ର ଠାଣେ ସ୍ଥିତ କଲ୍ୟାଣ ସହରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ମନ୍ତବ୍ୟ ଦେଇଛନ୍ତି । କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, “ମୋଦି କେବଳ ଆଳୁ ଓ ପିଆଜ ଦାମ୍‌ କମାଇବା ପାଇଁ ପ୍ରଧାନମନ୍ତ୍ରୀ ହୋଇନାହାଁନ୍ତି । ପିଆଜ ଦାମ୍‌ ବୃଦ୍ଧି ହେଲେ ଲୋକମାନେ ଅଭିଯୋଗ କରନ୍ତି ହେଲେ ସେମାନେ ମଟନ ଏବଂ ପିଜ୍ଜାକୁ ଅଧିକ ମୂଲ୍ୟରେ କିଣିବା ପାଇଁ ଆଦୌ ସଙ୍କୋଚ କରନ୍ତି ନାହିଁ । ହେଲେ ଜରୁରୀ ସାମଗ୍ରୀର ମୂଲ୍ୟ ବଢ଼ିଲେ କେହି ସମର୍ଥନ କରନ୍ତି ନାହିଁ” ।

ଏହାସହ ସେ କହିଛନ୍ତି ଯେ, ‘ଦେଶର ନାଗରିକ ସଂଶୋଧନ ଅଧିନିୟକ, ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଓ ୩୫-A ଉଚ୍ଛେଦ ଭଳି ଐତିହାସିକ ପଦକ୍ଷେପ ନେଇଛନ୍ତି । ଆସନ୍ତା ୨୦୨୪କୁ ପାକିସ୍ତାନ ଅଧିକୃତ କାଶ୍ମୀର ମଧ୍ୟ ସମ୍ଭବତଃ ଭାରତର ଅଂଶ ହୋଇଯିବ ।’ କେନ୍ଦ୍ରମନ୍ତ୍ରୀଙ୍କ ଏହି ମନ୍ତବ୍ୟ ସାଧାରଣ ତଥା ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ଲୋକମାନେ ୭୦୦ ଟଙ୍କା ମୂଲ୍ୟରେ କେଜି ମାଂସ ଓ ୬୦୦ -୭୦୦ ଟଙ୍କା ଦେଇ କିଣୁଛନ୍ତି ପିଜ୍ଜା । ହେଲେ ୧୦ ଟଙ୍କାରେ ପିଆଜ ଓ ୪୦ ଟଙ୍କାରେ ବିଲାତି କିଣିବା ଆମକୁ ମହଙ୍ଗା ପଡିଯାଉଛି ଯଦି କୌଣସି ଜିନିଷର ମୂଲ୍ୟ ବୃଦ୍ଧି ପଛର କାରଣ ନ ଜାଣନ୍ତି ତେବେ ତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କରିବୁ ନାହିଁ” ।

Narendra Modi India Union Minister Pakistan
Advertisment
Advertisment