Advertisment

ମାତ୍ର ୬,୨୦୦ ଟଙ୍କାରେ iPhone 13 ଭଳି ଦେଖାଯାଉଥିବା ଫୋନ୍‌ ଲଞ୍ଚ କଲା Gionee

ଆପଣ iPhone 13କୁ ମାତ୍ର ୬,୨୦୦ ଟଙ୍କାରେ କିଣିପାରିବେ ! କଥା ଶୁଣିକି ଅଜବ ଲାଗୁଥିଲେ ମଧ୍ୟ ଏହାକୁ କିଣିବା ମଧ୍ୟ ଏକ ପ୍ରକାର ଅଜବ ଭଳି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Gionee G13 Pro

Gionee G13 Pro

ଅଧିକ ଡିମାଣ୍ଡରେ ଥିବା Apple iPhone 13 ଗତ‍ବର୍ଷ ଲଞ୍ଚ୍‌ ହୋଇଥିଲା। ଏହାର ଡିଜାଇନ୍‌ଠୁ ଆରମ୍ଭ କରି ଟେକ୍‌ନିକ୍‌ ସବୁକିଛି ହାଇ କ୍ଲାସ୍‌। ତେବେ ଏହାର ଦାମ୍‌ ଅଧିକ ହୋଇଥିବାରୁ ସମସ୍ତଙ୍କ ପକ୍ଷେ ଏହା କିଣିବା ସମ୍ଭବପର ନୁହେଁ। ହେଲେ ଆପଣ ଜାଣନ୍ତି କି, ଆପଣ iPhone 13କୁ ମାତ୍ର ୬,୨୦୦ ଟଙ୍କାରେ କିଣିପାରିବେ ! କଥା ଶୁଣିକି ଅଜବ ଲାଗୁଥିଲେ ମଧ୍ୟ ଏହାକୁ କିଣିବା ମଧ୍ୟ ଏକ ପ୍ରକାର ଅଜବ ଭଳି। 

Advertisment

ଘଟଣାଟି ହେଲା, ଚୀନରେ Gionee ଏହାର 13 Pro ଲଞ୍ଚ୍‌ କରିଛି। Gionee 13 Pro ଫୋନ୍‌ Apple iPhone 13 ଭଳି ଦେଖିବାକୁ ହୋଇଥିବା ବେଳେ ଫୋନ୍‌ରେ HarmonyOS ରହିଛି। ଲୋକଙ୍କ କହିବା ଅନୁସାରେ, Gionee 13 Proକୁ ବର୍ତ୍ତମାନର ସବୁଠାରୁ iPhone-ey iPhone clone ବୋଲି କୁହାଯାଉଛି। ଫୋନ୍‌କୁ iPhone 13 ଭଳି ଡିଜାଇନ୍‌ କରାଯାଇଛି। ସବୁଠାରୁ ବଡ଼ କଥା, Gionee 13 Proର ଦାମ୍‌ Apple iPhone 13ର ଦାମ୍‌ ଠାରୁ ଯଥେଷ୍ଟ କମ୍‌। ଏହାକୁ ଆପଣ ୬,୨୦୦ ଟଙ୍କାରେ କିଣିପାରିବେ। ତେବେ ଏହା ଆଣ୍ଡ୍ରଏଡ୍‌ ଫୋନ୍‌ ନୁହେଁ।   

Gionee 13 Proରେ କ’ଣ ସବୁ ଫିଚର୍ସ ରହିଛି, ଜାଣନ୍ତୁ...

  •  Gionee 13 Proରେ iPhone 13 ଭଳି କ୍ୟାମେରା ରହିଛି। ଏହାସହ LED ଫ୍ଲାଶ୍‌ ମଧ୍ୟ ରହିଛି। ଏହାର ପ୍ରାଇମେରୀ କ୍ୟାମେରା ୧୩ ମେଗାପିକ୍ସେଲ
  •  ୬.୨୬ ଇଞ୍ଚ୍‌ର LCD ସ୍କ୍ରିନ୍‌ ସହ  HD+Resolution 
  •  ଏଥିରେ ଫିଙ୍ଗର୍‌ ପ୍ରିଣ୍ଟ୍‌ ସ୍କାନର ନାହିଁ। କିନ୍ତୁ ଏହି ଫୋନ୍‌ରେ ପେସ୍‌ ଅନ୍‌ଲକ୍‌ ସର୍ପୋଟ କରିଥାଏ।
  • ଏହି ଫୋନ୍‌ରେ Unisoc T310 ପ୍ରୋସେସର ବ୍ୟବହାର କରାଯାଇଛି
  • 4GB RAM ଓ 128GB ପର୍ଯ୍ୟନ୍ତ ଷ୍ଟୋରେଜ ଅପ୍‌ସନ୍‌ ରହିଛି। 3,5000mAh ବ୍ୟାଟେରୀ ଥିବାବେଳେ USB-C ପୋର୍ଟରୁ ଫୋନ୍‌ ଚାର୍ଜ ହୋଇପାରିବ।
  • ଫୋନ୍‌ରେ HarmonyOS କାର୍ଯ୍ୟ କରୁଥିବା ବେଳେ HMS (Huawei Mobile Services) ଆକ୍ସେସ୍‌ ଦିଆଯାଇଛି
Advertisment
IPhone 13 Gionee Gionee 13 Pro
Advertisment
Advertisment