Advertisment

ପୁଣି ବଢିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ

ପୁଣି ବଢିଲା ସୁନାର ଦର । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦାମ୍‌ ୪୭,୪୮୯ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍‌ ସୁନା ଦାମ୍‌ ୫୧,୮୪୦ ଟଙ୍କା ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୭୧,୫୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

author-image
Pallipuspa Samal
ଅଦ୍ୟତନ ହୋଇଛି
gold price today

gold price today

ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦାମ୍‌ ୪୭,୪୮୯ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍‌ ସୁନା ଦାମ୍‌ ୫୧,୮୪୦ ଟଙ୍କା ରହିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୮, ୬୦୦ ଓ ୫୩,୦୨୦ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୮, ୬୦୦ ଟଙ୍କା ଓ ୫୩,୦୨୦ ଟଙ୍କା ରହିଛି।

Advertisment

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି।  ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ ସୁନା ଦାମ୍‌ ୪୮,୬୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ଦାମ୍‌ ୫୩,୦୨୦ ରହିଛି। ଗତକାଲି ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮, ୨୫୦ ଥିବା ବେଳେ ୨୪ କ୍ୟାରେଟ୍ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୫୨,୬୩୦ ଟଙ୍କା ରହିଥିଲ। ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ମୂଲ୍ୟ ୪୯, ୪୦୮ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ମୂଲ୍ୟ ୫୩, ୯୦୦ ଟଙ୍କା ହୋଇଛି।  ସେହିପରି ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୮, ୬୦୦ ଓ ୫୩,୦୨୦ଟଙ୍କା ରହିଛି ।

ଆଜି ରୁପା କିଲୋଗ୍ରାମ ପ୍ରତି ୭୧,୫୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି। ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ ।

Advertisment
Gold Price Today
Advertisment
Advertisment