• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଯାତ୍ରୀମାନଙ୍କୁ ଉନ୍ନତ ସୁବିଧା ଯୋଗାଇବା ପାଇଁ ଭାରତୀୟ ରେଳ ନିରନ୍ତର ପ୍ରୟାସ ଜାରି ରଖିଛି । ଏହି କ୍ରମରେ ଭାରତୀୟ ରେଳ ନଆ ଭିଷ୍ଟାଡୋମ୍ କୋଚ୍ ପ୍ରସ୍ତୁତ କରିଛି । ଯାହା କି ଏବେସୁଦ୍ଧା ଭାରତର ସବୁଠାରୁ ଅତ୍ୟାଧୁନିକ ବା ହାଇ-ଟେକ୍ ରେଳ କୋଚ୍ । ଏପ୍ରିଲ ୧୧ରୁ ପଶ୍ଚିମ ରେଳ ଜୋନର ଟ୍ରେନ ନମ୍ବର 12009/10 ମୁମ୍ବାଇ ସେଣ୍ଟ୍ରାଲ-ଗାନ୍ଧିନଗର ଶତାବ୍ଦୀ ଏକ୍ସପ୍ରେସରେ ଏହି କୋଚ ଯୋଡ଼ାଯାଇଛି ।

ଏହି ଟ୍ରେନ୍ ପାଇଁ ବୁକିଂ ୦୯ ଏପ୍ରିଲ ୨୦୨୨ ରୁ ଆରମ୍ଭ ହୋଇଛି । ଭିଷ୍ଟାଡୋମ୍‌ କୋଚ୍‌ରେ ମାତ୍ର ୪୪ ଜଣ ଯାତ୍ରୀ ଯାତ୍ରା କରିପାରିବେ । ଭିଷ୍ଟାଡୋମ କୋଚ ଦେଖିଲେ ଯାତ୍ରୀମାନେ ଏଥିରେ ଯାତ୍ରା କରିବା ପାଇଁ ଆକୃଷ୍ଟ ହୋଇଥାନ୍ତି । ଏହି କୋଚ୍‌ର ଛାତରେ ଟ୍ରାନ୍ସପରେଣ୍ଟ ଗ୍ଲାସ୍‌ ଲାଗିଛି । ଯାହାଫଳରେ ଜଣେ ଯାତ୍ରୀ କୋଚ୍‌ ଭିତରେ ଚେୟାରରେ ବସି ଆକାଶ ଦେଖିପାରିବ । ଖାଲି ସେତିକି ନୁହେଁ, ଯାତ୍ରୀମାନେ ବ୍ରିଜ୍, ଟନେଲ୍, ପର୍ବତ ଏବଂ ସବୁଜ ଜଙ୍ଗଲ ତଥା ଟ୍ରେନ୍‌ ଲାଇନ୍‌ ପାଖ ସମସ୍ତ ଦୃଶ୍ୟ ଦେଖିପାରିବେ ।

ଆସନ୍ତୁ ଜାଣିବା ଭିଷ୍ଟାଡୋମ୍‌ କୋଚ୍‌ର କିଛି ବିଶେଷତ୍ୱ ।

  • ନୂଆ ଭିଷ୍ଟାଡୋମ୍ କୋଚ୍‌ର କାଚରେ ତିଆରି ଛାତ, କାଚ ଝରକା ଏବଂ ୧୮୦ ଡ଼ିଗ୍ରୀ ପର୍ଯ୍ୟନ୍ତ ବୁଲିପାରୁଥିବା ସିଟ୍ ସୁବିଧା ରହିଛି ।
  • ଯାତ୍ରୀମାନଙ୍କ ସୁବିଧା ପାଇଁ ଏହି କୋଚରେ ୱାଇ-ଫାଇର ମଧ୍ୟ ସୁବିଧା ରହିଛି ।
  • ପର୍ଯ୍ୟବେକ୍ଷଣ ଲାଉଞ୍ଜରେ ଏକ ବଡ଼ ୱିଣ୍ଡୋ ରହିଛି । ନିରାପତ୍ତା ଦୃଷ୍ଟିରୁ ୱିଣ୍ଡୋ ଗ୍ଲାସ୍ ସିଟ୍ ସହିତ ଲାମିନେଟ୍ ହୋଇଛି ।
  • ଭିଷ୍ଟାଡୋମ୍‌ କୋଚ୍‌ରେ ଏୟାର ସ୍ପ୍ରିଙ୍ଗ ସସ୍‌ପେନ୍‌ସନ୍‌ର ସୁବିଧା ମଧ୍ୟ ରହିଛି । ସମସ୍ତ ସିଟ୍ ତଳେ ମୋବାଇଲ୍ ଚାର୍ଜ କରିବା ପାଇଁ ପଏଣ୍ଟ ମଧ୍ୟ ଦିଆଯାଇଛି ।

 

  • ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଡିଜିଟାଲ୍ ଡିସପ୍ଲେ ଏବଂ ସ୍ପିକର ଲଗାଯାଇଛି । ଯାହାଦ୍ୱାରା ଯାତ୍ରୀମାନେ ମନ ମୁତାବକ ଗୀତ ଶୁଣି ଆନନ୍ଦ ନେପାରିବେ ବା ଦେଖିପାରିବେ ।
  • ମେଟ୍ରୋ ଟ୍ରେନ୍‌ ଭଳି, ଏହି କୋଚଗୁଡ଼ିକରେ ମଧ୍ୟ ସ୍ୱୟଂଚାଳିତ ସ୍ଲାଇଡିଂ ଡୋର ଏବଂ ଜିପିଏସ୍ ସିଷ୍ଟମ ଲଗାଯାଇଛି ।
  • ଯାତ୍ରୀମାନଙ୍କ ପାଇଁ ମିନି ପ୍ୟାଣ୍ଟ୍ରି, ମାଇକ୍ରୋୱେଭ୍ ଓଭନ, କଫି ମେକର, ୱାଟର କୁଲର୍, ଫ୍ରିଜ୍ ଏବଂ ୱାଶ୍ ବେସିନର ସୁବିଧା ମଧ୍ୟ ରହିଛି ।
  • ସମସ୍ତ କୋଚରେ ସିସିଟିଭି କ୍ୟାମେରା ଏବଂ ଏଫଆରପି ମଡ୍ୟୁଲାର ଟଏଲେଟର ସୁବିଧା ରହିଛି।