Advertisment

ରୋପୱେ ଦୁର୍ଘଟଣା ଯୋଗୁଁ ୨୦୦୦ ଫୁଟ୍ ଉପରେ ଫସି ରହିଛନ୍ତି ୪୦ରୁ ଅଧିକ ପର୍ଯ୍ୟଟକ : ବାୟୁସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

ଝାଡ଼ଖଣ୍ଡର ଦେବଘର ନିକଟ ତ୍ରିକୁଟ ପାହାଡ଼ ଶିଖରରେ ଥିବା ରୋପୱେରେ ଗତକାଲି କିଛି ଟ୍ରଲି ମଧ୍ୟରେ ଦୁର୍ଘଟଣା ଘଟିଛି।

author-image
Prangyan Parimita
ଅଦ୍ୟତନ ହୋଇଛି
jharkhand-trikut-pahar-ropeway-accident

jharkhand-trikut-pahar-ropeway-accident

ଝାଡ଼ଖଣ୍ଡ ଦେବଘର ନିକଟ ତ୍ରିକୁଟ ପାହାଡ଼ ଶିଖରରେ ବଡ଼ ଦୁର୍ଘଟଣା । ରବିବାର ବିଳମ୍ବିତ ରାତିରେ ପର୍ଯ୍ୟଟକଙ୍କ ପାଇଁ ଚାଲୁଥିବା ରୋପୱେର ଅନେକ ଟ୍ରଲି ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୮ ଜଣ ଫଶି ରହିଛନ୍ତି । ବର୍ତ୍ତମାନ ପର୍ବତ ଶିଖରରେ ଅଟକି ରହିଥିବା ଲୋକଙ୍କୁ ପ୍ରଶାସନ ଡ୍ରୋନ୍ ମାଧ୍ୟମରେ ଖାଦ୍ୟ ଏବଂ ଜଳ ପଠାଉଛି । ରବିବାର ସନ୍ଧ୍ୟା ଠାରୁ ୧୮ ଘଣ୍ଟା ହେଲା ୪୮ ଜଣ ଲୋକ ଟ୍ରଲିରେ ଫସି ରହିଛନ୍ତି । ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ବର୍ତ୍ତମାନ ଭାରତୀୟ ବାୟୁସେନାର ଦୁଇଟି MI-17 ହେଲିକପ୍ଟର କାମରେ ଲାଗିଛି । ପରସ୍ଥିତିକୁ ଦେଖି ଘଟଣାସ୍ଥଳରେ ୧୪୪ଧାରା ଜାରି କରାଯାଇଛି ।

Advertisment

ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ NDRF ଟିମ୍ ଲଗାତାର ଉଦ୍ଧାର କାର୍ଯ୍ୟ ଚଳାଇଛି । ଲୋକଙ୍କୁ ଆଣିବା ପାଇଁ ହେଲିକପ୍ଟରର ସାହାଯ୍ୟ ମଧ୍ୟ ନିଆଯାଉଛି । ତେବେ ହେଲିକପ୍ଟରର ପାଖାପାଖି ହେବା ସମମରେ ପ୍ରବଳ ପବନ ବହୁଥିବାରୁ ଟ୍ରଲିଗୁଡିକ ହଲୁଛି, ଏଥିପାଇଁ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ସମସ୍ୟା ହେଉଛି । ବର୍ତ୍ତମାନ ସମୟରେ ଦେବଘର ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଯଥାଶୀଘ୍ର ସ୍ଥାନାନ୍ତର କରିବାକୁ ଚେଷ୍ଟା କରୁଛନ୍ତି ।

ରବିବାର ଦିନ ରାମ ନବମୀ ଅବସରରେ ତ୍ରିକୁଟରେ ବହୁ ଲୋକଙ୍କ ସମାଗମ ହୋଇଥିଲାଏବଂ ରୋପୱେରେ ବୁଲିବା ପାଇଁ ଯାଉଥିଲେ ପର୍ଯ୍ୟଟକ । ହଠାତ୍ ରୋପୱେର ଟ୍ରଲି ପରସ୍ପର ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ହୋଇଥିଲା । ଉକ୍ତ ସମୟରେ ଉକ୍ତ ଟ୍ରଲିରେ ୫ ଯାତ୍ରୀ ଥିବା ବେଳେ ସେମାନେ ଗୁରୁତର ଆହତ ହୋଇଥିଲେ, ଜଣଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକ ଓ ରୋପୱେ କର୍ମୀ ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି।

Advertisment

 ରାତି ସାରା ପାହାଡ଼ ମଝିରେ ଅଟକି ରହିଥିବାରୁ ସେମାନେ ଖୁବ୍‌ ଭୟଭୀତ ହୋଇପଡ଼ିଛନ୍ତି। ସେମାନଙ୍କ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଥିବା ବେଳେ ଏଥିରେ ଭାରତୀୟ ବାୟୁସେନା, ଆଇଟିବିପି, ଏନଡିଆରଏଫ ଟିମ୍‌ ମିଳିତ ଭାବେ ପ୍ରୟାସ କରୁଛନ୍ତି।

Deoghar Ropeway Accident
Advertisment
Advertisment