• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆନ୍ଧ୍ରପ୍ରଦେଶ ତିରୁପତି ମନ୍ଦିରରେ ଦଳାଚକଟା । ଏଥିରେ ୩ ଜଣ ଭକ୍ତ ଆହତ ହୋଇଥିବା ସୂଚନା ମିଳିଛି । ଆଜି ସକାଳେ ଏହି ଅଘଟଣ ଘଟିଛି ।

ସୂଚନା ଅନୁସାରେ, ଠାକୁରଙ୍କୁ ଦର୍ଶନ କରିବା ପାଇଁ ସର୍ବଦର୍ଶନ ଟିକଟ କାଟିବା ଲାଗି କାଉଣ୍ଟରରେ ଭିଡ଼ ହୋଇଥିଲା । ବହୁ ଭକ୍ତ ଏହି ଟିକଟ କାଟି ବାଲାଜୀଙ୍କୁ ଦର୍ଶନ କରିବାକୁ ବ୍ୟଗ୍ର ଥିଲେ । ଏଥିରୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି ।

ଭିଡ଼କୁ ଦେଖି ମନ୍ଦିର କର୍ତ୍ତୁପକ୍ଷ ବିନା ଟିକଟରେ ମନ୍ଦିର ପରିସରକୁ ଭକ୍ତଙ୍କୁ ଛଡିଛନ୍ତି । ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ମନ୍ଦିର କର୍ତ୍ତପକ୍ଷଙ୍କ ତରଫରୁ କୁହାଯାଇଛି ।