• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Pushkar Dhami is going to take oath
ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଧାମି

ଆସନ୍ତାକାଲି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପୁଷ୍କର ସିଂ ଧାମି। ଡେରାଡୁନ୍ ପରେଡ୍ ଗ୍ରାଉଣ୍ଡରେ ଅପରାହ୍ଣ ୩ଟା ୩୦ରେ ଶପଥଗ୍ରହଣ ସମାରୋହ ହେବ। ଏଥିରେ ରାଜ୍ୟପାଳ ଧାମିଙ୍କୁ ଶପଥ ପାଠ କରାଇବେ। ଧାମିଙ୍କ ସହ ତାଙ୍କ କ୍ୟାବିନେଟ୍‌ର ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିବେ।

LPG Price Hike
ରୋଷେଇ ଘରକୁ ମହଙ୍ଗା ମାଡ଼, ପେଟ୍ରୋଲ, ଡିଜେଲ ସାଙ୍ଗକୁ ବଢ଼ିଲା ଏଲପିଜି ସିଲିଣ୍ଡର ଦର

ମହଙ୍ଗା ହେଲା ଏଲପିଜି ସିଲିଣ୍ଡର ଦର । ଏଲପିଜି ସିଲିଣ୍ଡର ଦର ୫୦ ଟଙ୍କା ବଢ଼ିଲା, ଦର ବୃଦ୍ଧି ପରେ ଦିଲ୍ଲୀରେ ଗ୍ୟାସ୍ ସିଲିଣ୍ଡର ଦାମ୍ ୯୪୯.୫୦ ଟଙ୍କା ପହଞ୍ଚିଛି ।

Abhisek banerjee
କୋଇଲା ସ୍କାମ ମାମଲାରେ ଇଡିର ସମନ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତାଙ୍କ ପୁତୁରା

ଆବେଦନଟି ମାର୍ଚ୍ଚ ୧୧ରେ ଦିଲ୍ଲୀ ହାଇକୋର୍ଟରେ ଖାରଜ ହୋଇ ଯାଇଥିଲା । ଏହା ପରେ ଇଡି ପକ୍ଷରୁ ଅଭିଷେକ ଏବଂ ତାଙ୍କ ପତ୍ନୀଙ୍କୁ ଏକ ଫ୍ରେସ୍ ସମନ କରାଯାଇଥିଲା । ଉଭୟଙ୍କୁ ପୁଣି ଦିଲ୍ଲୀରେ ହାଜର ହେବା ପାଇଁ ନୋଟିସ ହୋଇଛି ।

antiquities
ଅଷ୍ଟ୍ରେଲିଆ ଫେରାଇଲା ୨୯ ପ୍ରାଚୀନ ମୂର୍ତ୍ତି

ଭାରତକୁ ୨୯ଟି ପ୍ରାଚୀନ ମୂର୍ତ୍ତି, ଚିତ୍ର ଓ ଫଟୋ ଆଦି ଫେରାଇଲା ଅଷ୍ଟ୍ରେଲିଆ । ଶହ ଶହ ବର୍ଷ ପୁରୁଣା ଏହିସବୁ କିର୍ତ୍ତୀରାଜି ବେଆଇନ ଭାବେ ଭାରତ ବାହାରକୁ ଯାଇଥିଲା ।

Pramod Sawant declared Goa chief minister
ଗୋଆର ମୁଖ୍ୟମନ୍ତ୍ରୀ ପଦରେ ବସିବେ ପ୍ରମୋଦ ସାୱନ୍ତ

ଗୋଆର ନୂଆ ମୁଖ୍ୟମନ୍ତ୍ରୀ ହେବେ ପ୍ରମୋଦ ସାୱନ୍ତ। ବିଜେପି ବିଧାନସଭା ପାର୍ଟି ବୈଠକରେ ସେ ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହେବା ସହିତ ମୁଖ୍ୟମନ୍ତ୍ରୀ ପାଇଁ ତାଙ୍କ ନାମରେ ମୋହର ବାଜିଛି।

Punjab AAP
ଆପ୍‌ରୁ ହରଭଜନ ସିଂହଙ୍କ ସମେତ ୪ ଜଣ ରାଜ୍ୟସଭା ଯିବେ

ପୂର୍ବତନ କ୍ରିକେଟର ହରଭଜନ ସିଂହ, ଆଇଆଇଟି ପ୍ରଫେସର ସନ୍ଦୀପ ପାଠକ, ଶିକ୍ଷାବିତ ଅଶୋକ କୁମାର ମିତ୍ତଲ ଏବଂ ଦିଲ୍ଲୀ ବିଧାୟକ ରାଘବ ଚଡ୍ଡା ରାଜ୍ୟସଭା ଯିବେ। ଆମଆଦୀମ ପାର୍ଟି ପକ୍ଷରୁ ମନୋନିତ ହୋଇଥିବା ଏହି ୪ ଜଣ ପଞ୍ଜାବ ବିଧାନସଭାରୁ ସଂସଦର ଉପର ଗୃହକୁ ଯିବେ।

Pushkar Singh Dhami announced as the leader of uttarakhand
ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ଧାମି

ଉତ୍ତରାଖଣ୍ଡକୁ ମିଳିଗଲା ନୂଆ ମୁଖ୍ୟମନ୍ତ୍ରୀ। ପୁଷ୍କର ସିଂ ଧାମି ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ଏହା ସହିତ ସେ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବା ନେଇ ମୋହର ଲାଗିଛି।

Pushkar Singh Dhami
ଦ୍ୱିତୀୟ ଥର ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ସିଂହ ଧାମି

ପୁଷ୍କର ସିଂହ ଧାମି କ୍ରମାଗତ ଦ୍ୱିତୀୟ ଥର ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହେବେ । ଧାମିଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ନେତୃତ୍ୱରେ ଉତ୍ତରାଖଣ୍ଡରେ ଦ୍ରୁତ ଅଗ୍ରଗତି ଆସିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ତଥା ଉତ୍ତରାଖଣ୍ଡ ପାଇଁ ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ।

Viral Boy Pradeep
ରାତାରାତି ହିରୋ ହେଲେ ପ୍ରଦୀପ, ରାତିରେ ଦୌଡ଼ି ଦୌଡ଼ି ଯାଉଥିଲେ ଘରକୁ ! ଭିଡିଓ ଭାଇରାଲ

ତାଙ୍କର ଦୌଡ଼ିବା ଭିଡିଓକୁ ଚଳଚ୍ଚିତ୍ର ନିର୍ମାତା ତଥା ଲେଖକ ବିନୋଦ କାପ୍ରି ଟ୍ୱିଟ୍‌ କରିବା ପରେ ରାତାରାତି ‌ହିରୋ ପାଲଟିଛନ୍ତି ପ୍ରଦୀପ । କେବଳ ହିରୋ ପାଲିଟିଛନ୍ତି ତାହା ନୁହେଁ ବରଂ ପ୍ରଦୀପଙ୍କୁ ସାହାଯ୍ୟର ସୁଅ ଛୁଟିଛି ।

 Baba Balia Receives Padma Shri Award
ବିଶିଷ୍ଟ ଓଡ଼ିଆଙ୍କୁ ମିଳିଲା ପଦ୍ମଶ୍ରୀ

ବିଶିଷ୍ଟ ଓଡ଼ିଆଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ। ବାବା ବଳିଆ, ଶାସ୍ତ୍ରୀୟ ସଂଗୀତ ଗାୟିକା ଶ୍ୟାମାମଣି ଦେବୀ, ସାହିତ୍ୟିକ ନରସିଂହ ପ୍ରସାଦ ଗୁରୁଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି।

BJP Leader Chandrakant Patil
କେତେ ଘଣ୍ଟା ଶୁଅନ୍ତି ମୋଦି ? ବଡ଼ ଖୁଲାସା କରିଛନ୍ତି ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ୍‌

ପ୍ରଧାନମନ୍ତ୍ରୀ ଦେଶ ପାଇଁ ପ୍ରତି ମୁହୂର୍ତ୍ତରେ କାମ କରୁଛନ୍ତି । ନିଦ୍ରାକୁ ବାଧା ଦେଇ କିଭଳି ଦେଶ ପାଇଁ ୨୪ ଘଣ୍ଟା କାମ କରି ହେବ, ସେଥିପାଇଁ ସେ ଉଦ୍ୟମ ଚଳାଇଛନ୍ତି ।

19 Year Old Running In Midnight
ରାତି ୧୨ଟାରେ ରାସ୍ତାରେ ଦୌଡ଼ୁଥିଲେ ଯୁବକ: ରାତାରାତି ବନିଗଲେ ହିରୋ

କାନ୍ଧରେ ବ୍ୟାଗ୍‌,ହାଫ୍ ପ୍ୟାଣ୍ଟ୍‌ ଓ ଫୁଲ୍ ଟି-ସାର୍ଟ ପିନ୍ଧି ରାସ୍ତାରେ ଦୌଡ଼ୁଛନ୍ତି ଯୁବକ। କାର୍‌ରେ ଘର ପର୍ଯ୍ୟନ୍ତ ଯିବା ପାଇଁ ତାଙ୍କୁ ଅଫର୍‌ ମଧ୍ୟ ମିଳିଥିଲା। ହେଲେ ଏହାକୁ ସେ ମନା କରି ଦେଇଥିଲେ। ଯାହାର କାରଣ ଜାଣିଲେ ଆପଣ ମଧ୍ୟ ଯୁବକଙ୍କୁ ପ୍ରଶଂସା କରିବାରେ ପଛାଇବେ ନାହିଁ।

zelensky and putin
ମୁଣ୍ଡ ନୁଆଁଉନି ୟୁକ୍ରେନ, ଅଧିକ ଆକ୍ରମଣାତ୍ମକ ହେଲେ ପୁଟିନ୍

ୟୁକ୍ରେନର ଅଧିକାଂଶ ବଡ଼ ବଡ଼ ସହରରେ ଜୋରଦାର ଆକ୍ରମଣ ଜାରି ରହିଛି।

naveen shekharappa
ୟୁକ୍ରେନରୁ ଭାରତ ଫେରିଲା ଏକମାତ୍ର ଭାରତୀୟ ଡାକ୍ତରୀ ଛାତ୍ରଙ୍କ ପାର୍ଥୀବ ଶରୀର

ମରଶରୀର ବିଳମ୍ବରେ ପହଞ୍ଚିଥିବା ଯୋଗୁଁ ଦୁଃଖ ବ୍ୟକ୍ତ କରିଛନ୍ତି ତାଙ୍କ ବାପା। 

Pilot Mahasweta Chakraborty Evacuated 800 Students From War
ଯୁଦ୍ଧ ମୈଦାନର ସାରଥି: ଘନ ଘନ ବୋମାବର୍ଷଣ ବେଳେ ୮୦୦ ପିଲାଙ୍କ ଜୀବନ ବଞ୍ଚାଇଲେ ମହିଳା ପାଇଲଟ୍‌

ଯୁଦ୍ଧ ମୈଦାନର ସାରଥି। ୟୁକ୍ରେନ ଉପରେ ଘନ ଘନ ବୋମାବର୍ଷଣ କରୁଥିଲା ଋଷିଆ। ଆଉ ସେଇ କଠିନ ସ୍ଥିତିରେ ମହିଳା ପାଇଲଟ୍‌ ମହାଶ୍ୱେତା ୮୦୦ ପିଲାଙ୍କୁ ଉଦ୍ଧାର କରିଥିଲେ।

Karnataka High Court Chief Justice Ritu Raj Awasthi
ହିଜାବ ନିଷ୍ପତ୍ତି ଶୁଣାଇଥିବା ଜଜ୍‌ଙ୍କୁ ୱାଇ ପ୍ଲସ୍ ସୁରକ୍ଷା : କିଛି ଦିନ ପୂର୍ବରୁ ମିଳିଥିଲା ହତ୍ୟା ଧମକ

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଏସମ୍ପର୍କରେ ନିଜ ମତ ଦେଇଛନ୍ତି । ହିଜାବ ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଥିବା ତିନିଜଣ ବିଚାରପତିଙ୍କୁ 'Y' ବର୍ଗର ସୁରକ୍ଷା ଦେବାକୁ ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି ।

Football gallery collapses in Malappuram
ଷ୍ଟାଡିୟମରେ ଚାଲିଥିଲା ଫୁଟ୍‌ବଲ୍‌ ମ୍ୟାଚ୍‌, ହଠାତ୍‌ ଲୋକଙ୍କ ଉପରେ ଭୁଶୁଡ଼ି ପଡ଼ିଲା ଅସ୍ଥାୟୀ ଗ୍ୟାଲେରୀ

ଫୁଟ୍‌ବଲ୍‌ ମ୍ୟାଚ୍‌ ଚାଲିଥିବା ବେଳେ ଅସ୍ଥାୟୀ ଗ୍ୟାଲେରୀ ଭୁଶୁଡ଼ି ପଡ଼ିବା ଯୋଗୁ ପାଖାଖି ୨୦୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ଜଣ ଗୁରୁତର ଅଛନ୍ତି। ମ୍ୟାଚ୍‌ ଚାଲି ଥିବାବେଳେ ହଠାତ୍‌ ଗ୍ୟାଲେରୀଟି ଭୁଶୁଡ଼ି ପଡ଼ିଥିଲା। 

CRPF may not be needed in Kashmir in few years, says Union Home Minister
ଅମିତ ଶାହଙ୍କ ବଡ଼ ବୟାନ: ଖୁବ୍‌ଶୀଘ୍ର ଏହି ୩ ଅଞ୍ଚଳରେ ଫେରିବ ଚିରଶାନ୍ତି

ଆଉ କିଛି ବର୍ଷ ମଧ୍ୟରେ ଜାମ୍ମୁ-କାଶ୍ମୀର, ଉତ୍ତର ପୂର୍ବାଞ୍ଚଳ ଓ ମାଓପ୍ରବଣ ଅଞ୍ଚଳରେ ଫେରିବ ଚିରଶାନ୍ତି। ଏଭଳି ଶାନ୍ତି ଆସିବ ଯେ, ସେଠାରେ ଆଉ CRPFଙ୍କୁ ମୁତୟନ କରିବାକୁ ପଡ଼ିବ ନାହିଁ। 

Indo-Japan
ଭାରତ-ଜାପାନ ମଧ୍ୟରେ ଘନିଷ୍ଠ ଭାଗିଦାରୀ ଅତ୍ୟନ୍ତ ଜରୁରୀ: ଜାପାନ ପ୍ରଧାନମନ୍ତ୍ରୀ

ଭାରତରେ ଜାପାନ କମ୍ପାନୀଙ୍କୁ ଅବଶ୍ୟ ସହଯୋଗ ପ୍ରଦାନ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ।

  • Saturday, 19 March 2022
Jammu Kashmir Terrorism act
କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତାଙ୍କ ନାଁରେ ଚାର୍ଜ ଫ୍ରେମ୍

ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇବା ମାମଲାରେ କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତାଙ୍କ ନାଁରେ ଚାର୍ଜ ଫ୍ରେମ୍ କରାଯିବ ।

ACCIDENT
ବସ୍ ଓଲଟି ୮ ମୃତ, ୨୦ରୁ ଊର୍ଦ୍ଧ୍ୱ ଗୁରୁତର

ତୁମକୁର୍ ଜିଲ୍ଲାର ପାଗୱାଡ଼ା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ବସ୍ ।

Pakistan Test Fires Missile
ପୁଣି ବେଜିତ୍‌ ହେଲା ପାକିସ୍ତାନ, ମିଜାଇଲ ପରୀକ୍ଷା ପୂର୍ବରୁ ଫୁସୁକି ଗଲା...

ଅନ୍ତର୍ଜାତୀୟ ସ୍ତରରେ ପୁଣି ବେଜିତ୍‌ ହେଲା ପାକିସ୍ତାନ। ଏତେ ପାରିବାର ବୈଜ୍ଞାନିକ ଯେ, ପରୀକ୍ଷା କରିବା ପୂର୍ବରୁ ହିଁ ଫୁସୁକି ଗଲା ମିଜାଇଲ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ

Yogi Adityanath
ଆସନ୍ତା ଶୁକ୍ରବାର ୟୁପିରେ ନୂଆ ଫର୍ଦ୍ଦ ଯୋଡିବେ ବୁଲଡ଼ୋଜର ବାବା

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୁଲଡୋଜର ବାବା ଭାବେ ପରିଚିତ ଯୋଗୀ ଆଦିତ୍ୟନାଥ ।

Pilot Mahasweta Chakraborty
ଯୁଦ୍ଧ ମଇଦାନର ସାରଥୀ ! ଘନ ଘନ ବୋମା ବର୍ଷଣ ବେଳେ ୮୦୦ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କଲେ

କୋଲକତାର ମୂଳବାସିନ୍ଦା ୨୪ ବର୍ଷୀୟ ମହାଶ୍ୱେତା ଚକ୍ରବର୍ତ୍ତୀ । ଯିଏ କି ପେଶାରେ ଜଣେ ପାଇଲଟ ।