Advertisment

ଜୁଲାଇ ୧ରୁ କାର୍ଯ୍ୟ ଅବଧି ୮ ପରିବର୍ତ୍ତେ ୯ରୁ ୧୨ ଘଣ୍ଟା ହେବ

୧ରୁ ଲାଗୁହେବ ନୂଆ ଶ୍ରମ ଆଇନ। ଏଥିରେ ନିଯୁକ୍ତି ଦାତା ଦୈନିକ କାର୍ଯ୍ୟ ଅବଧି ବଢାଇ ପାରିବେ। ତେବେ ସେମାନଙ୍କୁ ସାପ୍ତାହିକ ଛୁଟି ବା ଓ୍ୱିକିଲ୍ ଅଫ୍ ସଂଖ୍ୟା ବି ବଢାଇବାକୁ ପଡିବ।

author-image
Prasanna Sahoo
ଅଦ୍ୟତନ ହୋଇଛି
New labour law from july 1

New labour law from july 1

ଜୁଲାଇ ପହିଲାରୁ ଲାଗୁ ହେବାକୁ ଯାଉଛି ନୂଆ ଶ୍ରମ ଆଇନ୍। ଏହା ଅନ୍ତର୍ଗତ ନିଯୁକ୍ତି ପ୍ରଦାନ କରିଥିବା ସଂସ୍ଥା ଦୈନିକ କାର୍ଯ୍ୟ ଅବଧି ବଢାଇ ପାରିବେ। ତେବେ ସେମାନଙ୍କୁ ସାପ୍ତାହିକ ଛୁଟି ବା ଓ୍ୱିକିଲ୍ ଅଫ୍ ସଂଖ୍ୟା ବି ବଢାଇବାକୁ ପଡିବ। ପୂର୍ବ ପ୍ରଚଳିତ ୨୯ଟି କେନ୍ଦ୍ରୀୟ ଆଇନକୁ ମିଶାଇ ୪ଟି ଲେବର କୋଡ୍‌ରେ ପରିଣତ କରାଯାଇଛି।

Advertisment

ପାରିଶ୍ରମିକ, ସାମାଜିକ ସୁରକ୍ଷା, ଇଣ୍ଡଷ୍ଟ୍ରିଆଲ୍‌ ରିଲେସନ୍, ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଓ କର୍ମସ୍ଥଳୀର ପରିବେଶ, ଏ ସମସ୍ତ ବିଷୟକୁ ନୂଆ ଆଇନ ପରିସରଭୁକ୍ତ କରାଯାଇଛି।

ପାର୍ଲାମେଣ୍ଟରେ ନୂଆଲେବର କୋର୍ଡ ପାରିତ ହୋଇସାରିଛି। ତେବେ ଶ୍ରମ ବା ଲେବର୍‌ ସମ୍ବିଧାନର କନ୍‌କରେଣ୍ଟ୍‌ ଲିଷ୍ଟ୍‌ରେ ଥିବାରୁ କୋଡ୍ ଅଧୀନରେ ଥିବା ବିଭିନ୍ନ ନିୟ ସଂପର୍କରେ ରାଜ୍ୟମାନଙ୍କୁ ବିଜ୍ଞପ୍ତି ପ୍ରକାଶ କରିବାକୁ ପଡିବ।

Advertisment

ନୂଆ ଆଇନ୍ ଅନୁଯାୟୀ କର୍ମଚାରୀଙ୍କ ହାତକୁ ଆସୁଥିବା ବେତନ ରାଶି ହ୍ରାସ ହେବ, କାରଣ ଇପିଏଫ୍ ବା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ବାବଦକୁ ଅଧିକ ଅର୍ଥ କଟିବ।

ନୂଆ ଶ୍ରମ ଆଇନ୍‌ରେ ଅନେକଗୁଡିଏ ପରିବର୍ତ୍ତନ କରାଯାଇଛି। ତେବେ କେବଳ ୨୩ଟି ରାଜ୍ୟ ଏହାକୁ ଲାଗୁ ନେଇ ରୁଲ୍ ଫ୍ରେମ୍ କରିଛନ୍ତି। ନୂଆ ଲେବର କୋଡ୍ ଅନ୍ତର୍ଗତ ଏହି ନିୟମାବଳୀ ପ୍ରସ୍ତୁତ ହୋଇଛି।

ନୂଆ ଆଇନ ଅନ୍ତର୍ଗତ କମ୍ପନୀଗୁଡିକ ଦୈନିକ କାର୍ଯ୍ୟ ଅବଧି ୮ ପରିବର୍ତ୍ତେ ୯ରୁ ୧୨ ଘଣ୍ଟା ଯାଏଁ କରିପାରିବେ। ତେବେ ସାପ୍ତାହିକ ଭାବେ ଜଣେ କର୍ମଚାରୀଙ୍କୁ ଅତିକମ୍‌ରେ ୪୮ ଘଣ୍ଟା କାମ କରିବାକୁ ପଡିବ ଅର୍ଥାତ୍ ଜଣେ ବ୍ୟକ୍ତି ଯଦି ଦୈନିକ ୧୨ ଘଣ୍ଟା ଡ୍ୟୁଟି କରିବେ ତେବେ ତାଙ୍କୁ ୩ ଦିନ ସପ୍ତାହିକ ଛୁଟି ମିଳିବ।

ସେହିପରି ନୂଆ ଆଇନ ଅନୁସାରେ କର୍ମଚାରୀଙ୍କ ହାତକୁ ଆସୁଥିବା ବେତନ ରାଶି ହ୍ରାସ ପାଇବ। କାରଣ ବେସିକ୍ ପେ’, ମୋଟ (ଗ୍ରସ) ଦରମାର ୫୦ ପ୍ରତିଶତ ହେବ। ବେସିକ୍ ବଢିବା ଦ୍ୱାରା କର୍ମର୍ଚାରୀଙ୍କ ଭବିଷ୍ୟନିଧି ପାଣ୍ଠି କଣ୍ଟ୍ରିବ୍ୟୁସନ ବୃଦ୍ଧି ପାଇବ। ସେ ଦୃଷ୍ଟିରୁ ରିଟାୟାର୍ଡମେଣ୍ଟ୍‌ କର୍ପସ ଓ ଗ୍ରାଚ୍ୟୁଇଟି ପରିମାଣ ବି ବୃଦ୍ଧି ପାଇବ।

ତେବେ ନୂଆ ଶ୍ରମ ଆଇନ୍ ଦ୍ୱାରା ଘରୋଇ କ୍ଷେତ୍ରରେ କାମ କରୁଥିବା କର୍ମଚାରୀମାନେ ବେଶୀ ପ୍ରଭାବିତ ହେବେ। କାରଣ ହାତକୁ ଆସୁଥିବା ରାଶି ପରିମାଣ କମିଯିବ। ଉଚ୍ଚ ମୁଦ୍ରାସ୍ଫୀତିକୁ ନେଇ ଆତ୍ୟାବଶ୍ୟକ ସାମଗ୍ରୀର ଦରଦାମ ଆକାଶଛୁଆଁ ହୋଇଥିବା ବେଳେ ହାତରେ ଟଙ୍କା କମିବା ଯୋଗୁଁ ଘର ଚଳାଇବା ସେମାନଙ୍କ ପାଇଁ କଷ୍ଟକର ହେବ।

India News Labour Laws
Advertisment
Advertisment