/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656518234.jpg)
Indian Coast Guard chief lands Dhruv Mark III chopper on moving warship | Watch
ଡ୍ରଗ୍ସ କାରବାରକୁ ଆକାଶ ମାର୍ଗରୁ ନଜର ରଖିବ କୋଷ୍ଟଗାର୍ଡ । ବିଦେଶୀ ସ୍ମଗଲରଙ୍କୁ ମୁହଁତୋଡ଼ ଜବାବ ଦେବେ କୋଷ୍ଟଗାର୍ଡର ସାହସୀ ଯବାନ । ସମୁଦ୍ର ମଝିରେ ତତ୍କ୍ଷଣା ଆକ୍ସନ୍ ନେବ କୋଷ୍ଟଗାର୍ଡ । କାରଣ ଏବେ କୋଷ୍ଟଗାର୍ଡରେ ଆଡଭାନ୍ସ ଲାଇଟ୍ ହେଲିକର ଧ୍ରୁବ୍ MK III ସାମିଲ ହୋଇଛି ।
ଆଡଭାନ୍ସ ଲାଇଟ୍ ହେଲିକର ଧ୍ରୁବ୍ MK III ଦେଖିବାକୁ ଯେତେ ଆକର୍ଷଣୀୟ ଶତ୍ରୁ ପାଇଁ ସେତେ ଖତରନାକ୍ । ସମୁଦ୍ର ମଝିରେ ଯେକୌଣସି ମୂହୁର୍ତ୍ତରେ ଏହାକୁ ଲ୍ୟାଣ୍ଡ କରି ହେବ । ଶତ୍ରୁ କିଛି ଭାବିବା ପୂର୍ବରୁ ଧ୍ରୁବ୍ MK III ଆଟାକ୍ କରିବାରେ ସକ୍ଷମ ହୋଇପାରିବ ।
#WATCH | Indian Coast Guard chief VS Pathania flies the latest ALH Mark 3 helicopter and lands it on a warship in the Arabian Sea off the Gujarat coast in Porbandar pic.twitter.com/rpT5PAXyan
— ANI (@ANI) June 29, 2022
ତେବେ ସବୁଠୁ ବଡ଼ କଥା ହେଉଛି ଏଥିରେ ୧୨.୭ ଏମ୍ଏମ୍ ରାଇଫଲ ଖଞ୍ଜା ଯାଇଛି । ଯାହା ୧୮ ଶହ ମିଟର ରେଞ୍ଜ ଯାଏଁ ଫାୟାର କରିପାରିବ ଗୁଜରାଟ ପୋରବନ୍ଦର ଉପକୂଳରେ କୋଷ୍ଟଗାର୍ଡ ଡିଜି ଭି.ଏସ୍. ପଠାନିଆ ହେଲିକରକୁ ଉଡ଼ାଇ ପହଞ୍ଚିଥିଲେ ।
It's a made-in-India helicopter that has strengthened our reach and capability. These helicopters are force multipliers when they mark on ships, they enhance the range & capability of the ship multi folds because of their speed and endurance: Indian Coast Guard chief VS Pathania pic.twitter.com/nQCJyzK8tc
— ANI (@ANI) June 29, 2022
କୋଷ୍ଟଗାର୍ଡରେ ସାମିଲ ହେବା ପରେ ଧ୍ରୁବ୍ MK IIIକୁ ନିଜେ ଡିଜି ଉଡ଼ାଇଥିଲେ । ଏହାପରେ ଅତ୍ୟାଧୁନିକ ରାଇଫଲ୍ର ରେଞ୍ଜକୁ ବି ପରଖିଥିଲେ । ପର୍ଯ୍ୟାୟକ୍ରମେ ବେଙ୍ଗାଲୁରୁ ହାଲ୍ କୋଷ୍ଟଗାର୍ଡକୁ ୧୩ଟି ଧ୍ରୁବ୍ MK III ହେଲିକର ଦେବାକୁ ଯୋଜନା ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)