• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜସ୍ଥାନ ଉଦୟପୁର କହ୍ନେୟା ଲାଲଙ୍କ ମୃତଦେହକୁ ବିଶାଳ ଶୋଭାଯାତ୍ରା କରି ନେଇଛନ୍ତି ସହରବାସୀ । ଶେଷ ବିଦାୟ ଦେବା ପାଇଁ କାହିଁ କେତେ ଦୂରରୁ ଲୋକେ ଆଜି ଆସି ପହଞ୍ଚିଛନ୍ତି । ଖାଲି ପରିବାର ପରିଜନ କିମ୍ବା ବନ୍ଧୁ ବାନ୍ଧବ ନୁହଁନ୍ତି ଯିଏ ବି ଏହି ଘଟଣା ସମ୍ପର୍କରେ ଶୁଣିଛି ସେ ବି ଅନ୍ତିମ ଦର୍ଶନ କରିବାକୁ ଆସୁଛି । ଆଜି ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କ ମୃତଦେହକୁ ହସ୍ପିଟାଲରୁ ଘରକୁ ନିଆଯାଇଥିଲା ।

ସେପଟେ ଏହି ମାମଲାରେ ବିଦେଶୀ ଲିଙ୍କ୍ କିମ୍ବା ଅନ୍ୟ ଆତଙ୍କୀ ସଂସ୍ଥାର ସଂପୃକ୍ତି ରହିଛି କି ନାହିଁ ସେ ନେଇ ତଦନ୍ତ କରିବ NIA । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ପୁରା ଘଟଣାର ତଦନ୍ତ ପାଇଁ NIA ନିର୍ଦ୍ଦେଶ ଦିଆଯାଇଛି । ପରିସ୍ଥିତିକୁ ଦେଖି ସାରା ରାଜ୍ୟରେ ୧୪୪ ଜାରି କରାଯାଇଛି । ରାଜସ୍ଥାନରେ ମାସେ ଯାଏଁ କୌଣସି ରାଲି, ଶୋଭାଯାତ୍ରାକୁ ମନା କରାଯାଇଛି । ଉଦୟପୁରରେ ପରସ୍ଥିତି ବିଗିଡ଼ିବା ଆଶଙ୍କାରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି ।

ଅନ୍ୟପଟେ ଘଟଣାକୁ ନେଇ ଦେଶର ଅନ୍ୟ ସହରରେ ବିରୋଧ ପ୍ରଦର୍ଶନ ହୋଇଛି । ଜମ୍ମୁରେ ଆଜି ବିଭିନ୍ନ ସଂଗଠନର ଲୋକେ ରାଲି ବାହାର କରିଥିଲେ । ନିର୍ଦ୍ଦୋଷ କହ୍ନେୟା ଲାଲଙ୍କ ହତ୍ୟାକାରୀଙ୍କୁ କଡ଼ା ଦଣ୍ଡ ଦିଆଯିବା ସହ ଏହା ପଛରେ ଥିବା ବ୍ୟକ୍ତିଙ୍କୁ ଖୋଜି ବାହାର କରିବାକୁ ଦାବି କରିଛନ୍ତି । ଦେଶରେ ଏପରି ତାଲିବାନୀ ଅପରାଧକୁ ଆଦୌ ସହ୍ୟ କରାଯିବନି ବୋଲି ମତ ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ରାଜସ୍ଥାନ ଉଦୟପୁରର ଧାନମଣ୍ଡି ଭୂତମହଲ ନିକଟସ୍ଥ କହ୍ନେୟା ଲାଲଙ୍କର ଏକ ସିଲେଇ ଦୋକାନ ଥିଲା । ଗତକାଲି ଅପରାହ୍ନରେ ଦୁଇ ଜଣ ଅଭିଯୁକ୍ତ ତାଙ୍କ ଦୋକାନକୁ ଗରାଖ ବାହାନାରେ ଆସିଥିଲେ । ଦୋକାକନକୁ ଆସି ଡ୍ରେସ ମାପ ନେବା ପାଇଁ କହିଥିଲେ । କହ୍ନେୟାଲାଲ ମାପ ନେଉଥିବା ବେଳେ ହଠାତ୍ ତାଙ୍କ ମଧ୍ୟରୁ ଜଣେ କହ୍ନେୟାଲାଲଙ୍କୁ ଆକ୍ରମଣ କରିଥିଲେ । ହତ୍ୟା ପରେ ଏହି ଭିଡିଓକୁ ୨ ଜଣ ଦୁର୍ବୃତ୍ତ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଥିଲେ। ନିଲମ୍ବିତ ହୋଇଥିବା ବିଜେପି ପ୍ରବକ୍ତା ନୁପୂର ଶର୍ମାଙ୍କ ସମର୍ଥନରେ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିବାରୁ ଟେଲର୍‌ କହ୍ନେୟା ଲାଲଙ୍କୁ ହତ୍ୟା କରାଯାଇଛି।