Advertisment

ଦିଲ୍ଲୀରେ ଓଡ଼ିଆ ଫାଇଟର୍‌ଙ୍କୁ ଆକ୍ରମଣ ! ଓଡ଼ିଆ ଫାଇଟରଙ୍କ ମୁହଁ ହାଡ଼ ଭାଙ୍ଗିଦେଲେ ଆଫଗାନୀ ଖେଳାଳି

ଓଡ଼ିଆ ଫାଇଟର୍‌ଙ୍କୁ ଆକ୍ରମଣ କଲେ ଆଫଗାନିସ୍ତାନ ଖେଳାଳି ଓ ଆଫଗାନୀ ଦର୍ଶକ..

author-image
Otv Khabar Bureau
ଅଦ୍ୟତନ ହୋଇଛି
Indian MMA fighter alleges assault by Afghan fighter and fans, FIR lodged

Indian MMA fighter alleges assault by Afghan fighter and fans, FIR lodged

ଦିଲ୍ଲୀରେ ଓଡ଼ିଆ ଫାଇଟର୍‌ଙ୍କୁ ଆକ୍ରମଣ । ଆଫଗାନିସ୍ତାନ ଖେଳାଳି ଓ ଆଫଗାନୀ ଦର୍ଶକ ଆକ୍ରମଣ କରିଥିବା ଜଣାପଡିଛି । ଓଡ଼ିଆ ମିକ୍ସଡ ମାର୍ଶଲ୍ ଆର୍ଟ ବା MMA ଫାଇଟର୍ ଶ୍ରୀକାନ୍ତ ଶେଖର ଦିଲ୍ଲୀର ସିରିଫୋର୍ଟକ ମ୍ପ୍ଲେକ୍ସରେ ମାଟ୍ରିକ୍ସ ଫାଇଟ୍ ନାଇଟ୍ ଦେଖୁଥିବାବେଳେ ତାଙ୍କୁ ଆଫ୍‌ଗାନୀ ଫାଇଟର୍ ଅବଦୁଲ ବଦାକାସି ଆକ୍ରମଣ କରିଥିଲେ ।

Advertisment
Indian MMA fighter alleges assault by Afghan fighter and fans, FIR lodgedIndian MMA fighter alleges assault by Afghan fighter and fans, FIR lodged

ପୂର୍ବରୁ ଏହି ପ୍ରତିଯୋଗିତାରେ ଭାଗ ନେଇ ନିଜ ବାଉଟ୍ ଜିତିଥିବା ଶ୍ରୀକାନ୍ତ ସେତେବେଳେ ରିଙ୍ଗ୍ ବାହାରେ ନିଜ ସାଥି ଖେଳାଳିଙ୍କୁ ସମର୍ଥନ କରୁଥିଲେ । ଏହି ସମୟରେ କିଛି ଆଫ୍‌ଗାନୀ ଦର୍ଶକ ମଧ୍ୟ ତାଙ୍କ ଉପରକୁ ପାଣି ବୋତଲ ଓ କାଗଜ ଫୋପାଡ଼ିଥିବା ଏବଂ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

Advertisment

ଆକ୍ରମଣ ଫଳରେ ଶ୍ରୀକାନ୍ତଙ୍କ ମୁହଁର ହାଡ଼ ଭାଙ୍ଗିଯାଇଥିବାବେଳେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

କ

ତେବେ ଶ୍ରୀକାନ୍ତ ଶେଖରଙ୍କ ସାନଭାଇ ରମାକାନ୍ତ ମାଝୀ ଏହି ଘଟଣାରେ ସମ୍ପୃକ୍ତ ଆଫ୍‌ଗାନିସ୍ତାନ ଫାଇଟରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Delhi Violence Sports
Advertisment
Advertisment