ସାଧାରଣ ଭାବରେ ଏହି ପର୍ବ ଦିନ ଛେଳିର ଦାମ୍ ଉଚ୍ଚା ରହେ। କିନ୍ତୁ ସ୍ଥିତି ଏମିତି ହେଲା ଯେ, ଏହି ଛେଳିର ଦାମ୍ ୧୧ ଲକ୍ଷରେ ପହଞ୍ଚିଗଲା। ଗୁଜରାଟ୍ ସୁରତରେ ଏହି ଛେଳିକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା। ଚର୍ଚ୍ଚା ଏଇଥି ପାଇଁ ହେଉଛି କାରଣ ୧୧ ଲକ୍ଷ ଟଙ୍କା ତାହାର ଦାମ୍ ରହିଛି। ଏମିତିକି ତାକୁ ଦେଖିବା ପାଇଁ ଅନେକ ଲୋକ ଆସୁଥିବା ମଧ୍ୟ ଦେଖାଯାଉଛି।
ତେବେ ଦୀର୍ଘଦିନ ଧରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏବଂ ସିନ୍ଧୁଙ୍କ ମଧ୍ୟରେ ଲାଗିରହିଥିବା ବିବାଦରେ ପୁଃନଚ୍ଛେଦ ପକାଇବାକୁ ଦଳୀୟ ନେତା ଅଂଟା ଭିଡ଼ିଛନ୍ତି। ସବୁଠୁ ଗୁରତ୍ୱପୂର୍ଣ୍ଣ କଥା ହେଲା, ଗତକାଲିର ବୈଠକକୁ ନେଇ ସନ୍ତୋଷ ପ୍ରକାଶ କରିନାହାନ୍ତି ଅମରିନ୍ଦର। ଉଭୟ ନେତାଙ୍କ ମଧ୍ୟରେ ତିକ୍ତତା ବଢୁଥିବାରୁ କଂଗ୍ରେସର ପଞ୍ଜାବ ପ୍ରଭାରୀ ହରିଶ ରାୱତ ଦିଲ୍ଲୀରୁ ଅମୃତସରରେ ପହଞ୍ଚିଥିଲେ
ବର୍ତ୍ତମାନ ସୁଦ୍ଧା ଆକ୍ଟିଭ୍ କେସ ୪ ଲକ୍ଷ ୨୨ ହଜାର ୬୬୦ ଥିବା ବେଳେ ସୁସ୍ଥ ହେଲେଣି ୩ କୋଟି ୨ ଲକ୍ଷ ୬୯ ହଜାର ୭୯୬ ଜଣ। ତେବେ ଦେଶରେ ମୋଟ ମୃତ୍ୟସଂଖ୍ୟା ୪ ଲକ୍ଷ ୧୩ ହଜାର ୬୦୯କୁ ବୃଦ୍ଧି ପାଇଛି। ଏ ପର୍ଯ୍ୟନ୍ତ ୪୦ କୋଟି ୪୯ ଲକ୍ଷ ୩୧ ହଜାର ୭୧୫ ଡୋଜ୍ ଟିକାକରଣ ସରିଲାଣି ବୋଲି ସୂଚନା ମିଳିଛି।
ଭାଗ୍ୟ ନୁହେଁ ନିଷ୍ଠା ହିଁ ବଦଳାଇ ଦେଲା ଝିଅଟିର ଭାଗ୍ୟ। ଦିନେ ଯେଉଁଠି ସେ ସୁଇପର ଭାବେ କାମ କରୁଥିଲେ, ଏବେ ଠିକ୍ ସେଇ ଜାଗାରେ ସେ ସବ୍-କଲେକ୍ଟର ଭାବେ ଚାକିରି କରୁଛନ୍ତି। ଯେଉଁ ହାତରେ ଝାଡ଼ୁ ଧରି ରାସ୍ତା ସଫା କରୁଥିଲେ, ଆଜି ସେହି ହାତରେ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଉପରେ ଦସ୍ତଖତ କରୁଛନ୍ତି
ଦେଶର ସୁରକ୍ଷା ପାଇଁ ଖୁବଶୀଘ୍ର ମୁତୟନ ହେବ ସ୍ୱଦେଶୀ ଆଣ୍ଟିଡ୍ରୋନ୍ ଟେକ୍ନୋଲଜି । ବିଏସ୍ଏଫ୍ ଅଳଙ୍କରଣ ସମାରୋହରେ ଏହି ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଜାମ୍ମୁ ଏୟାରବେସରେ ହୋଇଥିବା ଡ୍ରୋନ୍ ଆକ୍ରମଣ ପରେ ଗୃହମନ୍ତ୍ରୀ ଅମିତ ଶାହା ଏପରି ବଡ଼ ବୟାନ୍ ଦେଇଛନ୍ତି
କରୋନା କାଳରେ ଅଧିବେଶନ ବସୁଥିବାରୁ ସମସ୍ତ ସଦସ୍ୟ କୋଭିଡ୍ ପ୍ରୋଟୋକଲ ମାନିବାକୁ ହେବ ବୋଲି କୁହାଯାଇଛି। ଏଥିପାଇଁ ଗୃହରେ ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହା ପୂର୍ବରୁ ଗତକାଲି ରାଜ୍ୟସଭା ଅଧ୍ୟକ୍ଷ ଏମ୍. ଭେଙ୍କୟା ନାଇଡୁ ଗୃହର ଫ୍ଲୋର ଲିଡର ମାନଙ୍କ ସହ ଆଲୋଚନା କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀ ଏଥିରେ ଉପସ୍ଥିତ ଥିଲେ।
ପ୍ରବଳ ବର୍ଷା ହେବା ପରେ ମୁମ୍ବାଇର ବିଭିନ୍ନ ସ୍ଥାନରେ ପାଣି ଭରିଯାଇଛି । ପୂରା ମୟାନାଗରୀ ଏବେ ଜଳମୟ । ଫଳରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାଆସିବା କରିପାରୁ ନାହାନ୍ତି ଲୋକେ ।
ରାଜସ୍ଥାନ ପ୍ରାଶାସନିକ ସେବା ପରୀକ୍ଷା ପାସ୍ କରିଛନ୍ତି ତିନି ଭଉଣୀ । ରାଜସ୍ଥାନ ହନୁମାନଗଡ ଜିଲ୍ଲାର ଭୌରୁସାରୀ ଗାଁ ସହ ଏଭଳି ସଫଳତାର ଗାଥା ଯୋଡି ହୋଇଛି । ଗାଁର ତିନି ଝିଅ ରିତୁ, ଅଂଶୁ ଓ ସୁମନ ଏକାବେଳେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି
ଆମେ ପୂର୍ବରୁ ବି ଦେଶର ପ୍ରତ୍ୟେକ ଚାଷୀ ଭାଇଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ କାମ କରୁଛୁ ଓ ଆଗାମୀ ଦିନରେ ବି ସେହି ଅନୁସାରେ କାମ କରିବୁ। କେବଳ ଏତିକି ନୁହେଁ ବରଂ ତୈଳଦର ଓ ରନ୍ଧନ ଗ୍ୟାସ ସହ ଅତ୍ୟାବଶ୍ୟକ ସାମଗ୍ରୀର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିବୁ ବୋଲି ଆପ୍ ସାସଂଦ କହିଛନ୍ତି।
ସୂଚନା ଅନୁସାରେ, କର୍ଣ୍ଣାଟକରେ କ୍ୟାବିନେଟ୍ ପୁନଃନିର୍ମାଣ ପାଇଁ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଆଭିମୁଖ୍ୟ ଗ୍ରହଣ କରିପାରନ୍ତି । ଦଳରେ ବଢୁଥିବା ଅସନ୍ତୋଷ ପାଇଁ ୟେଦିୟୁରପ୍ପା ଇସ୍ତଫା ଦେଇପାରନ୍ତି
ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସହ ରୁଦ୍ଧଦ୍ୱାର ବୈଠକ ମଧ୍ୟ କରିଛନ୍ତି। ସେପଟେ, ସିଦ୍ଧୁ ନିଜ ସପକ୍ଷରେ ମତ ସୃଷ୍ଟି କରିବାକୁ ଆଜି ରାଜ୍ୟର ବିଭିନ୍ନ ମନ୍ତ୍ରୀ ଓ ବିଧାୟକଙ୍କୁ ଭେଟିଛନ୍ତି। ଏହାସହ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ସେ ଚିଠି ଲେଖିଛନ୍ତି। କୁହାଯାଉଛି ସିଦ୍ଧୁ ହିଁ କଂଗ୍ରେସର ସଭାପତି ଆସନ ଅଳଙ୍କୃତ କରିବେ। ଅନ୍ୟପକ୍ଷରେ ଅମରିନ୍ଦରଙ୍କ ସହ ହରିଶ ରାୱତଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା ଆରମ୍ଭ ମଧ୍ୟ ହୋଇଛି।
ତେଣୁ ତାହାର ସମାଧାନ ଲାଗି ଶ୍ରୀ ପାୱାର ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଥିଲେ ଆଉ ଏହା ପରେ ଆଜିର ଦିନ ବୈଠକ ପାଇଁ ଧାର୍ଯ୍ୟ ହୋଇଥିଲା। କେମିତି ଲୋକମାନଙ୍କୁ ବ୍ୟାଙ୍କ କ୍ଷେତ୍ରରେ କୌଣସି ଅସୁବିଧା ନହେବ ସେନେଇ ପ୍ରଧାନମନ୍ତ୍ରୀ ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି।
ନୂଆ ରୂପରେ ଗୁଜରାଟର ଗାନ୍ଧିନଗର ଷ୍ଟେସନ । ପଞ୍ଚତାରକା ହୋଟେଲ ଢାଞ୍ଚାରେ ପୁରା ଷ୍ଟେସନ । ବିମାନବନ୍ଦର ଭଳି ଯାତ୍ରୀଙ୍କୁ ମିଳିବ ସୁବିଧା । ୭୯୦ କୋଟି ଟଙ୍କା ବ୍ୟୟ ଅଟକଳରେ ଗାନ୍ଧିନଗର ଷ୍ଟେସନର ନବୀକରଣ କରାଯାଇଛି ।
ପୂରା ଷ୍ଟେସନକୁ ବୁଲି ଦେଖିଲି, ଅତ୍ୟନ୍ତ ପରିଷ୍କାର ରହିଛି। ଭାରତୀୟ ରେଳ ବିଶ୍ୱର ସବୁଠୁ ବଡ଼ ରେଳ ନେଟ୍ୱାର୍କ। ତେଣୁ ଏହାର ବ୍ୟବହାର ଲୋକମାନେ କେମିତି ସୁରୁଖୁରୁରେ କରିବେ ସେନେଇ ଆମେ କରିବା ଦରକାର ବୋଲି ଅଶ୍ୱିନୀ କହିଛନ୍ତି। କେବଳ ଏତିକି ନୁହେଁ ବରଂ ନିଜେ ରେଳ ଇଞ୍ଜିନ୍ରେ ବସି ସେ ଯାତ୍ରା ମଧ୍ୟ କରିଥିଲେ। ଆଉ ଏହ୍ଲାଇବା ସମୟରେ ରେଳ ଷ୍ଟେସନ୍ରେ ତାଙ୍କୁ ଜୋରଦାର ସ୍ୱାଗତ ମଧ୍ୟ କରାଯାଇଥିଲା।
ଦଶମ ଶ୍ରେଣୀରେ କୃତକାର୍ଯ୍ୟ ହୋଇ ନ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ତାମିଲନାଡୁର ଲୋକପ୍ରିୟ ହିଲ ଷ୍ଟେଶନ କୋଡଇକାନାଲ ମାଗଣାରେ ବୁଲିବାର ସୁଯୋଗ ରହିଛି।
ସ୍ଥିତି ଏପରି ହୋଇଥିଲା କି ପରିବାର ଲୋକ ମଧ୍ୟ ବହୁ ଚେଷ୍ଟା କରିବା ପରେ ନାବାଳକର ତଣ୍ଟିରୁ ତାହା ବାହାରି ପାରିନଥିଲା। ଫଳରେ ଉପାୟଶୂନ୍ୟ ହୋଇ ପରିବାର ଲୋକମାନେ ତାକୁ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ। ଆଉ ସେଠାରେ ଡାକ୍ତର ଏମିତି କିଛି କଲେ....
କେବଳ ଏତିକି ନୁହେଁ ବରଂ ବର୍ଷା ପ୍ରଭାବରେ ତଳିଆ ଅଂଚଳରେ ପାଣି ଜମିବା ପାରେ ତେଣୁ ଏବେଠୁ ସାବଧାନ ରହିବା ଲାଗି ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ଭାରତୀୟ ପାଣିପାଗ ବିଭାଗ ଅର୍ଥାତ୍ IMD ଡ୍ୟୁଟି ଅଫିସର କହିଛନ୍ତି ଯେ, ଦିଲ୍ଲୀ ଉପରେ ଏର ଟ୍ରଫ୍ ଲାଇନ ରହିଛି। ତେଣୁ ବର୍ଷାର ପରିମାଣ ବଢିବ ବୋଲି କୁହାଯାଇଛି।
ସମୟ ଥିଲା ରାଜସ୍ଥାନର ଯୋଧପୁର ଅଂଚଳରେ ମୁହଁରେ କପଡ଼ା ବାନ୍ଧି ରାସ୍ତା ସଫା କରୁଥିଲେ। ସେତେବେଳେ ଏହି ମହିଳାଙ୍କ ଉପରେ କାହାର ଦୃଷ୍ଟି ପଡ଼ିନଥିଲା। କିନ୍ତୁ ଆଜି ସମସ୍ତ ଏହି ମହିଳାଙ୍କୁ ନେଇ ଚର୍ଚ୍ଚା କରୁଛନ୍ତି। କାରଣ ନିଜର ପରିଶ୍ରମ ବଳରେ ସେ ନିଜର ଭାଗ୍ୟ ବଦଳାଇ ଦେଇଛନ୍ତି। ଏହାକୁ ହିଁ କୁହାଯାଏ ଭାଗ୍ୟ ପରିବର୍ତ୍ତନ, ଯଦି ମଣିଷ ମନ ଭିତରେ ଦୃଢ ସଂକଳ୍ପ ରୁହେ ତେବେ ଲକ୍ଷ୍ୟ ସ୍ଥଳରେ ପହଁଞ୍ଚିବା ପାଇଁ କେହି ରୋକି ପାରିବେନି। ଏ କଥା ପୁଣି ଥରେ ପ୍ରମାଣିତ ହୋଇଛି।
ମୁମ୍ୱାଇ : ପ୍ରାୟ ୪ ଘଣ୍ଟାର ଅପରେସନ ପରେ ଟ୍ରେନ୍ରେ ଫସିଥିବା ସମସ୍ତ ଯାତ୍ରୀ ଉଦ୍ଧାର। ମହାରାଷ୍ଟ୍ରର ବଦଳାପୁର-ୱାରଙ୍ଗଲ ରାସ୍ତା ମଝିରେ ଫସିଥିବା ମହାଲକ୍ଷ୍ମୀ ଏକ୍ସପ୍ରେସ୍ରୁ ୭୦୦ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ସେଣ୍ଟ୍ରାଲ ରେଲ୍ୱେର ମୁଖ୍ୟ ଜନସମ୍ପର୍କ ଅଧିକାରୀ। ଉଦ୍ଧାର କାର୍ଯ୍ୟରେ ୭ଟି ନୌସେନା ଟିମ୍, ବାୟୁସେନାର ଦୁଇଟି ହେଲିକପ୍ଟର, ୪ଟି ଏନଡିଆରଏଫ୍ ଟିମ୍, ୨ଟି ମିଲିଟାରୀ କଲମ୍ ସାମିଲ ହୋଇଥିଲେ। ଏଥିସହ ଉଦ୍ଧାର କାର୍ଯ୍ୟରେ ସାମିଲ ହେବା ପାଇଁ ଆଉ […]