Advertisment

ମୋଦି ଯେଉଁ ଷ୍ଟେସନ୍‌ରେ ଚା’ ବିକିଥିଲେ, ସେହି ଷ୍ଟେସନ୍‌ ବୁଲିଲେ ଅଶ୍ୱନୀ ବୈଷ୍ଣବ

ପୂରା ଷ୍ଟେସନକୁ ବୁଲି ଦେଖିଲି, ଅତ୍ୟନ୍ତ ପରିଷ୍କାର ରହିଛି। ଭାରତୀୟ ରେଳ ବିଶ୍ୱର ସବୁଠୁ ବଡ଼ ରେଳ ନେଟ୍‌ୱାର୍କ। ତେଣୁ ଏହାର ବ୍ୟବହାର ଲୋକମାନେ କେମିତି ସୁରୁଖୁରୁରେ କରିବେ ସେନେଇ ଆମେ କରିବା ଦରକାର ବୋଲି ଅଶ୍ୱିନୀ କହିଛନ୍ତି। କେବଳ ଏତିକି ନୁହେଁ ବରଂ ନିଜେ ରେଳ ଇଞ୍ଜିନ୍‌ରେ ବସି ସେ ଯାତ୍ରା ମଧ୍ୟ କରିଥିଲେ। ଆଉ ଏହ୍ଲାଇବା ସମୟରେ ରେଳ ଷ୍ଟେସନ୍‌ରେ ତାଙ୍କୁ ଜୋରଦାର ସ୍ୱାଗତ ମଧ୍ୟ କରାଯାଇଥିଲା।

author-image
Sarbeswar
ମୋଦି ଯେଉଁ ଷ୍ଟେସନ୍‌ରେ ଚା’ ବିକିଥିଲେ, ସେହି ଷ୍ଟେସନ୍‌ ବୁଲିଲେ ଅଶ୍ୱନୀ ବୈଷ୍ଣବ

Ashwini Vaishnaw

ନୂଆଦିଲ୍ଲୀ: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ନେଇ ଚର୍ଚ୍ଚା ଥମିବାରେ ନା ନେଉନାହିଁ। ଦାୟିତ୍ୱ ନେବା ଦିନଠାରୁ ହିଁ ସେ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ଆଜି ପ୍ରଧାନମନ୍ତ୍ରୀ ଯେଉଁ ଷ୍ଟେସନ୍‌ରେ ଚା’ ବିକ୍ରି କରୁଥିଲେ ସେହି ଷ୍ଟେସନ୍‌ଠାରେ ପହଞ୍ଚି ବୁଲି ଦେଖିଛନ୍ତି ରେଳମନ୍ତ୍ରୀ। ହଠାତ୍‌ ମନ୍ତ୍ରୀଙ୍କୁ ଦେଖି ଆବାକ୍‌ ହୋଇଯାଇଥିଲେ ସ୍ଥାନୀୟ କର୍ମଚାରୀ। କିନ୍ତୁ ନୂଆ ମନ୍ତ୍ରୀଙ୍କୁ ପାଖରେ ପାଇ କର୍ମଚାରୀମାନେ ବେଶ୍‌ ଖୁସି ଥିଲେ। ଏପଟେ ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇ ଅଶ୍ୱିନୀ କହିଛନ୍ତି, ଏହି ଷ୍ଟେସନକୁ ଆସି ମୁଁ ନିଜକୁ ସୌଭାଗ୍ୟଶାଳୀ

Advertisment

ମନେ କରୁଛି। ପୂରା ଷ୍ଟେସନକୁ ବୁଲି ଦେଖିଲି, ଅତ୍ୟନ୍ତ ପରିଷ୍କାର ରହିଛି। ଭାରତୀୟ ରେଳ ବିଶ୍ୱର ସବୁଠୁ ବଡ଼ ରେଳ ନେଟ୍‌ୱାର୍କ। ତେଣୁ ଏହାର ବ୍ୟବହାର ଲୋକମାନେ କେମିତି ସୁରୁଖୁରୁରେ କରିବେ ସେନେଇ ଆମେ କରିବା ଦରକାର ବୋଲି ଅଶ୍ୱିନୀ କହିଛନ୍ତି। କେବଳ ଏତିକି ନୁହେଁ ବରଂ ନିଜେ ରେଳ ଇଞ୍ଜିନ୍‌ରେ ବସି ସେ ଯାତ୍ରା ମଧ୍ୟ କରିଥିଲେ। ଆଉ ଏହ୍ଲାଇବା ସମୟରେ ରେଳ ଷ୍ଟେସନ୍‌ରେ ତାଙ୍କୁ ଜୋରଦାର ସ୍ୱାଗତ ମଧ୍ୟ କରାଯାଇଥିଲା।

Advertisment

ତେବେ ଦାୟିତ୍ୱ ନେଉ ନେଉ ଆକ୍ସନ ମୋଡ୍‌ରେ ଅଛନ୍ତି ନୂଆ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରେଳ ମନ୍ତ୍ରାଳୟର ଦାୟିତ୍ୱ ନେବା ପରେ ସର୍ବ ପ୍ରଥମେ ନିଜ ଷ୍ଟାଫଙ୍କ ଅଫିସରେ କାର୍ଯ୍ୟ କରିବାର ସମୟରେ ପରିବର୍ତ୍ତନ କରିଥିଲେ ଅଶ୍ୱିନୀ। ମିଳିଥିବା ସୂଚନା ଅନୁସାରେ, ରେଳ ମନ୍ତ୍ରୀଙ୍କ ଷ୍ଟାଫ୍‌ ଏବେ ଦୁଇଟି ସିଫ୍ଟରେ କାର୍ଯ୍ୟ କରିବେ। ପ୍ରଥମ ସିଫ୍ଟରେ ଆସୁଥିବା ଅଧିକାରୀ ଓ କର୍ମଚାରୀମାନେ ସକାଳ ୭ଟାରୁ ୪ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ସେହିପରି ଦ୍ୱିତୀୟ ସିଫ୍ଟ ଅପରାହ୍ନ ୩ଟାରେ ଆରମ୍ଭ ହୋଇ ରାତି ୧୨ଟାରେ ଶେଷ ହେବ ବୋଲି କହିଥିଲେ ଅଶ୍ୱନୀ। ଏହି ନିୟମ କେବଳ ରେଳ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପାଇଁ ଲାଗୁ ହେବ ବୋଲି ସେ କହିଥିଲେ।

ରେଲୱେ ଓ ଆଇଟି ଭଳି ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିବା ପରେ ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ଜାତୀୟ ରାଜନୀତିରେ ଜୋରଦାର ଚର୍ଚ୍ଚା ଚାଲିଛି। ବ୍ୟୁରୋକ୍ରାଟ୍‌ ଓ ଟେକ୍ନୋକ୍ରାଟ୍‌ରୁ ରାଜନୀତିକୁ ଆସିବାର ଖୁବ୍‌ କମ୍‌ ଦିନ ମଧ୍ୟରେ ଟିମ୍ ମୋଦିରେ ଗୁରୁତ୍ୱ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦୁଇ ବର୍ଷ ତଳେ ବିଜେଡି ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହେବା ଯେଭଳି ଅପ୍ରତ୍ୟାଶିତ ଥିଲା, ମୋଦି କ୍ୟାବିନେଟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇବା ସେହିଭଳି ସମସ୍ତଙ୍କୁ ଚକିତ କରିଛି।

India Ashwini Vaishnaw Rail Minister
Advertisment
Advertisment