ଭୁବନେଶ୍ୱର: ଗାଡ଼ିରୁ ଲକ୍ଷଲକ୍ଷ ନଗଦ ଟଙ୍କା ମିଳିବା ପରେ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ୍ ତହସିଲଦାର ବିଜୟ କୁମାର ବେହେରାଙ୍କୁ କଟକ ଭିଜିଲାନ୍ସ ସେଲ୍ ଗିରଫ କରିଛି। ଗତକାଲି ତହସିଲଦାର ଏକ କାର୍ରେ ତାଙ୍କ ଘର ଛତ୍ରପୁରକୁ ଯାଉଥିବା ବେଳେ ଭିଜିଲାନ୍ସ ଟିମ୍ ପାଲଲହଡ଼ା ଠାରେ ତାଙ୍କୁ ଅଟକାଇଥିଲେ । ସେଠାରେ ତାଙ୍କ ନିକଟରୁ ନଗଦ ୫ଲକ୍ଷ ୫୪ ହଜାର ଟଙ୍କା ଓ ତାଙ୍କ ସାଙ୍ଗରେ ଥିବା ଲାଠିକଟା ତହସିଲର ପୂର୍ବତନ ରାଜସ୍ୱ ସୁପରଭାଇଜର ପ୍ରମୋଦ ବେଉରାଙ୍କ ଠାରୁ […]
ଢ଼େଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅଞ୍ଚଳରେ ହାତୀ ଆତଙ୍କ। ହାତୀ ଆକ୍ରମଣରେ ଜଣେ ମୃତ ଓ ଜଣେ ଗୁରୁତର ହୋଇଛନ୍ତି। ହିନ୍ଦୋଳ ରେଞ୍ଜ ତେନ୍ତୁଳିସିଂହା ଗାଁର ପ୍ରସନ୍ନ ବେହେରା ଆଜି ସକାଳୁ ଶୌଚ ପାଇଁ ଯାଇଥିବା ବେଳେ ତାଙ୍କୁ ଏକ ହାତୀ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଏହି ରେଞ୍ଜର କଳିଙ୍ଗା ଗାଁର ସୁରେଶ ଚନ୍ଦ୍ର ପାଲ୍ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ […]
କୋରାପୁଟ: କୋରାପୁଟ ଜିଲ୍ଲା ବୋରିପୁଟ ଷ୍ଟୋନ୍ ଟ୍ରାଜେଡିର ୧୪ ଦିନ ପରେ ଜଣେ ଜେସିବି ଅପରେଟରଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଟିମ୍। ମୃତଦେହଟି ଜେସିବି ଅପରେଟର୍ ଦେବଗଡ଼ର ଘନଶ୍ୟାମ ଗୁରୁଙ୍କର। ତାଙ୍କ ଭାଇ ମୃତଦେହକୁ ଚିହ୍ନଟ କରିଛନ୍ତି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘଟଣାସ୍ଥଳରେ ମୃତଦେହର ବ୍ୟବଛେଦ ପରେ ଦେବଗଡ଼କୁ ପଠାଯାଇଛି। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଏବଂ ରେଡକ୍ରସ ପାଣ୍ଠିରୁ ୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେପଟେ […]
କେନ୍ଦ୍ରାପଡ଼ା: ଥମିବାର ନାଁ ନେଉନି ଲଜ୍ଜା। ରାଜ୍ୟରେ ପୁଣି ଆଉ ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଘଟିଛି। ତେବେ ଦୁଷ୍କର୍ମକାରୀ ଖୋଦ୍ ପରିବାର ସଦସ୍ୟ ହୋଇଥିବା ନେଇ ଜଘନ୍ୟ ଅଭିଯୋଗ ଆଣିଛନ୍ତି ପୀଡ଼ିତା। ସୂଚନା ଅନୁସାରେ, ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଣେ ୧୪ ବର୍ଷର ନାବାଳିକାଙ୍କୁ ତାଙ୍କ ଦାଦା ଏବଂ ବଡ଼ବାପା ପୁଅ ଦୁଷ୍କର୍ମ କରିଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ଗତ […]
ପୁରୀ: ପୁଣି ଘନେଇଲା ରତ୍ନଭଣ୍ଡାର ଚାବି ରହସ୍ୟ। ଜିଲ୍ଲା ରେକର୍ଡ ରୁମ୍ ଲକରରେ ଥିବା ଏକ ଲଫାପାରୁ ଭିତର ଭଣ୍ଡାରର ନକଲି ଚାବି ମିଳିଥିବା ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ୱାଲ୍ କହିବା ପରେ ଏନେଇ ରହସ୍ୟ ଆହୁରି ଘନେଇଛି। ଜିଲ୍ଲାପାଳଙ୍କ କହିବା ଅନୁସାରେ, ଭିତର ଭଣ୍ଡାରର ଚାବି ଜିଲ୍ଲା ଟ୍ରେଜେରିରେ ଅଛି ଏବଂ ସେଠାରୁ ଆଣିଦେବା ପାଇଁ ଅନୁରୋଧ କରି ଗତ ଏପ୍ରିଲ ୨ ତାରିଖରେ ଶ୍ରୀମନ୍ଦିର ପ୍ରଶାସକ ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖିଥିଲେ। ମାତ୍ର ସେଠାରୁ […]
ଭୁବନେଶ୍ୱର: ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ… ରଜ ଉତ୍ସବର ଆଜି ହେଉଛି ପହିଲି ରଜ। ଏହି ପର୍ବ ପାଇଁ ଚାରିଆଡ଼େ ଉତ୍ସବ ମୁଖର। ଗାଁଠୁ ସହର ସବୁଆଡ଼େ ରଜର ମହକ। ବିଶେଷ କରି ଝିଅମାନଙ୍କ ମଧ୍ୟରେ ଉତ୍ସାହ କାହିଁରେ କ’ଣ। ଗତକାଲି ଥିଲା ସଜବାଜ। ଝିଅମାନେ ଅଳତା, କୁଙ୍କୁମ, ମେହେନ୍ଦୀ ଲଗାଇ ସଜ ହୋଇଛନ୍ତି। ଆଜିଠୁ ରଜ ମଉଜ। ଝିଅମାନେ ନୂଆ ଡ୍ରେସ୍ ପିନ୍ଧି ଦୋଳି ଖେଳିବାରେ ବ୍ୟସ୍ତ। ଏହା ସହିତ ସାଙ୍ଗସାଥୀଙ୍କ […]
ପୁରୀ: ମିଳିଲା ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଚାବି। ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ। ଜିଲ୍ଲାର ରେକର୍ଡ ରୁମ୍ ଲକର ଥିବା ଏକ ଜଉମୁଦ ଲଫାପାରୁ ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ମିଳିଥିବା ସେ କହିଛନ୍ତି। ଏକ ୪ ଜଣିଆ ଟିମ୍ ୫ ଦିନ ହେଲା ଚାବି ଖୋଜୁଥିଲେ। ଶେଷରେ ଚାବି ଖୋଜିବାରେ ସଫଳତା ମିଳିଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିଯିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଏହାକୁ ନେଇ ମଧ୍ୟ ରାଜନୀତି […]
ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି ବୈଠକ। ଆଜି ହୋଇଥିବା ନବନିର୍ବାଚିଚ ଜିଲ୍ଲାସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ପ୍ରଥମ ବୈଠକରେ ସତର୍କବାଣୀ ଶୁଣାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଗାଁରେ ଲୋକଙ୍କ ସହ ନ ରହି ଭୁବନେଶ୍ୱରରେ ରହିଲେ କଂଗ୍ରେସରେ ଟିକଟ ମିଳିବ ନାହିଁ ବୋଲି ନିରଞ୍ଜନ କହିଛନ୍ତି। ପ୍ରତି ଜିଲ୍ଲାପରିଷଦ ଜୋନ୍ରେ ସଭାପତି ନିଯୁକ୍ତ କରିବାକୁ ଏହି ବୈଠକରେ ଯୋଜନା ହୋଇଛି। ଏଥିସହିତ ପ୍ରତି ୧୫ ଦିନରେ ଜିଲ୍ଲା କମିଟି ବସି ସଭାପତିଙ୍କୁ ରିପୋର୍ଟ […]
ଭୁବନେଶ୍ୱର: ନିର୍ବାଚନ ବର୍ଷରେ ଚାଲିଛି ଯୋଜନା ଘୋଷଣା ପ୍ରତିଯୋଗିତା। ମୋଦି କେୟାର ବା ଆୟୁଷ୍ମାନ ଭାରତ ଯୋଜନାକୁ କାଉଣ୍ଟର ଲାଗି ରାଜ୍ୟ ସରକାର ଘୋଷଣା କରିଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। କେନ୍ଦ୍ର ଅଗଷ୍ଟ ୧୫ ତାରିଖରରେ ଆୟୁଷ୍ମାନ୍ ଭାରତ ଯୋଜନା ଲଞ୍ଚ କରୁଥିବା ବେଳେ ଠିକ୍ ସେଇ ଦିନ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିବେ। ଏଭଳି ସ୍ଥିତିରେ ରାଜ୍ୟରେ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ ହେବା ସମ୍ଭାବନା କମ୍ ଥିବା ଦେଖାଯାଉଛି। […]
କୋରାପୁଟ: ବରିପୁଟରୁ ଉଦ୍ଧାର ହେଲା ଜଣଙ୍କର ମୃତଦେହ। ଦୁର୍ଘଟଣାର ଦୁଇ ସପ୍ତାହ ପରେ ଆଜି ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଅଗ୍ନିଶମ, ଓଡ଼୍ରାଫ୍, ଏନ୍ଡିଆରଏଫ୍ ଏବଂ ଭାରତୀୟ ସେନାର ମିଳିତ ଅପରେସନ ପରେ ବିରାଟକାୟ ପଥରଖଣ୍ଡ ଭିତରେ ଚାପି ହୋଇରହିଥିବା ଜେସିବିରୁ ଉଦ୍ଧାର ହେଲା ମୃତଦେହ। ମୃତଦେହଟି ଗଳିତ ଅବସ୍ଥାରେ ରହିଛି । ମୃତଦେହ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳକୁ ମହାପ୍ରୟାଣ ଗାଡ଼ି ପଠାଯାଇଛି। ଅନ୍ୟ ଜଣେ ଜେସିବି ଅପରେଟରଙ୍କୁ ଉଦ୍ଧାର ପାଇଁ ଜାରି ରହିଛି […]
କଟକ: କଟକ ବଡ଼ ମେଡିକାଲରେ ଅସୁସ୍ଥ ଥିବା ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଭେଟିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। କଟକ ବଡ଼ମେଡିକାଲରେ ଚିକିତ୍ସିତ ହେଉଥିବା କଟକ-ଚୌଦ୍ୱାର ପ୍ରଭାତଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ପ୍ରତାପ। ସି ସୋର ଚିଟ୍ ଫଣ୍ଡ ଲିଙ୍କ୍ ଅଭିଯୋଗରେ ଗିରଫ ହେବା ପରେ କୋର୍ଟରୁ ଜାମିନ୍ରେ ଅଛନ୍ତି ପ୍ରଭାତ। ହେଲେ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ଏବେ ବି ସେ ଚିକିତ୍ସାଧୀନ ଅଛନ୍ତି।
ଭୁବନେଶ୍ୱର: ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ବିଜେପିରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଛି। ବିଜେପି ନେତା ବିଜୟ ମହାପାତ୍ରଙ୍କ ଅଭିଯୋଗର ଜବାବ ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ। ସରକାରରେ ୯ ବର୍ଷ ଧରି ଆଇନ ମନ୍ତ୍ରୀ ଥିବା ବିଶ୍ୱଭୂଷଣ କହିଛନ୍ତି, ବିଜେପି ଆନ୍ଦୋଳନରେ ସରକାରଙ୍କ ସହ ଆଉ କିଛି ଲୋକ ବିବ୍ରତ। ତେବେ ବିଜୟ ମହାପାତ୍ର କିଛି ନ ଜାଣି ଏଭଳି ପ୍ରଶ୍ନ କରିବା କୌତୁହଳର ବିଷୟ ଏବଂ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଶ୍ୱଭୂଷଣ। […]
ଭୁବନେଶ୍ୱର: ପୌର ନିର୍ବାଚନରେ ସ୍ଥାନ ସଂରକ୍ଷଣ ନେଇ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବେ ରାଜ୍ୟ ସରକାର। ପୌର ନିର୍ବାଚନରେ ୫୦% ଭିତରେ ସଂରକ୍ଷଣ ରଖିବା ନେଇ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିବେ ରାଜ୍ୟ ସରକାର। ଏହି ସୂଚନା ଦେଇଛନ୍ତି ପୌର ପ୍ରଶାସନର ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ। ଆସନ୍ତା ପୌର ନିର୍ବାଚନରେ ସିଡୁଲ୍ ଏରିଆକୁ ଛାଡ଼ି ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳରେ ଆସନ ସଂରକ୍ଷଣ ୫୦ […]
ମୁମ୍ବାଇ: ୱାର୍ଲିସ୍ଥିତ ଏକ ଅଟ୍ଟାଳିକାରେ ଭୟାବହ ଅଗ୍ନିକାଣ୍ଡ। ୱାର୍ଲି ପ୍ରଭାଦେବୀର ଏକ ଆପାର୍ଟମେଣ୍ଟର ୩୩ ତମ ମହଲାରେ ନିଆଁ ଲାଗିଛି। ନିଆଁ ଅଟ୍ଟାଳିକାର ଉପର ମହଲାରେ ଥିବା କିଛି ଫ୍ଲାଟ୍କୁ ବ୍ୟାପିଥିବା ସୂଚନା ମିଳିଛି। ନିଆଁ ଲିଭାଇବା ପାଇଁ ୧୦ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି। ଏଥିସହିତ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏହି ଅଟ୍ଟାଳିକାରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଫ୍ଲାଟ୍ ରହିଥିବା ଜଣାପଡ଼ିଛି। ଦକ୍ଷିଣ ମୁମ୍ବାଇର ସମ୍ଭ୍ରାନ୍ତ […]
ମଣିପୁର : ମଣିପୁରରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଇମ୍ପାଲ ଠାରୁ ୩୫କି.ମି ଦୂରରେ ଅତଡା ଖସିବାରୁ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ବିଭିନ୍ନ ନଦୀରେ ବନ୍ୟାଜଳ ପ୍ରଭାବିତ ହେଉଛି। ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି। ପରିସ୍ଥିତିକୁ ଦେଖି ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ସତର୍କ ସୂଚନା। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ଆସନ୍ତା କାଲି ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ ରହିବ ବୋଲି […]
ଢେଙ୍କାନାଳ : ଶିବ ମନ୍ଦିରରେ ଶବ। ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଚିତ୍ତଲପୁରରେ ଥିବା ଉଗ୍ରେଶ୍ୱର ଶିବ ମନ୍ଦିରରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ସ୍ଥାନୀୟ ନୂଆପାଟଣା ଗାଁର ନିରଞ୍ଜନ ସାହୁ। ମନ୍ଦିର ପରିସରରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ନିରଞ୍ଜନ ୨୧ ଦିନ ଧରି ମାନସିକ ପୂରଣ ଉଦ୍ଦେଶ୍ୟରେ ଏହି ମନ୍ଦିରରେ ଅଧିଆ ପଡ଼ିଥିଲେ। ତେବେ କେଉଁ କାରଣରୁ ଆତ୍ମହତ୍ୟା କଲେ ସେନେଇ ତଦନ୍ତ କରୁଛି ରାସୋଳ ଥାନା ପୋଲିସ।
ନୂଅାଦିଲ୍ଲୀ; ପ୍ରଧାନମନ୍ତ୍ରୀ ନରେଦ୍ର ମୋଦି ସୋସିଅାଲ ମିଡିଅାରେ ଏକ ଭିଡିଓ ସେଅାର କରଛନ୍ତି I ଲୋକସଭା ସାଂସଦ ତଥା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋଡ ଓ କ୍ରିକେଟର୍ ବିରାଟ କୋହଲିଙ୍କ ଦ୍ୱାରା ଦିଅାଯାଇଥିବା ଫିଟନେସ ଚ୍ୟାଲେଞ୍ଜକୁ ଗ୍ରହଣ କରି ବୁଧବାର ଦିନ ଟୁଇଟର ପେଜରେ ଏହି ଭିଡିଓ ସେୟାର କରିଛନ୍ତି I ଏଥିରେ ତାଙ୍କ ରାଜନୈତିକ ବିରୋଧି ମାନଙ୍କୁ ମଧ୍ୟ ସେ ଚ୍ୟାଲେଞ୍ଜ କରିଛନ୍ତି I ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି ଏକ୍ସରସାଇଜ ଓ ଯୋଗ କରୁଥିବା ଦେଖାଯାଇଛି […]
ଖୋର୍ଦ୍ଧା : ଖୋର୍ଦ୍ଧା ବାଣପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବିରେ ବାଲୁଗାଁ ଓ ବାଣପୁର ବନ୍ଦ। ବାଲୁଗାଁ-ବାଣପୁର-ଚିଲିକା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଏଠାରେ ସମସ୍ତ ଦୋକାନ ବଜାର ସହ ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିଛି। ବିଭିନ୍ନ ସ୍ଥାନରେ ପିକେଟିଂ କରିଛନ୍ତି ଆନ୍ଦୋଳନକାରୀ । ତେବେ ଗାଡି ଚଳାଚଳ ସ୍ୱାଭାବିକ ରହିଛି। ଦୀର୍ଘ ଦିନ ହେଲା ବାଣପୁରକୁ ସବଡିଭିଜନ ମାନ୍ୟତା ପାଇଁ ସ୍ଥାନୀୟ ଲୋକେ ଦାବି କରିଆସୁଛନ୍ତି।
ଭୁବନେଶ୍ୱର : ୨୦୧୯ ପାଇଁ କଂଗ୍ରେସର ରୋଡ୍ ମ୍ୟାପ୍ ପ୍ରସ୍ତୁତି। ଏହି ଲକ୍ଷ୍ୟ ନେଇ ଆଜି ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ବୈଠକ। ଦୁଇ ଦିନ ଧରି ଚାଲିବ ଏହି ବୈଠକ। ଆଜିର ବୈଠକରେ ରାଜ୍ୟର ୩୩ଟି ସାଂଗଠାନିକ ଜିଲ୍ଲା ମଧ୍ୟରୁ ୧୧ଟି ଜିଲ୍ଲାର ନବ ନିର୍ବାଚିତ ସଭାପତି ଓ କାର୍ଯ୍ୟକାରୀ ସଭାପତିମାନେ ଯୋଗ ଦେଇଛନ୍ତି। ଗତ ୯ ତାରିଖରେ ଏଆଇସିସି ପକ୍ଷରୁ ୩୩ଟି ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ପରେ ଏହା ହେଉଛି […]
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ମେନପୁରୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବସ୍ ଓଲଟି ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ମେନପୁରିର ଦାନହରା ଅଞ୍ଚଳରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ବସ୍ଟିର ବେଗ ଏତେ ଜୋରରେ ଥିଲା ଯେ, ଏହା ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ବସ୍ରେ ଆବଶ୍ୟକତାରୁ ଅଧିକ ଅର୍ଥାତ୍ ପ୍ରାୟ ୮୦ରୁ ୯୦ ଯାତ୍ରୀ […]