ଅନୁଗୁଳ: ଶିଶୁ ସୁରକ୍ଷା ଅଧିକାରୀଙ୍କ ଘରେ ଶିଶୁ ଶ୍ରମିକ। ଅନୁଗୁଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ନାୟକଙ୍କ ଘରେ ଜଣେ ୮ ବର୍ଷୀୟା ନାବାଳିକା ଶିଶୁ ଶ୍ରମିକ ଭାବେ କାମ କରୁଥିବା ଅଭିଯୋଗ ହୋଇଛି। ଏହି ନାବାଳିକାକୁ ଭୁବନେଶ୍ୱର ରେଳ ଷ୍ଟେସନରୁ ଉଦ୍ଧାର କରାଯାଇଛି। ରଜରେ ଘରକୁ ଯାଇ ଫେରିବା ବେଳେ ଶିଶୁକୁ ଉଦ୍ଧାର କରିଛନ୍ତି ଚାଇଲ୍ଡ ଲାଇନ୍ ଓ ପୋଲିସ। ଅନୁଗୁଳ ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ନାୟକ ଗତ କିଛି ମାସ ହେଲା […]
ଶ୍ରୀନଗର: ଜାମ୍ମୁକାଶ୍ମୀରରେ ପୁଣିଥରେ ଅାରମ୍ଭ ହୋଇଯାଇଛି ଅପରେସନ ଅଲଅାଉଟ। ରକ୍ଷା ମନ୍ତ୍ରଣାଳୟ ଅସ୍ତ୍ରବିରତି ନିର୍ଦ୍ଦେଶ ଉଠାଇଦେବା ପରେ, ସେନା ପକ୍ଷରୁ ଏହା ପ୍ରଥମ ଅପରେସନ । ଅପରେସନ ଅାରମ୍ଭରୁ ହିଁ ସେନାକୁ ଏକ ବଡ ଧରଣର ସଫଳତା ମିଳିଛି। ସୋମବାର ବାନ୍ଦିପୁରା ସେକ୍ଟରରେ ଭାରତୀୟ ଯବାନଙ୍କ ଗୁଳିରେ ୪ ଜଣ ଅାତଙ୍କବାଦୀ ନିହତ ହୋଇଛନ୍ତି। ସୋମବାର ବିଜବେହାରା ଅଂଚଳରେ ଅାତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇଥିଲେ ସୁରକ୍ଷାକର୍ମୀ। ଏହାପରେ ସେହି ଅଞ୍ଚଳକୁ ଘେରିରହି ଅାରମ୍ଭ କରିଥିଲେ ସର୍ଚ୍ଚ […]
ଭୁବନେଶ୍ୱର : ସାଧାରଣ ନିର୍ବାଚନ ପରେ ସ୍ଥାଣୁ ପାଲଟିଥିବା ଜାତୀୟ କଂଗ୍ରେସକୁ ସଞ୍ଜିବନୀ। ୨୦ ମାସ ପରେ ପୁଣି ଫେରିଲେ ସୋନିଆ। ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସଂସ୍ଥା ସିଡବ୍ଲୁସି ସୋନିଆଙ୍କୁ ଅନ୍ତରୀଣ ସଭାପତି ଚୟନ କରିବା ପରେ ଦିଲ୍ଲୀରେ ଏବେ ନୂଆ ଉତ୍ସାହ। ହେଲେ ରାଜ୍ୟ କଂଗ୍ରେସ କଥା କଣ ? କାରଣ ନିର୍ବାଚନରେ ଶୋଚନୀୟ ପ୍ରଦର୍ଶନ ଏବଂ ପରେ ପରେ ମୁଖିଆ ପଦରୁ ନିରଞ୍ଜନଙ୍କ ଇସ୍ତଫା ପରଠୁ ଦଳ ଏଠି ଏକପ୍ରକାର ଦିଶାହୀନ। ତେଣୁ […]
ବାଲିଗୁଡ଼ା: ଶେଷରେ ଦୁଷ୍କର୍ମ ପୀଡ଼ିତାଙ୍କ ହାତ ଧରିଲେ ଅଭିଯୁକ୍ତ ଯବାନ। ବିହାର ରେଜିମେଣ୍ଟରେ କାର୍ଯ୍ୟରତ ଜଣେ ଯବାନଙ୍କ ବିରୋଧରେ ଜଣେ ମହିଳା ହୋମଗାର୍ଡ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଏ ନେଇ ସେ ଜି ଉଦୟଗିରି ଥାନାରେ ଏକ ମାମଲା ମଧ୍ୟ ଦାଏର କରିଥିଲେ। ଏହାପରେ ପୋଲିସ ଅଭିଯୁକ୍ତ ଯବାନ ଟୁଲୁ ପ୍ରଧାନଙ୍କୁ ଗିରଫ କରିଥିଲା। ଏହି ଘଟଣା ପରେ ଅଭିଯୁକ୍ତ ଟୁଲୁ ସଂପୃକ୍ତ ଯୁବତୀଙ୍କୁ ବିବାହ ପାଇଁ ରାଜି ହୋଇଥିଲେ। ଏହି ବିଷୟରେ ପୋଲିସ ଜାଣିବା ପରେ […]
ଭୁବନେଶ୍ୱର: ବିମାନଯାତ୍ରା କ୍ଷେତ୍ରରେ ଭୁବନେଶ୍ୱର ବିମାନ ବନ୍ଦରକୁ ଆଉ ଏକ ସଫଳତା ମିଳିଛି। ବିମାନ ଉଡ଼ାଣକାରୀ ସଂସ୍ଥା ଏୟାର ଓଡ଼ିଶା ପକ୍ଷରୁ ଭୁବନେଶ୍ୱରରୁ ରାୟପୁରକୁ ବିମାନସେବା ଆରମ୍ଭ ହୋଇଛି। ଏବେ ଯାତ୍ରୀ ମାତ୍ର ଦେଢ଼ ଘଣ୍ଟାରେ ଭୁବନେଶ୍ୱରରୁ ରାୟପୁର ପହଞ୍ଚିପାରିବେ। ଏ ସଂକ୍ରାନ୍ତରେ ଡିଜିସିଏ ପକ୍ଷରୁ ସିଡ୍ୟୁଲକୁ ଅନୁମତି ମିଳିଥିବା ବେଳେ ଆସନ୍ତା ବୁଧବାର ଦିନ ଭୁବନେଶ୍ୱର ବିମାନବନ୍ଦରରେ ବିଧିବଦ୍ଧ ଭାବେ ଏହାର ଉଦ୍ଘାଟନ ହେବ। ପ୍ରତ୍ୟେକ ଦିନ ସକାଳ ୬ଟା ୧୦ରେ ଭୁବନେଶ୍ୱରରୁ ବିମାନ ଉଡ଼ାଣ […]
କଟକ: ଚୌଦ୍ୱାର ମହିଷଲଣ୍ଡା ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଗତକାଲି ରାତିରେ କଳ୍ପନା ସ୍ୱାଇଁ ନାମକ ଜଣେ ମହିଳା ଶୌଚ ପାଇଁ ବାହାରକୁ ଯାଇଥିବା ବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କଟକ ଏସ୍ସିବିକୁ ନିଯାଇଥିଲା। ରାସ୍ତାରେ କଳ୍ପନାଙ୍କର ମୃତ୍ୟୁ ହୋଇଥିଲା। ହାତୀଟି କିଛି ଦିନ ଧରି ଏହି ଅଞ୍ଚଳରେ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ତେବେ ମହିଳାଙ୍କ ମୃତ୍ୟୁ ପରେ ସେହି ଅଞ୍ଚଳରେ […]
ଭଦ୍ରକ: ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ପାଣିକୋଇଲି ଛକ ନିକଟରେ ରାସ୍ତା ଉପରେ ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ପଡ଼ିବାରୁ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ସୋମବାର ସକାଳୁ ଏଭଳି ଦୁର୍ଘଟଣା ଘଟିଛି। ଏଥିରେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ପଞ୍ଚୁଟିକିରୀ ଗାଁର ଶାନ୍ତନୁ ପାତ୍ର। ଆଜି ସକାଳେ ଶାନ୍ତନୁ ଓ ତାଙ୍କ ସହଯୋଗୀ ବାଇକ୍ରେ ଯାଉଥିବା ବେଳେ ହଠାତ୍ ରାସ୍ତାରେ ଇଲେଭେନ୍ କେଭି ବିଦ୍ୟୁତ […]
ଭୁବନେଶ୍ୱର: ବହୁ ବାଦ ବିବାଦ ପରେ ପ୍ରଭୁ ଲିଙ୍ଗରାଜଙ୍କର ଶୀତଳଷଷ୍ଠୀ ଯାତ୍ରା ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଛି। ବିଳମ୍ବିତ ରାତିରେ ଏକ ବିଶାଳ ଶୋଭାଯାତ୍ରାରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ବରଯାତ୍ରୀ କେଦାରଗୌରୀ ପରିସରରେ ଥିବା ଗୁଆଝର ମଣ୍ଡପକୁ ଯାଇଥିଲେ। ପରେ ରୀତିନୀତି ଅନୁସାରେ ମହାପ୍ରଭୁ ଲିଙ୍ଗରାଜ ଏବଂ ଗୌରୀଙ୍କ ବିବାହ ସମ୍ପନ୍ନ ହୋଇଥିଲା। ତେବେ ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କପିଳନାଥ ବିବାହ ଉତ୍ସବରେ ଯୋଗ ଦେଇ ନ ଥିଲେ। ମହାପ୍ରଭୁଙ୍କ ଶୀତଳଷଷ୍ଠୀ ଯାତ୍ରା […]
ଭୁବନେଶ୍ୱର: ରାଜ୍ୟବ୍ୟାପୀ ଅସହ୍ୟ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ରବିବାର ସାରା ରାଜ୍ୟରେ ହିଟ୍ ୱେଭ୍ ସତର୍କ ସୂଚନା ଜାରି ହୋଇଛି। ଆଗାମୀ ୫ ଦିନ ପାଇଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି କହିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। କେବଳ ଦକ୍ଷିଣ ଓଡ଼ିଶାକୁ ଛାଡ଼ି ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳରେ ଗରମ ଓ ଗୁଳୁଗୁଳି ଲାଗି ରହିବ। ଆଗାମୀ ସପ୍ତାହର ଶେଷ ଆଡ଼କୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି। […]
ରାୟପୁର : ସ୍ୱାଧୀନତା ଦିବସକୁ ରହିଲା ଆଉ ୩ ଦିନ। କିନ୍ତୁ ଏବେଠାରୁ ବହୁ ସ୍ଥାନରେ ଦେଖାଗଲାଣି ଉତ୍ସବର ପରିବେଶ। ଛତିଶଗଡ଼ ରାଜଧାନୀ ରାୟପୁରରେ ସ୍ୱାଧୀନତା ଦିବସ ପୂର୍ବରୁ ଆଜି ଆୟୋଜିତ ହୋଇଥିଲା ଏକ ତ୍ରିରଙ୍ଗା ଯାତ୍ରା। ଏକ ମାନବ ଶୃଙ୍ଖଳ କରି ଏହି ତ୍ରିରଙ୍ଗା ଉତ୍ସବ ପାଳିତ ହୋଇଥିଲା। ଏହି ମାନବ ଶୃଙ୍ଖଳ ଦୀର୍ଘ ୧୫ କିଲୋମିଟର ବ୍ୟାପି ଲମ୍ବିଥିଲା। ସମସ୍ତେ ହାତରେ ଏହି ୧୫ କିଲୋମିଟର ଲମ୍ବର ତ୍ରିରଙ୍ଗା ଧରି ଛିଡା ହୋଇଥିଲେ। ଏଥିରେ […]
ସମ୍ବଲପୁର: ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ଉତ୍ସବମୁଖର ହୋଇଛି ସମ୍ବଲପୁର ସହର। ମହାଆଡ଼ମ୍ବରରେ ସମ୍ପନ୍ନ ହୋଇଛି ଦେବଦମ୍ପତ୍ତିଙ୍କ ବିବାହ ଉତ୍ସବ। ବିବାହ ଶୋଭାଯାତ୍ରାରେ ବାଣ, ରୋଷଣୀ ଓ ବାଜା ବାଜଣାରେ ଫାଟି ପଡ଼ିଥିଲା ପରିବେଶ। ସାରା ସମ୍ବଲପୁର ସହରକୁ ଦୁଲୁକେଇ ଶୋଭାଯାତ୍ରାରେ ଆସିଥିଲେ ମହାଦେବ। ସଂଧ୍ୟାରୁ ଆରମ୍ଭ ହୋଇଥିବା ମହାଦେବଙ୍କ ଏହି ଶୋଭାଯାତ୍ରା ରାତ୍ରୀ ପର୍ଯ୍ୟନ୍ତ ଚାଲିଥିଲା। ଉତ୍ସବରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ରୀତିନୀତି ମୁତାବକ ଭଗବାନ ଶିବ ଓ ମାତା ପାର୍ବତୀଙ୍କ […]
ନବରଙ୍ଗପୁର: ଗାଁ ଦାଣ୍ଡରେ ଜଣେ ବ୍ୟକ୍ତିଙ୍କୁ ପୂର୍ବତନ ସରପଞ୍ଚଙ୍କ ଉଠ୍ବସ୍ର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏହି ଭିଡିଓଟି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଳକ ହାତିବେଡ଼ା ଗାଁର ବୋଲି ଜଣାପଡ଼ିଛି। ଅଭିଯୋଗ ଅନୁସାରେ ହାତିବେଡ଼ା ପଞ୍ଚାୟତର ପୂର୍ବତନ ସରପଞ୍ଚ ରାମ ମାଝିଙ୍କ ଶାଶୁଙ୍କର ନିକଟରେ ମୃତ୍ୟୁ ହୋଇଥିଲା। ଶାଶୁଙ୍କ ଦଶାହରେ ଯୋଗଦେବା ପାଇଁ ରାମ ଆଖପାଖ ଗାଁ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ। ହେଲେ ଦଶାହରେ ଯୋଗ ଦେଲେ ୫୦୦ଟଙ୍କା ନେଇ ଯିବାକୁ ପଡ଼ିବ ବୋଲି […]
ବାଲୁଗାଁ: ଚିଲିକା କାଳିଜାଈ ଗଣ୍ଡରେ ଘଟିଥିବା ମର୍ମନ୍ତୁଦ ଡଙ୍ଗାବୁଡ଼ି ଘଟଣାରେ ରବିବାର ଡଙ୍ଗା ମାଲିକ ବସନ୍ତ ବେହେରାକୁ ପୋଲିସ ଗିରଫ କରିଛି। ଏହା ପୂର୍ବରୁ ଡଙ୍ଗା ଚାଳକଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା। ବିଭିନ୍ନ ସ୍ଥାନରୁ କାଳିଜାଈ ଦର୍ଶନ ପାଇଁ ଆସିଥିବା ୧୫ ଜଣ ଯାତ୍ରୀ ଶନିବାର ବାଲୁଗାଁର ଏକ ଘାଟରୁ ବୋଟ୍ ନେଇ କାଳିଜାଈ ଯାଇଥିଲେ। ସାଙ୍ଗରେ ଥିଲେ ଦୁଇଜଣ ନାଉରିଆ। ଅପରାହ୍ନ ପ୍ରାୟ ସାଢ଼େ ୫ଟାରେ କାଳିଜାଈ ଦର୍ଶନ ସାରି ଫେରୁଥିଲା ବେଳେ ଚିଲିକା […]
ପୁରୀ : ପୁରୀରେ ଆଜି ସନ୍ଧ୍ୟାରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଛି। ସେବାୟତଙ୍କୁ ଦାନ ଦକ୍ଷିଣା ସଂପର୍କରେ ସୁପ୍ରିମ୍କୋର୍ଟଙ୍କ ଆଦେଶ ଅନୁପାଳନ ନେଇ ବୈଠକରେ ଆଲୋଚନା ହୋଇଛି। ଦାନଅର୍ଥକୁ ନେଇ ଛତିଶା ନିଯୋଗ ସୁପ୍ରିମ୍କୋର୍ଟରେ ନିଜର ପକ୍ଷ ରଖିପାରିବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁପ୍ରିମ୍କୋର୍ଟରେ ସତ୍ୟପାଠ ଦାଖଲ କରାଯିବ। ଦାନଅର୍ଥକୁ ନେଇ ସେବାୟତ ମଧ୍ୟ ସୁପ୍ରିମ୍କୋର୍ଟରେ ପକ୍ଷ ରଖିପାରିବେ। ରେକର୍ଡ ଅଫ୍ ରାଇଟ୍ସ ଆଧାରରେ ଦଇତାପତିଙ୍କୁ ପ୍ରାପ୍ୟ ପାଉଣା ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। […]
ଓ୍ୱାଶିଂଟନ : ଚାଲିଛି ଯୋଗ ଶିବିର । କୌଣସି ଭାରତୀୟ ସହର ନୁହେଁ, ଆମେରିକାର ରାଜଧାନୀ ଓ୍ୱାଶିଂଟନରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। ପାଖାପାଖି ୨୫ ଶହରୁ ଅଧିକ ଲୋକ ଯୋଗ କରୁଛନ୍ତି। ଆସନ୍ତା ୨୧ ତାରିଖରେ ହେବାକୁ ଥିବା ଅନ୍ତର୍ଜାତୀୟ ଯୋଗ ଦିବସ ପୂର୍ବରୁ ଓ୍ୱାସିଙ୍ଗଟନରେ ପାଳନ ହୋଇଛି ଯୋଗ ଦିବସ। ଯୋଗ ଶିବିରରେ ଯୋଗ ଦେଇଥିବା ଲୋକଙ୍କୁ ଉଦ୍ବୋଧନ ଦେଇଥିଲେ ଭାରତୀୟ ରାଷ୍ଟ୍ରଦୂତ ନବତେଜ୍ ସରାନା। ସେପଟେ ଚୀନର ଏସ୍ସିଓ କାର୍ଯ୍ୟାଳୟରେ ହୋଇଥିଲା ଯୋଗ […]
ଉତ୍ତରପ୍ରଦେଶ : ବହୁ ଚର୍ଚ୍ଚିତ ଉତ୍ତରପ୍ରଦେଶ ବିଆରଡି ମେଡିକାଲ ଶିଶୁ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଡାକ୍ତର କାଫିଲ ଖାନଙ୍କ ଭାଇଙ୍କୁ ଗୁଳିମାଡ ଘଟଣାରେ ଏବେ ବି ପୋଲିସର ହାତ ଖାଲି। ଅଭିଯୁକ୍ତଙ୍କ ଟେର ପାଉନି ପୋଲିସ। ତେଣୁ ଘଟଣାର ସିବିଆଇ କିମ୍ବା ହାଇକୋର୍ଟର ଜଣେ ବିଚାରପତିଙ୍କ ଦ୍ୱାରା ତଦନ୍ତ କରିବାକୁ କାଫିଲ ଖାନ୍ ଦାବି କରିଛନ୍ତି। ଦିଲ୍ଲୀ ପୋଲିସ ଦ୍ୱାରା ତଦନ୍ତ ହେଲେ ନ୍ୟାୟ ମିଳିବ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ଜୁନ ୧୦ରେ କାଫିଲଙ୍କ […]
ଧର୍ମଗଡ଼: କଳାହାଣ୍ଡି ଜିଲ୍ଲାରେ ଥିବା ଇନ୍ଦ୍ରାବତୀ ବହୁମୁଖୀ ପ୍ରକଳ୍ପର ଟନେଲରେ ଫାଟ ଦେଖିବାକୁ ମିଳିଛି। ଇନ୍ଦ୍ରାବତୀ ଡ୍ୟାମରୁ ୪ଟି ଟନେଲ ଯୋଗେ ପାୱାର ହାଉସ୍କୁ ପାଣି ଆସିଥାଏ। ହେଲେ ଦୁଇ ଦିନ ହେବ ଏଠାରେ ଥିବା ୨ ନମ୍ୱର ଟନେଲରେ ଫାଟ ହୋଇଥିବା ଦେଖିବାକୁ ମିଳିଛି। ଏହି ଫାଟ ବାଟେ ପାଣି ବାହାରକୁ ପଳାଇ ଯାଉଛି। ଏହା ଦ୍ୱାରା ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହେବାର ଆଶଙ୍କା କରାଯାଉଛି। ଇନ୍ଦ୍ରାବତୀ ଡ୍ୟାମ୍ରୁ ୪ଟି ଟନେଲରେ ପାଓ୍ୱାର ହାଉସ୍କୁ ପାଣି […]