ଶ୍ରୀନଗର: ଶ୍ରୀନଗରରେ ଆତଙ୍କବାଦୀଙ୍କ ବର୍ବରକାଣ୍ଡ। ବରିଷ୍ଠ ସାମ୍ବାଦିକ ସୁଜତ ବୁଖାରୀଙ୍କୁ ତାଙ୍କ ଅଫିସ୍ ବାହାରେ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣାକୁ ନେଇ ପୂରା ଦେଶକୁ ଏକ ଝଟ୍କା ଲାଗିଛି। ଶ୍ରୀନଗରରେ ରାଇଜିଂ କାଶ୍ମୀର ଖବରକାଗଜର ସଂପାଦକ ସୁଜତ ବୁଖାରୀଙ୍କୁ ଗତକାଲି ସଂଧ୍ୟାରେ ଆତଙ୍କବାଦୀ ହତ୍ୟା କରିଛନ୍ତି। ଶ୍ରୀନଗରର ପ୍ରେସ୍ କଲୋନୀ ସ୍ଥିତ ଅଫିସରୁ ବାହାରୁଥିବା ବେଳେ ୩ ଆତଙ୍କବାଦୀ ଏକ ବାଇକ୍ରେ ଆସି ତାଙ୍କୁ ଅତି ନିକଟରୁ ଗୁଳି କରିଥିଲେ। ଏହି ଗୁଳିକାଣ୍ଡରେ […]
ଭୁବନେଶ୍ୱର: ଆଜି ରଜ ଉତ୍ସବର ଦ୍ୱିତୀୟ ଦିନ ଅର୍ଥାତ୍ ରଜ ସଂକ୍ରାନ୍ତି। ଏଥିପାଇଁ ଉତ୍ସବ ମୁଖର ଗାଁଠୁ ସହର। ବିଶେଷ କରି ଝିଅମାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ। ଗାଁଠୁ ସହର, ସବୁଠି ପିଠା ପଣାର ମହକ। ଆଉ ତା’ ସାଙ୍ଗକୁ ଜମୁଛି ଖେଳକୁଦର ଆସର। ବିଭିନ୍ନ ସ୍ଥାନରେ ଦୋଳି ଖେଳ, ପୁଚି ଖେଳ ସାଙ୍ଗକୁ ପିଠା, ମିଠା ଓ ରଜ ପାନର ମହକ। ଭୁବନେଶ୍ୱର ଉପକଣ୍ଠ ପାତ୍ରପଡା ଓ କଲ୍ୟାଣପୁରରେ ବେଶ୍ ଆଡମ୍ବର ସହକାରେ ରଜ […]
ଭୁବନେଶ୍ୱର : ‘ଆୟୁଷ୍ମାନ ଭାରତ’କୁ ଓଡ଼ିଶାର ରେଡ୍ ସିଗନାଲ୍। ଯୋଜନାରେ ସାମିଲ ହେବାକୁ ସଫସଫା ମନାକଲେ ରାଜ୍ୟ ସରକାର। ଯୁକ୍ତି ରଖିଛନ୍ତି, ରାଜ୍ୟ ଦାବିକୁ କେନ୍ଦ୍ର ଗ୍ରହଣ କରିନଥିବାରୁ କେନ୍ଦ୍ର ସହ ଏମ୍ଓୟୁ କରିବେ ନାହିଁ। ସୋସିଓ ଇକୋନୋମିକ୍ କାଷ୍ଟ ସେନ୍ସସ୍-୨୦୧୧ ଅନୁସାରେ ‘ଆୟୁଷ୍ମାନ ଭାରତ’ ଯୋଜନାରେ ରାଜ୍ୟର ୬୧ ଲକ୍ଷ ପରିବାର ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସ୍ଥିର କରିଥିଲା। ଓଡ଼ିଶାର ଦାବି ଥିଲା ୭୦ ଲକ୍ଷ ପରିବାରକୁ ସାମିଲ କରାଯାଉ। ଯାହାକୁ କେନ୍ଦ୍ର ଗ୍ରହଣ କରିନଥିଲା। […]
ଭୁବନେଶ୍ୱର : ଓଡ଼ିଶାରେ ବିଜେଡି ଏବେବି ସବୁଠୁ ବଡ଼ ରାଜନୈତିକ ଦଳ ହୋଇ ରହିଛି। କିଛି ବର୍ଷ ହେଲା ବିଜେପି ନିଜ କଳେବର ବୃଦ୍ଧି କରିଥିଲେ ମଧ୍ୟ ଦ୍ୱିତୀୟ ସ୍ଥାନରେ ପହଞ୍ଚି ପାରିଛି। ତେବେ କଂଗ୍ରେସକୁ ଅବଜ୍ଞା କରି ହେବ ନାହିଁ। ଗାଁ ଗାଁରେ ଦଳର ସଂଗଠନ ରହିଛି। ନୂଆ ପିସିସି ସଭାପତି ନିର୍ବାଚିତ ହେବା ପରେ ଦଳ ଉତ୍ସାହର ସହ କାମ କରୁଛି। ଏନ୍ଡି ଟିଭିକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ବିଜେଡି ଓ କେନ୍ଦ୍ରାପଡ଼ା […]
ଭୁବନେଶ୍ୱର : ଖୋଦ୍ ପୁରୀ ଜିଲ୍ଲାପାଳଙ୍କ ମୁହଁରୁ ଡୁପ୍ଲିକେଟ୍ ଚାବି ମିଳିବା ନେଇ ସୂଚନା ପରେ, ଏବେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ପ୍ରଶ୍ନ-କଣ ଡପ୍ଲିକେଟ ବି ହୋଇଛି ଦୁର୍ଲଭ ରତ୍ନଭଣ୍ଡାର ଚାବି ? ଟ୍ରେଜେରୀ ପରିବର୍ତ୍ତେ ରେକର୍ଡ ରୁମ୍ରୁ ବନ୍ଦ ଲଫାଫାରୁ କେମିତି ମିଳିଲା ଏ ଗୁରୁତ୍ୱପୂର୍ଣ୍ଣ ଚାବି ? ତାହେଲେ କଣ ସତରେ ହଜିଯାଇଛି ଅସଲି ଚାବି। ଏଭଳି ଅନେକ ଅସମାହିତ ପ୍ରଶ୍ନ ଭିତରେ ସିଧା ପୁରୀ ଜିଲ୍ଲାପାଳ ଓ ସରକାରଙ୍କୁ ଘେରିଛନ୍ତି […]
ନୂଆଦିଲ୍ଲୀ: ଗୋବିନ୍ଦାଙ୍କ ଷ୍ଟାଇଲ୍ରେ ନାଚି ସୋସିଆଲ ମିଡିଆରେ ରାତାରାତି ଷ୍ଟାର ବନିଯାଇଥିବା ଡ୍ୟାନ୍ସିଂ ଅଙ୍କଲ ଓରଫ୍ ପ୍ରଫେସର ସଂଜୀବ ଶ୍ରୀବାସ୍ତବକଙ୍କ ସ୍ୱପ୍ନ ପୂରଣ ହୋଇଛି । ସେ ଯାହାକୁ ନିଜର ଆଦର୍ଶ ବୋଲି ମାନୁଥିଲେ ତାଙ୍କ ସହ ଷ୍ଟେଜ୍ ସେୟାର କରିଛନ୍ତି ଏକ ଟିଭି ଶୋରେ। ନିକଟରେ ଡ୍ୟାନ୍ସିଂ କି ଦିୱାନେ ନାମକ ଟିଭି ଶୋରେ ସେ ଗୋବିନ୍ଦାଙ୍କ ସହ ଡ୍ୟାନ୍ସ କରିଥିଲେ। ଗୋବିନ୍ଦାଙ୍କ ସହ ଡ୍ୟାନ୍ସ କରି ପ୍ରଫେସର ଶ୍ରୀବାସ୍ତବ ଏତେ ଖୁସି ହୋଇଯାଇଥିଲେ ଯେ […]
ଭୁବନେଶ୍ୱର : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ମିଳିବା ଘଟଣାରେ ବିଚାର ବିଭାଗୀୟ ତଦନ୍ତ କମିଶନଙ୍କ କୋର୍ଟକୁ ବଲ୍ ଫିଙ୍ଗିଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା। ଆଇନ ମନ୍ତ୍ରୀ କହିଛନ୍ତି, ଚାବି ଥିବା ଯେଉଁ ଲଫାପା ମିଳିଛି ସେଥିରେ ୮୫ ମସିହାରେ ବ୍ୟବହୃତ ଚାବି ବୋଲି ଲେଖାଯାଇଛି। ତେବେ ସେ ଚାବି ମିଳିବା ପରେ ଅନେକ ପ୍ରଶ୍ନ ଓ ସନ୍ଦେହ ସୃଷ୍ଟି ହୋଇଛି। କେଉଁଠି ସେ ଚାବି ଥିଲା ଓ ପ୍ରକୃତ କଥା କଣ କମିଶନ ତଦନ୍ତ […]
ପୁରୀ : ଧୀର ମନ୍ଥର ଗତିରେ ଚାଲିଛି ସେତୁ ନିର୍ମାଣ କାମ। ୫ ବର୍ଷ ପୂର୍ବରୁ ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ବାଲିକେରା ଓ ତିନିକୁଦା ମଧ୍ୟରେ ସେତୁ ନିର୍ମାଣ କାମ ଆରମ୍ଭ ହୋଇଥିଲା। ହେଲେ ଆଜି ପର୍ଯ୍ୟନ୍ତ କାମ କେବଳ ୨ଟି ପିଲାରରେ ସିମିତ ରହିଛି । ସ୍ଥାନୀୟ ଲୋକଙ୍କ ବାରମ୍ବାର ଦାବି ପରେ ବିଜୁ ସେତୁ ଯୋଜନାରେ ସ୍ଥାୟୀ ପୋଲ ନିର୍ମାଣ ପାଇଁ ୪ କୋଟି ୮୨ ଲକ୍ଷ ବ୍ୟୟ ଅଟକଳ କରାଯାଇ ଟେଣ୍ଡର […]
ନୂଆଦିଲ୍ଲୀ: ଆଜି ସୁନା ଓ ରୂପାର ଦର ବୃଦ୍ଧି ପାଇଛି। ଆଜି ନୂଆଦିଲ୍ଲୀରେ ସୁନା ୧୦ ଗ୍ରାମର ଦର ୩୫,୯୭୦ ଟଙ୍କା ରହିଛି। ସେହିପରି ରୂପା ଦର କେଜି ପିଛା ୨୬୦ ଟଙ୍କା ବୃଦ୍ଧି ପାଇ ୪୧,୯୬୦ ଟଙ୍କାରେ ପହଞ୍ଚିଛି। ସର୍ବଭାରତୀୟ ସରଫା ମହାସଂଘର ଉପ ସଭାପତି ସୁରେନ୍ଦ୍ର ଜୈନ କହିଛନ୍ତି, “ସୁନା ଦର ଆଜି ପୁଣି ୧୦୦ ଟଙ୍କା ବଢ଼ିଛି। ଫଳରେ ଏବେ ୧୦ ଗ୍ରାମ ସୁନା ଦର ୩୫,୯୭୦ ଟଙ୍କାରେ ପହଞ୍ଚିଛି। ୯୯.୯% ସୁନା […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଧୂଳିଝଡ଼ ଓ ଘୂର୍ଣ୍ଣିଝଡ଼ର ତାଣ୍ଡବ। ଗତକାଲି ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଧୂଳିଝଡ଼ ଓ ଘୂର୍ଣ୍ଣିଝଡ଼ରେ ୧୩ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୮ ଜଣ ଆହତ ହୋଇଛନ୍ତି। ୧୩ ମୃତକଙ୍କ ମଧ୍ୟରୁ ୬ ଜଣ ସୀତାପୁରର ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ଘଟଣାରେ ଆହତଙ୍କୁ ସମ୍ପୂର୍ଣ୍ଣ ଚିକିତ୍ସା ଯୋଗାଇଦେବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମୃତକଙ୍କ ପରିବାକୁ ସହାୟତା ପ୍ରଦାନ କରିବା ଲାଗି ମଧ୍ୟ ସେ […]
ଭୁବନେଶ୍ୱର: ମୋଦି କେୟାର ବା ଆୟୁଷ୍ମାନ ଭାରତ ଯୋଜନାକୁ ଓଡ଼ିଶାର ନା। ପୂର୍ବରୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଓ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ବାଦ ବିବାଦ ଲାଗି ରହିଥିବା ବେଳେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସ୍ପଷ୍ଟ କରିଛନ୍ତି ଯେ, ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ଗ୍ରହଣ କରିବନାହିଁ। କାରଣ ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ୭୦ଲକ୍ଷ ପରିବାରକୁ ସାମିଲ ପାଇଁ ଦାବି କରିଥିବା ବେଳେ, ୬୧ଲକ୍ଷ ପରିବାରକୁ […]
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ସିଙ୍ଗଲା ଥାନା ଅଧିନସ୍ଥ ନାହଞ୍ଜରା ଗାଁରେ ଦେହ ବ୍ୟବସାୟ ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ନାହଞ୍ଜରା ଗାଁରେ ରହୁଥିବା ମନୋରଞ୍ଜନ ପ୍ରଧାନଙ୍କ ଘରେ ଦେହ ବ୍ୟବସାୟ ଚାଲିଥିବା ନେଇ କୌଣସି ସୂତ୍ରରୁ ସ୍ଥାନୀୟ ଲୋକେ ଜାଣିପାରିଥିଲେ। ଏନେଇ ଗ୍ରାମବାସୀ ମିଳିତ ହୋଇ ଘର ଚାରି ପାଖ ଘେରାଉ କରି ପୋଲିସକୁ ଖବର ଦେଇଥିଲେ। ବିଳିମ୍ବିତ ରାତିରେ ପୋଲିସ ପହଞ୍ଚି ମନୋରଞ୍ଜନଙ୍କ ସହ ୪ ଜଣଙ୍କୁ ଗିରଫ କରିଥିଲା। […]