ନୂଆଦିଲ୍ଲୀ : ଦେଶରୁ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ଲାଗି ଆଇନକୁ କଡ଼ାକଡ଼ି କରିଛନ୍ତି କେନ୍ଦ୍ର ସରକାର। ଅନ ଲ ଫୁଲ୍ ଆକ୍ଟିଭିଟିଜ୍ ପ୍ରିଭେନସନ ଆମେଣ୍ଡମେଣ୍ଟ ବିଲ୍-୨୦୧୯ ରାଜ୍ୟସଭାରେ ଗୃହିତ ହେବା ପରେ ଆତଙ୍କବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବା ଲାଗି ତଦନ୍ତ ଏଜେନ୍ସିଗୁଡିକୁ ଏଣିକି ଅଧିକ କ୍ଷମତା ମିଳିବ। ପୂର୍ବରୁ ସଂଗଠନ ଓ ଏହା ସହିତ ଜଡିତ ଲୋକଙ୍କୁ ଆତଙ୍କବାଦୀ ରୂପେ ଚିହ୍ନଟ କରାଯାଉଥିଲା। ମାତ୍ର ନୂଆ ଆଇନ ଦ୍ୱାରା ଏଣିକି ସନ୍ଦିଗ୍ଧ ବ୍ୟକ୍ତି ବିଶେଷଙ୍କୁ ବି ଆତଙ୍କବାଦୀ […]
ଭୁବନେଶ୍ୱର: ଆସନ୍ତା ୪ ତାରିଖରେ ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ଟଳିଲା। ଚୀନ ସାଗରରେ ବାତ୍ୟା ଯୋଗୁଁ ଲଘୁଚାପ ଅପସରିଯାଇଛି। ଭାରତୀୟ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି ଏହି ସୂଚନା ଦେଇଛନ୍ତି। ତେବେ ଲଘୁଚାପ ଟଳିଥିବାରୁ ଏବେ ଓଡ଼ିଶାରେ ବଡ଼ ବର୍ଷା ହେବନି। କାଁ ଭାଁ ବର୍ଷା ଲାଗି ରହିଲେ ବି ଚାଷକୁ ସୁହାଇଲା ଭଳି ବର୍ଷା ହେବନି। ତେବେ ପୁଣି ଥରେ ୭/୮ ଦିନ ପରେ ଲଘୁଚାପ ସମ୍ଭାବନା ଥିବା ପାଣିପାଗ ବିଭାଗ ଆକଳନ […]
ଭୁବନେଶ୍ୱର : ଅକାଳରେ ଝଡ଼ିଗଲା ତିନି ତିନିଟି ଜୀବନ। ନିର୍ମାଣାଧୀନ ଓ୍ୱାଟର ସମ୍ପର ସେଣ୍ଟ୍ରି ଖୋଲିବାକୁ ଯାଇ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକଙ୍କ ମୃତ୍ୟୁ। ଭୁବନେଶ୍ୱର ପଳାଶୁଣୀ ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତକମାନେ ହେଲେ ସମାରନ ମୁନିଆନ, ବସୁଦେବ ମଣ୍ଡଳ ଓ ଭିଗୁରାମ ମଣ୍ଡଳ । ଏମାନଙ୍କ ଘର ପଶ୍ଚିମବଙ୍ଗ ମେଦିନପୁର ଅଞ୍ଚଳରେ ବୋଲି କୁହାଯାଉଛି। ସେଣ୍ଟ୍ରି ଖୋଲିବାକୁ ସମ୍ପ୍ ଭିତରକୁ ପ୍ରଥମେ ଜଣେ ଶ୍ରମିକ ପଶି ଅଣନିଃଶ୍ୱାସୀ ହୋଇପଡ଼ିବାରୁ ତାଙ୍କୁ ଉଦ୍ଧାର କରିବାକୁ […]
ନୂଆଦିଲ୍ଲୀ : ତିନ୍ ତଲାକ ବିଲ୍ର ରାଜ୍ୟସଭା ଟେଷ୍ଟ । କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଗୃହରେ ବିଲ୍ ଉପସ୍ଥାପନ କରିଛନ୍ତି। ଏହା ପରେ ରାଜ୍ୟସଭାରେ ବିଲ୍କୁ ନେଇ ଆଲୋଚନା ଚାଲିଛି। ଏହି ବିଲ୍ ଅନୁସାରେ ତିନ୍ ତଲାକ୍ ଜରିଆରେ ଛାଡ଼ପତ୍ର ଦେଲେ, ତାକୁ କ୍ରିମିନାଲ ଅଫେନ୍ସ ବୋଲି ଧରାଯିବ ଏବଂ ଦୋଷୀକୁ ୩ ବର୍ଷ ଜେଲ୍ ଦଣ୍ଡ ମଧ୍ୟ ମିଳିବ। ରାଜ୍ୟସଭାରେ ଆଜି ବିଲ୍ ଆଗତ କରି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ […]
ନୂଆଦିଲ୍ଲୀ/ ଭୁବନେଶ୍ୱର : ଆଜି ରାଜ୍ୟସଭାରେ ଆଗତ ହେବାକୁ ଥିବା ବହୁଚର୍ଚ୍ଚିତ ଟ୍ରିପଲ ତଲାକ୍ ବିଲକୁ ସମର୍ଥନ କରିବ ବିଜୁ ଜନତା ଦଳ। ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସମ୍ବାଦ ସରବରାହ ସଂସ୍ଥା ANIକୁ ଏହି ସୂଚନା ଦେଇଛନ୍ତି। ସେପଟେ ତିନ୍ ତଲାକ୍ ବିଲ୍ ଆଗତ ହେବାକୁ ଥିବାରୁ ସମସ୍ତ ବିଜେପି ସାଂସଦଙ୍କୁ ଆଜି ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରାଯାଇଛି। ଲୋକସଭାରେ ପାସ୍ ହୋଇସାରିଥିବା ଏହି ବିଲ୍କୁ ରାଜ୍ୟସଭାରେ ପାସ୍ କରିବା ପାଇଁ ବିଜେପି […]
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ସ୍ଥିତ ରାଜାରାଣୀ ମନ୍ଦିର ସମେତ ଦେଶର ୧୦ଟି ଐତିହାସିକ କୀର୍ତ୍ତିରାଜି ସୂର୍ଯ୍ୟ ଉଦୟ ଠାରୁ ରାତି ୯ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲା ରହିବ। କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଏନେଇ ଘୋଷଣା କରିଛନ୍ତି। ଏହାଛଡ଼ା ମଧ୍ୟପ୍ରଦେଶର ଛତରପୁରସ୍ଥିତ ଖଜୁରାହୋ ଦୁହ୍ଲାଦେଓ ମନ୍ଦିର, ହରିୟାଣାର ଥାନେସାରସ୍ଥିତ ଶେଖ ଚିଲ୍ଲି ସମାଧି ସ୍ଥଳ, ଦିଲ୍ଲୀର ସଫଦରଜଙ୍ଗ ଓ ହୁମାୟୁନ ସମାଧିସ୍ଥଳ, କର୍ଣ୍ଣାଟକାର ଭାଗଲକୋଟ ଅନ୍ତର୍ଗତ ପଟ୍ଟଦକ୍କାଲ ସ୍ଥିତ କୀର୍ତ୍ତିରାଜି, କର୍ଣ୍ଣାଟକ […]
ମୁମ୍ବାଇ : ସେଣ୍ଟର ଫର ଟିଚର୍ସ ଆକ୍ରିଡିଟେସନ୍ (ସେଣ୍ଟା) ପକ୍ଷରୁ ଆୟୋଜିତ ଟିଚିଙ୍ଗ୍ ପ୍ରଫେସନାଲ୍ ଅଲମ୍ପିଆଡ୍ (ଟିପିଓ)୨୦୧୮ରେ ଉତ୍କର୍ଷ ପ୍ରଦର୍ଶନ କରିଥିବା ଏକ ହଜାର ଶିକ୍ଷକଙ୍କୁ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ‘ରିଲାଏନ୍ସ ଫାଉଣ୍ଡେସନ୍ ଶିକ୍ଷକ ସମ୍ମାନ’ରେ ସମ୍ମାନିତ କରାଯାଇଛି । ଏହି ୧୦୦୦ ଶିକ୍ଷକଙ୍କ ଭିତରୁ ଯେଉଁମାନେ ସେଣ୍ଟା ଟିପିଓ ୨୦୧୮ର ବିଜେତା ଘୋଷିତ ହୋଇଛନ୍ତି ସେମାନଙ୍କୁ ୟୁନେସ୍କୋ, ୟୁନିସେଫ, ସିବିଏସ୍ଇ ବୋର୍ଡ ପ୍ରତିନିଧିଙ୍କ ଦ୍ୱାରା ସମ୍ମାନିତ କରାଯାଇଛି । ଏହା ସହିତ ଜାତୀୟ ସ୍ତରରେ ସେଣ୍ଟା- […]
କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ମଧ୍ୟରେ ଆଜି ଠାରୁ ସଂସଦର ମୌସୁମୀ ଅଧିବେଶନ ସୋମବାର ଆରମ୍ଭ ହେଉଛି । ଅଧିବେଶନ ଆରମ୍ଭ ହେବା ସହିତ ସିଙ୍ଘୁ ସୀମାରୁ ସଂସଦକୁ ଯିବାକୁ କୃଷକ ସଂଗଠନ ଚେତାବନୀ ଦେଇଛି
ଶହେ କି ଦୁଇ ଶହ ନୁହେଁ, ଜୀବନ ଜାକର ଜମାପୁଞ୍ଜି ନଷ୍ଟ କରିଦେଲେ ମୂଷା । ତୁଣ୍ଡ ଝାଳ ମୁଣ୍ଡରେ ମାରି ପେଟ ଅପରେସନ୍ ଲାଗି ଜମା କରିଥିବା ଦୁଇ ଲକ୍ଷ ଟଙ୍କା କାଟିଦେଲା
ନଦୀ ଓ ସମୁଦ୍ରର ସ୍ଥିତି ରାତି ଅଧରେ ଲୋକଙ୍କ ଘରେ ଅଣ୍ଟାଏ ଉଚ୍ଚର ପାଣି ପଶିବାରୁ ଆକ୍ତାମାକ୍ତା ହୋଇପଡ଼ିଥିଲା ଜନଜୀବନ। ଏପଟେ ରାସ୍ତାଘାଟର ଦୃଶ୍ୟ ନକହିବା ଭଲ।
ମୁମ୍ବାଇରେ ରାତିସାରା ପ୍ରବଳ ବର୍ଷା କାରଣରୁ ଘର ଭୁଶୁଡ଼ି ୩୦ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ପ୍ରବଳ ବର୍ଷା ଯୋଗୁଁ ସ୍ଥାନୀୟ ଟ୍ରେନ୍ ଏବଂ ଟ୍ରାଫିକ୍ ସେବା ମଧ୍ୟ ପ୍ରଭାବିତ ହୋଇଛି।
ଭ୍ରଷ୍ଟାଚାର ବିରୋଧୀ ସଂସ୍ଥା ଲୋକପାଳ ସୃଷ୍ଟି ହେବାର ଦୁଇ ବର୍ଷରୁ ଅଧିକ ସମୟ ପରେ ମଧ୍ୟ ଲୋକପାଳ ପଠାଇଥିବା ଭ୍ରଷ୍ଟାଚାରର ଅଭିଯୋଗର ପ୍ରାଥମିକ ତଦନ୍ତ ପାଇଁ କେନ୍ଦ୍ର ଯାଞ୍ଚ ନିର୍ଦ୍ଦେଶକ ନିଯୁକ୍ତ କରି ନାହିଁ। ସୂଚନା ଅଧିକାର (RTI) ଅଧୀନରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରୁ ଏହି ସୂଚନା ମିଳିଛି ।
ଆଫଗାନିସ୍ତାନରେ ନିହତ ହୋଇଥିବା ପୁଲିତଜର ପୁରସ୍କାର ପ୍ରାପ୍ତ ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କର ମୃତଦେହ ଦିଲ୍ଲୀର ଜାମିଆ ମିଲିଆ ଇସ୍ଲାମିଆର କବରସ୍ଥାନକୁ ହସ୍ତାନ୍ତର କରାଯିବ। ସିଦ୍ଦିକିଙ୍କ ମୃତଦେହ ରବିବାର ଅପରାହ୍ନ ୫.୪୦ରେ ଏୟାର ଇଣ୍ଡିଆ ବିମାନ ଯୋଗେ କାବୁଲରେ ପହଞ୍ଚିଥିବା ଜଣାଯାଏ। ଏକାଧିକ ଗୁଳିରେ ସିଦ୍ଦିକିଙ୍କ ମୃତ୍ୟୁ ଘଟିଛି।
ଉତ୍ତରପ୍ରଦେଶରେ କରୋନା ସଂକ୍ରମଣର ମାତ୍ରା ହ୍ରାସ ପାଇବା ସହିତ ଅନ୍ୟ ରାଜ୍ୟରୁ ଲୋକଙ୍କ ଯାତାୟତ ବୃଦ୍ଧି ପାଇବାରେ ଲାଗିଛି। ଏହି କାରଣରୁ ରବିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନ୍ୟ ରାଜ୍ୟରୁ ୟୁପି ପ୍ରବେଶ କରୁଥିବା ଲୋକଙ୍କ ପାଇଁ ବିଶେଷ ନିର୍ଦ୍ଦେଶ ଦେଇଛନ୍ତି।
ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ କେନ୍ଦ୍ରମନ୍ତ୍ରୀ ପଶୁପତି କୁମାର ପାରସଙ୍କ ସମେତ ଅନେକ ନେତା ରବିବାର ଏନଡିଏ ବୈଠକରେ ଯୋଗ ଦେଇଥିଲେ। ସଂସଦ ଭବନରେ ଡକାଯାଇଥିବା ଏନ୍ଡିଏ ସାଂସଦଙ୍କ ଏହି ବୈଠକରେ ଅନ୍ୟ ନେତାମାନଙ୍କ ସମେତ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହା, ଜଦୟୁର ରାମନାଥ ଠାକୁର୍ ଓ ନିଜ ଦଳର ନେତା ଅନୁପ୍ରିୟା ପଟେଲ ମଧ୍ୟ ସାମିଲ ଥିଲେ।