Advertisment

ଏକାଠି ହେବେ କି ଏନସିପି-ବିଜେପି?

ତେଣୁ ତାହାର ସମାଧାନ ଲାଗି ଶ୍ରୀ ପାୱାର ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଥିଲେ ଆଉ ଏହା ପରେ ଆଜିର ଦିନ ବୈଠକ ପାଇଁ ଧାର୍ଯ୍ୟ ହୋଇଥିଲା। କେମିତି ଲୋକମାନଙ୍କୁ ବ୍ୟାଙ୍କ କ୍ଷେତ୍ରରେ କୌଣସି ଅସୁବିଧା ନହେବ ସେନେଇ ପ୍ରଧାନମନ୍ତ୍ରୀ ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି।

author-image
Sarbeswar
ଏକାଠି ହେବେ କି ଏନସିପି-ବିଜେପି?

modi-Pawar

ନୂଆଦିଲ୍ଲୀ: ଶରଦ ପାୱାରଙ୍କୁ ନେଇ ପୁଣି ବଢ଼ିଲା ଚର୍ଚ୍ଚା। ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ ପୁଣି ଥରେ ଜୋର ଧରିଲା ଚର୍ଚ୍ଚା। ତେବେ ଏନସିପିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ଶରଦ ପାୱାର ବ୍ୟାଙ୍କ ନିୟମରେ କେନ୍ଦ୍ର ସରକାର ଯେଉଁ ସବୁ ପରିବର୍ତ୍ତନ କରିଛନ୍ତି ସେନେଇ ମୋଦି-ପାୱାର ଆଲୋଚନା ହୋଇଛି। ଆଜିର ସାକ୍ଷାତ୍‌ରେ କୌଣସି ରାଜନୈତିକ ଆଲୋଚନା ହୋଇନଥିବା ସେ ସ୍ପଷ୍ଟ କରିଛନ୍ତି। ଏହାସହ ସେ କହିଛନ୍ତି ଯେ, ବ୍ୟାଙ୍କ କ୍ଷେତ୍ରରେ ଯେଉଁ ସବୁ ପରିବର୍ତ୍ତନ ହୋଇଛି ସେଥିଲାଗି ଅନେକ ଲୋକ ପ୍ରଭାବିତ ହେଉଛନ୍ତି। ତେଣୁ ତାହାର ସମାଧାନ ଲାଗି ଶ୍ରୀ ପାୱାର ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଥିଲେ ଆଉ ଏହା ପରେ ଆଜିର ଦିନ ବୈଠକ ପାଇଁ ଧାର୍ଯ୍ୟ ହୋଇଥିଲା। କେମିତି ଲୋକମାନଙ୍କୁ ବ୍ୟାଙ୍କ କ୍ଷେତ୍ରରେ କୌଣସି ଅସୁବିଧା ନହେବ ସେନେଇ ପ୍ରଧାନମନ୍ତ୍ରୀ ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି।

Advertisment

ଏଠାରେ କହିରଖୁଛୁ ଯେ, ସଂସଦରେ ମଧ୍ୟ ଏହା ଉପରେ ଆଲୋଚନା ହୋଇଛି ଏବଂ ଏନସିପି ସାଂସଦମାନେ ଏହା ଉପରେ ରୁଲିଂ ମଧ୍ୟ ଦାବି କରିଛନ୍ତି। କେବଳ ଏତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି, ଜୀବନରେ କେବେ ବି ଏନସିପି-ବିଜେପି ଏକାଠି ହୋଇପାରିବେ ନାହିଁ। କିନ୍ତୁ ରାଷ୍ଟ୍ରର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏନସିପି ସବୁବେଳେ କାମ କରିବ ବୋଲି ଦଳୀୟ ନେତା କହିଛନ୍ତି। ଏହାସହ ଭ୍ୟାକ୍ସିନନେସନକୁ ନେଇ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ଦେଶରେ ତୃତୀୟ ଲହର ଆସିବା ପୂର୍ବରୁ ଯେମିତି ସବୁ ଲୋକଙ୍କୁ ଟିକା ଦିଆଯିବ ସେନେଇ ମଧ୍ୟ କେନ୍ଦ୍ର ସରକାର ପଦକ୍ଷେପ ନେବା ଲାଗି ମଧ୍ୟ ଦାବି କରିଛି ଏନସିପି। ଆସନ୍ତା ସୋମବାରରୁ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ତେଣୁ କେନ୍ଦ୍ର ସରକାରଙ୍କୁ କେମିତି ଘେରାଯିବ ଓ ପ୍ରଶ୍ନ କରାଯିବ ସେନେଇ ମଧ୍ୟ ଆଲୋଚନା ହୋଇଛି। ଗତ୨ ଦିନ ହେବ ପାୱାର ଦିଲ୍ଲୀ ଗସ୍ତରେ ଅଛନ୍ତି। ମୋଦିଙ୍କୁ ଭେଟିବା ପୂର୍ବରୁ ସେ ଅନେକ କେନ୍ଦ୍ର ମନ୍ତ୍ରୀଙ୍କୁ ମଧ୍ୟ ଭେଟିଥିବା ଜଣାପଡ଼ିଛି।

Advertisment
Narendra Modi NCP Chief Sharad Pawar Politics NCP
Advertisment
Advertisment