ସିଙ୍ଗାପୁର: ଆମେରିକା-ଉତ୍ତର କୋରିଆ ଐତିହାସିକ ଶିଖର ସମ୍ମିଳନୀ ଶେଷରେ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଚୁକ୍ତି ସ୍ୱାକ୍ଷର ପରେ ଉତ୍ତର କୋରିଆ ରାଷ୍ଟ୍ରମୁଖ୍ୟ କିମ୍ ଜଙ୍ଗ୍ କହିଛନ୍ତି ଯେ, ଆମେ ଅତୀତକୁ ଭୁଲିଯିବାକୁ ନିଷ୍ପତ୍ତି ନେଇଛୁ। ଆଗକୁ ବିଶ୍ୱ ଏକ ବଡ଼ ପରିବର୍ତ୍ତନ ଦେଖିବ। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆମେ ଆହୁରି ଅନେକ ଥର ସାକ୍ଷାତ ଆଲୋଚନା କରିବୁ। କିମ୍ଙ୍କୁ ହ୍ୱାଇଟ୍ ହାଉସ୍କୁ ନିମନ୍ତ୍ରଣ ନେଇ ପ୍ରଶ୍ନରେ […]
ନୂଆଦିଲ୍ଲୀ: ଆରଏସ୍ଏସ୍ ଉଦ୍ଦେଶ୍ୟରେ ଅପମାନସୂଚକ ମନ୍ତବ୍ୟ ଦେବା ମାମଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର ମହାରାଷ୍ଟ୍ରର ଭିୱଣ୍ଡି କୋର୍ଟରେ ହାଜର ହୋଇଛନ୍ତି । ୨୦୧୪ରେ ଏକ ନିର୍ବାଚନୀ ସଭାରେ ରାହୁଲ ଆରଏସଏସକୁ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ବୋଲି କହିଥିଲେ । କୋର୍ଟରେ ହାଜିରା ବେଳେ ରାହୁଲଙ୍କୁ ପ୍ରଶ୍ନ କରାଯାଇଥିଲା, ସେ ଭୁଲ୍ କରିଛନ୍ତି ବୋଲି ଅନୁଭବ କରୁଛନ୍ତି କି ? ରାହୁଲ କହିଥିଲେ ନାଁ ଓ ସେ ନିର୍ଦ୍ଦୋଷ । ରାହୁଲ ଭୁଲ୍ କରିନାହାନ୍ତି ବୋଲି […]
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ଏନେଇ ଦିଲ୍ଲୀ ଏମ୍ସ ପକ୍ଷରୁ ଆଜି ଏକ ହେଲଥ୍ ବୁଲେଟିନ୍ ଜାରି କରାଯାଇଛି। ଚିକିତ୍ସା ପ୍ରକ୍ରିୟାକୁ ତାଙ୍କ ଶରୀର ଗ୍ରହଣ କରୁଛି ଓ ଇଞ୍ଜେକ୍ସନ୍ ଦ୍ୱାରା ଆଣ୍ଟିବାୟୋଟିକ୍ସ ଦିଆଯାଉଛି। ବାଜପେୟୀଙ୍କ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଗୁଡିକର ଅବସ୍ଥା ସ୍ଥିର ରହିଛି। ସଂକ୍ରମଣରୁ ମୁକ୍ତ ହେବା ପର୍ଯ୍ୟନ୍ତ ସେ ହସ୍ପିଟାଲରେ ରହିବେ ବୋଲି ଏମ୍ସ ପକ୍ଷରୁ ଏକ ପ୍ରେସ ବିବୃତିରେ ସୂଚନା ଦିଆଯାଇଛି। ବାଜପେୟୀଙ୍କୁ ୟୁରିନ୍ ସଂକ୍ରମଣ […]
ବରଗଡ଼: ବରଗଡରେ ଦୁଇ ଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ। ଏଥିରେ ସାନ ଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ବଡ ଉଭଣୀ ଗୁରୁତର ହୋଇପଡିଛନ୍ତି। ବରଗଡ଼ ଟାଉନ ଥାନା ନିଗମାନନ୍ଦ ବିହାରରେ ଏହି ଅଘଟଣ ଘଟିଛି। ନିଗମାନନ୍ଦ ବିହାରରେ ୨୩ ବର୍ଷୀୟା ଗୁଡିଆ ଶର୍ମା ଓ ତାଙ୍କ ସାନ ଭଉଣୀ ୨୧ ବର୍ଷୀୟା ପ୍ରିୟଙ୍କା ପରିବାର ସହ ରହୁଥିଲେ। ତେବେ ଗତକାଲି ରାତିରେ ଦୁଇ ଭଉଣୀ କୌଣସି କାରଣରୁ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ଲୋକେ ତୁରନ୍ତ […]
କେନ୍ଦୁଝର: ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ସୋସୋ ଥାନା ଘେରାଉ କଲେ ପ୍ରାୟ ଶହେ ଜଣ ମହିଳା। ପଡ଼ିହାରୀପଲ୍ଲୀ ପଞ୍ଚାୟତର ମା ତାରିଣୀ ମହିଳା ସଂଘର ସଦସ୍ୟା ମାନେ ଗତ ରାତିଠୁ ଥାନା ଘେରାଉ କରିଛନ୍ତି। ସୂଚନା ଅନୁସାରେ ମା ତାରିଣୀ ମହିଳା ସଂଘ ପକ୍ଷରୁ ଏକ ଚୋରା ମଦ ଦୋକାନ ଉପରେ ଚଢ଼ାଉ ଘଟଣାକୁ କେନ୍ଦ୍ର କରି ସଂଘର ଜଣେ ସଦସ୍ୟା ଓ ତାଙ୍କ ସ୍ୱାମୀଙ୍କ ଉପରେ ଗତ ରାତିରେ ଆକ୍ରମଣ ହୋଇଥିଲା। ଫଳରେ ଦୋଷୀ […]
ଢ଼େଙ୍କାନାଳ: ରାଜ୍ୟରେ ଥମୁନି ପିଲା ଚୋର ଗୁଜବ। ପିଲା ଚୋର ସନ୍ଦେହରେ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରି ଗାଁ ଲୋକେ ପୋଲିସ ଜିମା ଦେଇଥିବା ଜଣାପଡ଼ିଛି। ଢ଼େଙ୍କାନାଳ ଜିଲ୍ଲା କଣ୍ଟାପାଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗତକାଲି ସକାଳ ୧୦ଟା ସମୟରେ ଜଣେ ଅଚିହ୍ନା ବ୍ୟକ୍ତି ଗାଁରେ ବୁଲୁଥିବାବେଳେ କିଛି ଲୋକ ତାଙ୍କୁ ପିଲା ଚୋର ଭାବି ଗୋଡ଼ାଇ ଧରିବା ସହ ମାଡ଼ ମାରି ଥିଲେ। ଏହି ଘଟଣାରେ ପୋଲିସର ତଦନ୍ତ ପରେ […]
ଭୁବନେଶ୍ୱର: ଦୁର୍ବଳ ହେବାରେ ଲାଗିଛି ମୌସୁମୀ। ଆସନ୍ତା ୪୮ ଘଣ୍ଟାରେ ଉତ୍ତର-ପଶ୍ଚିମ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ ବାକି ସ୍ଥାନ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ରାଜ୍ୟରେ ଆଜି କିଛି ସ୍ଥାନରେ ବର୍ଷା ଓ ବଜ୍ରପାତ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିପାଇଁ ୮ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରାହ୍ନ ସାଢ଼େ ୧ଟା ଯାଏଁ […]
ଭୁବନେଶ୍ୱର: ଯୁକ୍ତ ୩ ପ୍ରଥମ ବର୍ଷରେ ନାମ ଲେଖାଇବା ପାଇଁ ଆଜିଠୁ ଅନ୍ଲାଇନ୍ ଯୋଗେ ଛାତ୍ରଛାତ୍ରୀ ମାନେ ୱେବସାଇଟ୍ ଜରିଆରେ ଆବେଦନ କରିପାରିବେ। ଅନ୍ଲାଇନ୍ ଆବେଦନର ଶେଷ ତାରିଖ ଜୁନ୍ ୨୬। ଜୁଲାଇ ୩ରେ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ଓ ଜୁଲାଇ ୧୧ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ପ୍ରଥମ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ଜୁଲାଇ ୪ରୁ ୭ ପର୍ଯ୍ୟନ୍ତ ଆଡମିଶନ୍ କରିବେ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ […]
ରାଉରକେଲା: ଇସ୍ପାତ୍ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)କୁ ସୁପର ସ୍ପେସିଆଲିଟି ହସ୍ପିଟାଲ କରିବା ପାଇଁ ମୋଦି ଯେଉଁ ଘୋଷଣା କରିଥିଲେ ସେହି କାମ ଆରମ୍ଭ ହୋଇଯାଇଛି। କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧୁରୀ ବିରେନ୍ଦ୍ର ସିଂ ଗତକାଲି ରାଉରକେଲା ଗସ୍ତ ଅବସରରେ ଏହି ସୂଚନା ଦେଇଛନ୍ତି। ଏହି ଅବସରରେ ସେ ବର୍ଣ୍ଣ ଓ ପ୍ଲାଷ୍ଟିକ ସର୍ଜରୀ ବିଭାଗର ସୁପର ସ୍ପେସିଆଲିଟି ବ୍ଳକର ଶିଳାନ୍ୟାସ କରିଥିଲେ। ଏହାର ନିର୍ମାଣ ପାଇଁ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ସେ […]
ଭୁବନେଶ୍ୱର: ବସ୍ ଭିତରେ ବଦମାସୀ। ବସ୍ରେ ଯୁବତୀଙ୍କୁ କଣ୍ଡକ୍ଟର ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଗତକାଲି ଯୁବତୀ ଜଣକ କେନ୍ଦୁଝର ଯିବା ପାଇଁ ବସ୍ଷ୍ଟାଣ୍ଡରେ ଏକ ପ୍ରାଇଭେଟ ବସ୍ରେ ଚଢ଼ିଥିଲେ। ସେତେବେଳେ କୌଣସି ଯାତ୍ରୀ ନ ଥିବାର ସୁଯୋଗ ନେଇ କଣ୍ଡକ୍ଟର ତାଙ୍କୁ ଅଶାଳୀନ ବ୍ୟବହାର କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଯୁବତୀ ଜଣକ ଚିତ୍କାର କରିବାରୁ ତାଙ୍କୁ ଛାଡ଼ି ଦେବା ସହ ଟିକେଟ ଫେରାଇ ପଳାଇ ଯିବାକୁ କୁହାଯାଇଥିଲା। ତେବେ ଏ […]
ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭାରେ ହାଇଡ୍ରାମା। ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ମାନିଲେନି ବାଚସ୍ପତି। ଆଜି ସୁଦ୍ଧା ଆସ୍ଥା ଭୋଟ୍ କରାଇବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ ବି ଏହାକୁ ନମାନି ଆସନ୍ତାକାଲି ଦିନ ୧୧ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି। ସେପଟେ ବାଚସ୍ପତିଙ୍କ ନିଷ୍ପତ୍ତିକୁ ତୀବ୍ର ପ୍ରତିବାଦ କରିବା ସହ ଆସ୍ଥା ଭୋଟ ନହେବା ଯାଏଁ ଗୃହ ନଛାଡ଼ିବାକୁ ବିଜେପି ବିଧାୟକମାନେ ଅଡ଼ିବସିଛନ୍ତି। ଗୃହ ଭିତରେ ରାତି ସାରା ଧାରଣା ଦେବେ ବୋଲି କହିଛନ୍ତି ବିଜେପି ନେତା […]
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ। ପୁଲୱାମା ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣରେ ୨ଜଣ ପୋଲିସ ସହିଦ ହୋଇଥିବାବେଳେ ୩ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଆଜି ଭୋରରୁ ଆତଙ୍କବାଦୀମାନ ପୁଲୱାମା ଜିଲ୍ଲାର କୋର୍ଟ କମ୍ପ୍ଲେକ୍ସ ଠାରେ ପୋଲିସ୍ ଗାର୍ଡ଼ ପୋଷ୍ଟ ଉପରକୁ ପ୍ରଥମେ ଆକ୍ରମଣ କରିଥିଲେ। ଏହାପରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଘଟଣାରେ ୨ଜଣ ପୋଲିସ ସହିଦ ହୋଇଛନ୍ତି। ଅନ୍ୟପକ୍ଷରେ, ଏହି ଘଟଣା ପରେ ପୂରା ଅଞ୍ଚଳକୁ ଘେରାବନ୍ଦୀ […]
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର। ଏନେଇ କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନ ସିଂ ସୂଚନା ଦେଇ କହିଛନ୍ତି ଯେ, ଏବେ ସେ ଭଲ ଅଛି। ବ୍ୟସ୍ତ ହେବାର କିଛି କାରଣ ନାହିଁ। ତେବେ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ଏମ୍ସ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି। ଆଜି ତାଙ୍କୁ ମେଡିକାଲରୁ ଛାଡି ଦିଆଯାଇପାରେ ବୋଲି ଜଣାପଡ଼ିଛି। ଗତକାଲି ରୁଟିନ୍ ଚେକ ଅପ୍ ପାଇଁ ଆସିଥିବାବେଳେ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ଏମ୍ସରେ ରଖାଯାଇଛି। ଖବର ପାଇ […]
ଭୁବନେଶ୍ୱର : ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା। ତାଙ୍କ ସ୍ଥାନରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରଦୀପ୍ତ ମହାପାତ୍ରଙ୍କୁ ନୂଆ ପ୍ରଶାସକ ଭାବେ ଦାୟିତ୍ୱ ଦିଆଯାଇଛି। ଏବେ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଅଛନ୍ତି ପ୍ରଦୀପ୍ତ ମହାପାତ୍ର। ଏହି ବିଭାଗ ସହ ତାଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ମଧ୍ୟ ପାଖାପାଖି ୨ବର୍ଷ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ରହିଥିଲେ ପ୍ରଦୀପ୍ତ ମହାପାତ୍ର। ୨୭ ଏପ୍ରିଲ […]
ନୂଆଦିଲ୍ଲୀ : ବ୍ରିଟେନରେ ରାଜନୈତିକ ଶରଣ ନେବା ପାଇଁ ପ୍ରସ୍ତୁତି ଚଳାଇଛି ପିଏନବି। ମହାଠକେଇ ଅଭିଯୁକ୍ତ ନିରବ ମୋଦି ଭାରତ ଓ ବ୍ରିଟିଶ ଗୁଇନ୍ଦା ବିଭାଗ ପକ୍ଷରୁ ଏଭଳି ସୂଚନା ମିଳିଛି। ପଞ୍ଜାବ ନେସନାଲ ବ୍ୟାଙ୍କରୁ ୧୩ ହଜାରରୁ ଉର୍ଦ୍ଧ୍ୱ କୋଟି ଟଙ୍କାର ଠକେଇ ଅଭିଯୋଗରେ ଗତ ଫେବ୍ରୁୟାରୀରୁ ନିରବ ମୋଦି ଫେରାର ଅଛନ୍ତି। ତେବେ ସେ ଲଣ୍ଡନରେ ଥିବା ନେଇ ପୂର୍ବରୁ ଶୁଣିବାକୁ ମିଳିଥିଲା। ଏବେ ସେଠାରେ ରାଜନୈତିକ ଶରଣ ନେବା ଚେଷ୍ଟାରେ ରହିଥିବା ଜଣାପଡିଛି। […]
ନୂଆଦିଲ୍ଲୀ : ସ୍ଥାନୀୟ ଫତେପୁର ସ୍ଥିତ ଶନିଧାମ ମନ୍ଦିର ସଂସ୍ଥାପକ ଆତ୍ମଘୋଷିତ ଧର୍ମଗୁରୁ ଦାତି ମହାରାଜଙ୍କ ବିରୋଧରେ ଆସିଛି ଦୁଷ୍କର୍ମ ଅଭିଯୋଗ I ଦିଲ୍ଲୀ ପୁଲିସ୍ ଏହି ଘଟଣାରେ ସୋମବାର ଦୁଷ୍କର୍ମ ମାମଲା ରୁଜୁ କରିଛି। ଅଭିଯୋଗ ମୁତାବକ, ପ୍ରାୟ ଦୁଇ ବର୍ଷ ପୂର୍ବେ ମନ୍ଦିର ଭିତରେ ଦାତି ମହାରାଜ ତାଙ୍କର ଜଣେ ଶିଷ୍ୟାଙ୍କୁ ଦୁଷ୍କର୍ମ କରିଥିଲେ ଓ କାହାକୁ ନ କହିବା ପାଇଁ ଧମକ ଦେଇଥିଲେ I ମହିଳାଙ୍କ ଅଭିଯୋଗ ଆଧାରରେ ଦାତି ମହାରାଜଙ୍କ ବିରୋଧରେ […]