ଭୁବନେଶ୍ୱର: ବଢ଼ିଲା ଖରାଛୁଟି ଅବଧି। ଜୁନ ୧୮ ବଦଳରେ ଜୁନ୍ ୨୧ ତାରିଖରେ ଖୋଲିବ ସ୍କୁଲ। ପ୍ରବଳ ଖରା ଓ ଗରମକୁ ଦୃଷ୍ଟିରେ ରଖି ସରକାର ଖରାଛୁଟିକୁ ଆଉ ୩ ଦିନ ପାଇଁ ବୃଦ୍ଧି କରିଛନ୍ତି। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ପୂର୍ବରୁ ଜୁନ ୧୭ ଯାଏ ଖରାଛୁଟି ଘୋଷଣା ହୋଇଥିବା ବେଳେ ୧୮ରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ଛୁଟି ବୃଦ୍ଧି ପରେ ଆସନ୍ତା ସୋମବାର […]
ଶ୍ରୀନଗର: ଭାରତୀୟ ସେନାର ଯବାନ ଔରଙ୍ଗଜେବଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି । ଆତଙ୍କବାଦୀମାନେ ଔରଙ୍ଗଜେବଙ୍କୁ ହତ୍ୟା କରିବା ପୂର୍ବରୁ ଏହି ଭିଡିଓ ସୁଟ୍ କରିଥିବା ଜଣାପଡ଼ିଛି । ଏହି ଭିଡିଓରେ ଆତଙ୍କବାଦୀମାନେ ତାଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି । ବ୍ୟକ୍ତିଗତ ଜୀବନ ସହିତ ସେ କେଉଁ କେଉଁ ଏନ୍କାଉଣ୍ଟରରେ ସାମିଲ ଥିଲେ, ଏନ୍କାଉଣ୍ଟରରେ କଣ କଣ ହୋଇଥିଲା ସେ ସଂପର୍କରେ ଟିକିନିଖି ପ୍ରଶ୍ନ କରିଥିଲେ ଆତଙ୍କବାଦୀ । ଏପରିକି ଔରଙ୍ଗଜେବଙ୍କ ଆର୍ମି ଟିମ୍ […]
ଶ୍ରୀନଗର: ଜମ୍ମୁ ଓ ଶ୍ରୀନଗରରେ ପୁଣି ପାକ ସେନାର ଅସ୍ତ୍ରବିରତି ଉଲ୍ଲଂଘନ। ନୌସେରା ସେକ୍ଟରରେ ପାକିସ୍ତାନ ପକ୍ଷରୁ ଗୁଳିମାଡରେ ଜଣେ ଯବାନ ସହିଦ ହୋଇଛନ୍ତି ।ସହିଦ ଯବାନଙ୍କ ନାଁ ବିକାଶ ଗୁୁରୁଙ୍ଗ । ଅାର୍ଣ୍ଣିଅା ସେକ୍ଟରରେ ମଧ୍ୟ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି । ଭୋର ୪ଟାରୁ ଭାରତୀୟ ପୋଷ୍ଟ ଉପରକୁ ଟାର୍ଗେଟ କରି ଅାକ୍ରମଣ ହୋଇଥିଲା । ବିଏସଏଫ ପକ୍ଷରୁ ଏହାର କଡା ଜବାବ ଦିଅାଯାଉଛି । ସେପଟେ ମେ ୧୬ରୁ ଘୋଷଣା ହୋଇଥିବା ଅସ୍ତ୍ରବିରତିର ଅବଧି […]
ଝାରସୁଗୁଡ଼ା: ଜଣେ ଢାବା ମାଲିକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଝାରସୁଗୁଡ଼ା ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଲଖନପୁର ବ୍ଲକ କନକତୋରା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ବାବୁଡେରା ଢାବା ମାଲିକ ରାଜେଶ ସାହୁଙ୍କୁ ଗତ ରାତିରେ କେହି ଦୁର୍ବୃତ୍ତ ହତ୍ୟା କରିଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ଢାବାରେ ରାଜେଶ ଶୋଇଥିବାରୁ ଆଜି ସକାଳେ ତାଙ୍କ ସ୍ତ୍ରୀ ଜଳଖିଅଆ ଧରି ଢାବାରେ ପହଞ୍ଚିଥିଲେ। […]
କେନ୍ଦ୍ରାପଡ଼ା: ଝିଅ ସବୁଠି ଅସୁରକ୍ଷିତ। ଏମିତିକି କେଉଁଠିକି ବୁଲି ଯିବା ବି ନିରାପଦ ନୁହେଁ। ପହିଲି ରଜ ଦିନ ଏକ ଝିଅ ତା ସାଙ୍ଗ ସହ ସମୁଦ୍ରକୂଳକୁ ବୁଲି ଯାଇଥିବାବେଳେ ଲମ୍ପଟମାନଙ୍କ କବଳରୁ ଖସି ପାରି ନାହିଁ । ଲମ୍ପଟ ଯୁବକମାନେ ତା ଇଜ୍ଜତ ମହତ ନେବା ସହ ଭିଡିଓ ଭାଇରାଲ କରି ଆଇନ କାନୁନକୁ ଆଖିଠାର ଦେଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ ଏମିତି ଏକ ଲଜ୍ଜାଜନକ ଘଟଣା ଘଟିଛି। ଏ ନେଇ ଝିଅଟିର […]
ଦିଲ୍ଲୀ( ଶିବାନନ୍ଦ) : ଅଗଷ୍ଟ କ୍ରାନ୍ତି ଅବସରରେ ଆଜି ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବ ‘ଆଟ୍ ହୋମ’ କାର୍ଯ୍ୟକ୍ରମ। ଚଳିତ ବର୍ଷ ଏଥିରେ ଓଡ଼ିଶାର ୨ଜଣ ସ୍ୱାଧୀନତା ସଂଗ୍ରାମୀ ସାମିଲ ହୋଇଛନ୍ତି। ଏମାନେ ହେଉଛନ୍ତି ନୟାଗଡ଼ର ୯୬ ବର୍ଷୀୟ ସହଦେବ ବେହେରା ଏବଂ ଯାଜପୁରର ୯୦ ବର୍ଷୀୟ ନୀଳମଣି ସାମଲ। ଗତକାଲି ଏହି ଦୁଇ ବର୍ଷିଆନ ସ୍ୱାଧୀନତା ସଂଗ୍ରାମୀ ନୂଆଦିଲ୍ଲୀରେ ପହଞ୍ଚିବା ପରେ ସେମାନଙ୍କୁ ଓଡ଼ିଶା ଭବନରେ ସମ୍ବର୍ଦ୍ଧିତ କରାଯାଇଥିଲା। ମୁଖ୍ୟ ଆବାସିକ କମିଶନର ତୁହିନ କାନ୍ତ […]
ବାରିପଦା: ବାରିପଦାରେ ଚାଞ୍ଚଲ୍ୟ। ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବାରିପଦା ବେତନଟୀର ଗରୁଡ଼ବସା ଗାଁ ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁସାରେ, ନାବାଳିକା ଜଣକ ରଜରେ ବୁଲିବାକୁ ଯାଇ ଗତକାଲିଠୁ ନିଖୋଜ ଥିଲେ। ସେହି ଗାଁର ଜଣେ ଯୁବକ ନାବାଳିକାଙ୍କୁ ବୁଲାଇ ନେଇ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ବେତନଟୀ ପୋଲିସ ଯୁବକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।
ଭୁବନେଶ୍ୱର: ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ ହେବ ଝାରସୁଗୁଡ଼ା ବିମାନବନ୍ଦର। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି। ଭୁବନେଶ୍ୱର ପରେ ରାଜ୍ୟର ଦ୍ୱିତୀୟ ବିମାନବନ୍ଦର ଭାବେ ଝାରସୁଗୁଡ଼ାରେ ଖୁବଶୀଘ୍ର ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଏହା ପଶ୍ଚିମ ଓଡ଼ିଶାବାସୀଙ୍କ ଅାବଶ୍ୟକତାକୁ ପୂରଣ କରିବ। ଏହି ବିମାନବନ୍ଦର ନାମକରଣ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ କରିବା ଲାଗି ସ୍ଥାନୀୟ ଅଞ୍ଚଳରେ […]
କେନ୍ଦ୍ରାପଡ଼ା/ଅାଳି/ ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ରଜପର୍ବ ଅାନନ୍ଦ ଉଲ୍ଲାସର ସହ ପାଳିତ ହେଉଛି I ଦୂର ଦୂରାନ୍ତରେ ରହି ଚାକିରି ଓ ବ୍ୟବସାୟ କରୁଥିବା ଜିଲ୍ଲାର ଲୋକମାନେ ରଜଛୁଟି କଟାଇବାକୁ ଗାଁକୁ ଫେରି ଅାସିଛନ୍ତି I ଘରେ ଘରେ ପିଠାପଣା ସାଙ୍ଗକୁ ଦୋଳି ଖେଳ, ପୁଚି ଖେଳ ରଜର ମୁଖ୍ୟ ଅାକର୍ଷଣ ରହିଛି I କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ, ଅାଳି, ରାଜକନିକାର ବିଭିନ୍ନ ସ୍ଥାନରେ ସାମୂହିକ ଭାେବେ ରଜ ପାଳିତ ହୋଇଛି I ଅାଳି ଡାକବଂଗଳାରେ […]
ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ମାତୃ ବିୟୋଗ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ମାଆ ସରସ୍ୱତୀ ଜେନାଙ୍କର ଆଜି ଭୋରରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ମନ୍ତ୍ରୀଙ୍କ ମାତୃ ବିୟୋଗରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରିଛନ୍ତି।
ଭୁବନେଶ୍ୱର: ତିନି ଦିନିଆ ରଜ ଉତ୍ସବର ଆଜି ଶେଷ ଦିନ। ସବୁଠି ପିଠା, ମିଠା ଓ ପାନର ମହକ। ରଜପାନ, ରଜ ପିଠା ସାଙ୍ଗକୁ ଦୋଳି, ପୁଚି ଖେଳି ଏବଂ ମେହେନ୍ଦୀ ଲଗାଇ ଉତ୍ସବ ମନାଉଛନ୍ତି ଝିଅମାନେ। ପୁଅମାନେ ମଧ୍ୟ ତାସ୍ ସାଙ୍ଗକୁ କବାଡି ଖେଳି ମଜା ନେଉଛନ୍ତି। ରାଜଧାନୀର ପାତ୍ରପଡା ଓ ଧଉଳିର ଗୋପୀନାଥପୁରରେ ରଜକୁ ବେଶ୍ ଧୁମ୍ଧାମ୍ରେ ପାଳନ କରାଯାଇଛି। ପାତ୍ରପଡାର ମୁଖ୍ୟ ଆକର୍ଷଣ ହେଉଛି ୧୬୨ଟି ଦୋଳି। ଏହା ସାଙ୍ଗକୁ ବିଭିନ୍ନ ଖେଳକୁଦ […]
ସୋର: ଲଭ୍-ସେକ୍ସ ଆଉ ଶେଷରେ ଧୋକା। ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏପରିକି ଯୁବକ ଜଣଙ୍କ ୨ଥର ଗର୍ଭପାତ କରାଇଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଯୁବତୀ ଜଣକ। ସବୁଠୁ ବଡ଼ କଥା ହେଉଛି ଜଣେ ଅଗ୍ନିଶମ କର୍ମଚାରୀଙ୍କ ନାଁରେ ଏଭଳି ଅଭିଯୋଗ ଆସିଛି। ସୂଚନା ଅନୁସାରେ, ବାଲେଶ୍ୱର ସୋର ଥାନା କମରପୁର ଅଞ୍ଚଳର ଜଣେ ଯୁବତୀଙ୍କର ୨୦୦୯ ମସିହାରୁ ମୟୂରଭଞ୍ଜ ରାସଗୋବିନ୍ଦପୁର ସାରୁଗୁଣା ଗ୍ରାମର ସଂଗ୍ରାମ ମୁର୍ମୁଙ୍କ ସହିତ […]
ଭୁବନେଶ୍ୱର: ମୌସୁମୀ ଆସିଲା, ହେଲେ ବର୍ଷାର ଦେଖା ନାହିଁ। ଏପଟେ ଅସହ୍ୟ ତାତିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ଗତକାଲି ରାଜ୍ୟର ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ୪୨ ଡିଗ୍ରୀ ସହ ଟିଟିଲାଗଡ଼ ସର୍ବାଧିକ ଉତ୍ତପ୍ତ ସହର ଥିଲା। ସେହିପରି ୪୦ ଦଶମିକ ୨ ଡିଗ୍ରୀ ସେଲସିୟସ୍ରେ ରାଜଧାନୀବାସୀ ଶିଝିଥିଲେ। ସତେ ଯେମିତି ଅଗ୍ନି ବର୍ଷା ହୋଇଥିଲା ଭଳି ଅନୁଭୂତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ୩ରୁ ୪ ଡିଗ୍ରୀ […]
ସମ୍ବଲପୁର : ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନାଁରେ ପୂର୍ବତନ ପତ୍ନୀ ଶୁଚି ସିଂହଙ୍କ ଗୁରୁତର ଅଭିଯୋଗ। ବର୍ମା ତାଙ୍କୁ ହଇରାଣ ହରକତ କରିବା ସହ ତାଙ୍କ କ୍ୟାରିୟର ବରବାଦ୍ କରିଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ପୂର୍ବତନ ପତ୍ନୀ ଶୁଚି ସିଂହ। ସେ ଏବେ ଆଲାଏଡ୍ ଅଫିସର ଭାବେ ରେଲେଓ୍ୱରେ କାର୍ଯ୍ୟରତ ଅଛନ୍ତି। ବେଆଇନ ଭାବେ ବର୍ମା ତାଙ୍କ ଅଫିସିଆଲ ରେକର୍ଡ ହାସଲ କରିବାକୁ ଉଦ୍ୟମ କରିବା ସହ ସିଭିଲ ସର୍ଭିସ ପରୀକ୍ଷା ଦେବାରେ ବାଧା […]
ଭୁବନେଶ୍ୱର : ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ଆସିଲା କେଉଁଠୁ ? ଟ୍ରେଜେରୀରେ ରହିବା ଚାବି ରେକର୍ଡ ରୁମକୁ ଗଲା କିପରି ? କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଉଙ୍କି ମାରୁଛି ଅନେକ ପ୍ରଶ୍ନ ଏଭଳି ସ୍ଥିତିରେ ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ନଥାଏ ବୋଲି ଗୁମର ଖୋଲିଛନ୍ତି ଶ୍ରୀମନ୍ଦିରର ପୂର୍ବତନ ସହ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର। ଶେଷ ଥର ପାଇଁ ୧୯୮୫ ମସିହାରେ ରତ୍ନଭଣ୍ଡାର ଖୋଲା ଯାଇଥିବାବେଳେ ନିଜେ ଉପସ୍ଥିତ ଥିଲେ ସେ ।ଏବେ ରେକର୍ଡ […]
ଜମ୍ମୁ-କଶ୍ମୀର : କଶ୍ମୀରରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ସ୍ଥିତି। ପାଦେ ପାଦେ ସୁରକ୍ଷାକର୍ମୀ ସ୍ଥିତି ଉପରେ ନଜର ରଖିଥିବା ବେଳେ ମୋବାଇଲ ଓ ଇଣ୍ଟରନେଟ୍ ସେବା କିନ୍ତୁ ସଂପୂର୍ଣ୍ଣ ବନ୍ଦ ରହିଛି। କିଛି ସ୍ଥାନରେ ଦୋକାନ ବଜାର ଖୋଲିବା ସହ କାଁ ଭାଁ ଯାନବାହନ ଚଳାଚଳ କରୁଛି। ପ୍ରାୟ ସପ୍ତାହେ ଧରି ଅଚଳାବସ୍ଥା ରହିବା ପରେ ଆଜି ସ୍କୁଲ ଏବଂ କଲେଜ ଖୋଲିବ। ତେବେ ବର୍ତ୍ତମାନ ବି ୧୪୪ ଧାରା ବଳବତ୍ତର ରହିଛି। ପାସ୍ ଦେଖାଇ ଲୋକେ […]
ରାଉରକେଲା : ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଟନେଲ-୯ରେ ୫ଜଣ ଫସିବା ଘଟଣାରେ ଆଜି ଆଉ ଦୁଇଟି ମୃତଦେହ ମିଳିଛି। ଉଦ୍ଧାରକାରୀ ଦଳ ବହୁ ଖୋଜାଖୋଜି କରିବା ପରେ ୨ଟି ମୃତଦେହ ଉଦ୍ଧାର କରିଛନ୍ତି। ପୂର୍ବରୁ ଗୋଟିଏ ମୃତଦେହ ଉଦ୍ଧାର କରାଯାଇଥିଲା। ବର୍ଜ୍ୟ ଲୁହା ସଂଗ୍ରହ କରିବାକୁ ଯାଇ ୪ ଜଣ ଫସିଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ଜଣେ ଫସିଥିଲେ। ଏବେବି ଆହୁରି ୨ଟି ମୃତଦେହ ଉଦ୍ଧାର କରିବାକୁ ଲାଗିପଡିଛନ୍ତି ଉଦ୍ଧାରକାରୀ ଟିମ୍।
ଶ୍ରୀନଗର : ବିରାଟ ଶୋଭାଯାତ୍ରା। ଯେଉଁଥିରେ ସାମିଲ ହୋଇଛନ୍ତି ହଜାର ହଜାର ଲୋକ। ଏହା ହେଉଛି ସୁଜାତ ବୁଖାରୀଙ୍କ ମୃତଦେହର ଶୋଭାଯାତ୍ରା । ସୁଜାତ ବୁଖାରୀ, ଜାମ୍ମୁ କାଶ୍ମୀରର ଖବର କାଗଜ ରାଇଜିଂ କାଶ୍ମୀରର ମୁଖ୍ୟ ସଂପାଦକ। ଗତକାଲି ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ। ସୁଜାତ ବୁଖାରୀଙ୍କ ଜନ୍ମସ୍ଥାନ ବାରମୁଳାର କ୍ରିଏରିରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ଏକ ବିରାଟ ଶୋଭାଯାତ୍ରାରେ ନିଆଯାଇ ତାଙ୍କୁ କବର ଦିଆଯାଇଥିଲା। ବୁଖାରୀଙ୍କ ପରିବାରକୁ ସମବେଦନା ଜଣାଇବାକୁ ତାଙ୍କ […]
ନୂଆଦିଲ୍ଲୀ: ଖୁବଶୀଘ୍ର କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ମୋଦି ସରକାର ବଡ଼ ଘୋଷଣା କରିବାକୁ ଯାଉଛନ୍ତି। ଦୀର୍ଘଦିନରୁ ଦରମା ବୃଦ୍ଧି ପାଇଁ କେନ୍ଦ୍ରୀୟ କର୍ମଚାରୀମାନେ ଯେଉଁ ଦାବି କରୁଥିଲେ, ତାହା ଚଳିତ ମାସରେ ପୂରଣ ହେବାର ସମ୍ଭାବନା ସୃଷ୍ଟି ହୋଇଛି। କେନ୍ଦ୍ରୀୟ କର୍ମଚାରୀମାନେ ସେମାନଙ୍କ ଡିଅରନେସ ଆଲାଉନ୍ସ (ଡିଏ) ବୃଦ୍ଧି ହେବ ବୋଲି ଆଶା ରଖିଛନ୍ତି। ଜାନୁଆରୀ ୨୦୧୯ରୁ କେନ୍ଦ୍ରୀୟ କର୍ମଚାରୀମାନେ ଡିଏ ବାବଦରେ ୧୨% ଅର୍ଥ ପାଉଛନ୍ତି। ଏବେ ବର୍ଷର ଦ୍ୱିତୀୟ ଭାଗରେ ସେମାନଙ୍କ ଡିଏ ଆଉ […]
ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀର ଓ ଲଦାଖରେ ନୂଆ ଯୁଗର ଆରମ୍ଭ ହୋଇଛି। ସର୍ଦ୍ଦାର ପଟେଲ, ଆମ୍ବେଦକର ଓ ବାଜପେୟୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହୋଇଛି। ଏବେ ସାରା ଦେଶବାସୀଙ୍କ ଦାୟିତ୍ୱ ଓ ଅଧିକାର ସମାନ ହୋଇଛି। ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଆଜି ପ୍ରଥମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧନ କରି ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି କହିଛନ୍ତି ପୂରା ଦେଶ ଏକ ଐତିହାସିକ ଫଇସଲା ନେଇଛି। ଲଦାଖ […]