• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଚେମ୍ବୁରର ଭାରତ ନଗର ଅଞ୍ଚଳରେ ଘଟିଛି ଅଘଟଣ

  • ଭୂସ୍ଖଳନ ଯୋଗୁ କାନ୍ଥ ଭୁଶୁଡି ପଡିଥିବା ପ୍ରାଥମିକ ସୂଚନା

  • ମୁମ୍ବାଇର କିଛି ଅଞ୍ଚଳରେ ଏବେବି ଜଳବନ୍ଦୀ ସ୍ଥିତି

ଚେମ୍ବୁର : ମହାରାଷ୍ଟ୍ରରେ ବଡ ଧରଣର ଅଘଟଣ । କାନ୍ଥ ଭୁଶୁଡି ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତକାଲି ଚେମ୍ବୁରର ଭାରତ ନଗର ଅଞ୍ଚଳରେ ଘଟିଛି ଏହି ଅଘଟଣ । ଭୂସ୍ଶଳନ ଯୋଗୁ କାନ୍ଥ ଭୁଶୁଡି ପଡିଥିବା ଜଣାପଡିଛି । ଘଟଣାସ୍ଥଳରୁ ବର୍ତ୍ତମାନ ସୁଦ୍ଧା ୧୬ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଆହୁରି କିଛି ଲୋଖ ଫସି ରହିଥିବାରୁ ଘଟଣାସ୍ଥଳରେ ଏନଡିଆରଏଫ ଟିମ୍ ସହ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଲଗାଣ ବର୍ଷା ଯୋଗୁ ମୁମ୍ବାଇର କିଛି ଅଞ୍ଚଳରେ ଏବେ ଜଳବନ୍ଦି ସ୍ଥିତି ଉପୁଜିଛି । ମୁମ୍ବାଇର ବିକ୍ରୋଲିରେ ମଧ୍ୟ ଏପରି ଅଘଟଣ ଘଟିଛି । କାନ୍ଥ ଭୁଶୁଡ଼ି ୩ ଜଣଙ୍କର ଜୀବନ ଚାଲି ଯାଇଥିବା ଜଣାପଡ଼ିଛି । ସଠାରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ପ୍ରବଳ ବର୍ଷା ହେବା ପରେ ମୁମ୍ବାଇର ବିଭିନ୍ନ ସ୍ଥାନରେ ପାଣି ଭରିଯାଇଛି । ପୂରା ମୟାନାଗରୀ ଏବେ ଜଳମୟ । ଫଳରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାଆସିବା କରିପାରୁ ନାହାନ୍ତି ଲୋକେ । ଗତକାଲି ରାତିରୁ ପ୍ରବଳ ବର୍ଷା ଲାଗି ରହିଛି । ମୁମ୍ବାଇରେ ମୂଷଳ ଧାରାରେ ବର୍ଷା ଯୋଗୁଁ ଚାରିଆଡ଼େ ଖାଲି ପାଣି ପାଣି ନଜର ଆସୁଛି । ସହରର ଗାନ୍ଧୀ ମାର୍କେଟ ରାସ୍ତାରେ ପାଣି ଭରି ଯାଇଛି । ଏତେ ପାଣି ଯେ ବସର ଟାୟାର ପର୍ଯ୍ୟନ୍ତ ବୁଡ଼ି ରହିଛି । ଏହା ବ୍ୟତୀ ଭାରତୀୟ ରବଳାଇ ସେବା ଉପରେ ମଧ୍ୟ ବର୍ଷା ପ୍ରଭାବ ପକାଇଛି । ମୁମ୍ବାଇର ବିଭିନ୍ନ ରେଳ ଟ୍ରାକ୍ ସମ୍ପୂର୍ଣ୍ଣ ପାଣିରେ ବୁଡ଼ିଯାଇଛି ।

ମୁମ୍ବାଇର ଚୁନାଭଟ୍ଟୀ ରେଳ ଷ୍ଟେସନ ନିକଟରେ ଟ୍ରାକରେ ପ୍ରବଳ ପାଣି ଜମି ରହିଛି । ଟ୍ରାକରେ ପାଣି ଭରିଥିବାରୁ ଟ୍ରେନ୍ ଅଟକି ରହିଛି । କେନ୍ଦ୍ରୀୟ ରେଳ ବିଭାଗର ଜଣେ ଅଧିକାରୀ କହିଛନ୍ତି, ବର୍ଷା ହେତୁ ପୂର୍ବ ମୁମ୍ବାଇର କୁର୍ଲା ଷ୍ଟେସନ ନିକଟରେ ଥିବା ଟ୍ରାକଗୁଡିକ ଜଳବନ୍ଦୀ ହୋଇ ରହିଛି । ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ୍ ଏବଂ କୁର୍ଲା ମଧ୍ୟରେ ଏବଂ ହାର୍ବର ଲାଇନରେ ଟ୍ରେନ୍ ସେବା ପ୍ରଭାବିତ ହୋଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now