• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଗୋଟିଏ ପରିବାରର ୫ ଭଉଣୀ, ସମସ୍ତେ  ଅଫିସର

  • ସେପଟେ ଝାଡ଼ୁ ମାରୁଥିବା ଆଶା ହେବେ ଡେପୁଟି କଲେର

ଜୟପୁର : ରାଜସ୍ଥାନ ପ୍ରଶାସନିକ ସେବାରେ ପାଞ୍ଚ ଭଉଣୀ । ପୂର୍ବରୁ ଦୁଇ ଭଉଣୀ କୃତକାର୍ଯ୍ୟ ହୋଇଥିବା ବେଳେ ଏବେ ଏକାଥରକେ ଆଉ ତିନି ଭଉଣୀ ଏହି ସଫଳତା ପାଇଛନ୍ତି । ପରିବାରର ୫ଜଣ ପ୍ରଶାସନିକ ଅଧିକାରୀ ହେବା ପରେ ରାଜସ୍ଥାନ ହନୁମାନଗଡ ଜିଲ୍ଲାର ଭୌରୁସାରୀ ଗାଁରେ ଖୁସିର ଲହରୀ । ସେପଟେ ଝାଡୁ ମାରି ପେଟ ପୋଷୁଥିବା ଆଶା କଣ୍ଡରା ଖୁବଶୀଘ୍ର ଡେପୁଟି କଲେର ଭାବେ ଦାୟିତ୍ୱ ନେବେ ।

ରାଜସ୍ଥାନ ପ୍ରାଶାସନିକ ସେବା ପରୀକ୍ଷା ପାସ୍ କରିଛନ୍ତି ତିନି ଭଉଣୀ । ରାଜସ୍ଥାନ ହନୁମାନଗଡ ଜିଲ୍ଲାର ଭୌରୁସାରୀ ଗାଁ ସହ ଏଭଳି ସଫଳତାର ଗାଥା ଯୋଡି ହୋଇଛି । ଗାଁର ତିନି ଝିଅ ରିତୁ, ଅଂଶୁ ଓ ସୁମନ ଏକାବେଳେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହାକୁ ନେଇ ଗାଁରେ ଖୁସିର ମାହୋଲ । ସେମାନଙ୍କର ୨ ବଡ ଭଉଣୀ ବି ରାଜସ୍ଥାନର ପ୍ରଶାସନିକ ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଦୁଇ ଭଉଣୀଙ୍କ ଠାରୁ ପ୍ରେରଣା ପାଇ ରିତୁ, ଅଂଶୁ ଓ ସୁମନ ପାଠ ପଢାରେ ଲାଗି ପଡିଥିଲେ । ଆଉ ଏଥର ପ୍ରଶାସନିକ ଅଧିକାରୀ ହେବା ପାଇଁ ଯୋଗ୍ୟ ସାବ୍ୟସ୍ତ ହୋଇଛନ୍ତି । ଏଣିକି ତାଙ୍କ ପରିବାରର ୫ ଝିଅ ହେବେ ରାଜସ୍ଥାନର ପ୍ରଶାସନିକ ଅଧିକାରୀ ।

ସେପଟେ ଯୋଧପୁର ନଗର ନିଗମ କାର୍ଯ୍ୟାଳୟରେ ଆଶା କଣ୍ଡରାଙ୍କୁ ସ୍ୱାଗତ କରାଯାଇଛି । ନଗର ନିଗମରେ ସଫେଇ କର୍ମଚାରୀ ଭାବେ କାମ କରୁଥିବା ଆଶା ରାଜସ୍ଥାନ ପ୍ରାଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସଫେଇ କର୍ମଚାରୀରୁ ସିଧା ସଳଖ ଡେପୁଟି କଲେର ଭାବେ ଦାୟିତ୍ୱ ନେବେ । ଆଶା ଜୀବନରେ ଆସିଥିବା କଠିନ ପରିସ୍ଥିତିକୁ ସାମ୍ନା କରି ଏବେ ସେ ସଫଳତାର ଶିଖର ଛୁଇଁଛନ୍ତି ।

ବାହାଘରର ୫ବର୍ଷ ପରେ ପାରିବାରିକ ବିବାଦ ଯୋଗୁଁ ସ୍ୱାମୀ ଛାଡି ଚାଲିଯିବା ପରେ ଦୁଇଟି ପିଲାଙ୍କୁ ମଣିଷ କରିବା ଆଶାଙ୍କ ପାଇଁ ବଡ ଚ୍ୟାଲେଂଜ ଥିଲା । କିନ୍ତୁ ଏଥିରେ ସେ ଭାଙ୍ଗି ନପଡି ପାଠ ପଢିବା ସହ ସ୍ନାତକ ଶିକ୍ଷା ଶେଷ କରିଥିଲେ । ଆଉ ଏହା ପରେ ସେ ରାଜସ୍ଥାନ ପ୍ରାଶାସନିକ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ । ୨୦୧୮ରେ ପରୀକ୍ଷା ଦେବାର କିଛି ଦିନ ପରେ ତାଙ୍କୁ ଯୋଧପୁର ନଗର ନିଗମରେ ସଫେଇ କର୍ମଚାରୀ ଭାବେ ନିଯୁକ୍ତି ମିଳିଥିଲ । ମଙ୍ଗଳବାର ପରୀକ୍ଷା ଫଳ ଆସିବା ଅପର୍ଯ୍ୟନ୍ତ ସେ ଯୋଧପୁରର ବିଭିନ୍ନ ରାସ୍ତା ସଫେଇ କରୁଥିଲେ ।