ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପରଲୋକ ହୋଇଯାଇଛି। ନୂଆଦିଲ୍ଲୀର ଫର୍ଟିସ ଏସକର୍ଟ ହସ୍ପିଟାଲରେ ୮୧ ବର୍ଷ ବୟସରେ ଶୀଲାଙ୍କର ପରଲୋକ ହୋଇଯାଇଛି। ହୃଦରୋଗରେ ପୀଡ଼ିତ ଥିବା ଶୀଲା ଗତ କିଛିଦିନ ଧରି ଅସୁସ୍ଥ ଥିଲେ । ଗତକାଲି ଶ୍ୱାସ ପ୍ରଶ୍ୱାସରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଘନିଷ୍ଠ ସହଯୋଗୀ ଭାବେ […]
ଜାମ୍ମୁ : ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲଂଘନ ଜାମ୍ମୁ ଓ କାଶ୍ମୀର ସାମ୍ବା ସେରର ଚାମ୍ବଲିୟାଲ ନିକଟରେ ପାକିସ୍ତାନ ପଟୁ ଘନ ଘନ ଗୁଳି ମାଡରେ ୪ଜଣ BSF ଯବାନ ସହିଦ ହୋଇଛନ୍ତି। ଆଉ ୩ ଯବାନ ଗୁରୁତର ଆହତ ହୋଇଛନ୍ତି । ଦିନକ ତଳେ ଚୀନର କିଙ୍ଗଦାଓରେ ଅନୁଷ୍ଠିତ ସଂଘାଇ କୋପରେସନ୍ ଅର୍ଗାନାଇଜେସନ SCO ସମ୍ମିଳନୀରେ ପାକିସ୍ତାନ ରାଷ୍ଟ୍ରପତି ମମ୍ ନୁନ୍ ହୁସେନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଥିଲେ ଏବଂ କିଛି ଦିନ […]
ଭୁବନେଶ୍ୱର : ୨୦୩୦ ସୁଦ୍ଧା ଓଡ଼ିଶାରେ ୧୦୦ ମିଲିୟନ ଟନ ଇସ୍ପାତ ଉତ୍ପାଦନ କରିବା ଲକ୍ଷ୍ୟ ରହିଛି। ଏଥି ସହିତ ଓଡ଼ିଶାର କଳିଙ୍ଗ ନଗର ହେବ ଷ୍ଟିଲ ହବ୍। ଗତକାଲି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିବା ପରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ବିରେନ୍ଦ୍ର ସିଂ ଏହା କହିଛନ୍ତି। ୨୦୩୦ ସୁଦ୍ଧା ସାରା ଦେଶରେ ୩୦୦ ମିଲିୟନ ଟନ ଇସ୍ପାତ ପ୍ରଡକ୍ସନ କରିବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେଥିରେ ଓଡ଼ିଶାରୁ ଶହେ ମିଲିୟନ ଟନ […]
ଭୁବନେଶ୍ୱର : ଦୁଇ ବର୍ଷ ଭିତରେ ଆକାଶ ପାତାଳ ଫରକ। ଅଞ୍ଚଳ ସମାନ, ହେଲେ ବଦଳି ଯାଇଛି ଚିତ୍ର। ଯେଉଁ ଗାଁକୁ ପାଦଚଲା ରାସ୍ତା ନଥିଲା, ସେଠାକୁ ଏବେ ଲମ୍ବିଛି ସବୁଦିନିଆ ପକ୍କା ରାସ୍ତା। ମୁଣ୍ଡ ଗୁଞ୍ଜିବାକୁ ଚାଳ ନଥିଲା, ହେଲେ ଏବେ ପ୍ରତି ପରିବାର ପାଇଁ କଂକ୍ରିଟ୍ ଛାତ। କେଉଁଠି ନିର୍ମାଣ ସରିଛି, ତ ଆଉ କେଉଁଠି ଜୋରସରରେ ଜାରି ରହିଛି ନିର୍ମାଣ କାମ। ସେହିଭଳି ପିଇବା ଲାଗି ହୋଇଛି ପାଇପ ପାଣିର ବ୍ୟବସ୍ଥା ସହ […]
ଭୁବନେଶ୍ୱର : ରାଜ୍ୟର ୭୦ ଲକ୍ଷ ପରିବାର ପାଇଁ ସ୍ୱାସ୍ଥ୍ୟ ସୁରକ୍ଷା ସହାୟତା ଘୋଷଣା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ଅନୁଯାୟୀ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁରକ୍ଷା ସହାୟତାର ବ୍ୟବସ୍ଥା କରାଯାଇଛି। ସବୁ ସରକାରୀ ହସ୍ପିଟାଲ୍ରେ ବିନା ମୂଲ୍ୟରେ ସ୍ୱାସ୍ଥ୍ୟ ଚିକିତ୍ସା ଯୋଗାଇ ଦିଆଯିବା ନେଇ ଘୋଷଣା କରାଯାଇଛି। ଏଥିସହ ପ୍ରସୂତି, ନବଜାତ ଓ ଅସୁସ୍ଥ ଶିଶୁଙ୍କ ଘରୁ […]
ଭୁବନେଶ୍ୱର : ଦୁର୍ବଳ ହେଉଛି ମୌସୁମୀ। ଆସନ୍ତା ୪୮ ଘଣ୍ଟା ପରେ ରାଜ୍ୟରେ କମିପାରେ ବର୍ଷାର ପ୍ରଭାବ। ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର। ରାଜ୍ୟର କିଛି ସ୍ଥାନରେ କେବଳ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବ ରହିବ। ତେବେ ଆଜିବି ଉତ୍ତର ଏବଂ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ମୌସୁମୀ ସକ୍ରିୟ ହୋଇଛି। ଏହାର ପ୍ରଭାବରେ କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ସେପଟେ ମୌସୁମୀ ବର୍ଷାର ପ୍ରଭାବ […]
ନୂଆଦିଲ୍ଲୀ : ସ୍ଥାନୀୟ ଫତେପୁର ସ୍ଥିତ ଶନିଧାମ ମନ୍ଦିର ସଂସ୍ଥାପକ ଆତ୍ମଘୋଷିତ ଧର୍ମଗୁରୁ ଦାତି ମହାରାଜଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିବା ପରେ ସେ ଫେରାର ହୋଇଯାଇଛନ୍ତି I ଦିଲ୍ଲୀ କ୍ରାଇମବ୍ରାଂଚ ଘଟଣାର ତଦନ୍ତ କରୁଛି ଦିଲ୍ଲୀ କ୍ରାଇମବ୍ରାଂଚ ଘଟଣାର ତଦନ୍ତ କରୁଛି I ସୋସିଆଲ ମିଡ଼ିଆରେ ବେଶ୍ ସକ୍ରିୟ ଥିଲେ ଦାତି ମହାରାଜ I ଗିରଫ ଭୟରେ ସେ ଆତ୍ମଗୋପନ କରିଥିବା କୁହାଯାଉଛି I ଦିଲ୍ଲୀ ପୁଲିସ୍ ଏହି ଘଟଣାରେ ସୋମବାର ଦୁଷ୍କର୍ମ ମାମଲା ରୁଜୁ […]
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ଅଦଳ ବଦଳ ଅଭିଯୋଗ। ନବଜାତ ପୁଅ ବଦଳରେ ମୃତ ଶିଶୁକନ୍ୟା ଦିଆଯାଇଥିବା ଅଭିଯୋଗ କରିଛନ୍ତି ଏକ ଦମ୍ପତ୍ତି। ଅଭିଯୋଗ ଅନୁଯାୟୀ, ଗତକାଲି କାଶୀପୁର କୁମ୍ଭାରଶିଳାର ଜଣେ ପ୍ରସୂତି ରାୟଗଡ଼ା ମେଡିକାଲରେ ପ୍ରସବ କରିଥିଲେ। ଶିଶୁର ସ୍ୱାସ୍ଥାବସ୍ଥା ଖରାପ ହେବାରୁ ତାକୁ କୋରାପୁଟ ମେଡିକାଲର ଏସଏନ୍ସିୟୁ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଆଜି ଦମ୍ପତ୍ତିକୁ ମେଡିକାଲ ତରଫରୁ ମୃତ ଶିଶୁକନ୍ୟା ଦିଆଯାଇଥିବାରୁ, ଶିଶୁଟିକୁ ଗ୍ରହଣ କରିନଥିଲେ ଦମ୍ପତ୍ତି। ମେଡିକାଲରେ ତାଙ୍କ […]
ମୟୁରଭଞ୍ଜ : ମୟୁରଭଞ୍ଜ ନିଚୁଆପଦାରେ ଆରମ୍ଭ ହୋଇଛି ସୁର୍ ତାଲ୍ ମହୋତ୍ସବ। ବିଧାୟକ ପ୍ରବୀଣ ଭଂଜଦେଓ ଏହାର ଉଦଘାଟନ କରିଥିଲେ। ଗ୍ରାମାଂଚଳରେ ଥିବା କଳାକାରମାନଙ୍କୁ ସୁଯୋଗ ଦେବା ଏହାର ଉଦ୍ଦେଶ୍ୟ ଥିବାବେଳେ ଦେଶର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ସାଂସ୍କୃତିକ ତଥା ଲୋକକଳା ଅନୁଷ୍ଠାନ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ। ତେବେ ନିଚୁଆପଦା ସୁରତାଲ୍ ମହୋତ୍ସବର ଅନ୍ୟ ଏକ ମୁଖ୍ୟ ଆକର୍ଷଣ ଥିଲା, ବିଭିନ୍ନ କଳାକରଙ୍କ ଦ୍ୱାରା ଓଡିଶୀ ଏବଂ ମୟୁରଭଞ୍ଜର ଛଉ ନୃତ୍ୟ ପ୍ରଦର୍ଶନୀ। ୩ଦିନ […]
ଇନ୍ଦୋର: ଆଧ୍ୟାତ୍ମିକ ଧର୍ମଗୁରୁ ତଥା ମଧ୍ୟପ୍ରଦେଶ ସରକାରରେ ନିକଟରେ ରାଷ୍ଟ୍ରମନ୍ତ୍ର୍ରୀ ପଦ ପାଇଥିବା ଭାୟୁଜୀ ମହାରାଜ ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପଚାଶ ବର୍ଷ ବୟସ୍କ ଏହି ଧର୍ମଗୁରୁ ମାନସିକ ଚାପଗ୍ରସ୍ତ ଥିଲେ ବୋଲି କୁହାଯାଉଛି ।ତାଙ୍କର ଏକ ସୁଇସାଇଡ ନୋଟ ପୋଲିସ ଉଦ୍ଧାର କରିଛି।ମୋ ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହନ୍ତି ବୋଲି ସୁଇସାଇଡ ନୋଟରେ ସେ ଉଲ୍ଲେଖ କରିଛନ୍ତି । ଇନ୍ଦୋରର ମୁମ୍ବାଇ ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା […]
ମେହସାନା (ଗୁଜରାଟ): ଜଣେ ଏମିତି ମଣିଷ ଯିଏକି ଦୀର୍ଘ ଦିନ ହେବ କିଛି ନ ଖାଇ ନ ପିଇ କେବଳ ପବନ ଆହାରରେ ବଞ୍ଚିଛନ୍ତି ବୋଲି ଦାବି କରିଛନ୍ତି । ସେ ପୁଣି ବର୍ଷେ କି ଦୁଇ ବର୍ଷ ନୁହେଁ ପୂରା ୭ ଦଶନ୍ଧି ଅର୍ଥାତ୍ ୭୦ ବର୍ଷ । ୮୮ ବର୍ଷ ବୟସ୍କ ଏହି ବୃଦ୍ଧ ଜଣେ ହେଉଛନ୍ତି ଜଣେ ଯୋଗସାଧକ । ତାଙ୍କ ନାମ ପ୍ରହ୍ଲାଦ ଜୈନ। ଗୁଜରାଟର ଚରୋଡ ଗାଁରେ ଏକ ଆଶ୍ରମରେ […]
ବେଙ୍ଗାଲୁରୁ : କର୍ଣ୍ଣାଟକ ରାଜନୀତିରେ ଜାରି ରହିଛି ହାଇଡ୍ରାମା। ଆଜି ଦିନ ସାଢ଼େ ଗୋଟାଏ ସୁଦ୍ଧା ଆସ୍ଥା ଭୋଟ କରାଇବାକୁ ରାଜ୍ୟପାଳ ବାଜୁଭାଇ ବାଲା ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଆସ୍ଥାଭୋଟ କରାଇବା ପାଇଁ ରାଜ୍ୟପାଳ ଦେଇଥିବା ନିର୍ଦ୍ଦେଶକୁ ନ ମାନି ବାଚସ୍ପତି ଆଜି ୧୧ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଥିଲେ। ଗୃହ ମୁଲତବୀ ଘୋଷଣା କରିବା ପରେ ବାଚସ୍ପତିଙ୍କ ନିଷ୍ପତ୍ତିକୁ ତୀବ୍ର ପ୍ରତିବାଦ କରିବା ସହ ଆସ୍ଥା ଭୋଟ ନ […]