ନୂଆଦିଲ୍ଲୀ: ୱାଘା ବର୍ଡରରେ ପାକିସ୍ତାନ ଅଟକାଇ ରଖିଥିବା ‘ସମଝୌତା ଏକ୍ସପ୍ରେସ୍’ ଶେଷରେ ଭାରତ ପହଞ୍ଚି ପାରିଛି। ପୂର୍ବରୁ କୂଟନୈତିକ ସମ୍ପର୍କ କାଟିଥିବା ପାକିସ୍ତାନ ଏହି ‘ସମଝୌତା ଏକ୍ସପ୍ରେସ୍’ ଚଳାଚଳକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ଏକ୍ସପ୍ରେସ୍ ସୀମା ଅତିକ୍ରମ କରିବା ଆଗରୁ ୱାଘାଠାରେ ହିଁ ଅଟକାଇ ଦେଇଥିଲା ଏବଂ କହିଥିଲା ପାକିସ୍ତାନର ଡ୍ରାଇଭର ଏବଂ କ୍ରୁ ଭାରତ ଯିବେନାହିଁ। ତେଣୁ ଭାରତ ନିଜର ଡ୍ରାଇଭର ଏବଂ କ୍ରୁ ପଠାଇବାକୁ ପାକିସ୍ତାନ ପକ୍ଷରୁ କୁହାଯାଇଥିଲା। ଧାରା […]
ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ପ୍ରଦାନ କରାଯାଇଛି ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ। ପ୍ରଣବଙ୍କ ସହ ଦିବଙ୍ଗତ ସଙ୍ଗୀତଜ୍ଞ ଭୂପେନ୍ ହଜାରିକା ଓ ସମାଜ ସଂସ୍କାରକ ନାନାଜୀ ଦେଶମୁଖଙ୍କୁ ବି ମରଣୋତ୍ତର ଭାବେ ମିଳିଛି ଏହି ସମ୍ମାନ। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସମ୍ମାନ ପ୍ରଦାନ କରିଛନ୍ତି। ପ୍ରଣବ ମୁଖାର୍ଜୀ ନିଜେ ରାଷ୍ଟ୍ରପତିଙ୍କ ହାତରୁ ଭାରତ ରତ୍ନ ଗ୍ରହଣ କରିଥିବା ବେଳେ ମରୋଣତ୍ତୋର ଭାବେ […]
ନୂଆଦିଲ୍ଲୀ : ଭାରତ ପାଇଁ ସବୁଠୁ ବଡ଼ ବିପଦ ଏହାର ପଡ଼ୋଶୀ ଦେଶ। ଆଜି ଏପରି କିଛି ବୟାନ ରଖି ପାକିସ୍ତାନକୁ ଇସାରାରେ ଟାର୍ଗେଟ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ନିଜ ବନ୍ଧୁଙ୍କୁ ପରିବର୍ତ୍ତନ କରିପାରିବେ କିନ୍ତୁ ପଡ଼ୋଶୀଙ୍କୁ ନୁହେଁ। ଆଉ ଭାରତର ପଡ଼ୋଶୀ ଯେଭଳି ରହିଛନ୍ତି ସେହିଭଳି ପଡ଼ୋଶୀ ଭଗବାନ ଆଉ କାହାକୁ ବି ନଦିଅନ୍ତୁ ବୋଲି ରାଜନାଥ ଦୋହରେଇଛନ୍ତି। ଭାରତରେ ଆତଙ୍କବାଦୀ ଗତିବିଧି ଏବଂ ଅଶାନ୍ତର ବାତାବରଣ ଦୂର କରିବା ପାଇଁ କେନ୍ଦ୍ର […]
ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କ ଗତକାଲି ଦିଲ୍ଲୀ ଏମ୍ସଠାରେ ପରଲୋକ ହୋଇଯାଇଛି। ଗତକାଲି ସନ୍ଧ୍ୟାରେ ହୃଦ୍ଘାତ ପରେ ତାଙ୍କୁ ଏମ୍ସ ହସ୍ପିଟାଲ ନିଆଯାଇଥିଲା। ୫ ଜଣ ଡାକ୍ତର ତାଙ୍କ ଚିକିତ୍ସାରେ ନିୟୋଜିତ ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ଖବର ପାଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଓ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରି ଏମ୍ସରେ ପହଞ୍ଚିଥିଲେ। ସୁଷମାଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ଉଲ୍ଲେଖନୀୟ ଯେ, […]
ଇସ୍ଲାମାବାଦ : ପାକିସ୍ତାନ ରାଜଧାନୀ ଇସ୍ଲାମାବାଦରେ ମହାଭାରତ ପୋଷ୍ଟରକୁ ନେଇ ସୋଶାଲ୍ ମିଡିଆରେ ଚର୍ଚ୍ଚା। ଇସ୍ଲାମାବାଦ୍ର ବିଭିନ୍ନ ସ୍ଥାନରେ ଆଜି ମହାଭାରତ-ଏ ଷ୍ଟେପ୍ ଫରଓ୍ୱାର୍ଡ ଶୀର୍ଷକରେ ଶହ ଶହ ସଂଖ୍ୟାରେ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଥିଲା। ଏଥିରେ ଏଏନ୍ଆଇ ଟୁଇଟ୍ କରିଥିବା ରାଜ୍ୟସଭାରେ ଶିବସେନା ସାଂସଦ ସଂଜୟ ରାଉତଙ୍କ ବୟାନ ସ୍ଥାନ ପାଇଥିଲା। ଯେଉଁଥିରେ ଲେଖାଥିଲା, ଆଜି ଜାମ୍ମୁ-କାଶ୍ମୀର ନେଇଛୁ, କାଲି ବେଲୁଚିସ୍ତାନ ଓ ପିଓକେର ପାଳି। ଭାରତର ପ୍ରଧାନମନ୍ତ୍ରୀ ଅଖଣ୍ଡ ଭାରତର ସ୍ୱପ୍ନ ପୁରା କରିବା […]
ନୂଆଦିଲ୍ଲୀ: ରାଜ୍ୟସଭା ପରେ ଆଜି ଲୋକସଭାରେ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍ ପାସ୍ ହୋଇଛି। ଅର୍ଥାତ ଜମ୍ମୁ-କଶ୍ମୀର ଠାରୁ ଲଦାଖ ଅଲଗା ହୋଇଛି। ଏଥିସହ ଭାରତୀୟ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ଏହି ବିଲ୍ ସପକ୍ଷରେ ୩୬୬ ଭୋଟ ପଡ଼ିଥିବା ବିପକ୍ଷରେ ୬୬ଟି ଭୋଟ ପଡ଼ିଛି। ଜଣେ ସାଂସଦ ଭୋଟ ଦାନରୁ ବିରତ ରହିଥିଲେ। ଏବେ ଏହି ବିଲ୍କୁ ରାଷ୍ଟ୍ରପତି ଅନୁମୋଦନ ଦେବା ପରେ ଜମ୍ମୁ-କଶ୍ମୀର ଓ ଲଦାଖ ଅଲଗା ଅଲଗା କେନ୍ଦ୍ର ଶାସିତ ଅଞ୍ଚଳ […]
ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ ଆଗତ କରିଛନ୍ତି। ଶାହ ଏହି ବିଲ୍ ଉପସ୍ଥାପନ କରି କହିଛନ୍ତି ଯେ, ଏହା ଜମ୍ମୁ ଓ କାଶ୍ମୀରକୁ ଭାରତ ସହ ଦଶନ୍ଧି ଦଶନ୍ଧି ଧରି ଯୋଡ଼ି ରଖିବ ଓ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ତେବେ ବିଲ୍ର ଉପସ୍ଥାପନ ଶୈଳୀ ନେଇ ଆପତ୍ତି କରିଛି କଂଗ୍ରେସ। କଂଗ୍ରେସ ସଂସଦୀୟ ଦଳ ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି ଯେ, ରାତାରାତି ଗୋଟିଏ […]
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ସମ୍ବିଧାନର ବିବାଦୀୟ ଧାରା ୩୫-ଏର ଭାଗ୍ୟ ଏବେ କ’ଣ ହେବ, ତା’କୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ତେବେ ସମ୍ବିଧାନ ବିଶେଷଜ୍ଞଙ୍କ ମତରେ ଧାରା ୩୭୦ ଉଚ୍ଛେଦ ହୋଇଥିବାରୁ ଧାରା ୩୫-ଏ ମଧ୍ୟ ଆପେଆପେ ଉଚ୍ଛେଦ ହୋଇଯାଇଛି। ସମ୍ବିଧାନର ଧାରା ୧୪୫ ଅନୁଯାୟୀ, ସମ୍ବିଧାନର ଯେକୌଣସି ଧାରାକୁ ଚ୍ୟାଲେଞ୍ଜ କରାଗଲେ, ତାହାର ଶୁଣାଣି ସାମ୍ବିଧାନିକ ଖଣ୍ଡପୀଠରେ ହେବା କଥା। ତେଣୁ ୩୫-ଏ ସମ୍ବିଧାନର ମୂଳ ନିୟମକୁ ଉଲ୍ଲଙ୍ଘନ କରୁଛି କି ନାହିଁ, […]
ଶ୍ରୀନଗର : ରବିବାର ରାତିରୁ ଗୃହବନ୍ଦୀ ହୋଇ ରହିଥିବା ପୂର୍ବତନ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ଓ ନ୍ୟାଶନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲାଙ୍କୁ ଆଜି ସନ୍ଧ୍ୟାରେ ପୁଲିସ୍ ଗିରଫ କରିଛି। ଗିରଫ ପରେ ଉଭୟ ଏକ ଗେଷ୍ଟ ହାଉସ୍କୁ ନିଆଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ତେବେ କେଉଁ କାରଣ ପାଇଁ ଉଭୟଙ୍କୁ ଗିରଫ କରାଗଲା, ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ରାଜ୍ୟସଭାରେ ଜମ୍ମୁକୁ ଦୁଇ ଭାଗ […]
ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିରେ ପାକିସ୍ତାନରେ କମ୍ପନ। ଭାରତର ଏଭଳି ନିଷ୍ପତ୍ତିକୁ ପାକିସ୍ତାନ ନିନ୍ଦା କରିବା ସହ ଏକପାଖିଆ କହି ପ୍ରତ୍ୟାଖ୍ୟାନ କରିଛି। ଭାରତ ଅଧିକୃତ ଜମ୍ମୁ ଓ କଶ୍ମୀର ଆନ୍ତର୍ଜାତିକ ସ୍ତରରେ ବିବାଦୀୟ ଅଂଚଳ ଭାବେ ମାନ୍ୟତା ପାଇଛି। ତେଣୁ ଏହା ପାକିସ୍ତାନ ଏବଂ ଜମ୍ମୁ ଓ କଶ୍ମୀର ଲୋକମାନଙ୍କ ପାଇଁ ଗ୍ରହଣୀୟ ନୁହେଁ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଭାରତ […]
ନୂଆଦିଲ୍ଲୀ: ଦୀର୍ଘ ଘଣ୍ଟାର ମାରାଥନ ବିତର୍କ ପରେ ଶେଷରେ ଜମ୍ମୁ-କଶ୍ମୀର ପୁର୍ନଗଠନ ବିଲ୍ ରାଜ୍ୟସଭାରେ ପାସ୍ ହୋଇଛି। ଅର୍ଥାତ ଜମ୍ମୁ-କଶ୍ମୀର ଠାରୁ ଲଦାଖ ଅଲଗା ହୋଇଯାଇଛି। ଏଥିସହ ଜମ୍ମୁ-କଶ୍ମୀର ରାଜ୍ୟ ମାନ୍ୟତା ହରାଇଛି। ଜମ୍ମୁ-କଶ୍ମୀରକୁ ଏଣିକି ରାଜ୍ୟ ବଦଳରେ କେନ୍ଦ୍ର ଶାସିତ ଅଞ୍ଚଳରେ ଭାବେ ଗଣତି କରାଯିବ। ଲଦାଖ ମଧ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ହେବ। ଏବେ ଏହି ବିଲ୍ ଲୋକସଭାରେ ଆଗତ ହେବ। ଏଥିସହ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ମଧ୍ୟ ଉଚ୍ଛେଦ ହୋଇଛି। ଏହାକୁ ରାଷ୍ଟ୍ରପତି […]
ଭୁବନେଶ୍ୱର : ୩୭୦ ଉଚ୍ଛେଦ ପରେ ଆଲର୍ଟ ଜାରି କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ, ଡିଜିପି ଏବଂ ପୁଲିସ କମିଶନ୍ଙ୍କୁ ଏନେଇ ଆଲର୍ଟ ଜାରି କରିଛି । ଆବଶ୍ୟକ ସଂଖ୍ୟକ ଫୋର୍ସ ମହଜୁଦ୍ ରଖିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖାଯାଇଛି। ଏହାଛଡ଼ା କଶ୍ମୀର ବାସିନ୍ଦାଙ୍କ ସୁରକ୍ଷା ବଢ଼ାଇବା ସହ ଦେଶର ବିଭିନ୍ନ ଅଞ୍ଚଳରେ ଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ନଜର […]
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଛନ୍ତି। ଏହାଦ୍ୱାରା ଜମ୍ମୁ-କଶ୍ମୀରକୁ ପୂର୍ବରୁ ମିଳୁଥିବା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରତ୍ୟାହାର ହୋଇଛି।ଏବେ ଏହା ଏକ ରାଜ୍ୟ ନୁହେଁ, ବରଂ ଏକ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପରିଗଣିତ ହେବ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କରି ଲଦାଖକୁ ଏକ ସ୍ୱତନ୍ତ୍ର କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ଦେବାକୁ ମଧ୍ୟ ଏକ ପ୍ରସ୍ତାବ […]
ନୂଆଦିଲ୍ଲୀ : ସଂସଦ ଭବନ ପରିସରରେ ଦଳୀୟ ସାଂସଦଙ୍କ ପାଇଁ ବିଜେପି ପକ୍ଷରୁ ଆରମ୍ଭ ହୋଇଛି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର। ସଂସଦର ଲାଇବ୍ରେରୀ ହଲ୍ରେ ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଏହି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରର ନା ଅଭ୍ୟାସ ବର୍ଗ ରଖାଯାଇଛି। ଉଭୟ ଲୋକସଭା ଏବଂ ରାଜ୍ୟସଭାର ବିଜେପି ସାଂସଦମାନେ ଏହି ପ୍ରଶିକ୍ଷଣ ଶିବିରରେ ସାମିଲ ହେବେ। ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ […]
ଦିଲ୍ଲୀ ( ଶିବାନନ୍ଦ) : ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ ମାମଲାରେ ଅନ୍ତରୀଣ ଆବେଦନର ଶୁଣାଣି ଘୁଞ୍ଚିଲା। ଅଣମୌସୁମୀ ବେଳେ ଜଳ ଛାଡ଼ିବା ନେଇ ଓଡ଼ିଶାର ଅନ୍ତରୀଣ ଆବେଦନ ଉପରେ ଟ୍ରିବ୍ୟୁନାଲରେ ଶୁଣାଣି ଶେଷ ହୋଇଛି। ସେହିପରି ଛତିଶଗଡ଼ର କାଉଣ୍ଟର ଆବେଦନ ଶୁଣାଣି ସେମ୍ବେର ୨୮ ତାରିଖକୁ ଘୁଞ୍ଚିଛି। ଓଡ଼ିଶାର ଆବେଦନକୁ ବିରୋଧ କରି ଛତିଶଗଡ଼ ପକ୍ଷରୁ ଅପିଲ କରାଯାଇଥିଲା। ବର୍ଷା ଯୋଗୁଁ କ୍ଷେତ୍ର ପରିଦର୍ଶନ ହୋଇ ପାରିନଥିବା କୋର୍ଟକୁ ଜଣାଇଛନ୍ତି ଉଭୟ ପକ୍ଷ। ଏଥିସହ ବିଶେଷଜ୍ଞ […]