ନୂଆଦିଲ୍ଲୀ : ଆଜି ଲୋକସଭାରେ ବହୁଚର୍ଚ୍ଚିତ ଟ୍ରିପଲ୍ ତଲାକ ବିଲ୍ ଉପରେ ଆଲୋଚନା ହେବା ସଂଭାବନା ରହିଛି। ଟ୍ରିପଲ୍ ତଲାକକୁ ଅପରାଧିକ ମାମଲାରେ ଅର୍ନ୍ତଭୁକ୍ତ କରିବାକୁ ହୋଇଥିବା ସଂଶୋଧନକୁ ଆଜି ଲୋକସଭାରେ ଉପସ୍ଥାପିତ କରାଯିବ । ଟ୍ରିପଲ୍ ତଲାକରେ ଅଭିଯୁକ୍ତଙ୍କୁ କାରାଦଣ୍ଡ ଏବଂ ଜୋରିମାନା ଭଳି ଦଣ୍ଡ ଲଗାଇବା ପାଇଁ ଏହି ବିଲ୍ରେ ସଂଶୋଧନ କରାଯାଇଛି। ଯାହାକୁ କିଛି ଆଞ୍ଚଳିକ ଦଳ ବିରୋଧ କରିଥିଲେ । ଏହାପୂର୍ବରୁ ଟ୍ରିପଲ୍ ତଲାକ ବିଲ୍ ଲୋକସଭାରେ ଉପସ୍ଥାପିତ ହୋଇଛି। ତେବେ […]
ଜମ୍ମୁ-କାଶ୍ମୀର : କାର୍ଗିଲ ଦିବସ ପାଳନ ପୂର୍ବରୁ ଡେୟାର ଡେଭିଲ ଶୋ ପ୍ରଦର୍ଶନ। ଭାରତୀୟ ସ୍ଥଳ ସେନା ପକ୍ଷରୁ ଦ୍ରାସ ସେକ୍ଟରରେ ଡେୟାର ଡେଭିଲ ବାଇକର ଶୋ ପ୍ରଦର୍ଶନ କରାଯାଇଛି। କାର୍ଗିଲ ଯୁଦ୍ଧର ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଏଭଳି ଶୋ ପ୍ରଦର୍ଶନ କରିଛି ସେନା। ବାଇକରେ ବିଭିନ୍ନ ଷ୍ଟଣ୍ଟ ଶୋ ଦେଖାଇ ଲୋକଙ୍କ ମନ କିଣିନେଇଛନ୍ତି ବୀର ଯବାନମାନେ। ଜଳନ୍ତା ନିଆଁର ଚକ୍ରି ମଧ୍ୟରେ ବାଇକ ଚଲାଇ ଯିବା ଠାରୁ ଆରମ୍ଭ କରି ଗୋଟିଏ […]
ଗୁଜରାଟ : ଟିକ୍ଟିକ୍ ଭିଡିଓ କରିବା ନିଶା ସମସ୍ତଙ୍କୁ ଘାରିଛି । ଲୋକେ ନିଜର ଅଫିସ୍ ସମୟ ଭିତରେ କାର୍ଯ୍ୟକ୍ଷେତ୍ରରେ ଥାଇ ବି ଟିକ୍ଟକ୍ରେ ମାତୁଛନ୍ତି। କିଛିଦିନ ତଳେ କିଛି ଡାକ୍ତରଖାନା ନର୍ସମାନଙ୍କ ଭିଡିଓ ଖୁବ୍ ଭାଇରାଲ୍ ହୋଇଥିଲା। ଏଥିନେଇ ସଂପୃକ୍ତ କର୍ତ୍ତୃପକ୍ଷ ସାମାନଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେଇଥିଲେ। ଏବେ ଏମିତି ଏକ ଖବର ଆସିଛି । ଥାନାରେ ପୁଲିସ କନଷ୍ଟେବଳଙ୍କ ଟିକ୍ଟକ୍ ଭିଡିଓ ଭାଇରାଲ ହେଉଛି। ପୁଣି ଡ୍ୟୁଟି ଆୱାର ଭିତରେ, ବିନା ବର୍ଦ୍ଦିରେ। […]
ନୂଆଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସ (ଏମ୍ସ)ରେ ୧୫୦ ଆସିଷ୍ଟାଣ୍ଟ ପ୍ରଫେସର ଓ ଅଧ୍ୟାପକ ପଦବି ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ ଏହାର ଅଫିସିଆଲ୍ ୱେବସାଇଟ୍କୁ ଯାଇ ଆବେଦନ କରିପାରିବେ। ପଦବି: ଆସିଷ୍ଟାଣ୍ଟ ପ୍ରଫେସର ଓ ଅଧ୍ୟାପକ (ନର୍ସିଂ) ପଦବି ସଂଖ୍ୟା: ୧୫୦ ଯୋଗ୍ୟତା ଓ ବୟସ ସୀମା: କୌଣସି ମାନ୍ୟତାପ୍ରାପ୍ତ କଲେଜ୍ରୁ ଏ ସମ୍ପର୍କିତ ପାଠ୍ୟ ବିଷୟରେ ପୋଷ୍ଟ ଗ୍ରାଜୁଏସନ ଓ ପଢ଼ାଇବାର ଅଭିଜ୍ଞତା ଆବଶ୍ୟକ। ବୟସ ସୀମା ସର୍ବାଧିକ ୫୦ […]
ବାଲେଶ୍ୱର : ସିନେମା ହଲ୍ରେ ନୂଆ ଫିଲ୍ମ ‘ସୁନ୍ଦରଗଡ଼ର ସଲମାନ ଖାନ’ର ସୋ ଆରମ୍ଭ ହେବାରେ ବିଳମ୍ବକୁ ନେଇ ସିନେମା ହଲ୍ରେ ଦର୍ଶକଙ୍କ ଭଙ୍ଗାରୁଜା। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଲେଶ୍ୱର ଗଣେଶ ସିନେମା ହଲ୍ ପରିସରରେ। ଦର୍ଶକଙ୍କ ଅଭିଯୋଗ, ଏହି ସିନେମା ଦେଖିବା ପାଇଁ ପାଖାପାଖି ୫ଶହରୁ ଅଧିକ ଦର୍ଶକ ଟିକେଟ କିଣିଥିଲେ। ତେବେ କୌଣସି କାରଣ ବଶତଃ ଏହି ସିନେମା ହଲରେ ନୂଆ ରିଲିଜ୍ ହୋଇଥିବା ‘ସୁନ୍ଦରଗଡ଼ର ସଲମାନ ଖାନ’ର ଆଜିର ସୋ ଆରମ୍ଭ […]
ମାଲକାନଗିରି : ମାଲକାନଗିରି ଜିଲ୍ଲା ନାୟକଗୁଡ଼ାରେ ଭାଇକୁ ହାଣିଲା ଭାଇ। ଟାଙ୍ଗିଆରେ ହାଣି ବଡ଼ବାପା ପୁଅଙ୍କୁ ହତ୍ୟା କରିଛି ଭାଇ। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ନାଁ ଭକ୍ତ ବାକା। ପୂର୍ବରୁ ଲାଗିରହିଥିବା ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଆଜି ଭୋରରେ ଭକ୍ତ ବାକା ଏବଂ କାକା ପୁଅ ଭାଇ ସମାରୁ ବାକାଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ସମୟରେ ଉତ୍ତ୍ୟକ୍ତ ହୋଇ ସମାରୁ ବାକା ଟାଙ୍ଗିଆରେ ଆକ୍ରମଣ […]
ପାଲଲହଡ଼ା: ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା କମିବାର ନାଁ ନେଉ ନାହିଁ । ପ୍ରତିଦିନ କେଉଁଠି ନା କେଉଁଠି ଏହି ଘଟଣା ଚିନ୍ତାର ବିଷୟ ହୋଇଛି । ଜନସଚେତନତା ପାଇଁ ପରୀ ଏକ୍ସପ୍ରେସ୍ ଗାଁ ଗାଁ ବୁଲୁଥିଲେ ମଧ୍ୟ ସେଥିରୁ ବିଶେଷ କିଛି ସୁଫଳ ମିଳୁ ନ ଥିବା ଲକ୍ଷ୍ୟ କରାଯାଇଛି। ଅନୁଗୁଳ ପାଲଲହଡ଼ା ବ୍ଲକ ଖମାରଥାନା ଅଞ୍ଚଳରେ ଲଜ୍ଜା । ଜଂଗଲରେ ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗ ହୋଇଛି । ନାବାଳିକା ଜଣକ ଛେଳି ଚରାଇବାକୁ […]
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଏବଂ ମିଳିବା ପ୍ରସଙ୍ଗରେ ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ ମନ୍ତବ୍ୟ ରଖିଛନ୍ତି। ଦାମ କହିଛନ୍ତି ଅରିଜିନାଲ ଚାବି ଦେଖିଲେ ଡୁପ୍ଲିକେଟ୍ କରିହେବ। ଏଥିସହ ଅରିଜିନାଲ ଚାବି ହଜିଥିଲେ, ଡୁପ୍ଲିକେଟ୍ କେଉଁଠୁ ଆସିବ ବୋଲି ପ୍ରଶ୍ନ କରିଛନ୍ତି ଦାମ। ସେ କହିଛନ୍ତି ୪୫ ବର୍ଷ ଭିତରେ କେବେ ରତ୍ନ ଭଣ୍ଡାର ଖୋଲାହେବା ଶୁଣିନାହାନ୍ତି। ୧୯୭୮ରେ ବିଶ୍ୱଭୂଷଣ ହରିଚନ୍ଦନ ଆଇନମନ୍ତ୍ରୀ ଥିବା ବେଳେ ଖୋଲିଥିବା କୁହାଯାଉଛି। ସେତେବେଳେ କ’ଣ ମିଳିଲା, […]
ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକ୍ମା ଜିଲ୍ଲାରେ ପୋଲିସ ଗୁଳିରେ ୩ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ସୁକ୍ମା ଜିଲ୍ଲା ଚିନ୍ତାଗୁମ୍ଫା ଜଙ୍ଗଲରେ ମାଓ ଶିବିର ଚାଲିଥିବା ସୂଚନା ପାଇ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ କରିଥିଲେ। ଏହି ସମୟରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀଙ୍କ ମୃତ୍ୟୁ ହୋଇଥିବାବେଳେ ଘଟଣାସ୍ଥଳରୁ ବହୁ ମାଓ ସାମଗ୍ରୀ ଜବତ ହୋଇଛି। ଘଟଣାସ୍ଥଳରେ ଏବେ ବି ସର୍ଚ୍ଚ ଅପରେସନ୍ ଜାରି ରହିଛି ବୋଲି ଜଣାପଡ଼ିଛି।
ପୁରୀ: ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ସୋସିଆଲ୍ ମିଡ଼ିଆରେ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ୍। ଛୋଟ ଛୋଟ ଘଟଣାରେ ମୁଖ୍ୟମନ୍ତ୍ରୀ ବୟାନ ରଖୁଥିବା ବେଳେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ନିରବତା ସନ୍ଦେହ ବଢ଼ାଉଛି ବୋଲି କହିଛନ୍ତି ଧର୍ମେନ୍ଦ୍ର। ଛୋଟଛୋଟ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗକୁ ଆସି ବାରମ୍ବାର ବୟାନ ଦିଅନ୍ତି। ଶ୍ରୀମନ୍ଦିର ଓ ରତ୍ନଭଣ୍ଡାରର ସୁରକ୍ଷା କୋଟିକୋଟି ଓଡିଆଙ୍କ ଭାବାବେଗ ସହ ଜଡିତ। — Dharmendra Pradhan (@dpradhanbjp) 14 June 2018 ଏପରି ଏକ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାର ଅନନ୍ୟ ସାଂସ୍କୃତିକ ପର୍ବ ରଜ ଉପଲକ୍ଷେ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆରେ ଟ୍ୱିଟ୍ କରି ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି। ଗଣ ପର୍ବ ‘ରଜ’ର ପବିତ୍ର ଅବସରରେ ଓଡିଶାବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା । ଏହି ଉତ୍ସବ ସମାଜରେ ଆନନ୍ଦ, ଉତ୍ସାହ ଓ ଉଲ୍ଲାସ ଭରିଦେଉ ବୋଲି ମୋଦି ଟ୍ୱିଟ୍ କରି କହିଛନ୍ତି। ଗଣ ପର୍ବ ‘ରଜ’ର ପବିତ୍ର ଅବସରରେ ଓଡିଶାବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା । ଏହି […]
ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଜଣେ ନାଗା ବାବାଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୭ ଜଣ କିନ୍ନରଙ୍କୁ ଗିରଫ କରିଛି। ଏମାନେ ଆଶ୍ରମ କରି ରହୁଥିବା ଜଣେ ନାଗା ବାବାଙ୍କୁ ଘୋଷାରି ଘୋଷାରି ନିସ୍ତୁକ ମାଡ଼ ମାରିଥିଲେ। ରାତିରେ ଖଣ୍ଡଗିରି ଅ଼ଞ୍ଚଳରେ ଆଡ୍ଡା ଜମାଉଥିବା କିନ୍ନରଙ୍କୁ ପୋଲିସ ଘଉଡ଼ାଇବା ସମୟରେ କିଛି କିନ୍ନର ସଂପୃକ୍ତ ବାବାଙ୍କ ଆଶ୍ରମ ଭିତରେ ପଶି ଯାଇଥିଲେ। ତେବେ ବାବା ସେମାନଙ୍କୁ ଆଶ୍ରମ ଭିତରେ ନ ପଶିବାକୁ ବାରଣ କରିଥିଲେ। ଏଥିରେ ଉତ୍କ୍ଷିପ୍ତ […]
ଅନୁଗୁଳ: ବାପା ଓ ମାଆଙ୍କୁ ମାରିଲା ପୁଅ। ହାତୁଡ଼ିରେ ବାପା ଓ ମାଆଙ୍କୁ ପିଟି ପିଟି ହତ୍ୟା କଲା ନୃଶଂସ ପୁଅ। ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ବରପଦର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ କରୁଣା ବଘାର ଓ ଚମ୍ପା ବଘାର। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୯ ଟା ସମୟରେ ଦୁଃଖୀଶ୍ୟାମ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ […]
ବେଙ୍ଗାଲୁରୁ : ଶେଷରେ ପଡ଼ିଲା କର୍ଣ୍ଣାଟକ ନାଟକର ଯବନିକା। ଆସ୍ଥା ଭୋଟରେ ହାରିଲା ଜେଡିଏସ-କଂଗ୍ରେସ ମେଣ୍ଟସରକାର। ଫ୍ଲୋର ଟେଷ୍ଟ ପରେ କୁମାରସ୍ୱାମୀଙ୍କ ପରାଜୟ ନେଇ ଘୋଷଣା କରିଛନ୍ତି ବାଚସ୍ପତି । ଏହାପରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଛନ୍ତି କୁମାର ସ୍ୱାମୀ। ରାଜ୍ୟପାଳ ମଧ୍ୟ କୁମାର ସ୍ୱାମୀଙ୍କ ଇସ୍ତଫା ଗ୍ରହଣ କରିଥିବା ସୂଚନା ମିଳିଛି। ଆଜି ହୋଇଥିବା ଆସ୍ଥା ଭୋଟରେ କୁମାରସ୍ୱାମୀ ସରକାର ସପକ୍ଷରେ ୯୯ ଓ ବିପକ୍ଷରେ ୧୦୫ ବିଧାୟକଙ୍କ ଭୋଟ ପଡିଥିଲା। ତେବେ ବିଏସପିର ଏକ […]