ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ବର୍ଷା ଓ ବନ୍ୟା ଘେରରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ସେନାର ସହାୟତା ନିଆଯାଇଛି।
ତ୍ରିରଙ୍ଗା ଉଚ୍ଚତା ବୃଦ୍ଧି ପାଇଁ ଏକ ପ୍ରସ୍ତାବ ମଧ୍ୟ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଯାଇଛି। ତ୍ରିରଙ୍ଗାର ଉଚ୍ଚତାକୁ ୧୦୦ ଫୁଟ୍ ବଢାଯିବା ପରେ ଏହାର ଉଚ୍ଚତା ୪୬୦ ଫୁଟ୍ ହେବ ଏବଂ ଏହାକୁ ଏସିଆର ସବୁଠୁ ଉଚ୍ଚତମ ପତାକା କୁହାଯିବ । ବର୍ତ୍ତମାନ ପୋଲର ଉଚ୍ଚତା ୩୬୦ ଫୁଟ ଏବଂ ଓଜନ ୫୫ ଟନ୍ ରହିଛି । ତ୍ରିରଙ୍ଗାକୁ ପାକିସ୍ତାନ ସୀମା ନିକଟକୁ ସ୍ଥାନାନ୍ତର କରିବାର ଯୋଜନା ମଧ୍ୟ ରହିଛି । ଯାହା ଫଳରେ ଏହି ତ୍ରିରଙ୍ଗାକୁ ପାକିସ୍ତାନର ଜନ ସାଧାରଣ ମଧ୍ୟ ଦେଖିପାରିବେ ।
ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ବିଜୟିନୀ ପିଭି ସିନ୍ଧୁ ସ୍ୱଦେଶ ଫେରିଛନ୍ତି । ଦିଲ୍ଲୀ ବିମାନବନ୍ଦରରେ ପିଭି ସିନ୍ଧୁଙ୍କୁ ବିପୁଳ ସମ୍ପର୍ଦ୍ଧନା ଦିଆଯାଇଛି । ସ୍ୱାଗତ ପରେ ଏହା ତାଙ୍କ ପାଇଁ ସବୁଠାରୁ ଖୁସିର ସମୟ ବୋଲି କହିଛନ୍ତି ସିନ୍ଧୁ । ବ୍ୟାଡମିଣ୍ଟନ ସହ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଜଣାଇଲେ ସିନ୍ଧୁ। ତାଙ୍କୁ ସମସ୍ତେ ସହଯୋଗ କରିଥିବାରୁ ଖୁସି ବ୍ୟକ୍ତ କରିଥିଲେ।
ସାଇକେଲ୍ ରାଲି ପୂର୍ବରୁ ଆଜି ଦିଲ୍ଲୀର କନସିଷ୍ଟିସ୍ୟୁନ୍ କ୍ଲବରେ ବ୍ରେକଫାଷ୍ଟ ମିଟିଂର ଆୟୋଜନ କରିଥିଲେ ରାହୁଲ ଗାନ୍ଧି। ପେଗାସସ ବିବାଦ, କୋଭିଡ୍ ମ୍ୟାନେଜମେଣ୍ଟରେ ସରକାରଙ୍କ ବିଫଳତା ଅଭିଯୋଗ ଆଣି ପରବର୍ତ୍ତୀ ରଣନୀତି ପ୍ରସ୍ତୁତି ନେଇ ଏଥିରେ ଆଲୋଚନା ହୋଇଥିଲା। ସମସ୍ତ ବିରୋଧୀ ଦଳ ଏକ ଓ ଏକାଠି ହୋଇ ମୋଦି ସରକାରକୁ ଚ୍ୟାଲେଞ୍ଜ ଦେବାକୁ ସମସ୍ତେ ଏକମତ ହୋଇଛନ୍ତି ବୋଲି ସୂଚନା ମିଳିଛି।
ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଗୋଷ୍ଠୀ ନେତୃତ୍ୱାଧୀନ ରୁଚି ସୋୟା ଆସାମ, ତ୍ରିପୁରା ଏବଂ ଅନ୍ୟ ଉତ୍ତର-ପୂର୍ବ ରାଜ୍ୟରେ ତାଳ ତେଲ କମ୍ପାନୀ ଖୋଲିବା ନେଇ ଯୋଜନା କରିଛନ୍ତି। ଆସାମ, ତ୍ରିପୁରା ଏବଂ ଅନ୍ୟ ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ରୁଚି ସୋୟା ନିଜର ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରିବ ଏବଂ ତାଳ କ୍ରୟ କରିବ।
ଏଠାରେ କହିରଖୁଛୁ ଯେ, ଗତ ମାସରେ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଲୀରେ ଭେଟିଥିଲେ ଶରଦ ପାୱାର। ସେତେବେଳେ ଉଭୟ ନେତାଙ୍କ ମଧ୍ୟରେ ପାଖାପାଖି ୧ ଘଂଟା ଧରି ଆଲୋଚନା ହୋଇଥିଲା। କେବଳ ଚର୍ଚ୍ଚା ହୋଇଥିଲା ତାହା ନୁହେଁ ବରଂ କୁହାଯାଉଥିଲା ଯେ, ମହାରାଷ୍ଟ୍ରରେ ଖୁବଶୀଘ୍ର ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆଉ ଏବେ ପୁଣି ଥରେ ଅମିତ୍ ଶାହାଙ୍କୁ ଭେଟିଛନ୍ତି ଶରଦ
ଏହାସହ ଲବ୍ କହିଛନ୍ତି ଯେ, ଦେଶର ୪୪ ଜିଲ୍ଲାରେ କେସ୍ ପଜିଟିଭିଟି ୧୦ ପ୍ରତିଶତ ଉପରେ ରହିଛି, ଯାହାକୁ ନେଇ ଚିନ୍ତା ବଢିଛି । କେରଳରେ ସର୍ବାଧିକ ୧୦ ଜିଲ୍ଲାରେ ପଜିଟିଭିଟି ୧୦% ଉପରେ ରହିଛି ପଜିଟିଭିଟି ରେଟ୍ । ସେହିପରି ମଣିପୁରରେ ୯, ମିଜୋରାମରେ ୬, ନାଗାଲାଣ୍ଡର ୪ ଜିଲ୍ଲା ୧୦% ଉପରେ ରହିଛି ପଜିଟିଭିଟି ରେଟ୍ । ଏହାସହ ଦେଶର ୧୮ଟି ଜିଲ୍ଲାରେ କରୋନା ସଂକ୍ରମଣ ଉଦବେଗଜନକ ଭାବେ ବଢୁଛି, ଯାହାକୁ ନେଇ କେନ୍ଦ୍ର ସରକାର ଚିନ୍ତାପ୍ରକଟ କରିଛନ୍ତି । ପଜିଟିଭିଟି ୧୦% ଉପରେ ଥିବା ୪୪ ଜିଲ୍ଲା ଭିତରେ ଓଡ଼ିଶାର କିଛି ଜିଲ୍ଲା ନାହିଁ, ଯାହାକି ଏକ ଆଶ୍ୱସ୍ତିକର ଖବର ।
ଦେଶରେ ଧୀରେ ଧୀରେ କମିବାରେ ଲାଗିଛି ସଂକ୍ରମଣ। ଗତ ୨୪ ଘଂଟା ମଧ୍ୟରେ ୪୨୨ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦,୫୪୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୩ କୋଟି ୧୭ ଲକ୍ଷ ୨୬ ହଜାର ୫୦୭ ରେ ପହଞ୍ଚିଛି। ସେହିପରି ମୋଟ ମୃତ୍ୟୁସଂଖ୍ୟା ୪ ଲକ୍ଷ ୨୫ ହଜାର ୧୯୫କୁ ବୃଦ୍ଧି ପାଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ ବି ଦେଶରେ ଆକ୍ଟିଭ୍ କେସର ସଂଖ୍ୟା ୪,୦୪,୯୫୮ ରହିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୩,୦୮,୯୬,୩୫୪ରେ ପହଞ୍ଚିଛି।
କ୍ରୀଡାବିତ୍ ପରିବାରରେ ଜନ୍ମ ନେଇଥିବା ସିନ୍ଧୁଙ୍କ ପିଲାଦିନୁ ଖେଳ ପ୍ରତି ବେଶ୍ ରୁଚି ଥିଲା । ବାପା ପି.ଭି. ରମନ୍ନା ଓ ମାଆ ପି. ବିଜୟା ଭାରତ ପାଇଁ ପ୍ରତିନିଧିତ୍ୱ କରିଥିବାରୁ ଏହାର ପ୍ରଭାବ ସିନ୍ଧୁଙ୍କ ଉପରେ ପଡିଥିଲା । ବ୍ୟାଡ୍ମିଣ୍ଟନ ଷ୍ଟାର୍ ପୁଲେଲା ଗୋପିଚାନ୍ଦଙ୍କ ଏକାଡେମୀରୁ ସିନ୍ଧୁ ଟ୍ରେନିଂ ଆରମ୍ଭ କରିଥିଲେ । ମାତ୍ର ୧୭ ବର୍ଷ ବୟସରେ ବିଶ୍ୱର ଶ୍ରେଷ୍ଠ ୨୦ ଜଣ ଖେଳାଳିଙ୍କ ମଧ୍ୟରେ ତାଙ୍କ ନାଁ ରହିଥିଲା। ୨୦୧୩ରେ ୱାଲର୍ଡ଼ ଚାମ୍ପିୟନଶିପରେ ଭାରତ ପାଇଁ ପ୍ରଥମ ବ୍ରୋଂଜ ପଦକ ଜିତିଥିଲେ ସିନ୍ଧୁ ।
ଅଗଷ୍ଟ ୧୬କୁ ଖେଲା ହୋବେ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ । ଏଥିପାଇଁ କୋଲକତାର ନେତାଜୀ ଇଣ୍ଡୋର ଷ୍ଟାଡିୟମରେ ଆନୁଷ୍ଠାନିକ ଭାବେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଖେଲା ହେବ ଯୋଜନାରେ ପଶ୍ଚିମବଙ୍ଗର ୩୦୩ଟି ଫୁଟବଲ କ୍ଲବକୁ ୧୦ଟି ଲେଖାଏଁ ଫୁଟବଲ ବଣ୍ଟନ କରାଯିବ । ପ୍ରତି ଫୁଟବଲରେ ଜୟ ଫୁଟବଲ ଲେଖାଯାଇଛି ।
ଇମେଲ୍, ବ୍ରାଉଜିଂ ହିଷ୍ଟ୍ରି ଓ ଫେସ୍ଟାଇମ୍ ଡିଟେଲ୍ସ ମଧ୍ୟ ପୋଲିସ ହାତରେ ଲାଗିଛି । ସେପଟେ ୨୦୨୦ର ଏକ ସାଇବର୍ କ୍ରାଇମ୍ ମାମଲାରେ ଆଗୁଆ ଜାମିନ ଆବେଦନର ଶୁଣାଣିକୁ ଆସନ୍ତା ୭ ତାରିଖ ଯାଏଁ ଘୁଞ୍ଚାଇ ଦେଇଛନ୍ତି କୋର୍ଟ । କୁନ୍ଦ୍ରାଙ୍କ ଉପରେ ସେବି ମଧ୍ୟ ଇନ୍ସାଇଡର୍ ଟ୍ରେଡିଂ ପାଇଁ ୩ ଲକ୍ଷ ଟଙ୍କାର ଜୋରିମାନା ଲଗାଇଛି । ସେପଟେ ରାଜ୍ କୁନ୍ଦ୍ରାଙ୍କ ବିରୋଧରେ ଜଣଙ୍କ ପରେ ଜଣେ ମଡେଲ୍ ଓ ଅଭିନେତ୍ରୀ ମୁହଁ ଖୋଲିବା ଆରମ୍ଭ କରିଛନ୍ତି। ଗତ ଏପ୍ରିଲରେ କୁନ୍ଦ୍ରାଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ଶେର୍ଲିନ ଚୋପ୍ରା କ୍ରାଇମବ୍ରାଞ୍ଚକୁ କହିଛନ୍ତି ଯେ, କୁନ୍ଦ୍ରା ୨୦୧୯ରେ ତାଙ୍କୁ ଇଚ୍ଛା ବିରୁଦ୍ଧରେ କିସ୍ କରିଥିଲେ ଓ ଶିଳ୍ପାଙ୍କ ସହ ତାଙ୍କର ସଂପର୍କ ଜଟିଳ ଥିବା କହିଥିଲେ।
ମଙ୍ଗଳବାର ସକାଳେ ଜମ୍ମୁ କାଶ୍ମୀରର କଠୁଆର ରଣଜିତ ସାଗର ଡ୍ୟାମ ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ହେଲିକପ୍ଟରଟି ୨୫୪ ଏଭିଏସନ୍ ସ୍କ୍ୱାର୍ଡନର ବୋଲି ଜଣାପଡିଛି । ସେଥିରେ କେତେ ଜଣ ସବାର ଥିଲେ ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ ।
ପୂର୍ବତନ ଆମେରିକା ରାଷ୍ଟ୍ରଦୂତ ଏହି ପ୍ରସଙ୍ଗରେ ନିଜର ସମ୍ମତି ପ୍ରଦାନ କରିଛନ୍ତି । ଭାରତ ଆଗାମୀ ସମୟରେ କିପରି ବିଶ୍ୱରେ ନମ୍ବର ୱାନ ସ୍ଥାନରେ ରହିବ ତାହାର କାରଣ ମଧ୍ୟ କହିଛନ୍ତି ରିଚାର୍ଡ ଭର୍ମା । ଭାରତକୁ ପୁଣି ଥରେ ବିଶ୍ୱର ଗୁରୁ କରିବା ପାଇଁ ଉଦ୍ୟମ ଚାଲିଛି ।
ଅତୀତର ନିରାଶାକୁ ଭୁଲି ଏକ ସୁବର୍ଣ୍ଣ ଭବିଷ୍ୟତ ଆଶାରେ ମୂଳଦୁଆ ପକାଇଥିବା ଭାରତୀୟ ମହିଳା ହକି ଦଳ ଅଷ୍ଟ୍ରେଲିଆ ଭଳି କିମ୍ବଦନ୍ତୀ ଟିମ୍ଠାରୁ ଜିତି ଟୋକିଓ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଛି। ଏହାକୁ ନେଇ ସମଗ୍ର ଭାରତ ଉତ୍ସବମୁଖର ହୋଇଛି। ତେବେ ଏହାର ସବୁ ଶ୍ରେୟ ଦଳର ଅଧିନାୟକ ରାଣୀ ରାମ୍ପାଲ୍ଙ୍କ ଉପରକୁ ଯାଉଛି।
ଲୋକଙ୍କ ଆକାଂକ୍ଷା ପୂରଣ କରିବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରାଯାଉଥିବା କଥା ବୈଠକରେ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହିତ ପ୍ରଧାନମନ୍ତ୍ରୀ ଇ-ରୂପି ବିଷୟରେ ମଧ୍ୟ ଆଲୋଚନା କରିଥିଲେ ।
ଥରିଲା ପୋର୍ଟ ବ୍ଲେୟାର। କେନ୍ଦ୍ରଶାସିତ ପ୍ରଦେଶ ଆଣ୍ଡମାନା ଏବଂ ନିକୋବର ଆଇଲାଣ୍ଡର ପୋର୍ଟବ୍ଲେୟାରରେ ମଙ୍ଗଳବାର ସକାଳୁ ସକାଳୁ ଭୂମିକମ୍ପ ହୋଇ ଯାଇଛି।
କଠିନ ପରିଶ୍ରମ ଆଗରେ ହାର ମାନିଲା ମାନସିକ ଚାପ ଓ ବ୍ୟକ୍ତିଗତ କାରଣ । ମାତ୍ର ୨୨ ବର୍ଷରେ ପ୍ରଥମ ପ୍ରୟାସରେ ଆଇଏଏସ୍ ହୋଇ ସଫଳତା ପାଇଲେ ହରିୟାଣାର ହିମାଂଶୁ ନାଗପାଳ । ତାଙ୍କ କାହାଣୀ ଅନ୍ୟ ମାନଙ୍କ ପାଇଁ ଖୁବ୍ ପ୍ରେରଣାଦାୟକ ।
ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ପରେ ଉଭୟଙ୍କ ପ୍ରେମକୁ ସ୍ୱୀକୃତି ଦେଲେ ପରିବାର ଲୋକ । ବଞ୍ଚି ଥାଉ ଥାଉ ଏକାଠି କରାଇ ଦେଲେନି, ମରିଗଲା ପରେ ବିବାହ କରାଇଲେ । ସାଥୀ ହୋଇ ଜୀବନ ଜିଇଁବାର ସ୍ୱପ୍ନ ଦେଖୁଥିଲେ, ସାଥୀ ହୋଇ ହାତ ଧରାଧରି ହୋଇ ଚାଲିଗଲେ ।
ନାଥ ଶିଶୁଟିଏ ଏଣିକି ଆଉ ଅସହାୟ ବୋଲି ଭାବି ଭଙ୍ଗି ପଡିବନି। ବାପା଼ମା’ଙ୍କ ସ୍ନେହ, ମମତାରୁ ବଞ୍ଚିତ ଶିଶୁଟିର ଭବିଷ୍ୟତ ଆଉ ଅନ୍ଧାର ମଧ୍ୟରେ ହଜି ଯିବନି। କାରଣ, ଏପରି ପିଲାଙ୍କୁ ଏଣିକି ପ୍ରତି ମାସରେ ମିଳିବ ୨୫୦୦ ଟଙ୍କା।
ସୁରକ୍ଷା ବାହିନୀଙ୍କ ଟାର୍ଗେଟରେ ଆତଙ୍କୀ । ଜାରି ରହିଛି ସର୍ଚ୍ଚ ଅପେରସନ୍ । ଗତ ଶନିବାର ଦିନ ୨୦୧୯ ପୁଲୱାମାରେ CRPF ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ସହ ଜଡିତ ଜୈଶ୍-ଏ-ମହମ୍ମଦର ଦୁଇଜଣ ଶୀର୍ଷ ଆତଙ୍କବାଦୀଙ୍କୁ ଏନକାଉଣ୍ଟରରେ ମାରିଛନ୍ତି ସୁରକ୍ଷା ବାହିନୀ ।
ଟ୍ରୋଲର ସାମ୍ନା କରିକରି ଭାଙ୍ଗି ପଡ଼ିଛନ୍ତି ଶିଳ୍ପା ସେଟ୍ଟି । ସତେ ଯେମିତି ସେ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି, ବିଚଳିତ ହୋଇପଡ଼ିଛନ୍ତି । କହିଲେ, ପିଲାଙ୍କ ମୁହଁକୁ ଚାହିଁ ଆମ ପ୍ରାଇଭେସିକୁ ଦିଅନ୍ତୁ ସମ୍ମାନ। ଅଶ୍ଳୀଳ ଫିଲ୍ମ ନିର୍ମାଣ ଓ ସୁଟିଂ ଅଭିଯୋଗ ମାମଲାରେ ସ୍ୱାମୀ ରାଜ୍ କୁନ୍ଦ୍ରା ଗିରଫ ହେବାର ପ୍ରାୟ ୨ ସପ୍ତାହ ବିତିଲାଣି । ହେଲେ ମାମଲା ସଂପର୍କରେ କୌଣସି ପ୍ରତିକ୍ରିୟା ଦେଉନଥିଲେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟି ।
ଏହାଦ୍ୱାରା ସଂପୃକ୍ତ ବ୍ୟକ୍ତିଙ୍କ ପାଖରେ ସେମାନଙ୍କ ଟଙ୍କା ପହଁଚିବା ସୁନିଶ୍ଚିତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ ଦ୍ୱାରା ଇ-ରୁପି ବିକଶିତ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ଇ-ରୁପି ଜରିଆରେ ଅର୍ଥ ପ୍ରଦାନ କରିବାର ବ୍ୟବସ୍ଥା ହୋଇଛି।
ପୁଣି ଥରେ ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚିତ ହୋଇ ପଡ଼ିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସେ କହିଛନ୍ତି ଯେ, ପେଗାସସ୍ ମାମଲାରେ ସରକାର ତଦନ୍ତ ନିର୍ଦ୍ଦେଶ ଦେବାର ରହିଛି ଆବଶ୍ୟକତା। ଯାହାକୁ ନେଇ ବର୍ତ୍ତମାନ ସମୟରେ ବିଜେପିର ମୁସ୍କିଲ ବଢିଛି। କୁହାଯାଉଛି ବିରୋଧୀଙ୍କ ସହ ସ୍ୱର ମିଳାଉଛନ୍ତି ନୀତିଶ। ସେ କହିଛନ୍ତି ଯେ, ଟେଲିଫୋନ୍ ଟ୍ୟାମ୍ପରିଂ ମାମଲାରେ ଆଲୋଚନା ହେବାର ଆବଶ୍ୟକତା ରହିଛି।
କିଛି ଦିନ ପୂର୍ବରୁ ଜନ୍ସନ୍ ଆଣ୍ଡ୍ ଜନ୍ସନ୍ କମ୍ପାନୀ ଏହାର କରୋନା ଟିକାକୁ ମଞ୍ଜୁର କରିବାକୁ ଭାରତ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା। କିନ୍ତୁ ବର୍ତ୍ତମାନ କମ୍ପାନୀ ଏହାର ପ୍ରସ୍ତାବ ପ୍ରତ୍ୟାହାର କରି ନେଇଛି। ତେବେ କମ୍ପାନୀର ଏହି ପଦକ୍ଷେପ ପଛର କାରଣ କ’ଣ ତାହା ଏପର୍ଯ୍ୟନ୍ତ ଜଣା ପଡି ନାହିଁ। ଏହି ସୂଚନା ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆର ଉତ୍ସରୁ ଜଣାପଡିଛି।
ସେପଟେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଅର୍ଥାତ୍ ଆସନ୍ତାକାଲି ସକାଳ ୯ଟା ୩୦ରେ ଜଳଖିଆ ଖାଇବା ପାଇଁ ଦିଲ୍ଲୀର ସମ୍ବିଧାନ କ୍ଲବରେ ବିରୋଧୀ ଦଳର ନେତାମାନଙ୍କୁ ଡାକିଛନ୍ତି। ଉଭୟ ଗୃହର ବିରୋଧୀ ଦଳର ନେତାମାନଙ୍କୁ ଏଠାକୁ ଡକାଯାଇଛି। କୁହାଯାଉଛି ଯେ ରାହୁଲ ଗାନ୍ଧୀ ବିରୋଧୀଙ୍କୁ ଏକଜୁଟ କରିବା ଲାଗି ସମସ୍ତଙ୍କୁ ଜଳିଖିଆ ଖାଇବା ଲାଗି ଡାକିଛନ୍ତି । ଏହି ବୈଠକରେ ଟିଏମସି ମଧ୍ୟ ସାମିଲ ହେଉଥିବା ନେଇ ସୂଚନା ମିଳିଛି।