Advertisment

ପୋର୍ଟବ୍ଲେୟାରରେ ଭୂକମ୍ପ ଝଟ୍‌କା

ଥରିଲା ପୋର୍ଟ ବ୍ଲେୟାର। କେନ୍ଦ୍ରଶାସିତ ପ୍ରଦେଶ ଆଣ୍ଡମାନା ଏବଂ ନିକୋବର ଆଇଲାଣ୍ଡର ପୋର୍ଟବ୍ଲେୟାରରେ ମଙ୍ଗଳବାର ସକାଳୁ ସକାଳୁ ଭୂମିକମ୍ପ ହୋଇ ଯାଇଛି।

author-image
Minati Mishra
ପୋର୍ଟବ୍ଲେୟାରରେ ଭୂକମ୍ପ ଝଟ୍‌କା

earthquake in andaman and nicobar

ପୋର୍ଟ ବ୍ଲେୟାର: ଥରିଲା ପୋର୍ଟ ବ୍ଲେୟାର। କେନ୍ଦ୍ରଶାସିତ ପ୍ରଦେଶ ଆଣ୍ଡମାନା ଏବଂ ନିକୋବର ଆଇଲାଣ୍ଡର ପୋର୍ଟବ୍ଲେୟାରରେ ମଙ୍ଗଳବାର ସକାଳୁ ସକାଳୁ ଭୂମିକମ୍ପ ହୋଇ ଯାଇଛି। ଏ ନେଇ ସୂଚନା ଦେଇଛି ନାଶନାଲ ସେଣ୍ଟର ଫର ସିସ୍ମୋଲଜି । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୩ ରହିଛି। ତେବେ ଭୂକମ୍ପ ପ୍ରଭାବରେ କୌଣସି ମୃତାହତ ସୂଚନା ଆସିନାହିଁ। 

Advertisment

ଫେବ୍ରୁଆରୀ ମାସରେ ଏଠାରେ ଭୂକମ୍ପ ଅନୁଷ୍ଠିତ ହୋଇଥିଲା। ଏହାର ୫ ମାସ ପରେ ପୁଣି ଏକ ଭୂକମ୍ପକୁ ସାମ୍ନା କରିବା ପରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଫେବ୍ରୁଆରୀ ୧୫ ତାରିଖରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ଥିଲା ୪.୧। 

Advertisment

ଏଜେନ୍ସ ସୂତ୍ରରୁ ପ୍ରକାଶ ଯେ, ଆଜି ହୋଇଥିବା ଭୂକମ୍ପର ପୋର୍ଟବ୍ଲେୟାରଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ୨୫୮ କିମି ଦୂରରେ କେନ୍ଦ୍ରୀଭୂତ ହୋଇଥିଲା। କିଛି ଦିନ ପୂର୍ବେ ଉତ୍ତର ଭାରତର କେତେକ ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହି ସମୟରେ ଏହାର ତୀବ୍ରତା ୫.୩ରୁ ୪.୦ ମଧ୍ୟରେ ଥିଲା। 
ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହଙ୍କ ସୂଚନା ଅନୁଯାୟୀ, ଦେଶର ଭୂକମ୍ପ ମାନଚିତ୍ର ଅନୁଯାୟୀ, ସମଗ୍ର କ୍ଷେତ୍ରକୁ ୫ ଭାଗରେ ବିଭକ୍ତ କରାଯାଇଛି।

ଏଥିମଧ୍ୟରୁ  ଜୋନ-୫ ଅଧିକ ଭୂକମ୍ପ ପ୍ରବଣ ଅଞ୍ଚଳ। ଜୋନ-୨ ସବୁଠାରୁ କମ୍‌ ଭୂକମ୍ପ ପ୍ରବଣ ଇଲାକା ଅଟେ। ମିଡିଆ ରିପୋର୍ଟ ଅନୁସାରେ, ଦେଶର୧୧ ପ୍ରତିଶତ ଅଂଶ ଜୋନ -୫ରେ ଆସୁଛି। ଜୋନ୍‌ ୪ରେ ୧୮ ପ୍ରତିଶତ, ଜୋନ-୩ରେ ୩୦ ପ୍ରତିଶତ ଏବଂ ଜୋନ-୨ରେ ବାକି ଅଂଶ ରହିଛି।

India News Earthquake
Advertisment
Advertisment