Advertisment

ପୁଣି ଟେନସନ୍‌ ଦେଇପାରେ ମହାମାରୀ: ଦେଶରେ ବଢୁଛି ସଂକ୍ରମଣର ରିପ୍ରଡିଭିଟି ରେଟ୍

ଏହାସହ ଲବ୍‌ କହିଛନ୍ତି ଯେ, ଦେଶର ୪୪ ଜିଲ୍ଲାରେ କେସ୍ ପଜିଟିଭିଟି ୧୦ ପ୍ରତିଶତ ଉପରେ ରହିଛି, ଯାହାକୁ ନେଇ ଚିନ୍ତା ବଢିଛି । କେରଳରେ ସର୍ବାଧିକ ୧୦ ଜିଲ୍ଲାରେ ପଜିଟିଭିଟି ୧୦% ଉପରେ ରହିଛି ପଜିଟିଭିଟି ରେଟ୍‌ । ସେହିପରି ମଣିପୁରରେ ୯, ମିଜୋରାମରେ ୬, ନାଗାଲାଣ୍ଡର ୪ ଜିଲ୍ଲା ୧୦% ଉପରେ ରହିଛି ପଜିଟିଭିଟି ରେଟ୍‌ । ଏହାସହ ଦେଶର ୧୮ଟି ଜିଲ୍ଲାରେ କରୋନା ସଂକ୍ରମଣ ଉଦବେଗଜନକ ଭାବେ ବଢୁଛି, ଯାହାକୁ ନେଇ କେନ୍ଦ୍ର ସରକାର ଚିନ୍ତାପ୍ରକଟ କରିଛନ୍ତି । ପଜିଟିଭିଟି ୧୦% ଉପରେ ଥିବା ୪୪ ଜିଲ୍ଲା ଭିତରେ ଓଡ଼ିଶାର କିଛି ଜିଲ୍ଲା ନାହିଁ, ଯାହାକି ଏକ ଆଶ୍ୱସ୍ତିକର ଖବର ।

author-image
Sarbeswar
‘କରୋନାର ତୃତୀୟ ଲହର ପାଣିପାଗ ପୂର୍ବାନୁମାନ ଭଳି ନୁହେଁ ’

Lav Agarwal

ନୂଆଦିଲ୍ଲୀ: ଦେଶରେ ବଢୁଛି ସଂକ୍ରମଣର ରିପ୍ରଡିଭିଟି ରେଟ୍ । ପ୍ରେସମିଟରେ ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ସୂଚନା ଦେଇଛନ୍ତି । କେସ୍ ବଢୁଥିବା ବିଭିନ୍ନ ଦେଶ ଭଳି ଭାରତରେ ବି ଆର୍.ଭାଲ୍ୟୁ ବଢୁଛି ବୋଲି ସେ ସ୍ପଷ୍ଟ କରିଛନ୍ତି । ଏହାସହ ଆମେରିକାରେ ୧.୨, କାନାଡାରେ ୧.୨, ଅଷ୍ଟ୍ରିଆରେ ୧.୨ ରହିଛି ଆର୍‌ ଭାଲ୍ୟୁ ରହିଛି । ସେମିତି ଏବେ ଭାରତରେ ବି ଆର୍‌ ଭାଲ୍ୟୁ ୧.୨ ପ୍ରତିଶତ ରହିଛି । କେବଳ ଏତିକି ନୁହେଁ ବରଂ ଦେଶର ୮ଟି ରାଜ୍ୟରେ ରି.ପ୍ରଡିଭିଟି ଭାଲ୍ୟୁ ୧ ପ୍ରତିଶତ ଉପରେ ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ହିମାଚଳ ପ୍ରଦେଶରେ ରିପ୍ରଡିଭିଟି ଭାଲ୍ୟୁ ସର୍ବାଧିକ ୧.୪ ପ୍ରତିଶତ ରହିଛି । ସେହିପରି ଜାମ୍ମୁ କାଶ୍ମୀରରେ ୧.୪, ତାମିଲନାଡୁରେ ୧.୨, କର୍ଣ୍ଣାଟକରେ ୧.୨ ରହିଛି। ସେହିପରି କେରଳରେ ରିପ୍ରଡିଭିଟି ଭାଲ୍ୟୁ ୧ ପ୍ରତିଶତ ଉପରେ ରହିଛି । ତେବେ ଓଡ଼ିଶାର ରିପ୍ରଡିଭିଟି ଭାଲ୍ୟୁ ୧ ପ୍ରତିଶତ ତଳେ ଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।

Advertisment

ଏହାସହ ଲବ୍‌ କହିଛନ୍ତି ଯେ, ଦେଶର ୪୪ ଜିଲ୍ଲାରେ କେସ୍ ପଜିଟିଭିଟି ୧୦ ପ୍ରତିଶତ ଉପରେ ରହିଛି, ଯାହାକୁ ନେଇ ଚିନ୍ତା ବଢିଛି । କେରଳରେ ସର୍ବାଧିକ ୧୦ ଜିଲ୍ଲାରେ ପଜିଟିଭିଟି ୧୦% ଉପରେ ରହିଛି ପଜିଟିଭିଟି ରେଟ୍‌ । ସେହିପରି ମଣିପୁରରେ ୯, ମିଜୋରାମରେ ୬, ନାଗାଲାଣ୍ଡର ୪ ଜିଲ୍ଲା ୧୦% ଉପରେ ରହିଛି ପଜିଟିଭିଟି ରେଟ୍‌ । ଏହାସହ ଦେଶର ୧୮ଟି ଜିଲ୍ଲାରେ କରୋନା ସଂକ୍ରମଣ ଉଦବେଗଜନକ ଭାବେ ବଢୁଛି, ଯାହାକୁ ନେଇ କେନ୍ଦ୍ର ସରକାର ଚିନ୍ତାପ୍ରକଟ କରିଛନ୍ତି । ପଜିଟିଭିଟି ୧୦% ଉପରେ ଥିବା ୪୪ ଜିଲ୍ଲା ଭିତରେ ଓଡ଼ିଶାର କିଛି ଜିଲ୍ଲା ନାହିଁ, ଯାହାକି ଏକ ଆଶ୍ୱସ୍ତିକର ଖବର ।

Advertisment

ତେବେ ପିଲାଙ୍କୁ କରୋନା ଟିକା ନେଇ ପରୀକ୍ଷଣ ଚାଲିଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ନିତି ଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ ଡାକ୍ତର ଭି.କେ. ପଲ୍‌ଙ୍କ ସୂଚନା । ପିଲାଙ୍କୁ ଟିକା ନେଇ ବିଭିନ୍ନ ଟିକା କଂପାନୀ ପରୀକ୍ଷଣ ଚାଲୁ ରଖିଛନ୍ତି । କୋଭାକ୍ସିନ, ଜାଇଡସ୍ କାଡିଲା ପିଲାଙ୍କ ଉପରେ ପରୀକ୍ଷଣ ଜାରି ରଖିଛନ୍ତି । ନୋଭାଭାକ୍ସକୁ ମଧ୍ୟ ଟିକା ପରୀକ୍ଷଣ ପାଇଁ ଅନୁମତି ଦିଆଯାଇଛି । ପିଲାଙ୍କୁ ଟିକା ଦିଆଯିବା ବିଷୟରେ ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି।

ସେପଟେ, ଦେଶରେ ଧୀରେ ଧୀରେ କମିବାରେ ଲାଗିଛି ସଂକ୍ରମଣ। ଗତ ୨୪ ଘଂଟା ମଧ୍ୟରେ ୪୨୨ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦,୫୪୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୩ କୋଟି ୧୭ ଲକ୍ଷ ୨୬ ହଜାର ୫୦୭ ରେ ପହଞ୍ଚିଛି। ସେହିପରି ମୋଟ ମୃତ୍ୟୁସଂଖ୍ୟା ୪ ଲକ୍ଷ ୨୫ ହଜାର ୧୯୫କୁ ବୃଦ୍ଧି ପାଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ ବି ଦେଶରେ ଆକ୍ଟିଭ୍‌ କେସର ସଂଖ୍ୟା ୪,୦୪,୯୫୮ ରହିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୩,୦୮,୯୬,୩୫୪ରେ ପହଞ୍ଚିଛି।

ଏପଟେ, ରାଜ୍ୟରେ କରୋନା ସଂକ୍ରମଣ ନିମ୍ନ ମୁହାଁ ହେଉଛି। ଆଜି ରାଜ୍ୟରୁ ୧,୧୨୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୬୫୭ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ୍‌ ୪୭୨ ଥିବା ଜଣାଯାଇଛି। ୨୪ ଘଣ୍ଟାମ ମଧ୍ୟରେ ୧୭୮୫ ଜଣ ରୋଗୀ କରୋନାକୁ ମାତ୍‌ ଦେଇ ସୁସ୍ଥ ହୋଇଛନ୍ତି। ସେହିପରି ରାଜ୍ୟରୁ ପୁଣି ୬୯ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ମୋଟ କରୋନା ମୃତ୍ୟୁ ସଂଖ୍ୟା ୬,୧୦୨ ରେ ପହଞ୍ଚିଛି।

Odisha Coronavirus India COVID19
Advertisment
Advertisment