Advertisment

ଇ-ରୂପିର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଏହାଦ୍ୱାରା ସଂପୃକ୍ତ ବ୍ୟକ୍ତିଙ୍କ ପାଖରେ ସେମାନଙ୍କ ଟଙ୍କା ପହଁଚିବା ସୁନିଶ୍ଚିତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ ଦ୍ୱାରା ଇ-ରୁପି ବିକଶିତ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ଇ-ରୁପି ଜରିଆରେ ଅର୍ଥ ପ୍ରଦାନ କରିବାର ବ୍ୟବସ୍ଥା ହୋଇଛି।

author-image
Sarbeswar
ଆଜି ଚାଷୀଭାଇଙ୍କ ଆକାଉଣ୍ଟକୁ ଯିବ ୨ ହଜାର ଟଙ୍କା ,ଜାଣନ୍ତୁ ଦେବ କିଏ?

pm-modi

ନୂଆଦିଲ୍ଲୀ: କ୍ୟାସଲେସ ଏବଂ କଣ୍ଟାଲେସ୍ ଡିଜିଟାଲ ପେମେଣ୍ଟ ଇ-ରୁପିର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ଡିଜିଟାଲ୍ ପେମେଣ୍ଚର ଏକ ନଗଦ ବିହୀନ ଏବଂ ଯୋଗାଯୋଗ ବିହୀନ ମାଧ୍ୟମ । ଇ-ରୁପି ହେଉଛି ଏକ QR କୋଡ୍ ବା SMS ଭିତ୍ତିକ ଇ-ଭାଉଚର। ଯାହା ହିତାଧିକାରୀଙ୍କ ମୋବାଇଲକୁ ପଠାଯାଇଥାଏ। ଏହାକୁ ସ୍କାନ କରି ସିଧାସଳଖ ଲୋକଙ୍କ ପାଖକୁ ଟଙ୍କା ପଠାଇହେବ। ଦେଶରେ ଡିଜିଟାଲ୍ ଟ୍ରାଞ୍ଜାକ୍ସନ୍ ଏବଂ ଡିବିଟିକୁ ଆହୁରି ଅଧିକ ପ୍ରଭାବୀ କରିବାକୁ ଇ-ରୁପି ବଡ ଭୂମିକା ନେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିଭିନ୍ନ ଛଟୋବଡ ସଂସ୍ଥା ଏବଂ ସଂଗଠନ ଯଦି ପାଠପଢା କିମ୍ବା ଚିକିତ୍ସା ବାବଦରେ କାହାକୁ ସହଯୋଗ କରିବାକୁ ଚାହୁଁଥିବେ ତେବେ ନଗଦ ଟଙ୍କା ବଦଳରେ ଇ-ରୁପି ଜରିଆରେ ଟଙ୍କା ପଠାଇପାରିବେ। ଏହାଦ୍ୱାରା ସଂପୃକ୍ତ ବ୍ୟକ୍ତିଙ୍କ ପାଖରେ ସେମାନଙ୍କ ଟଙ୍କା ପହଁଚିବା ସୁନିଶ୍ଚିତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ ଦ୍ୱାରା ଇ-ରୁପି ବିକଶିତ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ଇ-ରୁପି ଜରିଆରେ ଅର୍ଥ ପ୍ରଦାନ କରିବାର ବ୍ୟବସ୍ଥା ହୋଇଛି।

Advertisment

ଏହାସହ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ପ୍ରାରମ୍ଭରେ ଏହାର ଫାଇଦା ସ୍ୱାସ୍ଥ୍ୟ ହିତାଧିକାରୀଙ୍କୁ ମିଳିବ। ଯେଉଁମାନେ ଘରୋଇ କେନ୍ଦ୍ରରେ ଟଙ୍କା ଦେଇ ଟିକା ନେବାକୁ ଚାହିଁବେ କିମ୍ବା ଯଦି କେହି ୧୦୦ ଜଣ ଗରିବ ଲୋକଙ୍କ ଟିକାକରଣ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ସେମାନେ ଇ-ରୁପି ଭାଉଚର ଦେଇପାରିବେ। ଏହାଦ୍ୱାରା ସେମାନଙ୍କ ଟଙ୍କା କେବଳ ସେହି କାମରେ ହିଁ ବ୍ୟବହୃତ ହେବ ବୋଲି ସେ କହିଛନ୍ତି।

Advertisment

ସମୟକ୍ରମେ ଏଥିରେ ଆହୁରି ଅନେକ ପ୍ରକାରର ସୁବିଧା ଯୋଡ଼ା ଯିବା ନେଇ ଜଣାପଡ଼ିଛି। ସ୍ୱାସ୍ଥ୍ୟ ସେବାରେ ସହାୟତା କରିବା କିମ୍ବା ଖାଦ୍ୟ ପାଇଁ ଦାନ କରିବା ଆଦି ବ୍ୟବସ୍ଥା ଏହି ପ୍ଲାଟଫର୍ମରେ ରହିବ। ଯଦି ସରକାର ବହି ପାଇଁ ଟଙ୍କା ପଠାଇବେ, ତା’ହେଲେ ଉକ୍ତ ଟଙ୍କାରେ ବହି ହିଁ କିଣାଯିବ। ଏକଥାକୁ ଇ-ରୁପି ହିଁ ନିଶ୍ଚିତ କରିବ। ଯଦି ଟଙ୍କା ୟୁନିଫର୍ମ ପାଇଁ ପଠାଯାଇଥିବ, ତା’ହେଲେ କେବଳ ୟୁନିଫର୍ମ ହିଁ କଣାଯିବ। ସେହିପରି ଟଙ୍କା ସାର ପାଇଁ ପଠାଯାଇଥିଲେ, ଏ ବାବଦରେ ହିଁ ଏହାକୁ ଖର୍ଚ୍ଚ କରାଯିବ ବୋଲି ସୂଚନା ମିଳିଛି।

E-rupi India NarendraModi
Advertisment
Advertisment