• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ମୋଦି ଡ଼ାକିବେ ଅଲିମ୍ପିଆନ୍ସଙ୍କୁ ଦିଲ୍ଲୀ

  • ୧୫ରେ ହେବ ସ୍ୱତନ୍ତ୍ର ଆଲୋଚନା

ନୂଆଦିଲ୍ଲୀ: ଅଗଷ୍ଟ ୧୫ ଉତ୍ସବରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେବେ ଅଲିମ୍ପିଆନ୍ସ । ଅଲିମ୍ପିକ୍ସରେ ଯୋଗ ଦେଇଥିବା ପ୍ରତିଯୋଗୀଙ୍କୁ ନିମନ୍ତ୍ରଣ କରିବେ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାଗ ନେଇଥିବା ସବୁ ପ୍ରତିଯୋଗୀଙ୍କୁ ଲାଲକିଲ୍ଲାରେ ଭେଟିବେ ମୋଦି । ନିଜ ବାସଭବନରେ ସେମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଟୋକିଓ ଅଲିମ୍ପିକ୍ସରେ ଯୋଗ ଦେଇଥିବା ପ୍ରତିଯୋଗୀଙ୍କୁ ସମ୍ପର୍ଦ୍ଧିତ ବି କରିବାର କାର୍ଯ୍ୟକ୍ରମ ରହିଛି।

ସେପଟେ, ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ବିଜୟିନୀ ପିଭି ସିନ୍ଧୁ ସ୍ୱଦେଶ ଫେରିଛନ୍ତି । ଦିଲ୍ଲୀ ବିମାନବନ୍ଦରରେ ପିଭି ସିନ୍ଧୁଙ୍କୁ ବିପୁଳ ସମ୍ପର୍ଦ୍ଧନା ଦିଆଯାଇଛି । ସ୍ୱାଗତ ପରେ ଏହା ତାଙ୍କ ପାଇଁ ସବୁଠାରୁ ଖୁସିର ସମୟ ବୋଲି କହିଛନ୍ତି ସିନ୍ଧୁ । ବ୍ୟାଡମିଣ୍ଟନ ସହ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଜଣାଇଲେ ସିନ୍ଧୁ। ତେବେ ତାଙ୍କୁ ସମସ୍ତେ ସହଯୋଗ କରିଥିବାରୁ ଖୁସି ବ୍ୟକ୍ତ କଲେ ପିଭି ସିନ୍ଧୁ ।

ତେବେ ଅଲିମ୍ପିକ୍ସରେ ଭାରତୀୟ ହକି ଟିମର ଅଭୂତପୂର୍ବ ସଫଳତା, ସାରା ଦେଶରେ ନୂତନ ଉନ୍ମାଦ ଭରିଥିବା ବେଳେ, ଏଥିରେ ଆଉ ଏକ ଖୁସି ମଧ୍ୟ ଯୋଡ଼ି ହୋଇଯାଇଛି । ଲଗାତର ଦ୍ୱିତୀୟ ଥର ପାଇଁ ଭାରତକୁ ପଦକ ଦେଇଛନ୍ତି ବ୍ୟାଡ଼ମିଟନ୍ ଷ୍ଟାର୍ ପି.ଭି. ସିନ୍ଧୁ । ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ପାଇଥିବା ସିନ୍ଧୁ ଟୋକିଓରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ସେପଟେ ସିନ୍ଧୁଙ୍କ ଏହି ଐତିହାସିକ ସଫଳତା ପରେ ସାରା ଦେଶ ତାଙ୍କ ପ୍ରଶଂସାରେ ଶତମୁଖ ହୋଇଛି। ବ୍ୟାଡ୍‌ମିଣ୍ଟନରେ ଷ୍ଟାର ପି.ଭି. ସିନ୍ଧୁଙ୍କ ଐତିହାସିକ ସଫଳତା । କ୍ରମାଗତ ୨ଟି ଅଲିମ୍ପିକ୍ସରେ ଭାରତ ପାଇଁ ସେ ଦୁଇଟି ପଦକ ଜିତିଛନ୍ତି । ପ୍ରଥମ ଭାରତୀୟ ମହିଳାଭାବେ ଅଲିମ୍ପିକ୍ସରେ ଦୁଇଟି ପଦକ ହାସଲ କରିବା ପରେ ସିନ୍ଧୁଙ୍କୁ ଅଜସ୍ର ଶୁଭେଚ୍ଛାର ସୁଅ ଛୁଟିଛି । ୨୦୧୬ ରିଓ ଅଲିମ୍ପିକ୍ସରେ ନିଜର ପ୍ରଥମ ପଦାର୍ପଣରେ ସିନ୍ଧୁ ଭାରତ ପାଇଁ ବ୍ୟାଡ୍‌ମିଣ୍ଟନରେ ରୌପ୍ୟ ପଦକ ଜିତିଥିଲେ । ଆଉ ତା ପରଠାରୁ ପଛକୁ ଚାହିଁ ନାହାନ୍ତି ଏହି ହ୍ରାଇଦ୍ରାବାଦର ଷ୍ଟାର୍ ଖେଳାଳି । ଟୋକିଓ ଅଲିମ୍ପିକ୍ସରେ ସେ ସ୍ୱର୍ଣ୍ଣ ପଦକ ପାଇଁ ଲକ୍ଷ୍ୟ ରଖିଥିଲେ ବୋଲି କହିଛନ୍ତି । ସେ ଯାହାବି ହେଉ ବ୍ରୋଞ୍ଜ ପଦକ ପାଇ ଫେରିଥିବାରୁ ଦେଶବାସୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।