Advertisment

ଅନାଥ ଶିଶୁଙ୍କୁ ପ୍ରତିମାସରେ ମିଳିବ ୨,୫୦୦ ଟଙ୍କା

ନାଥ ଶିଶୁଟିଏ ଏଣିକି ଆଉ ଅସହାୟ ବୋଲି ଭାବି ଭଙ୍ଗି ପଡିବନି। ବାପା଼ମା’ଙ୍କ ସ୍ନେହ, ମମତାରୁ  ବଞ୍ଚିତ ଶିଶୁଟିର ଭବିଷ୍ୟତ ଆଉ ଅନ୍ଧାର ମଧ୍ୟରେ ହଜି ଯିବନି। କାରଣ, ଏପରି ପିଲାଙ୍କୁ ଏଣିକି ପ୍ରତି ମାସରେ ମିଳିବ ୨୫୦୦ ଟଙ୍କା।

author-image
Minati Mishra
undefined

UP CM Yogi Adityanath

ଲକ୍ଷ୍ନୌ: ଅନାଥ ଶିଶୁଟିଏ ଏଣିକି ଆଉ ଅସହାୟ ବୋଲି ଭାବି ଭଙ୍ଗି ପଡିବନି। ବାପା଼ମା’ଙ୍କ ସ୍ନେହ, ମମତାରୁ  ବଞ୍ଚିତ ଶିଶୁଟିର ଭବିଷ୍ୟତ ଆଉ ଅନ୍ଧାର ମଧ୍ୟରେ ହଜି ଯିବନି। କାରଣ, ଏପରି ପିଲାଙ୍କୁ ଏଣିକି ପ୍ରତି ମାସରେ ମିଳିବ ୨୫୦୦ ଟଙ୍କା। ଶିଶୁଟି ଯେ କୌଣସି କାରଣରୁ ଅନାଥ ହୋଇଥାଉ ନା କାହିଁକି ତାକୁ ସରକାରଙ୍କ ପକ୍ଷରୁ ଏହି ସହାୟତା ରାଶି ଯୋଗାଇ ଦିଆଯିବ । ଏମିତି ଏକ ପଦକ୍ଷେପ ନେଇଛନ୍ତି ଉତ୍ତର ପ୍ରଦେଶର ଯୋଗୀ ସରକାର। 

Advertisment

ଉତ୍ତର ପ୍ରଦେଶର ଯୋଗୀ ସରକାର ପ୍ରତ୍ୟେକ ଅନାଥ ଶିଶୁଙ୍କୁ ‘ବାଳ ସେବା ଯୋଜନା’ରେ  ପ୍ରତି ମାସରେ ୨୫୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି। ମନ୍ତ୍ରୀ ପରିଷଦ ଏହି ପ୍ରସ୍ତାବକୁ ଅନୁମୋଦନ କରିଛି। ଏହି ଯୋଜନା ଅନୁସାରେ ୧୮ ବର୍ଷରୁ ୨୩ ବର୍ଷ ମଧ୍ୟରେ ପାଠ ପଢୁଥିବା ପ୍ରତ୍ୟ ପିଲାଙ୍କୁ ସହାୟତା ମିଳିବ।

Advertisment

ମିଳିଥିବା ସୂଚନା ଅନୁସାରେ, ୧୮ ବର୍ଷରୁ କମ୍‌ ବୟସ୍କ ଯେଉଁ ପିଲାମାନେ କୋଭିଡ-୧୯  କିମ୍ବା ଅନ୍ୟ କାରଣରୁ ମାତା-ପିତା ଉଭୟ କିମ୍ବା ମାତା କିମ୍ବା ପିତା କାହାକୁ ଜଣଙ୍କୁ ହରାଇଥାନ୍ତି ଏବଂ ସେମାନଙ୍କର ଶିକ୍ଷା ସମାପ୍ତ ହୋଇନ ଥାଏ ତେବେ ସେମାନଙ୍କୁ ଏହି ସହାୟତା ରାଶି ମିଳିବ।  ତେବେ କେବଳ ଯେଉଁ ପିଲାମାନେ ଦ୍ୱାଦଶ ପରୀକ୍ଷା ପରେ କୌଣସି ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ କିମ୍ବା କୌଣସି ଟେକ୍‌ନିକାଲ ସଂସ୍ଥାରେ ସ୍ନାତକ ଡିଗ୍ରୀ କିମ୍ବା ଡିପ୍ଲୋମା ପ୍ରାପ୍ତ କରିବା ପାଇଁ ପଢୁଥାନ୍ତି କିମ୍ବା ନିଟ୍‌, ଜେଇଇ ପରି ଜାତୀୟ କିମ୍ବା ରାଜ୍ୟ ସ୍ତରୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥାନ୍ତି ସେମାନଙ୍କୁ ଏହି ସହାୟତା ରାଶି ମିଳିବ। ସେହିପରି ଯେଉଁମାନଙ୍କ ମା’ ଛାଡପତ୍ର ଗ୍ରହଣ କରିଥାନ୍ତି କିମ୍ବା ପରିବାରର ମୁଖ୍ୟ ବାପା କିମ୍ବା ମା’ ଜେଲରେ ଥାନ୍ତି ସେମାନଙ୍କ ପିଲାଙ୍କୁ ମଧ୍ୟ ପାଠପଢା ପାଇଁ ଏହି ବୃତ୍ତି ଦିଆଯିବ। 
ଏହି ଯୋଜନାର ଲାଭ ପରିବାର ସର୍ବାଧିକ ୨ଟି ଶିଶୁଙ୍କୁ ଏକକାଳୀନ ମିଳି ପାରିବ ଯଦି ସେମାନେ ୧୮ ବର୍ଷରୁ ଅଧିକ ହୋଇଥିବେ ଏବଂ  ଦ୍ୱାଦଶ ପାସ କରିଥିବେ।

ସେମାନଙ୍କର ଶିକ୍ଷା ସମାପ୍ତ ହେବା ପର୍ଯ୍ୟନ୍ତ ନଚେତ ୨୩ ବର୍ଷ ହେବା ପର୍ଯ୍ୟନ୍ତ ଏହି ସହାୟତା ରାଶି ମିଳିପାରିବ। ଏହି ସହାୟତା ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାର ବହନ କରିବେ।
ସୂଚନାଥାଉ କି, କୋଭିଡ-୧୯ରେ ଅନାଥ ହୋଇଥିବା ପିଲାଙ୍କୁ ଆର୍ଥିକ ସହାୟତର ପ୍ରଦାନ କରିବା ପାଇଁ ପୂର୍ବରୁ ସରକାର ଘୋଷଣା କରିଥିଲେ।

Up Govt Orphaned Children
Advertisment
Advertisment