କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଘୋଷିତ ଜାତୀୟ ମନିଟାଇଜେସନ୍ ପାଇପ ଲାଇନରେ ସ୍ଥାନ ପାଇଛି ଓଡ଼ିଶାର ବହୁ ପ୍ରକଳ୍ପ । କେଉଁ କେଉଁ ପ୍ରକଳ୍ପ ସ୍ଥାନ ପାଇଲା ଜାଣନ୍ତୁ।
ଭାରତରେ ଏଣ୍ଡେମିକ୍ ସ୍ଥିତିରେ ପ୍ରବେଶ କରୁଛି କରୋନା । ଏହା କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ । ଏଣ୍ଡେମିକର ଅର୍ଥ ହେଲା, କରୋନା ଆଉ ବେଶି ସଂକ୍ରାମଣ ହେବନି । ଅଧିକ ଲୋକଙ୍କୁ ଏହା ଆଉ ଆକ୍ରାନ୍ତ କରିବ ନାହିଁ । କିନ୍ତୁ କରୋନା ଭୂତାଣୁ ରହିବ । ଏହା ସହିତ ବଞ୍ଚିବାକୁ ପଡ଼ିବ । ଆଶ୍ୱସ୍ତିର କଥା ହେଲା, ଏହା ମହାମାରୀର ରୂପରେ ରହିବ ନାହିଁ । ଏକ ଜାତୀୟ ଗଣମାଧ୍ୟମକୁ ସେ ଏହା କହିଛନ୍ତି
ଦେଶରେ ପୁଣି ବଢିଲା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ୩୭,୫୯୩ ଜଣ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୬୪୮ ଜଣଙ୍କ ପ୍ରାଣ ନେଇଛି କରୋନା। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ୩,୨୫,୧୨,୩୬୬ ଜଣ କରୋନାରେ ସଂକ୍ରମିତ ହେଲେଣି। ଏହାସହ ଗତ ୨୪ ଘଂଟାରେ ଦେଶରେ ମୋଟ୍ ୩୪,୧୬୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି
କରୋନା ମହାମାରୀ କାରଣରୁ ଏପର୍ଯ୍ୟନ୍ତ ଅନେକ କର୍ମଚାରୀ ଚିଲ୍ଡ୍ରେନ୍ ଏଲାଉନ୍ସେନ୍ସ ପ୍ଲାନ କରିପାରିନାହାନ୍ତି। ତେବେ ବର୍ତ୍ତମାନ ସମୟରେ ଏହି ସବୁ କାମ ପାଇଁ କୌଣସି ଅଫିସିଆଲ୍ ପ୍ରାମଣପତ୍ରର ଆବଶ୍ୟକତା ନଥିବା ସୂଚନା ମିଳିଛି। ସପ୍ତମ ବେତନ କମିଶନ ଅନୁସାରେ, କେନ୍ଦ୍ରୀୟ କର୍ମଚାରୀମାନେ ପିଲାମାନଙ୍କ ଶିକ୍ଷା ଉପରେ ୨୨୫୦ ଟଙ୍କା ଭତ୍ତା ପାଇଥାଆନ୍ତି
କରୋନା ମହାମାରୀକୁ ନେଇ ବ୍ରିଟିଶ ବୈଜ୍ଞାନିକ ଦେଲେ ସାଂଘାତିକ ତଥ୍ୟ। କହିଲେ, କେବଳ ଡେଲ୍ଟା ପ୍ଲସ୍ ନୁହେଁ ବରଂ ଆଗକୁ ଆହୁରି ଅନେକ ପ୍ରକାର ଭ୍ୟାରିଆଂଟ୍ ଆସିବ। କେବଳ ଏତିକି ନୁହେଁ ବରଂ ଆଗକୁ ଆସିବାକୁ ଥିବା ଭ୍ୟାରିଆଂଟ୍କୁ ଭ୍ୟାକ୍ସିନ୍ ମଧ୍ୟ କାମ ନକରିପାରେ। ତେଣୁ ସାବଧାନର ସହ ଚଳିବା ସହ ଅନ୍ୟ କୌଣସି ରାସ୍ତା ନଥିବା ବୈଜ୍ଞାନିକ ସ୍ପଷ୍ଟ କରିଛନ୍ତି। ଏହାସହ ଭବିଷ୍ୟତରେ ବୁଷ୍ଟର ଡୋଜ୍ ନେବାକୁ ମଧ୍ୟ ପଡ଼ିପାରେ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟ ଦେଇ ଗିରଫ ହୋଇଥିବା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଜାମିନ ମିଳିଛି। ଗତକାଲି ମଧ୍ୟରାତ୍ରରେ ମହାଡ଼ ମାଜିଷ୍ଟ୍ରେଟ୍ କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ନାରାୟଣ ରାଣେଙ୍କୁ ପୋଲିସ ଗିରଫ କରିବା ପରେ ରତ୍ନଗିରି କୋର୍ଟରେ ହାଜର କରିଥିଲା
ଜନ ଆଶୀର୍ବାଦ ଯାତ୍ରା ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ନାରାୟଣ ରାଣେ। ଏହାକୁ ନେଇ ଶିବସେନା ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ୩୬ଟି ଏଫଆଇଆର ରୁଜୁ ହୋଇଥିଲା। ଏହା ପରେ ନାସିକ ପୁଲିସ ଅପରାଧ ଶାଖା ଦ୍ୱାରା ଗିରଫ କରାଯାଇଥିଲା।
ରୁଷର ଯେଉଁ S-400 ମିସାଇଲ ଡିଫେନ୍ସ ସିଷ୍ଟମ୍କୁ ସାରା ବିଶ୍ୱ ଶକ୍ତିଶାଳୀ ବୋଲି ସ୍ୱୀକାର କରିଥାଏ । ସେହି ଡିଫେନ୍ସ ସିଷ୍ଟମ ଏବେ ଭାରତକୁ ମିଳିବାକୁ ଯାଉଛି ।
ଆଫଗାନିସ୍ଥାନ ଉପରେ ତାଲିବାନର ନିୟନ୍ତ୍ରଣ ପରଠୁ ହିଁ ପାକିସ୍ତାନୀ ‘ଆଇଏସ୍ଆଇ’ ଓ ଏହାର ସମର୍ଥକ ଆତଙ୍କୀ ସଂଗଠନ ଦ୍ୱାରା ଅନେକ ଖବର ସାମ୍ନାକୁ ଆସୁଛି। ଦେଶର ପ୍ରମୁଖ ଗୁପ୍ତଚର ସଂସ୍ଥା ଅନୁଯାୟୀ, ଆତଙ୍କବାଦୀମାନେ ଭାରତ ଉପରେ ଆକ୍ରମଣ କରିବା ପାଇଁ ଏକ ବଡ ଷଡ଼ଯନ୍ତ୍ର କରୁଛି। ଏହି ଷଡ଼ଯନ୍ତ୍ରରେ ପାକିସ୍ଥାନ ସହ ଆଫଗାନିସ୍ଥାନର ଆତଙ୍କୀ ସଂଗଠନ ସାମିଲ ଅଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଋଷ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି। ମଙ୍ଗଳବାର ପ୍ରାୟ ୪୫ ମିନିଟ୍ ଧରି ଫୋନରେ ଆଫଗାନିସ୍ଥାନର ସାମ୍ପ୍ରତିକ ପରିସ୍ଥିତି ଉପରେ ଦୁଇ ନେତା ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଓ ପୁଟିନଙ୍କ ମଧ୍ୟରେ ଏହି ଆଲୋଚନା ସେହି ସମୟରେ ହୋଇଥିଲା ଯେତେବେଳେ ଜି -୭ ନେତାମାନେ କାବୁଲରେ ତାଲିବାନ ଶାସନ ଉପରେ ଏକ ଭର୍ଚୁଆଲ ବୈଠକ କରିବାକୁ ଯାଉଛନ୍ତି।
ଚଳିତ ମାସରେ ଆଉ ବଡ ବର୍ଷା ନାହିଁ। ଆଗାମୀ ୫ ଦିନ ଯାଏ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ନାହିଁ । କୌଣସି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ନଥିବାରୁ ବଡ଼ ବର୍ଷା ନାହିଁ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଅଗଷ୍ଟରେ ଆଉ ମୌସୁମୀ ସକ୍ରିୟ ସମ୍ଭାବନା ନାହିଁ। ଓଡ଼ିଶାରେ ଏଯାଏ ମୋଟ ୩୩% ନିଅଣ୍ଟିଆ ବର୍ଷା ହୋଇଛି। କେବଳ ଅଗଷ୍ଟରେ ନିଅଣ୍ଟିଆ ବର୍ଷା ପରିମାଣ ୫୫% ରହିଛି
ଛତିଶଗଡ଼ର ମାଓ ପ୍ରଭାବିତ ସୁକ୍ମା ଜଙ୍ଗଲରେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ-ମାଓବାଦୀ। ଗୁଳି ବିନିମୟରେ ଟପ୍ କମାଣ୍ଡରଙ୍କ ସହ ୨ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି।
ଜଣେ ବ୍ୟକ୍ତି ଯେତେବେଳେ କିଛି କାମ ପାଏ ନାହିଁ। ପରିବାର ପୋଷିବା ଲାଗଇ ସେ ଅସମର୍ଥ ଥାଏ ସେ ସେତେବେଳେ କରିବ କଣ? ପେଟକୁ ମୁଠେ ଦାନା ଯୋଗାଡ଼ କରିବା ଲାଗି ବାଧ୍ୟ ହୋଇ ପର ପାଖରେ ହାତ ପତାଇବ। ଅର୍ଥାତ୍ ଭିକ ମାଗିବ। କିନ୍ତୁ ଭିକାରୀ ହେବା କଣ ପାପ? ନା ଅପରାଧ? ରାଜସ୍ଥାନର ଆଜମେର୍ରୁ ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଅଛି ଯାହାକୁ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଜକାଇ ଆସିବ। ଜଣେ ଭିକାରୀ ଭିକ ମାଗୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ଗୋଇଁଠା ଉପରେ ଗୋଇଁଠା ମାରିଛନ୍ତି।
ଦେଶରେ କମିବାରେ ଲାଗିଛି କରୋନା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମାତ୍ର ୨୫,୪୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫୪ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ତେବେ ଆଜିର ସଂକ୍ରମଣକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୪,୭୪,୭୭୩ରେ ପହଞ୍ଚିଛି। ଏହାସହ ଗତ ୨୪ ଘଂଟାରେ ଦେଶରେ ମୋଟ୍ ୩୯,୪୮୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ୨୪ ଘଂଟାର ସୁସ୍ଥଙ୍କୁ ମିଶାଇ ମୋଟ୍ ୩,୧୭,୨୦,୧୧୨ ରେ ପହଞ୍ଚିଲାଣି ସୁସ୍ଥଙ୍କ ସଂଖ୍ୟା। ତେବେ ଏହାରି ମଧ୍ୟରେ ୪,୩୫,୧୧୦ ଜଣଙ୍କ ପ୍ରାଣ ନେଇ ସାରିଲାଣି କରୋନା। ଯାହାକୁ ନେଇ ଏବେ ଚିନ୍ତା ବଢିଛି।
କରୋନାକୁ ହରାଇବାକୁ ହେଲେ ଟିକାକରଣ ହିଁ ଏକମାତ୍ର ବାଟ। ଏକଥା ଆମେ ନୁହେଁ ବରଂ ବାରମ୍ବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ କେନ୍ଦ୍ର ସରକାର କହୁଛନ୍ତି। ଦ୍ୱିତୀୟ ଲହରର ଗମ୍ଭୀରତାକୁ ନଜରରେ ରଖି ସାମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି ସରକାର। କିନ୍ତୁ ଥରେ ଚିନ୍ତା କରନ୍ତୁ ଯଦି ଟିକାକରଣ ସ୍ଥାନରେ ଲୋକମାନେ ଟିକା ନପାଆନ୍ତି ତେବେ ସ୍ଥିତି କଣ ହେବ?
ବିଳମ୍ବରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଲା ଟ୍ରେନ୍। କ୍ଷତି ପୂରଣ ପାଇବେ ଯାତ୍ରୀ। ହୁଏତ ଏହି ଖବର ଜାଣିବା ପରେ ଆପଣମାନେ କହିବେ ଭାରତୀୟ ରେଳ ପ୍ରତ୍ୟେକ ଦିନ ବିଳମ୍ବରେ ପହଞ୍ଚିଥାଏ। ତେଣୁ ଏହା ବାବଦରେ କାହିଁକି ଯାତ୍ରୀମାନଙ୍କୁ କ୍ଷତି ପୂରଣ ମିଳିବ? କିନ୍ତୁ ଏଠାରେ ସ୍ପଷ୍ଟ କରୁଛୁ କି ଏହା କୌଣସି ସାଧାରଣ ଟ୍ରେନ ନୁହେଁ ବରଂ ତେଜସ୍ ଏକ୍ସପ୍ରେସ୍ ହୋଇଥିବାରୁ ରେଳମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି
କରୋନାକୁ ନେଇ ବଢିବାରେ ଲାଗିଛି ଚିନ୍ତା। ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହରକୁ ନେଇ ଆତଙ୍କିତ ହେଉଛନ୍ତି ଲୋକେ। ଆଉ ଏହାରି ମଧ୍ୟରେ କରୋନା ସମ୍ପର୍କିତ ଏକ ଜରୁରୀ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୁହାଯାଉଛି, ଦେଶରେ ଆସିବାକୁ ଥିବା କରୋନାର ତୃତୀୟ ଲହର ପୂର୍ବରୁ ସରକାର କେତେ ପ୍ରସ୍ତୁତ ଅଛନ୍ତି?
ମୁମ୍ବାଇ ବିମାନବନ୍ଦରରେ ସଲମାନ ଖାଁଙ୍କୁ ଅଟକାଇଥିବା ସିଆଇଏସ୍ଏଫ୍ ଏଏସ୍ଆଇ ସୋମନାଥ ମହାନ୍ତି ଏବେ ଅଡ଼ୁଆରେ ପଡ଼ିଛନ୍ତି। ଘଟଣା ସଂପର୍କରେ ଗଣମାଧ୍ୟମରେ ପ୍ରକାଶ କରିବା ତାଙ୍କ ପାଇଁ ଅଡୁଆ ହୋଇଛି। ସିଆଇଏସ୍ଏଫ୍ ପକ୍ଷରୁ ସୋମନାଥଙ୍କ ମୋବାଇଲକୁ ଜବତ କରାଯାଇଛି
ସମୟ ଅବଧି ଶେଷ ହେଲେ ଉକ୍ତ ସଂପତ୍ତି ପୁଣି ସରକାରଙ୍କ ଅଧିନକୁ ଫେରି ଆସିବ। ବିଶେଷକରି ବିମାନ ବନ୍ଦର, ରେଲେଓ୍ୱ ଓ କୋଇଲା ଉତ୍ତୋଳନ କ୍ଷେତ୍ର, ଯେଉଁଥିରେ କି ସରକାରଙ୍କ ପୁଞ୍ଜି ନିବେଶ ସତ୍ତ୍ୱେ ଏସବୁ ଅବ୍ୟବହୃତ କିମ୍ବା ଯଥାବିନିଯୋଗ ହୋଇପାରିନାହିଁ।
ମୋଦିଙ୍କ ହାତରେ ୨୬ ବର୍ଷ ହେଲାଣି ରାକ୍ଷୀ ବାନ୍ଧୁଛନ୍ତି ଏହି ପାକିସ୍ତାନୀ ମହିଳା। ଗତଥର କରୋନା ପାଇଁ ଡାକରେ ଦେଇଥିଲେ ରାକ୍ଷୀ, ଆଉ ଏଥର.....
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବାବ୍ରି ମସଜିଦର ପତନ କଲ୍ୟାଣ ସିଂଙ୍କ ଜୀବନର ଏକ ବିଶେଷ ମୂହୁର୍ତ୍ତ ଥିଲା । ଶ୍ରୀ ସିଂହଙ୍କର ଗତ ଶନିବାର ଦେହାନ୍ତ ହୋଇଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଜୁଲାଇ ୪ ରେ ତାଙ୍କୁ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଥିଲା । ସେପସିସ୍ ଏବଂ ମଲ୍ଟି ଅଙ୍ଗ ବିଫଳତା ହେତୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି ।
ମାଂସାହାରୀ ପଶୁମାନଙ୍କ ସମ୍ମୁଖରେ ଯଦି କୌଣଇ ପକ୍ଷୀଟିଏ ପଡିଯାଏ ତେବେ ସେ ତାକୁ ଶିକାର ନ କରି ଛାଡିଦେବା ପ୍ରାୟ ଦେଖାଯାଏ ନାହିଁ। ଏନେଇ ପକ୍ଷୀମାନେ ଭୟରେ ସେମାନଙ୍କଠାରୁ ଦୂରରେ ରୁହନ୍ତି। କିନ୍ତୁ ବେଳେବେଳେ ଏପରି କିଛି ଚିତ୍ର ବାହାରକୁ ଆସେ ଯାହାକୁ ବିଶ୍ୱାସ କରିବା କଷ୍ଟକର। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ନଜରକୁ ଆସିଛି, ଯେଉଁଥିରେ ଏକ ବିଲେଇ ଏବଂ କୁକୁଡାର ଗଭୀର ବନ୍ଧୁତା ଦେଖିବାକୁ ମିଳିଛି।
ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ଅନ୍ତିମ ସଂସ୍କାର ହୋଇଛି। ୟୁପି ବୁଲନ୍ଦସହରସ୍ଥିତ ଗଙ୍ଗାଘାଟରେ ଏଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିଲା। ବିଭିନ୍ନ ବୟସ ବର୍ଗର ହଜାର ହଜାର ଲୋକ ତାଙ୍କର ପାର୍ଥିବ ଶରୀରକୁ ଶେଷ ଦର୍ଶନ କରିଛନ୍ତି। କିଛି ସମୟ ତଳେ କଲ୍ୟାଣ ସିଂଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇଥିଲା। ଉତ୍ତରପ୍ରଦେଶରେ ତିନି ଦିନିଆ ଶୋକ ପାଳନ କରାଯାଉଛି। ଗତକାଲି କଲ୍ୟାଣ ସିଂହଙ୍କ ପାର୍ଥିବ ଶରୀରକୁ ପ୍ରଧାନମନ୍ତ୍ରୀ ମୋଦି ଦର୍ଶନ କରିଥିଲେ
କେରଳର ଏକ ଡାକ୍ତରଖାନାରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଛି । ମହିଳାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି । କୋଭିଡ ଭ୍ୟାକ୍ସିନ ନେବା ପରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଉକ୍ତ ଡାକ୍ତରଖାନା ପକ୍ଷରୁ ଦାବି କରାଯାଇଛି । ଦେଶରେ ଏହା ପ୍ରଥମ ମାମଲା ଯେଉଁଥିରେ ଜଣେ ଗର୍ଭବତୀଙ୍କ ମୃତ୍ୟୁର ଦାୟୀ କରୋନା ଭ୍ୟାକ୍ସିନକୁ କରାଯାଇଛି ।
ଦେଶରେ କମିବାରେ ଲାଗିଛି ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଟ୍ ୨୫,୦୭୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮୯ ଜଣଙ୍କ ପ୍ରାଣ ଯାଇଛି। ଗତ ୧୬୦ ଦିନ ମଧ୍ୟରେ ଆଜି ସର୍ବନିମ୍ନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି। ତେବେ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍ ୩,୨୪,୪୯,୩୦୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪,୩୪,୭୫୬ରେ ପହଞ୍ଚିଲାଣି ମୃତକଙ୍କ ସଂଖ୍ୟା