Advertisment

ସଲମାନଙ୍କୁ ଅଟକାଇଥିବା ଓଡ଼ିଆ CISF ଅଫିସରଙ୍କ ବଢିଲା ଅଡ଼ୁଆ

ମୁମ୍ବାଇ ବିମାନବନ୍ଦରରେ ସଲମାନ ଖାଁଙ୍କୁ ଅଟକାଇଥିବା ସିଆଇଏସ୍ଏଫ୍ ଏଏସ୍ଆଇ ସୋମନାଥ ମହାନ୍ତି ଏବେ ଅଡ଼ୁଆରେ ପଡ଼ିଛନ୍ତି। ଘଟଣା ସଂପର୍କରେ ଗଣମାଧ୍ୟମରେ ପ୍ରକାଶ କରିବା ତାଙ୍କ ପାଇଁ ଅଡୁଆ ହୋଇଛି। ସିଆଇଏସ୍ଏଫ୍ ପକ୍ଷରୁ ସୋମନାଥଙ୍କ ମୋବାଇଲକୁ ଜବତ କରାଯାଇଛି

author-image
Sarbeswar
ଅଦ୍ୟତନ ହୋଇଛି
CISF

CISF

ମୁମ୍ବାଇ: ମୁମ୍ବାଇ ବିମାନବନ୍ଦରରେ ସଲମାନ ଖାଁଙ୍କୁ ଅଟକାଇଥିବା ସିଆଇଏସ୍ଏଫ୍ ଏଏସ୍ଆଇ ସୋମନାଥ ମହାନ୍ତି ଏବେ ଅଡ଼ୁଆରେ ପଡ଼ିଛନ୍ତି। ଘଟଣା ସଂପର୍କରେ ଗଣମାଧ୍ୟମରେ ପ୍ରକାଶ କରିବା ତାଙ୍କ ପାଇଁ ଅଡୁଆ ହୋଇଛି। ସିଆଇଏସ୍ଏଫ୍ ପକ୍ଷରୁ ସୋମନାଥଙ୍କ ମୋବାଇଲକୁ ଜବତ କରାଯାଇଛି। ଘଟଣା ସଂପର୍କରେ ଗଣମାଧ୍ୟମକୁ ଜଣାଇବା ସିଆଇଏସ୍ଏଫ୍ ପ୍ରୋଟକଲ ଖିଲାପ ହୋଇଥିବାରୁ ତାଙ୍କ ମୋବାଇଲ ଜବତ କରି ନିଆଯାଇଥିବା ସିଆଇଏସ୍ଏଫ୍ କହିଛି। ସେ ଯେପରି ଗଣମାଧ୍ୟମ ସହ ଆଉ କୌଣସି କଥା ହୋଇ ନପାରିବେ, ସେଥିଲାଗି ତାଙ୍କ ମୋବାଇଲ ନିଆଯାଇଛି ବୋଲି ସିଆଇଏସ୍ଏଫ୍ ପକ୍ଷରୁ କୁହାଯାଇଛି। ଟାଇଗର-ଥ୍ରୀ ଫିଲ୍ମ ସୁଟିଂ ପାଇଁ ସଲମାନ ବିଦେଶକୁ ଯାଉଥିବାବେଳେ ସୋମନାଥ ତାଙ୍କ ମୁମ୍ବାଇ ଏୟାରପୋର୍ଟରେ ଅଟକାଇଥିଲେ। ସଲମାନଙ୍କୁ ଯାଞ୍ଚର ସାମନା କରିବାକୁ କହିଥିଲେ ସୋମନାଥ। ଏପରିକି ସଲମାନଙ୍କ ଫଟୋ ଉଠାଇବାକୁ ଚାହୁଁଥିବା ଫଟୋଗ୍ରାଫରଙ୍କୁ ବି ରୋକିଥିଲେ। ତେବେ ଏହି ସମସ୍ତ ଘଟଣାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା।

Advertisment

ସୂଚନା ଅନୁସାରେ, ମୁମ୍ବାଇ ଏୟାରପୋର୍ଟରେ ଦବଙ୍ଗ ଷ୍ଟାର ସଲମାନ୍ ଖାନଙ୍କୁ ଅଟକାଇ ଚର୍ଚ୍ଚାରେ ଥିଲେ ଓଡ଼ିଆ CISF ଅଫିସର। ଏୟାରପୋର୍ଟ ଏଣ୍ଟ୍ରି ବେଳେ ସିକ୍ୟୁରିଟି ଯାଂଚ୍ ସମୟରେ ଭାଇଜାନଙ୍କୁ ଅଟକାଇ ସୋସିଆଲ୍ ମିଡିଆରେ ପ୍ରଶଂସା ସାଉଁଟିଛନ୍ତି ଏହି ଓଡ଼ିଆ ଅଫିସର। ତାଙ୍କ ନାଁ ସୋମନାଥ ମହାନ୍ତି, ଘର ନୟାଗଡ଼ ଜିଲ୍ଲା ପାଣିକୋଇଲି ନିକଟ ଘଣ୍ଟା ସାହି ବୋଲି ଜଣାପଡ଼ିଛି। ସୋମନାଥ ମୁମ୍ବାଇ ଏୟାରପୋର୍ଟରେ ଡ୍ୟୁଟିରେ ଥିବା ବେଳେ ଟାଇଗର-ଥ୍ରୀ ସୁଟିଂ ଗସ୍ତରେ ଯାଉଥିବା ସଲମାନ୍ ତାଙ୍କ ଟ୍ରୁପ୍ ସହ ବିମାନବନ୍ଦରକୁ ଆସିଥିଲେ।

Advertisment

ତେବେ ସଲମାନ୍ ବିମାନବନ୍ଦର ପ୍ରବେଶ କରିବା ବେଳେ ସିକ୍ୟୁରିଟି ଚେକ୍ ପାଇଁ ଭାଇଜାନଙ୍କୁ ବି ଅଟକାଇଥିଲେ ଏହି ଓଡ଼ିଆ ଅଫିସର। ବିମାନନ୍ଦରରେ ସିକ୍ୟୁରିଟି ଚେକ୍ ବେଳେ ଅନ୍ୟ ସାଧାରଣ ଲୋକଙ୍କ ଭଳି ସଲମାନଙ୍କୁ ବି କିଛି ସମୟ ଅଟକିବାକୁ ପଡ଼ିଥିଲା। ସେପଟେ ସୋସିଆଲ ମିଡିଆରେ ଭାଇଜାନଙ୍କ ଏ ଭିଡିଓ ଭାଇରାଲ ହେଉଥିବା ବେଳେ ନିଜ କର୍ତ୍ତବ୍ୟର ପରିଚୟ ଦେଇଥିବା ସୋମନାଥଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଥିଲା କିନ୍ତୁ ପ୍ରୋଟକଲ ଭାଙ୍ଗିଥିବାରୁ ଏବେ ତାଙ୍କର ଅଡ଼ୁଆ ବଢିଛି।

India Mumbai CISF
Advertisment
Advertisment