Advertisment

କରୋନା ଟିକା ନେଲେ ଏଣିକି ହାତରେ ଲାଗିବ ଷ୍ଟାମ୍ପ!

କରୋନାକୁ ହରାଇବାକୁ ହେଲେ ଟିକାକରଣ ହିଁ ଏକମାତ୍ର ବାଟ। ଏକଥା ଆମେ ନୁହେଁ ବରଂ ବାରମ୍ବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ କେନ୍ଦ୍ର ସରକାର କହୁଛନ୍ତି। ଦ୍ୱିତୀୟ ଲହରର ଗମ୍ଭୀରତାକୁ ନଜରରେ ରଖି ସାମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି ସରକାର। କିନ୍ତୁ ଥରେ ଚିନ୍ତା କରନ୍ତୁ ଯଦି ଟିକାକରଣ ସ୍ଥାନରେ ଲୋକମାନେ ଟିକା ନପାଆନ୍ତି ତେବେ ସ୍ଥିତି କଣ ହେବ?

author-image
Sarbeswar
ଅଦ୍ୟତନ ହୋଇଛି
vaccination

vaccination

ନୂଆଦିଲ୍ଲୀ: କରୋନାକୁ ହରାଇବାକୁ ହେଲେ ଟିକାକରଣ ହିଁ ଏକମାତ୍ର ବାଟ। ଏକଥା ଆମେ ନୁହେଁ ବରଂ ବାରମ୍ବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ କେନ୍ଦ୍ର ସରକାର କହୁଛନ୍ତି। ଦ୍ୱିତୀୟ ଲହରର ଗମ୍ଭୀରତାକୁ ନଜରରେ ରଖି ସାମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି ସରକାର। କିନ୍ତୁ ଥରେ ଚିନ୍ତା କରନ୍ତୁ ଯଦି ଟିକାକରଣ ସ୍ଥାନରେ ଲୋକମାନେ ଟିକା ନପାଆନ୍ତି ତେବେ ସ୍ଥିତି କଣ ହେବ? ଗୋଟିଏ ପଟେ ସମସ୍ତଙ୍କୁ ଟିକାକରଣ କରାଯିବ ବୋଲି ଡିଡ଼ିମ୍ବ ପିଚୁଛନ୍ତି କେନ୍ଦ୍ର ସରକାର କିନ୍ତୁ ଟିକାର ଅଭାବ କଥା ପ୍ରତ୍ୟେକ ଦିନ ସାମ୍ନାକୁ ଆସୁଛି। ସ୍ଥିତି ଏମିତି ହେଲାଣି ଯେ, ଖୋଦ୍‌ ବିଜେପି ଶାସିତ ରାଜ୍ୟ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ଟିକାର ଘୋର ଅଭାବ ଦେଖାଯାଇଛି।

Advertisment

ଟିକା ପାଇଁ ଯାଇ ଲୋକେ ଫେରୁଥିବା ଦେଖିବାକୁ ମିଳିଛି। ଗତ ସପ୍ତାହରେ ଆୟୋଜିତ ସ୍ୱତନ୍ତ୍ର ଅଭିଯାନରେ ୬୦ ଲକ୍ଷରୁ ଅଧିକ ଲୋକଙ୍କୁ ଟୀକାକରଣ କରାଯାଇଥିଲା। ଏଥି ସହିତ ସାଂସଦମାନେ ମଧ୍ୟ ଏହି ସପ୍ତାହରେ ଏକ ସ୍ୱତନ୍ତ୍ର ଅଭିଯାନ ପାଇଁ ପ୍ରସ୍ତୁତ ହେଉଛନ୍ତି ଏବଂ ସେପ୍ଟେମ୍ବର ଶେଷ ସୁଦ୍ଧା ୫୫ ନିୟୁତ ବୟସ୍କଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ସ୍ଥିତି ପୂରା ଜଳଜଳ ହୋଇ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ତେବେ କୁହାଯାଉଛି ଏଣିକି ଦ୍ୱିତୀୟ ଡୋଜ୍‌ ନେବା ପରେ ହାତରେ ଷ୍ଟାମ୍ପ ଲଗାଯିବ। ୟାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି।

Advertisment

ତେବେ ଘଟଣା ସମ୍ପର୍କରେ ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀମାନେ କହିଛନ୍ତି, କିଛି ଦିନ ଅଳ୍ପ କେତେକ ସ୍ଥାନରେ ଏପରି ସମସ୍ୟା ଦେଖାଦେଇଛି। କିନ୍ତୁ ସ୍ଥାନୀୟ ପ୍ରଶାସନ ଓ ମେଡ଼ିକାଲ ଅଫିସରଙ୍କୁ ସ୍ଥିତି ସମ୍ପର୍କରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କକେମିତି ସୁରୁଖୁରୁରେ ଟିକାକରଣ ହେବ ସେନେଇ ସମସ୍ତେ ସଚେତନ ଅଛନ୍ତି। ଟିକାକରଣକୁ ତ୍ୱରାନ୍ୱିତ କରିବା ଲାଗି ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି। ଖୁବଶୀଘ୍ର ଏହାର ସମାଧାନ ହେବ।

କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ଟିକା ସଂଖ୍ୟା ଦୃଷ୍ଟିରୁ ଉତ୍ତରପ୍ରଦେଶ ଶୀର୍ଷରେ ରହିଛି। ଏହି ମାସରେ ଏଠାରେ ଦୁଇଟି ସ୍ୱତନ୍ତ୍ର ଟିକାକରଣ ଶିବିରର ଆୟୋଜନ କରାଯାଇଥିଲା, ଯେଉଁଠାରେ ଅଗଷ୍ଟ ୩ ରେ ୨୯ ଲକ୍ଷ ଡୋଜ ଏବଂ ୧୬ ଅଗଷ୍ଟରେ ୨୪ ଲକ୍ଷ ଡୋଜ ଦିଆଯାଇଥିଲା। ଜୁନ୍ ୨୧ ରେ ମଧ୍ୟପ୍ରଦେଶରେ ମଧ୍ୟ ଏକ ଟିକାକରଣ ଶିବିରର ହୋଇଥିଲା। ଯେଉଁଠାରେ ୧୭ ଲକ୍ଷ ଡୋଜ ଦିଆଯାଇଥିଲା। ଅଗଷ୍ଟ ୨୫ ରୁ ୨୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଡ୍ରାଇଭରେ ରାଜ୍ୟ ସରକାର ୨୦ ଲକ୍ଷ ଡୋଜ ଦେବା ଲକ୍ଷ୍ୟ ରଖିଛନ୍ତି।

ୟୁପି (୬.୪୨ କୋଟି) ଏବଂ ଏମିପି (୪.୦୧କୋଟି) ଅଧିକ ଟୀକାକରଣ ପରେ ବି ଦ୍ୱିତୀୟ ଡୋଜ୍‌ର ଏଠାରେ ଅଭାବ ରହିଥିବା କୁହାଯାଇଛି। ବର୍ତ୍ତମାନ ୟୁପିରେ କେବଳ୧.୦୨ କୋଟି ଲୋକଙ୍କୁ ସମ୍ପୂର୍ଣ୍ଣ ଟୀକାକରଣ କରାଯାଇଛି। ଯେତେବେଳେ କି, ଏମ୍‌ପିରେ ଏହି ସଂଖ୍ୟା ୬୬ ଲକ୍ଷ ଅଟେ। ସେପଟେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱତନ୍ତ୍ର ଶିବିରରେ ଲୋକମାନଙକୁ ଦ୍ୱିତୀୟ ଡୋଜ୍‌ ଦେବାର ବ୍ୟବସ୍ଥା କରାଯାଉଛି। କୁହାଯାଉଛି ଯେଉଁମାନେ ସ୍ୱତନ୍ତ୍ର ଶିବିରରେ ଟିକା ନେବେ ସେମାନଙ୍କ ହାତରେ ଏକ ଷ୍ଟାମ୍ପ ଲଗାଯିବ। ଏଥିରେ ସ୍ପଷ୍ଟ ହେବ କି ସମ୍ପୃକ୍ତ ବ୍ୟକ୍ତି କରୋନାର ୨ ଟି ଯାକ ଡୋଜ୍‌ ନେଇ ସାରିଛନ୍ତି। ଷ୍ଟାମ୍ପ ସହିତ ସେଲଫି ନେବାକୁ ଏବଂ ଏହାକୁ ସରକାରୀ ପୋର୍ଟାଲରେ ଅପଲୋଡ୍ କରିବାକୁ ଲୋକଙ୍କୁ ଉତ୍ସାହିତ କରାଯିବ, ଯାହା ସୋସିଆଲ ମିଡିଆରେ ମଧ୍ୟ ସେୟାର କରାଯିବ। ତେବେ ସମୟ କହିବ କେବେ ସମ୍ପୂର୍ଣ୍ଣ ହେବ ଟିକାକରଣ କାର୍ଯ୍ୟ।

Coronavirus India COVID19
Advertisment
Advertisment