• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

News Highlights


  • କେନ୍ଦ୍ରର ମନିଟାଇଜେସନ ଯୋଜନାରେ ରହିଛି ରାଜ୍ୟର ଅନେକ ପ୍ରକଳ୍ପ
     

  • ତାଲିକାରେ ରହିଛି ବିଜୁ ପଟ୍ଟନାୟକ ବିମାନ ବନ୍ଦର, ପାରାଦୀପ ବନ୍ଦର

  •  
    ଏଥି ସହିତ ରହିଛି ଭୁବନେଶ୍ୱରସ୍ଥିତ କଳିଙ୍ଗ ଅଶୋକା ହୋଟେଲ ଓ ପୁରୀସ୍ଥିତ ହୋଟେଲ ନୀଳାଚଳ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଘୋଷିତ ଜାତୀୟ ମନିଟାଇଜେସନ୍ ପାଇପ ଲାଇନରେ ସ୍ଥାନ ପାଇଛି ଓଡ଼ିଶାର ବହୁ ପ୍ରକଳ୍ପ । ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ସମେତ ପାରାଦୀପ ବନ୍ଦର, ଭୁବନେଶ୍ୱରସ୍ଥିତ କଳିଙ୍ଗ ଅଶୋକା ହୋଟେଲ ଓ ପୁରୀସ୍ଥିତ ହୋଟେଲ ନୀଳାଚଳ ଏହି ତାଲିକାରେ ରହିଛି।

ନୀତି ଆୟୋଗ ଦ୍ୱାରା ଏହି ତାଲିକା ପ୍ରସ୍ତୁତ କରାଯାଇଛି  । ଭୁବନେଶ୍ୱର ବିମାନବନ୍ଦରର ଘରୋଇକରଣରୁ ୯୦୦ କୋଟି ଟଙ୍କା ରୋଜଗାର ପାଇଁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର  । ସେହିଭଳି ପାରାଦୀପ ବନ୍ଦରର ୪ଟି ପ୍ରକଳ୍ପର ମନିଟାଇଜେସନ୍ ଲାଗି ନିଷ୍ପତ୍ତି ନେଇଛନ୍ତି । ମନିଟାଇଜେସନ୍ ପାଇପଲାଇନ୍ ଅନୁସାରେ, ୨୦୨୨ ଜାନୁଆରୀରେ ପାରାଦୀପ ବନ୍ଦରର ଇନର ହାର୍ବର ଫେସିଲିଟିର ଆଧୁନିକୀକରଣ ଓ ବଡ଼ ଜାହାଜ ଚଳାଚଳ ଲାଗି ୱେଷ୍ଟର୍ଣ୍ଣ ଡକ୍ କ୍ୟାିଭ୍ ବର୍ଥର ବିକାଶ ଲାଗି କାର୍ଯ୍ୟାଦେଶ ପ୍ରଦାନ କରାଯିବ ।

ଏହାଛଡ଼ା ଇଣ୍ଡିଆନ୍ ଟୁରିଜିମ୍ ଡେଭଲପମେଣ୍ଟ କର୍ପୋରେସନ୍ ଅଧୀନରେ ଥିବା ଭୁବନେଶ୍ୱରର ହୋଟେଲ କଳିଙ୍ଗ ଅଶୋକା ଓ ପୁରୀର ହୋଟେଲ ନୀଳାଚଳର ଘରୋଇକରଣ ଲାଗି ମଧ୍ୟ ଜାତୀୟ ମନିଟାଇଜେସନ୍ ପାଇପଲାଇନରେ ଯୋଜନା କରିଛନ୍ତି । କେନ୍ଦ୍ର ସରକାର  କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ସୋମବାର ନ୍ୟାସନାଲ ମନିଟାଇଜେସନ ପାଇପଲାଇନ ପୋଗ୍ରାମ ବା ଏନ୍ଏମ୍ପିର ଶୁଭାରମ୍ଭ କରିଥିଲେ।

 

OTV is now on Whatsapp

Join and get latest news update delivered to you via whatsapp

Join Now