Advertisment

ବିଳମ୍ବରେ ପହଞ୍ଚିଲା ଟ୍ରେନ୍‌: କ୍ଷତି ପୂରଣ ପାଇବେ ଯାତ୍ରୀ

ବିଳମ୍ବରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଲା ଟ୍ରେନ୍‌। କ୍ଷତି ପୂରଣ ପାଇବେ ଯାତ୍ରୀ। ହୁଏତ ଏହି ଖବର ଜାଣିବା ପରେ ଆପଣମାନେ କହିବେ ଭାରତୀୟ ରେଳ ପ୍ରତ୍ୟେକ ଦିନ ବିଳମ୍ବରେ ପହଞ୍ଚିଥାଏ। ତେଣୁ ଏହା ବାବଦରେ କାହିଁକି ଯାତ୍ରୀମାନଙ୍କୁ କ୍ଷତି ପୂରଣ ମିଳିବ? କିନ୍ତୁ ଏଠାରେ ସ୍ପଷ୍ଟ କରୁଛୁ କି ଏହା କୌଣସି ସାଧାରଣ ଟ୍ରେନ ନୁହେଁ ବରଂ ତେଜସ୍‌ ଏକ୍ସପ୍ରେସ୍‌ ହୋଇଥିବାରୁ ରେଳମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି

author-image
Sarbeswar
ଅଦ୍ୟତନ ହୋଇଛି
tejas-express

tejas-express

ନୂଆଦିଲ୍ଲୀ: ବିଳମ୍ବରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଲା ଟ୍ରେନ୍‌। କ୍ଷତି ପୂରଣ ପାଇବେ ଯାତ୍ରୀ। ହୁଏତ ଏହି ଖବର ଜାଣିବା ପରେ ଆପଣମାନେ କହିବେ ଭାରତୀୟ ରେଳ ପ୍ରତ୍ୟେକ ଦିନ ବିଳମ୍ବରେ ପହଞ୍ଚିଥାଏ। ତେଣୁ ଏହା ବାବଦରେ କାହିଁକି ଯାତ୍ରୀମାନଙ୍କୁ କ୍ଷତି ପୂରଣ ମିଳିବ? କିନ୍ତୁ ଏଠାରେ ସ୍ପଷ୍ଟ କରୁଛୁ କି ଏହା କୌଣସି ସାଧାରଣ ଟ୍ରେନ ନୁହେଁ ବରଂ ତେଜସ୍‌ ଏକ୍ସପ୍ରେସ୍‌ ହୋଇଥିବାରୁ ରେଳମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଶନିବାର-ରବିବାର ଦିନ ଭାରତର ପ୍ରଥମ ଘରୋଇ ଟ୍ରେନ୍ ତେଜସ୍‌ ଏକ୍ସପ୍ରେସ୍ ପାଖାପାଖି ଦେଢ଼ ଘଣ୍ଟା ବିଳମ୍ବରେ  ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥିଲା। ଏହି କାରଣରୁ, IRCTC କୁ ପ୍ରଥମ ଥର ପାଇଁ ୨୧୩୫ ଯାତ୍ରୀଙ୍କୁ ପ୍ରାୟ ୪.୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପଡିବ। ସୂଚନା ଅନୁସାରେ, ଶନିବାର ଦିନ ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ହୋଇଥିଲା। ତେଣୁ ସିଗ୍ନନାଲ ମିଳିନଥିଲା, ଆଉ ଯାହା ଫଳରେ ତେଜସ୍‌ ଏକ୍ସପ୍ରେସ୍‌ ଟ୍ରାକ୍‌ ଉପରେ ହିଁ ଛିଡ଼ା ହୋଇରହିଥିଲା। ଆଉ ନିର୍ଦ୍ଧାରିତ ସମୟର ପ୍ରାୟ ୨ ଘଂଟା ବିଳମ୍ବରେ ଷ୍ଟେସନ୍‌ରେ ପହଞ୍ଚିଥିଲା ଏହି ଟ୍ରେନ। ରବିବାର ମଧ୍ୟ ସମାନ ସ୍ଥିତି ପାଇଁ ୧ ଘଂଟା ବିଳମ୍ବରେ ପହଞ୍ଚିଥିଲା ଟ୍ରେନ୍‌।

Advertisment

ତେଜସ୍‌ ଏକ୍ସପ୍ରେସ ହେଉଛି ଦେଶର ପ୍ରଥମ ଏଭଳି ଟ୍ରେନ, ଯାହାର ବିଳମ୍ବ ପାଇଁ ଯାତ୍ରୀମାନଙ୍କୁ କ୍ଷତିପୂରଣ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ନିୟମ ଅନୁଯାୟୀ ଟ୍ରେନରେ ୧ ଘଣ୍ଟା ବିଳମ୍ବ ହେତୁ ୧୦୦ ଟଙ୍କା ଏବଂ ଦୁଇ ଘଣ୍ଟା କିମ୍ବା ଅଧିକ ବିଳମ୍ବ ପାଇଁ ୨୫୦ ଟଙ୍କା ଦେବାର ବ୍ୟବସ୍ଥା କରାଯାଇଛି। ଆଇଆରସିଟିସିକୁ ଶନିବାର ଦିନ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୨୫୦ ଟଙ୍କା ହାରରେ ତେଜସର ୧୫୭୫ ଯାତ୍ରୀଙ୍କୁ ସମୁଦାୟ ତିନି ଲକ୍ଷ ୯୩ ​​ହଜାର ୫୦୦ ଟଙ୍କା ଦେବାକୁ ପଡିବ। ସେହିପରି ରବିବାର ଦିନ ପ୍ରଥମ ରାଉଣ୍ଡର ୫୬୧ ଜଣ ଯାତ୍ରୀଙ୍କୁ ଗୋଟିଏ ଘଂଟା ବିଳମ୍ବ  ପାଇଁ ୧୦୦ ଟଙ୍କା ଲେଖାଏ ଦେବାକୁ ପଡିବ ବୋଲି ଜଣାପଡ଼ିଛି।

Advertisment

ଆଇଆରସିଟିସି ମୁଖ୍ୟ ଆଞ୍ଚଳିକ ପରିଚାଳକ ଅଜିତ ସିହ୍ନା କହିଛନ୍ତି ଯେ ୧୫୭୪ ଜଣ ଯାତ୍ରୀଙ୍କୁ କ୍ଷତିପୂରଣ ମିଳିବାକୁ ଯାଉଛି। ପ୍ରଥମ ଥର ପାଇଁ ୩ ଲକ୍ଷ ୯୩ ​​ହଜାର ୫୦୦ ଟଙ୍କା ଦିଆଯିବ। ଏହାସହ ରବିବାର ଦିନ ଲକ୍ଷ୍ନୌରୁ-ଦିଲ୍ଲୀରେ ପହଞ୍ଚିବାକୁ ଥିବା ୫୬୧ ଯାତ୍ରୀ ନେ ମଧ୍ୟ ଟଙ୍କା ପାଇବେ। ସେ ବାବଦରେ ମୋଟ୍‌ ୨୧୩୫ ଜଣ ଯାତ୍ରୀଙ୍କୁ କ୍ଷତିପୂରଣ ହିସାବରେ ୪,୪୯,୬୦୦ ଟଙ୍କା ମିଳିବ ବୋଲି କୁହାଯାଇଛି।

ଉଲ୍ଲେଖନୀୟ କଥା ହେଉଛି, ବିମାନ ଭଳି ସୁବିଧା ସହିତ ତେଜସ୍‌ ଏକ୍ସପ୍ରେସ୍ ପ୍ରଥମେ ୪ ଅଗଷ୍ଟ ୨୦୧୯ ରେ ଚାଲିଥିଲ। ଗତ ଦୁଇ ବର୍ଷ ମଧ୍ୟରେ ଏହି ଟ୍ରେନ୍ ବିଷୟରେ ପାଞ୍ଚଟି ଅଭିଯୋଗ ଆସିଥିଲା। ​​ଯେତେବେଳେ ଟ୍ରେନ୍ ଏକ ଘଣ୍ଟାରୁ କମ୍ ବିଳମ୍ବ ହୋଇଥିଲା। ଦୁଇ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ପାଇଁ ଏକ ଘଣ୍ଟାରୁ ଅଧିକ ସମୟ ବିଳମ୍ବରେ ଟ୍ରେନ୍ ପହଞ୍ଚିଲା। ସେ ଯାହା ବି ହେଉ ଟ୍ରେନ୍‌ ଡ଼େରିରେ ପହଞ୍ଚିବାରୁ ଯାତ୍ରୀମାନେ କ୍ଷତିପୂରଣ ଟଙ୍କା ପାଇବା କଥା ଦେଶରେ ପ୍ରଥମ ବୋଲି କୁହାଯାଇଛି।

Tejas Express India Railway
Advertisment
Advertisment