Advertisment

କଲ୍ୟାଣ ସିଂହଙ୍କ ନାମରେ ନାମିତ ହେବ ଆଲିଗଡ ବିମାନ ବନ୍ଦର !

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବାବ୍ରି ମସଜିଦର ପତନ କଲ୍ୟାଣ ସିଂଙ୍କ ଜୀବନର ଏକ ବିଶେଷ ମୂହୁର୍ତ୍ତ ଥିଲା । ଶ୍ରୀ ସିଂହଙ୍କର ଗତ ଶନିବାର ଦେହାନ୍ତ ହୋଇଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଜୁଲାଇ ୪ ରେ ତାଙ୍କୁ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଥିଲା । ସେପସିସ୍ ଏବଂ ମଲ୍ଟି ଅଙ୍ଗ ବିଫଳତା ହେତୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି ।

author-image
Sarbeswar
ଅଦ୍ୟତନ ହୋଇଛି
undefined

yogi sarkar

ଲକ୍ଷ୍ନୌ: ୟୁପିର ପୂର୍ବଚନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ଦେହାନ୍ତ ପରେ ଆଲିଗଡ ବିମାନବନ୍ଦରକୁ ତାଙ୍କ ନାମରେ ନାମିତ କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ମୃତିରେ ବିଜେପି ନେତାମାନେ ବର୍ତ୍ତମାନ ତିଆରି ହୋଇଥିବା ବିମାନବନ୍ଦରକୁ କଲ୍ୟାଣ ସିଂ ନାମକରଣ ଦାବି ଦୋହରାଇଛନ୍ତି। ତେବେ ଏନେଇ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଗଣମାଧ୍ୟମର ପ୍ରତିନିଧୀମାନେ ପ୍ରଶ୍ନ କରିଥିଲେ? ତେବେ ଏ ସମ୍ପର୍କରେ ଆମେ ବର୍ତ୍ତମାନ କୌଣସି ନିଷ୍ପତ୍ତି ନେଇ ନାହୁଁ, ଆଗାମୀ ଦିନରେ ଅର୍ଥାତ୍‌ କ୍ୟାବିନେଟ୍‌ ବୈଠକରେ ଆଲୋଚନା ହେବା ପରେ ହିଁ ଆମେ ନିଷ୍ପତ୍ତି ନେବୁ ବୋଲି ଯୋଗୀ କହିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବାବ୍ରି ମସଜିଦର ପତନ କଲ୍ୟାଣ ସିଂଙ୍କ ଜୀବନର ଏକ ବିଶେଷ ମୂହୁର୍ତ୍ତ ଥିଲା । ଶ୍ରୀ ସିଂହଙ୍କର ଗତ ଶନିବାର ଦେହାନ୍ତ ହୋଇଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଜୁଲାଇ ୪ ରେ ତାଙ୍କୁ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଥିଲା । ସେପସିସ୍ ଏବଂ ମଲ୍ଟି ଅଙ୍ଗ ବିଫଳତା ହେତୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି ।

Advertisment

ପୁର୍ବରୁ କଲ୍ୟାଣ ସିଂ ୟୁପିର ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ତାନର ରାଜ୍ୟପାଳ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ରାମ ଭକ୍ତ ଭାବରେ ମଧ୍ୟ ବେଶ ଜଣାଶୁଣା ଥିଲେ । ଡେପୁଟି ସିଏମଙ୍କ “କଲ୍ୟାଣ ସିଂ ମାର୍ଗ” ଯୋଜନାର ଶୁଣାଣି ପରେ ବିମାନବନ୍ଦର ପ୍ରସଙ୍ଗ କେଉଁ ମୋଡ ନେଉଛି ତାହା ଦେଖିବାକୁ ରହିଲା।

ସେପଟେ, କଲ୍ୟାଣ ସିଂଙ୍କ ସମ୍ମାନରେ ଉତ୍ତରପ୍ରଦେଶ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଅଯୋଧ୍ୟାରେ ରାମ ଜନ୍ମଭୂମି ପରିସର ପର୍ଯ୍ୟନ୍ତ ଯାଉଥିବା ରାସ୍ତାକୁ “କଲ୍ୟାଣ ସିଂ ମାର୍ଗ” ନାମ ଦିଆଯିବ ବୋଲି ସୂଚନା ଦେଇଛନ୍ତି ୟୁପିର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ । ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ଶେଷକୃତ୍ୟ ପୂର୍ବରୁ ଏପରି ନିଷ୍ପତ୍ତି ନିଆଯାଇଛି । ତେବେ ଏହାର କାଗଜପତ୍ର କାମ ଶେଷ କରିବାକୁ ପିଡବ୍ଲୁଡିକୁ ନିର୍ଦ୍ଦେଶ ଦିଆଯାଇଛି ।

India UP Aligarh Airport
Advertisment
Advertisment