• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

News Highlights

  • ଭ୍ୟାକ୍ସିନ ହେଲା କାଳ

  • ଚାଲିଗଲା ଗର୍ଭବତୀଙ୍କ ଜୀବନ

ଥିରୁଅନନ୍ତପୁରମ : କେରଳର ଏକ ଡାକ୍ତରଖାନାରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଛି । ମହିଳାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି । କୋଭିଡ ଭ୍ୟାକ୍ସିନ ନେବା ପରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଉକ୍ତ ଡାକ୍ତରଖାନା ପକ୍ଷରୁ ଦାବି କରାଯାଇଛି । ଦେଶରେ ଏହା ପ୍ରଥମ ମାମଲା ଯେଉଁଥିରେ ଜଣେ ଗର୍ଭବତୀଙ୍କ ମୃତ୍ୟୁର ଦାୟୀ କରୋନା ଭ୍ୟାକ୍ସିନକୁ କରାଯାଇଛି । କେରଳର କୋଟ୍ଟାୟମ ଜିଲ୍ଲାରୁ ଏପରି ସଙ୍ଗୀନ ଅଭିଯୋଗ ଆସିଛି । ସେପଟେ ମାମଲାରେ ସ୍ୱାସ୍ଥ୍ୟ ବିଭାଗ ଶବ ବ୍ୟବଚ୍ଛେଦ ରିପୋର୍ଟର ପ୍ରତିକ୍ଷା କରିଛି ।

ସୂଚନା ମୁତାବକ ଉକ୍ତ ଗର୍ଭବତୀ ମହିଳାଙ୍କ ନାମ ମହିମା ମାଥେୟୁ । ସେ ଗତ ୬ ଅଗଷ୍ଟରେ କୋଭିଡ ଭ୍ୟାକ୍ସିନର ପ୍ରଥମ ଡୋଜ୍‌ ନେଇଥିଲେ । ଭ୍ୟାକ୍ସିନ ନେବାର ଠିକ୍ ୫ ଦିନ ପରେ ଅର୍ଥାତ ୧୧ ଅଗଷ୍ଟରେ ତାଙ୍କର ପ୍ରବଳ ମାତ୍ରାରେ ମୁଣ୍ଡ ବଥା ଆରମ୍ଭ ହୋଇଥିଲା । ଫଳରେ ତାଙ୍କୁ ଆଉ ୪ ଦିନ ପର୍ଯ୍ୟନ୍ତ ସେହି ଡାକ୍ତରଖାନାରେ ରହିବାକୁ ପଡିଲା। ୧୬ ଅଗଷ୍ଟରେ ତାଙ୍କ ବ୍ରେନ ଡେଡ୍ ହୋଇଥିବା ଡାକ୍ତରଖାନା ପକ୍ଷରୁ ଘୋଷଣା କରାଯାଇଥିଲା । ଏହାର ଠିକ ୪ ଦିନ ପରେ, ୨୦ ଅଗଷ୍ଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଡାକ୍ତରଖାନାର ରିପୋର୍ଟ ଅନୁଯାୟୀ, Cerebral venous sinus thrombosis (CVST) ଓ କରୋନା ଟୀକା କାରଣରୁ ତାଙ୍କୁ Thrombocytopenia ହୋଇଥିଲା। ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଇଂରାଜୀ ଖବର କାଗଜ ଦ ଇଣ୍ଡିଆନ ଏକ୍ସପ୍ରେସର ସୂଚନାରୁ ଜଣାଯାଇଛି।

ମୃତ ଗର୍ଭବତୀଙ୍କ ସ୍ୱାମୀ ସ୍ୱାସ୍ଥ୍ୟମନ୍ତ୍ରୀ ରଞ୍ଜିତ କେ’ଙ୍କ ନିକଟରେ ମୃତ୍ୟୁର ତଦନ୍ତ ପାଇଁ ଏକ ଚିଠି ଲେଖିଛନ୍ତି । ଏହି ଚିଠିରେ ସେ ଲେଖିଛନ୍ତି ଯେ, ଗର୍ଭବତୀ ମହିଳାମାନଙ୍କ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ଟୀକାକରଣକୁ ଅନୁମତି ଦିଆଯାଇଛି । ଟୀକାକରଣ ପାଇଁ ହିଁ ମୋ ସ୍ତ୍ରୀର ଦେହ ଖରାପ ହୋଇଗଲା। ଡାକ୍ତରଖାନା ଚିକିତ୍ସା ଉପରେ ମୁଁ ସନ୍ତୁଷ୍ଟ ନାହିଁ । କୋଟ୍ଟାୟମ ଡାକ୍ତରଖାନାର ଜିଲ୍ଲା ଚିକିତ୍ସା ଅଧିକାରୀ ଡଃ ଜୋକବ ବର୍ଗିସ କହିଛନ୍ତି ଯେ, ଆମେ ଜାଣୁନା କିଏ କେଉଁ ପରିସ୍ଥିତିରେ ମୃତ୍ୟୁର କାରଣ ସହ କୋଭିଡ ଟୀକାକୁ ସଂଯୋଗ କରିଛି । ଭ୍ୟାକ୍ସିନ ନେବାର ଗୋଟେ ସପ୍ତାହ ପରେ ଗର୍ଭବତୀଙ୍କ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଥିଲା । ଏହାସହ ବିଶେଶଜ୍ଞ ଡାକ୍ତରୀ ଟିମ୍‌ ଘଟଣାର ଅନୁଧ୍ୟାନ କରୁଛି । ଆମେ ବର୍ତ୍ତମାନ ପୋଷ୍ଟମର୍ଟମ ରିପୋର୍ଟର ପ୍ରତିକ୍ଷା କରିଛୁ । ଏହା ପରେ ହିଁ ଆମେ କୌଣସି ନିଷ୍ପତ୍ତିରେ ପହଞ୍ଚି ପାରିବୁ ।