Advertisment

ଦେଶରେ କମିଲା ସଂକ୍ରମଣ: ୨୪ ଘଂଟାରେ ମାତ୍ର ୨୫,୦୭୨ ଆକ୍ରାନ୍ତ ହେଲେ ଚିହ୍ନଟ

ଦେଶରେ କମିବାରେ ଲାଗିଛି ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୨୫,୦୭୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮୯ ଜଣଙ୍କ ପ୍ରାଣ ଯାଇଛି। ଗତ ୧୬୦ ଦିନ ମଧ୍ୟରେ ଆଜି ସର୍ବନିମ୍ନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି। ତେବେ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ୩,୨୪,୪୯,୩୦୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪,୩୪,୭୫୬ରେ ପହଞ୍ଚିଲାଣି ମୃତକଙ୍କ ସଂଖ୍ୟା

author-image
Sarbeswar
undefined

corona virus

ନୂଆଦିଲ୍ଲୀ: ଦେଶରେ କମିବାରେ ଲାଗିଛି ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୨୫,୦୭୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮୯ ଜଣଙ୍କ ପ୍ରାଣ ଯାଇଛି। ଗତ ୧୬୦ ଦିନ ମଧ୍ୟରେ ଆଜି ସର୍ବନିମ୍ନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି। ତେବେ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ୩,୨୪,୪୯,୩୦୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪,୩୪,୭୫୬ରେ ପହଞ୍ଚିଲାଣି ମୃତକଙ୍କ ସଂଖ୍ୟା। ଏହାସହ ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୪୪,୧୫୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦେଶରେ ଏବେ ବି ୩,୩୩,୯୨୪ ଆକ୍ଟିଭ୍‌ କେସ୍‌ ରହିଛି ଯାହାକୁ ନେଇ ଚିନ୍ତା ବଢିଛି।

Advertisment

ଏପଟେ ରାଜ୍ୟରେ ଆଜି ପୁଣି ୭୬୧ ଜଣ କରୋନା ସଂକ୍ରମିତ ଚିହ୍ନଟ । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୧ ଜଣ ରହିଛନ୍ତି । ଏହାସହ ଖୋର୍ଦ୍ଧାରୁ ସର୍ବାଧିକ ୨୮୯ ଏବଂ କଟକରୁ ୧୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ଏହି ପଜିଟିଭଙ୍କ ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧ ହଜାର ୬୯୮କୁ ବୃଦ୍ଧି ପାଇଛି । ଦିନକରେ ୬୦ ହଜାର ୭୯୧ ସାମ୍ପଲ ଟେଷ୍ଟ କରାଯାଇଥିବା ବେଳେ ପଜିଟିଭିଟି ହାର ରହିଛି ୧ ଦଶମିକ ୨୫ ପ୍ରତିଶତ । ସେପଟେ ରାଜ୍ୟରେ ଆଉ ୬୮ ଜଣଙ୍କ ମୃତ୍ୟୁ ରେକର୍ଡ ହୋଇଥିବା ରିପୋର୍ଟ ଆସିଛି । କଟକରୁ ସର୍ବାଧିକ ୧୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେହିଭଳି ଜଗତସିଂହପୁରରୁ ୧୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଢେଙ୍କାନାଳରୁ ୯, ଖୋର୍ଦ୍ଧାରୁ ୮, ଯାଜପୁରରୁ ୬ ଜଣଙ୍କ ମୃତ୍ୟୁ ହୋଇଛି । ଆଜିର ଏହି ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୭ ହଜାର ୪୨୬କୁ ବୃଦ୍ଧି ପାଇଛି ।

Advertisment

ସେପଟେ, ଅକ୍ଟୋବରରେ ଶିଖର ଛୁଇଁପାରେ କରୋନା ସଂକ୍ରମଣର ତୃତୀୟ ଲହର । ଗୃହ ମନ୍ତ୍ରାଳୟର ବିଶେଷଜ୍ଞଙ୍କୁ ନେଇ ଗଠିତ କମିଟି ବିଶେଷଜ୍ଞ କମିଟି କୋଭିଡର ତୃତୀୟ ଲହରୀ ପ୍ରସଙ୍ଗରେ ଚେତାବନୀ ଦେଇଛି । ଏହି ସମୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାର ଆଶଙ୍କା ରହିଛି । ଏହାସହ ମୁଖ୍ୟତଃ ତୃତୀୟ ଲହରରେ ଶିଶୁମାନଙ୍କ ପ୍ରତି ଅଧିକ ବିପଦ ରହିଛି । କରୋନାର ତୃତୀୟ ଲହରରେ ଶିଶୁମାନେ ଅଧିକ ମାତ୍ରାରେ ଆକ୍ରାନ୍ତ ହୋଇପାରନ୍ତି । ତେବେ ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏକ ରିପୋର୍ଟ ଦେଇଛି ବିଶେଷଜ୍ଞ କମିଟି ।

Odisha Coronavirus COVID19
Advertisment
Advertisment