Advertisment

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବନ୍ଧାହେଲେ ସରକାରୀ କିରାଣୀ

ଜଣେ ସରକାରୀ କର୍ମଚାରୀ ହୋଇ ବି ସେ ଜାଣିନଥିଲେ, ଏହା ତାଙ୍କୁ ମହଙ୍ଗା ପଡିବ। ଏହି ପୋଷ୍ଟଟି ସୋସିଆଲ ମିଡିଆରେ ବିଜୁଳି ବେଗରେ ଭାଇରାଲ ହୋଇଥିଲା। ଫେସବୁକ ୟୁଜରମାନେ ଅନେକ ସମାଲୋଚନା କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
UP CM Yogi Adityanath

UP CM Yogi Adityanath

ଲକ୍ଷ୍ନୌ: ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲେଖି ବନ୍ଧା ହେଲେ ସରକାରୀ ବାବୁ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ  ବିରୋଧରେ ଫେସ୍‌ବୁକ୍ ଅଶ୍ଲୀଳ ମନ୍ତବ୍ୟ ପୋଷ୍ଟ କରିବା ଜଣେ ସରକାରୀ କର୍ମଚାରୀଙ୍କୁ ମହଙ୍ଗା ପଡ଼ିଛି । ଜଣେ ସରକାରୀ କର୍ମଚାରୀ ହୋଇ ମୁଖ୍ୟମନ୍ତ୍ରୀଙ୍କ  ବିରୋଧରେ ଅଶ୍ଲୀଳ ମନ୍ତବ୍ୟ ଲେଖି ଫେସବୁକ୍‌ରେ ପୋଷ୍ଟ କରିବା ପରେ ଏହା ବେଶ୍ ଭାଇରାଲ ହୋଇଥିଲା। ଏପରିକି ଉକ୍ତ ପୋଷ୍ଟକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା। ଶେଷରେ ପୋଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି।

Advertisment

ସୂଚନା ଅନୁସାରେ, ୟୁପିର ବାସିନ୍ଦା ନିଜାମୁଦ୍ଦିନ ସିଦ୍ଦିକ୍ ପୂର୍ତ୍ତ ବିଭାଗ(PWD)ରେ କିରାଣୀ ଭାବେ କାର୍ଯ୍ୟରତ। ଗତ ଅଗଷ୍ଟ ୨୮ରେ ମୁଖ୍ୟମନ୍ତ୍ରୀଙ୍କ  ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଫେସବୁକ୍‌ରେ ପୋଷ୍ଟ କରିଥିଲେ। ହେଲେ ଜଣେ ସରକାରୀ କର୍ମଚାରୀ ହୋଇ ବି ସେ ଜାଣିନଥିଲେ, ଏହା ତାଙ୍କୁ ମହଙ୍ଗା ପଡିବ। ଏହି ପୋଷ୍ଟଟି ସୋସିଆଲ ମିଡିଆରେ ବିଜୁଳି ବେଗରେ ଭାଇରାଲ ହୋଇଥିଲା। ଫେସବୁକ ୟୁଜରମାନେ ଅନେକ ସମାଲୋଚନା କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଏନେଇ ଯୋଗୀଙ୍କ ସମର୍ଥକଙ୍କ ମହଲରେ ଉତ୍ତେଜନା ପ୍ରକାଶ ପାଇଥିଲା।

ପରେ ଉତ୍ତର ପ୍ରଦେଶର ବାନ୍ଦା ପୋଲିସ ମାମଲା ରୁଜୁ କରି ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ବ୍ୟକ୍ତି ଜଣଙ୍କୁ ଖୋଜିବା ପାଇଁ ପୋଲିସ ଲାଗିପଡିଥିଲା। ଅନେକ ସନ୍ଧାନ ପରେ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଖୋଜି ପାଇଥିଲା । ସମ୍ପୃକ୍ତ ବ୍ୟକ୍ତି ଏକ ସରକାରୀ କର୍ମଚାରୀ ହୋଇଥିବାର ପୋଲିସ ଖବର ପାଇଥିଲା । ଅଭିଯୁକ୍ତ ଜଣକ ପୂର୍ତ୍ତ ବିଭାଗରେ କ୍ଲର୍କ ଭାବେ କାର୍ଯ୍ୟ କରୁଥିବାର ଜାଣିବାକୁ ପାଇଥିଲା। ଶେଷରେ ଅଭିଯୁକ୍ତ ସିଦ୍ଦିକିଙ୍କୁ ଖାଇମପର ଅଞ୍ଚଳରୁ ପୋଲିସ୍‌ ଗିରଫ କରିଥିଲା।

Advertisment
Uttar Pradesh Facebook UP Police CM Yogi Adityanath
Advertisment
Advertisment