Advertisment

ଭାରତ ସୀମାରେ ଚୀନ୍‌ ନିର୍ମାଣ କରିବ ୩୦ ବିମାନବନ୍ଦର

ଭାରତ ସୀମାରେ ଚୀନ୍‌ ନିର୍ମାଣ କରିବ ୩୦ଟି ବିମାନବନ୍ଦର । ସାମରିକ କାମକୁ ତ୍ୱରାନିତ କରିବା ପାଇଁ ଚୀନ୍ ଏଭଳି ପଦକ୍ଷେପ ନେଇଛି । ଯାହା ଦ୍ୱାରା ଭାରତ ସୀମାବର୍ତ୍ତୀ ଅଞ୍ଚଳ ଜିନଜିଆଙ୍ଗ ଓ ତିବ୍ଦତ ଅଞ୍ଚଳରେ ଥିବା ପାଶ୍ଚାତ୍ୟ ଥିଏଟର କମାଣ୍ଡକୁ ସୁବିଧା ସୁଯୋଗ ମିଳିପାରିବ ।

author-image
Minati Mishra
China border

China border

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମାବର୍ତ୍ତୀ ଅଞ୍ଚଳରେ ଥିବା ନିଜ ସୈନ୍ୟବାହୀନିକୁ ସୁଦୃଢ କରିବା ପାଇଁ ଚୀନ ୩୦ଟି ବିମାନବନ୍ଦର ନିର୍ମାଣ କରିବ । ସେନାର  (PLA) କାର୍ଯ୍ୟକଳାପକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଏପରି ପଦକ୍ଷେପ ନେଇଛି ଚୀନ।  ବିମାନବନ୍ଦର ନିର୍ମାଣ ପାଇଁ  ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଚୀନ୍‌ ମିଡିଆ ଅନୁଯାୟୀ, ଭାରତକୁ ଲାଗିଥିବା ଜିନଜିଆଙ୍ଗ ଏବଂ ତିବ୍ଦତ ଅଞ୍ଚଳରେ ସେନାର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ବିମାନବନ୍ଦର ନିର୍ମାଣ କରାଯିବ ।  

Advertisment

ଚୀନ୍ ସେନାର ସବୁଠାରୁ ବଡ ସାମରିକ କମାଣ୍ଡ ହେଉଛି ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ । ଏହି କମାଣ୍ଡ ହାତରେ ଅଛି ଭାରତ ସହ ଲାଗିଥିବା ଚୀନ୍‌ ସୀମାର ଦାୟିତ୍ୱ ।  ସୀମାବର୍ତ୍ତୀ ଅଞ୍ଚଳଗୁଡିକରେ କିଛି ବିମାନବନ୍ଦରରେ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ କେତେଗୁଡ଼ିଏ କାର୍ଯ୍ୟକ୍ଷମ ହେଲାଣି। ଅନ୍ୟ କେତେକର ନିର୍ମାଣ କାମ ଖୁବ୍‌ ଶୀଘ୍ର ଆରମ୍ଭ ହେବ । ନିର୍ମାଣ ହେଉଥିବା ଏହି ତିନୋଟି ବିମାନବନ୍ଦର ତିବ୍ଦତ ସ୍ୱୟଂଶାସିତ ଅଞ୍ଚଳରେ ରହିବ । ଋଣନୀତି ଦୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଥିବା ଆଉ ଏକ ବିମାନବନ୍ଦର  ୨୦୨୨ରେ  କାର୍ଯ୍ୟକ୍ଷମ ହେବ । ଜିନଜିଆଙ୍ଗରେ ଥିବା ବିମାନବନ୍ଦରର ନାଁ ହେଉଛି ତାଶକୁରଗାନ୍ । ଯାହା ପାକିସ୍ତାନ ଅଧିକୃତ କାଶ୍ମୀର ଏବଂ ଆଫଗାନିସ୍ତାନ ନିକଟରେ ରହିବ । ଏହି ବିମାନ ବନ୍ଦରଟି ଚୀନ୍ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି

Advertisment

ପୂର୍ବରୁ ମିଳିଥିବା ରିପୋର୍ଟ ଅନୁସାରେ, ଭାରତ ଏବଂ ଚୀନ୍ ମଧ୍ୟରେ ଦେଢ଼ ବର୍ଷ ଧରି ଚାଲିଥିବା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ବିବାଦକୁ ସମାଧାନ କରିବା ପାଇଁ ପ୍ରୟାସ ଜାରି ରହିଛି । ହେଲେ ଏହାର ଗତି ଧିରେ ଧିରେ ହେଉଛି । ଯାହାର ସବୁଠାରୁ ବଡ କାରଣ ହେଉଛି ଭାରତୀୟ ସେନା ଚୀନ୍ ସେନା ଉପରେ ବିଶ୍ୱାସ କରେ ନାହିଁ । ଫଳରେ ଭାରତ ଡ୍ରାଗନର ପ୍ରତ୍ୟେକ ସଡ଼ଯନ୍ତ୍ରକୁ ବୁଝି, ଭାବିଚିନ୍ତି ପଦକ୍ଷେପ ନେଇଥାଏ । କାରଣ ଚୀନ ବୈଠକରେ କିଛି ଅଲଗା ନିଷ୍ପତ୍ତି ନିଆଯାଇଥିବା ବେଳେ ପରେ କାମରେ କିଛି ଭିନ୍ନ ହୋଇଥାଏ ।  

ତେଣୁ ବହୁ ଭାବିଚିନ୍ତି ଭାରତ LAC ରୁ ନିଜ ସେନାକୁ ପ୍ରତ୍ୟାହାର କରୁଛି । ସରକାରୀ ସୂତ୍ର ଅନୁଯାୟୀ, ଚୀନ୍ ଏହା ଭାବେ କି ଯଦି ପ୍ରଥମେ ଚୀନ ସେନା ପ୍ରତ୍ୟାହାର କରିବା ପରେ ଏବଂ ଭାରତ  ପ୍ରତ୍ୟାହାର ନକରିବ ତେବେ ତାହା ଚାନ୍‌ ପାଇଁ ବଡ ସମସ୍ୟା ସୃଷ୍ଟି କରିବ ।  

China Airport
Advertisment
Advertisment