Advertisment

ବ୍ରିକ୍ସ ସମ୍ମିଳନୀରେ ଆହ୍ୱାନ- ଶାନ୍ତିପୂର୍ଣ୍ଣ ଉପାୟରେ ଆଫଗାନିସ୍ତାନରେ ପରିସ୍ଥିତିରେ ସୁଧାର ଅଣାଯାଉ

ଶାନ୍ତିପୂର୍ଣ୍ଣ ଉପାୟରେ ଆଫଗାନିସ୍ତାନରେ ପରିସ୍ଥିତିରେ ସୁଧାର ଆଣିବା ଲାଗି ବ୍ରିକ୍ସ ସମ୍ମିଳନୀରେ ଆହ୍ୱାନ ଦିଆଯାଇଛି। ଗତକାଲି ବିଶ୍ୱର ୫ ଦେଶକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂରେ ୧୩ ତମ ବ୍ରିକ୍ସ ସମ୍ମିଳନୀରେ ଏହି  ଆହ୍ୱାନ ଦିଆଯାଇଛି।

author-image
Rajalaxmi Sahoo
BRICS summit

BRICS summit

ନୂଆଦିଲ୍ଲୀ: ଶାନ୍ତିପୂର୍ଣ୍ଣ ଉପାୟରେ ଆଫଗାନିସ୍ତାନରେ ପରିସ୍ଥିତିରେ ସୁଧାର ଆଣିବା ଲାଗି ବ୍ରିକ୍ସ ସମ୍ମିଳନୀରେ ଆହ୍ୱାନ ଦିଆଯାଇଛି। ଗତକାଲି ବିଶ୍ୱର ୫ ଦେଶକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂରେ ୧୩ ତମ ବ୍ରିକ୍ସ ସମ୍ମିଳନୀରେ ଏହି  ଆହ୍ୱାନ ଦିଆଯାଇଛି।

Advertisment

ଆଫଗାନରେ ସ୍ଥିରତା, ଶାନ୍ତି ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବା ପାଇଁ ଗୋଟିଏ ବିସ୍ତୃତ ଇଣ୍ଟ୍ରା ଆଫଗାନ ଆଲୋଚନାର ଆବଶ୍ୟକ ରହିଛି। ଫଳରେ ସେଠାରେ ରାଜନୈତିକ ସ୍ଥିରତା, ନାଗରିକଙ୍କ ମଧ୍ୟରେ ଶାନ୍ତି, ଆଇନ କାନୁନ୍‌ ବ୍ୟବସ୍ଥା ସୁନିଶ୍ଚିତ କରାଯାଇପାରିବ ବୋଲି ସମ୍ମିଳନୀରେ ଘୋଷଣାନାମରେ କୁହାଯାଇଛି। ମାନବାଧିକାର, ମହିଳା ଓ ଶିଶୁଙ୍କ ଅଧିକାର ଯେମିତି କ୍ଷୁଣ୍ଣ ନ ହେବ, ଏହା ଉପରେ ମଧ୍ୟ ଗୁରୁତ୍ୱ ନେଇ ସମ୍ମିଳନୀରେ ଆଲୋଚନ ହୋଇଥିଲା। 

Advertisment

ଘୋଷଣାନାମାରେ ଆହୁରି କୁହାଯାଇଛି, ବ୍ରିକ୍ସର ସମସ୍ତ ୫ ଦେଶ ଆତଙ୍କବାଦୀଙ୍କ ଆର୍ଥିକ ନେଟ୍‌ୱର୍କ ସମେତ ଆତଙ୍କବାଦୀଙ୍କ ସମସ୍ତ କାର୍ଯ୍ୟକଳାପକୁ ମୁକାବିଲା କରିବା ଲାଗି ପ୍ରତିବଦ୍ଧ। ସମ୍ମିଳନୀ ବେଳେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି। ଅସ୍ଥିର ଆଫଗାନିସ୍ତାନ ପଡ଼ୋଶୀ ରାଷ୍ଟ୍ରଙ୍କ ପାଇଁ ସମ୍ଭାବ୍ୟ ବିପଦ ସୃଷ୍ଟି କରିପାରେ ବୋଲି ସେ କହିଥିଲେ। 

ବ୍ରାଜିଲ, ରୁଷ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକାକୁ ନେଇ ବ୍ରିକ୍ସ ଗଠିତ ହୋଇଛି। ଏହି ରାଷ୍ଟ୍ରଗୁଡ଼ିକ ଆତଙ୍କବାଦ ବିରୋଧରେ ଅଗ୍ରାଧିକାର ଭିତ୍ତିରେ ଲଢ଼େଇ କରିବା ଉପରେ ଫୋକସ କରିଛନ୍ତି। ସୂଚନାଥାଉ କି, ଚଳିତ ବର୍ଷ ଭାରତ ବ୍ରିକ୍ସ ସମ୍ମିଳନୀର ଅଧ୍ୟକ୍ଷତା କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ବ୍ରିକ୍ସ ସମ୍ମିଳନୀର ଅଧ୍ୟକ୍ଷତା କରୁଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ୨୦୧୬ରେ ଗୋଆ ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରିଥିଲେ। 

PM Modi BRICS BRICS Summit
Advertisment
Advertisment