Advertisment

ଟସ୍‌ ପଡ଼ିଲା ପରେ ସ୍ଥିର ହେଲା ବାହାଘର: ଚର୍ଚ୍ଚାରେ କର୍ଣ୍ଣାଟକର ବାହାଘର

ଭଲ ପାଇବା କିଛି ଖରାପ ନୁହେଁ କିନ୍ତୁ ଭଲ ପାଇବା ଯଦି ତ୍ରିକୋଣୀୟ ହୋଇଥାଏ,ତେବେ ମାମଲାଟି ଗମ୍ଭୀର ହୋଇଯାଏ। ଏଭଳି ତ୍ରିକୋଣୀୟ ସଂପର୍କରେ ସମସ୍ତଙ୍କୁ ଖୁସି ରଖିବା ଅତ୍ୟନ୍ତ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଥାଏ।

author-image
Sarbeswar
ବଞ୍ଚି ଥାଉ ଥାଉ ପ୍ରେମକୁ ମିଳିଲାନି ସ୍ୱୀକୃତି : ମୃତ୍ୟୁ ପରେ ବିବାହ କରାଇଲେ ପରିବାର ଲୋକ

marriage

ବେଙ୍ଗାଲୁରୁ: ଭଲ ପାଇବା କିଛି ଖରାପ ନୁହେଁ କିନ୍ତୁ ଭଲ ପାଇବା ଯଦି ତ୍ରିକୋଣୀୟ ହୋଇଥାଏ,ତେବେ ମାମଲାଟି ଗମ୍ଭୀର ହୋଇଯାଏ। ଏଭଳି ତ୍ରିକୋଣୀୟ ସଂପର୍କରେ ସମସ୍ତଙ୍କୁ ଖୁସି ରଖିବା ଅତ୍ୟନ୍ତ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଥାଏ। କର୍ଣ୍ଣାଟକର ହାସନ ଜିଲ୍ଲାର ସାକଲେଶପୁରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି, ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି। ଏଠାରେ ସ୍ପଷ୍ଟ କରି କହୁଛୁ କି, ଜଣେ ଯୁବକଙ୍କୁ ବିବାହ କରିବା ଲାଗି ଦୁଇ ଜଣ ଯୁବତୀଙ୍କ ମଧ୍ୟରେ ତୁ ତୁ ମେଁ ମେଁ ହୋଇଛି। ଆଉ ଶେଷରେ ଉଭୟଙ୍କ ମଧ୍ୟରେ ଟସ୍‌ ପଡ଼ିଥିଲା। ପରେ ମାମଲାର ସମାଧାନ ମଧ୍ୟ ହୋଇଛି। ତେବେ ଆସନ୍ତୁ ଜାଣିବା କଣ ଥିଲା ପୂରା ଘଟଣା?

Advertisment

ବର୍ଷେ ପୂର୍ବେ ସାକଲେଶପୁର ତାଲୁକରେ ରହୁଥିବା ୨୭ ବର୍ଷର ଜଣେ ଯୁବକଙ୍କ ସହିତ ପଡୋଶୀ ଗାଁର  ଜଣେ ୨୦ ବର୍ଷିୟା ଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା। ଏହାପରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ମଜବୁତ୍‌ ହୋଇଥିଲା।କିନ୍ତୁ ୬ ମାସ ପରେ ଏହି ସଂପର୍କରେ ଏକ ନୂଆ ମୋଡ ଆସିଥିଲା। 
ଜଣଙ୍କ ସହ ପ୍ରେମ ସମ୍ପର୍କରେ ଥାଇ ମଧ୍ୟ ଯୁବକ ଜଣକ ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ କରିବସିଥିଲେ। ଆଉ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ସମ୍ପର୍କକୁ ନେଇ ଦୁଇ ଜଣ ଯୁବତୀ କିଛି ବି ଟେର୍‌ ପାଇ ନଥିଲେ। ଆଉ ଏହି ସମୟରେ ଯୁବକ ଜଣକ ଦିନେ ନିଜର ପ୍ରେମୀକାଙ୍କ ରସହ ବୁଲୁଥିଲେ। ଆଉ ଏହି ଖବର ସମ୍ପର୍କୀୟମାନେ ତାଙ୍କ ବାପାଙ୍କ କାନରେ ପକାଇଥିଲେ। ବାପା  ଏନେଇ ପୁଅକୁ ପଚାରିବା ପରେ ସେ ସଫା ସଫା କହିଥିଲେ କି, ମୁଁ ସେ ଝିଅକୁ ଭଲ ପାଉଛି । ତାକୁ ହିଁ ବାହା ହେବି। କିନ୍ତୁ ଘର ଲୋକ ପୁଅର କଥାରେ  ରାଜି ନହୋଇ ଅନ୍ୟତ୍ର ବିବାହ ଠିକ୍‌ କଲେ।

Advertisment

ତେବେ କାହାଣୀରେ ପୁଣି ଏକ ଟ୍ୱିଷ୍ଟ୍‌ ଆସିଥିଲା। ଯୁବକଙ୍କ ପ୍ରଥମ ପ୍ରେମିକା ନିଜ ଭଲପାଇବା ବିଷୟରେ ଘରେ ଜଣାଇବାରୁ ତାଙ୍କ ଘର ଲୋକ ବିବାହ ପ୍ରସ୍ତାବ ନେଇ ସମ୍ପୃକ୍ତ ଯୁବକଙ୍କ ଘରେ ପହଞ୍ଚିଥିଲେ। ଦୁଃର୍ଭାଗ୍ୟର କଥା ସମାନ ସମୟରେ ଦ୍ୱିତୀୟ ପ୍ରେମୀକାର ଘର ଲୋକ ମଧ୍ୟ ବିବାହ ପ୍ରସ୍ତାବ ନେଇ ଯୁବକଙ୍କ ଘରେ ପହଞ୍ଚିଥିଲେ। ଆଉ ଏହାକୁ ନେଇ ଖୋଦ୍‌ ଯୁବକଙ୍କ ଘର ଲୋକଙ୍କ ଅକଲ ଗୁଡ଼ୁମ୍‌ ହୋଇଥିଲା। ପ୍ରକୃତରେ ପୁଅ କାହାକୁ ଭଲ ପାଉଛି? ବିବାହ କାହା ସାଙ୍ଗରେ ହେବ ସେନେଇ ସମସ୍ତେ ଦ୍ୱନ୍ଦ୍ୱରେ ରହିଲେ। ଆଉ ମାମଲା ଜଣାପଡ଼ିବା ପରେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହୋଇଥିଲା।

ତେବେ ଏହି ଜଟିଳ ମାମଲାର ସମାଧାନ ପାଇଁ ପଞ୍ଚାୟତର ସାହାରା ଲୋଡା ଯାଇଥିଲା । ପ୍ରଥମ ଦଫା ଆଲୋଚନାରେ ଏହାର ସମାଧାନ ହୋଇପାରି ନଥିଲା। କାରଣ ନିଜର ବିବାହ କେମିତି ଓ କାହା ସହ ହେବ ସେ ନିଷ୍ପତ୍ତି ଯୁବକ ଜଣକ ବୋଧହୁଏ ନେଇପାରୁନଥିଲେ। ଆଉ ଏହି ଘଟଣା ସମ୍ପର୍କରେ ସବୁ ତଥ୍ୟ ଜଣାପଡ଼ିବା ପରେ ପଂଚାୟତ ସାମ୍ନାରେ ପ୍ରଥମ ପ୍ରେମୀକା ବିଷ ପିଇ ଦେଇଥିଲେ। ତେଣୁ ପଂଚାୟତ ଆଗକୁ ଚାଲିପାରିନଥିଲା।କିନ୍ତୁ ଝିଅଟି ବଂଚିଯାଇଥିଲା। ଆଉ ପରେ ଏହି ମାମଲାର ସମାଧାନ କେମିତି ହେବ ସେନେଇ ଆଲୋଚନା ହେବା ପରେ ଶେଷରେ ଟସ୍‌ ପକାଇ ବିବାହ କରିବା ପାଇଁ ନିଷ୍ପତ୍ତି ନିଆଗଲା। ଆଉ ଟସ୍‌ରେ ପ୍ରଥମ ପ୍ରେମୀକା ଜିତିବା ସହ ଯୁବକଙ୍କୁ ବିବାହ କରିଥିବା ନେଇ ସୂଚନା ମିଳିଛି।

Bengaluru Marriage
Advertisment
Advertisment