/odishatv-khabar/media/post_attachments/uploadimage/library/16_9/16_9_0/IMAGE_1631284149.jpg)
Navsree Thakur
ହୋଶଙ୍ଗାବାଦ : କଥାରେ ଅଛି “ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ”। ଏହାକୁ ସତ କରି ଦେଖେଇଛନ୍ତି ଜଣେ କୁନି ଛାତ୍ରୀ। ଏହି ଛାତ୍ରୀ ଜଣକ ହେଲେ ମଧ୍ୟପ୍ରଦେଶର ପିପିରିଆର ଡୋକରୀ ଖେଡାରେ ରହୁଥିବା ଦଶମ ଶ୍ରେଣୀର ନବଶ୍ରୀ ଠାକୁର। ନବଶ୍ରୀଙ୍କ ପିତା-ମାତା ମୂଲ ଲାଗି ପରିବାର ଚଳାନ୍ତି। ମା ଘରର କାମ ସହିତ ରୋଜଗାର ପାଇଁ ବି ସମୟ ଦିଅନ୍ତି। ଏହାରି ଭିତରେ ତାଙ୍କୁ ବହୁତ ଧାଁ ଧପଡ ମଧ୍ୟ କରିବାକୁ ହୋଇଥାଏ। ମା’ଙ୍କର ଏଭଳି ପରିଶ୍ରମକୁ ଦେଖନ୍ତି ନବଶ୍ରୀ। ଏନେଇ ସେ ମନରେ ଏକ ପ୍ରକଳ୍ପର ଯୋଜନା କଲେ। ଇନ୍ସାୟର ଆୱାର୍ଡ ଯୋଜନା ପାଇଁ ସେ ଏକ ମଡେଲ୍ ତିଆରି କଲେ ଯାହା ଦ୍ୱାରା ଏକାସାଙ୍ଗରେ ଅନେକଗୁଡିଏ କାମ କରିହେବ। ଏହି ପ୍ରକଳ୍ପ ନେଇ ନବଶ୍ରୀ ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିପାରିଛନ୍ତି।
ନବଶ୍ରୀ ଠାକୁରନବଶ୍ରୀଙ୍କ ଏହି ମଲ୍ଟି ଟାସ୍କିଙ୍ଗ ମେସିନ୍ ଇନ୍ସାୟର ଆୱାର୍ଡରେ ସାରା ଦେଶରେ ପ୍ରଥମ ସ୍ଥାନରେ ରହିବା ପରେ ତାଙ୍କ ଘର ସହିତ ସାରା ଜିଲ୍ଲାରେ ଖୁସୀର ଲହରୀ ଖେଳିଯାଇଛି। ନବଶ୍ରୀଙ୍କ ଏହି ସଫଳତା ନେଇ ତାଙ୍କୁ ରାଷ୍ଟ୍ରପତି ସମ୍ମାନିତ କରିବେ।
ଶିକ୍ଷା ବିଭାଗ ଦ୍ୱାରା ବିଜ୍ଞାନ କ୍ଷେତ୍ରରେ ହେଉଥିବା ଏହି ପ୍ରତିଯୋଗିତା ପାଇଁ ସାରା ଦେଶରୁ ୫୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସବୁ ମଡେଲକୁ ପଛରେ ପକେଇ ନବଶ୍ରୀଙ୍କ ମଡେଲ ପ୍ରଥମ ସ୍ଥାନ ଅକ୍ତିଆର କରିଛି। ଜିଲ୍ଲା ଶିକ୍ଷା ଅଧିକାରୀ ରବି ବଘେଲ୍ କହିଛନ୍ତି ଯେ ନବଶ୍ରୀ ଠାକୁର ଦେଶରେ ପ୍ରଥମ ସ୍ଥାନ ପ୍ରାପ୍ତ କରିଛନ୍ତି। ଏହି ଆୱାର୍ଡ ୨୦୧୯-୨୦ ବର୍ଷର ହୋଇଥିବା ବେଳେ ନବଶ୍ରୀ ଏହି ମଡେଲ୍ ଅପ୍ଲୋଡ୍ କରିଥିଲେ। ସେତେବେଳେ ସେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଥିଲେ।
Also Read
ନବଶ୍ରୀଙ୍କ ଦ୍ୱାରା ନିର୍ମିତ ହୋଇଥିବା ଏହି ମେସିନ କାଠରେ ତିଆରି ହୋଇଛି। ଏହା ହାତ ଦ୍ୱାରା ହିଁ ଚାଲିବ। ଏଥିରେ ବିଦ୍ୟୁତ କିମ୍ବା ଅନ୍ୟ କୌଣସି ଖର୍ଚ୍ଚ ଲାଗିବ ନାହିଁ। ଏହି ମେସିନ୍କୁ ଏଭଳି ଭାବେ ତିଆରି କରାଯାଇଛି ଯେ ଏହା ଏକା ବେଳେକେ ରୁଟି ବେଲିବା, ପରିବା କାଟିବା, ଜୁସ୍ ତିଆରି କରିବା, ମସଲା ବାଟିବା ସହିତ ଏକାସାଙ୍ଗରେ ୨୨ଟି କାମ କରିପାରିବ।
ନବଶ୍ରୀ ଠାକୁରପ୍ରକାଶଥାଉ ଯେ ନବଶ୍ରୀ ସ୍ଥାନୀୟ ବାଳିକା ବିଦ୍ୟାଳୟ ପିପିରିୟାର ଛାତ୍ରୀ। ତାଙ୍କ ମା’ କାମକୁ ଯାଉଥିବାରୁ ଅନେକ ସମୟରେ ତାଙ୍କ ଘରର କାମ ଅଧା ରହିଯାଏ। ଏସବୁ ଦେଖୁଥିଲେ ନବଶ୍ରୀ। ତେଣୁ ମା’ଙ୍କ ସୁବିଧା ପାଇଁ ସେ ଏଭଳି ଏକ ମେସିନ୍ ତିଆରି କରିବା ପାଇଁ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଆରାଧନା ପଟେଲଙ୍କ ସହ ଆଲୋଚନା କରିଥିଲେ। ତାଙ୍କ ପରାମର୍ଶରେ ସେ ଏହି ମଲ୍ଟି ୟୁଜ୍ଫୁଲ୍ ମେସିନ୍ ନିର୍ମାଣ କରିବାରେ ସଫଳ ହୋଇଥିଲେ। ଏହି ମେସିନ୍ ତିଆରି ନେଇ ସେ ଶାଗୁଆନ କାଠ ବ୍ୟବହାର କରିଛନ୍ତି। ଏହି ମେସିନ୍ର ଓଜନ ୬.୫ କେଜି ହୋଇଥିବା ବେଳେ ଏହାକୁ ତିଆରି କରିବା ନେଇ ତିନି ମାସ ଲାଗିଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)