• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଏ କେମିତି କା ବାପା?

  • ପିଲା ମୋର ନୁହେଁ, ସୈତାନର

ନୂଆଦିଲ୍ଲୀ: ଆଶ୍ଚର୍ଯ୍ୟ। ପିଲାଟିଏ ଜନ୍ମ ହେବା ପରେ ସୈତାନର ଛୁଆ କହି ଛାଡ଼ିଦେଲା ବାପା। ଆଉ ବାପା ଛାଡ଼ି ଦେବା ପରେ ଏବେ ପିଲାଟିର ଲାଳନପାଳନ ଏକାକୀ କରୁଛନ୍ତି ମାଆ। ଖବର ଅନୁଯାୟୀ, ଆଫ୍ରିକୀୟ ରୁୱାଣ୍ଡା ଦେଶରେ ଜଣେ ମହିଳା 'ବିରଳ' ସନ୍ତାନ ଜନ୍ମ ଦେଇଥିଲେ। ପିଲାଟି ଜନ୍ମ ହେବାର ଅଳ୍ପ ସମୟ ପରେ ବାପା ଜନ୍ମ ହୋଇଥିବା ପୁଅକୁ 'ସୈତାନର ସନ୍ତାନ' ବୋଲି କହିଥିଲେ। ସେବେଠାରୁ ମହିଳା ଜଣକ ଏକାକୀ ପୁଅର ଯତ୍ନ ନେଉଥିଲେ। ଗାଁର ଲୋକମାନେ ମହିଳାଙ୍କୁ ପରିହାସ କରୁଥିଲେ ଏବଂ ପିଲାଟି ବିଷୟରେ ଥଟ୍ଟା କରୁଥିଲେ। ଆଉ ଏଭଳି ପରିସ୍ଥିତିରେ ଶିଶୁର ଚିକିତ୍ସା ପାଇଁ ମହିଳା ଜଣକ ଚେଷ୍ଟା ଜାରି ରଖିଛନ୍ତି।

ବାସ୍ତବରେ, ରୁୱାଣ୍ଡାର ଏକ ଗାଁରେ ଏକ ପିଲା ବିରଳ ରୋଗରେ ପୀଡ଼ିତ ହେବା ପରେ ଅସ୍ୱାଭାବିକ ଭାବରେ ତାଙ୍କର ମୁଣ୍ଡର ଆକାର ବଢିବାରେ ଲାଗିଥିଲା। ଆଉ ଏହାକୁ ଦେଖି ପିଲାଟିର ମାଆ ଚିନ୍ତାରେ ଥିଲେ। କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ ବାପା। କହିଲେ, ଏ ପିଲା ମୋର ନୁହେଁ ବରଂ ସୈତାନର। ତେଣୁ ଏବେ ପିଲାର ଚିକିତ୍ସା କେମିତି ହେବ ସେନେଇ ଚିନ୍ତାରେ ମାଆ।

ତେବେ ବର୍ତ୍ତମାନ ସମୟରେ ଏହି ଶିଶୁକୁ ସାହାଯ୍ୟ କରିବା ପାଇଁ ସୋସିଆଲ ମିଡିଆରେ ଏକ କ୍ୟାମ୍ପେନ ମଧ୍ୟ ଚାଲିଛି। କେବଳ କ୍ୟାମ୍ପେନ ଚାଲିଛି ତାହା ନୁହେଁ ବରଂ ଅନେକ ଟଙ୍କା ଯୋଗାଡ଼ ମଧ୍ୟ ହୋଇସାରିଲାଣି। ଡେଲି ଷ୍ଟାରର ରିପୋର୍ଟ ଅନୁଯାୟୀ ଏପର୍ଯ୍ୟନ୍ତ ୫୮ ଲକ୍ଷରୁ ଅଧିକ ଟଙ୍କା ସଂଗ୍ରହ କରାଯାଇଛି। ଏଥିମଧ୍ୟରୁ କେବଳ ଜଣେ ବ୍ୟକ୍ତି ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଦାନ କରିଛନ୍ତି। କେବଳ ଏତିକି ନୁହେଁ ବରଂ ପିଲାଟିର ସୁସ୍ଥ ସ୍ୱାସ୍ଥ୍ୟ କାମନା କରି ଅନେକ ପ୍ରାର୍ଥନା ମଧ୍ୟ କରିଛନ୍ତି। ହେଲେ ପିଲାଟିକୁ ଏ ପର୍ଯ୍ୟନ୍ତ ବାପା ସ୍ୱୀକାର କରିନଥିବା ଜଣାପଡ଼ିଛି। ହେଲେ ପିଲାକୁ ସ୍ୱୀକାର କରିବା ପାଇଁ କେତେ ସମାଜସେବୀ ଚେଷ୍ଟା କରୁଥିବା ସୂଚନା ମିଳିଛି।

OTV is now on Whatsapp

Join and get latest news update delivered to you via whatsapp

Join Now