Advertisment

ଜମ୍ମୁ କଶ୍ମୀର୍ ସମସ୍ୟା ପାଇଁ କଂଗ୍ରେସ ଦାୟୀ : ସମ୍ବିତ

ଜମ୍ମୁ କଶ୍ମୀର ଆଜି ବି ଦୟନୀୟ ଅବସ୍ଥାରେ ରହିଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ସମ୍ବିତ ପାତ୍ର ଜମ୍ମୁ କଶ୍ମୀରର ଏହି ସମସ୍ୟା ନେଇ କଂଗ୍ରେସ ଓ ନେହେରୁଙ୍କୁ ଦୋଷୀ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ଅଭିଯୋଗର ଜବାବ ଦେଇ ଶୁକ୍ରବାର ସମ୍ବିତ ପାତ୍ର କହିଛନ୍ତି ଯେ ଆଜିଯାଏ କଶ୍ମୀରରେ ଯେଉଁ ସମସ୍ୟା ଲାଗି ରହିଛି ଏନେଇ କଂଗ୍ରେସର ତୁଷ୍ଟିକରଣ ନୀତି ହିଁ ଦାୟୀ।

author-image
Pramod Behera
Sambit Patra target congress

Sambit Patra target congress

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀର ଆଜି ବି ଦୟନୀୟ ଅବସ୍ଥାରେ ରହିଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ସମ୍ବିତ ପାତ୍ର ଜମ୍ମୁ କଶ୍ମୀରର ଏହି ସମସ୍ୟା ନେଇ କଂଗ୍ରେସ ଓ ନେହେରୁଙ୍କୁ ଦୋଷୀ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ଅଭିଯୋଗର ଜବାବ ଦେଇ ଶୁକ୍ରବାର ସମ୍ବିତ ପାତ୍ର କହିଛନ୍ତି ଯେ ଆଜିଯାଏ କଶ୍ମୀରରେ ଯେଉଁ ସମସ୍ୟା ଲାଗି ରହିଛି ଏନେଇ କଂଗ୍ରେସର ତୁଷ୍ଟିକରଣ ନୀତି ହିଁ ଦାୟୀ।

Advertisment

ସମ୍ବିତ ପାତ୍ର କହିଛନ୍ତି ଯେ କଶ୍ମୀରରେ ଅନୁଛେଦ ୩୭୦କୁ ଉଚ୍ଛେଦ କରିବା ନେଇ ଗୃହମନ୍ତ୍ରୀ ଅମିତ ଶାହା ଯେତେବେଳେ ସଂସଦରେ ଉଠେଇଥିଲେ ସେତେବେଳେ ସୋନିଆ ଗାନ୍ଧୀଙ୍କ ଈଶାରାରେ ଲୋକସଭାରେ କଂଗ୍ରେସ ନେତା ଅଧିରଞ୍ଜନ ଚୌଧୂରୀ ଏହାକୁ ଦ୍ୱିପାକ୍ଷୀୟ ମାମଲା କହି ପାକିସ୍ତାନକୁ ପଚାରିବା ନେଇ କହିଥିଲେ। ଏହା କାଶ୍ମୀରକୁ ନେଇ କଂଗ୍ରେସର ଚିନ୍ତାଧାରାକୁ ସ୍ପଷ୍ଟ କରୁଛି। ତେବେ ସେଠାରୁ ଅନୁଛେଦ ୩୭୦ ଉଚ୍ଛେଦ ହେବା ପରେ ବିକାଶର ଧାରା ଆରମ୍ଭ ହୋଇଛି। ସେଠାରେ ଥିବା ନାଗରିକ ଅଧିକାରରେ ଅସମାନତାର ଲୋପ ହୋଇଛି।

Advertisment

ସମ୍ବିତ ପାତ୍ର ରାହୁଲ ଗାନ୍ଧୀଙ୍କ ଉପରେ ଧାର୍ମିକ ଯାତ୍ରା ବେଳେ ରାଜନୀତିକ ମତ ରଖୁଥିବା ନେଇ ଅଭିଯୋଗ ମଧ୍ୟ ଆଣିଛନ୍ତି। ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ମାତାଙ୍କ ଚିହ୍ନର କଥା କହିଲେ, ଯେତେବେଳେ କି ଆମ ପରମ୍ପରାରେ ବୈଷ୍ଣୋ ଦେବୀଙ୍କ ପିଣ୍ଡି ବୋଲି କୁହାଯାଏ। ପୂର୍ବରୁ ରାହୁଲ୍ ଗାନ୍ଧୀ ମୋଦୀ କାର୍ଯ୍ୟକାଳ ଭିତରେ ଦେଶରେ ଦୁର୍ଗା ମାତା, ଲକ୍ଷ୍ମୀ ମାତା ଓ ସରସ୍ୱତୀ ମାତାଙ୍କ ଶକ୍ତି କମିଛି ବୋଲି କହିଥିଲେ। ଏହାକୁ ଖଣ୍ଡନ କରିବାକୁ ଯାଇ ସମ୍ବିତ ପାତ୍ର କହିଛନ୍ତି ଯେ ହିନ୍ଦୁ ପରମ୍ପରାକୁ ନେଇ ରାହୁଲ ଗାନ୍ଧୀଙ୍କ ଅଳ୍ପ ଜ୍ଞାନ ବୋଲି ତାଙ୍କର ଏହି ମତ ଦର୍ଶାଉଛି।

ରାହୁଲଙ୍କ ଉଦ୍ଦେଶ୍ୟରେ ସମ୍ବିତ ପାତ୍ର କହିଛନ୍ତି ଯେ ମା’ଙ୍କ ଶକ୍ତି କେବେ ବି କମ ହୁଏ ନାହିଁ। ଜିଏସ୍‌ଟି ଓ ଲକ୍ଷ୍ମୀ ମାତାଙ୍କୁ ତୁଳନାକୁ ନେଇ ସମ୍ବିତ ପାତ୍ର ରାହୁଲ ଗାନ୍ଧୀଙ୍କୁ କହିଛନ୍ତି ଯେ କିଛି ଦିନ ପୂର୍ବରୁ ସେ ଜିଏସ୍‌ଟିକୁ ଗବ୍‌ବର ସିଂହ ଟାକ୍ସ ବୋଲି କହିଥିଲେ। ଏହା ତାଙ୍କର ଅଜ୍ଞାନତାକୁ ପ୍ରମାଣିତ କରୁଛି ବୋଲି କହିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟାକାଳ ଭିତରେ ଭାରତ ମାତାର ଶକ୍ତି ବଢିଛି ବୋଲି ସେ କହିଛନ୍ତି।

Sambit Patra Rahul Gandhi New Delhi
Advertisment
Advertisment